ବ୍ରିଟିଶ ଶାସନର ପ୍ରାରମ୍ଭିକ ଦିନରେ ଜଣେ ଫିରିଙ୍ଗୀ ଅଫିସର ଭାରତ ଭୂମିରେ ପାଦ ରଖିଥିଲେ। ଦିନେ ଗାଁ ବୁଲୁ ବୁଲୁ ଦେଖିଲେ - ପ୍ରତ୍ୟେକ ହିନ୍ଦୁ ଘର ଆଗରେ ଏକ ଏକ ସବୁଜ ଗଛ, ଆଉ ଲୋକମାନେ ତାକୁ ପୂଜା ମଧ୍ୟ କରୁଛନ୍ତି। ଖିରସ୍ତାନୀ ସମାଜରେ ଏଭଳି କୌଣସି ପରମ୍ପରା ନଥିଵାରୁ ସାହେବଙ୍କ କୌତୁହଳ ଜାଗିଲା। ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପଚାରିଲେ, "ଆରେ ୟାର, ହ୍ୱାଟ ଇଜ ଦିସ? ଏଵ୍ରି ହାଉସରେ ଏହି ଗଛ, ଆଉ ପୂଜା-ପାଠ କାହିଁକି?"
ସେ ଭଦ୍ର ଭାରତୀୟ ଭକ୍ତିଭାବରେ କହିଲେ, "ସାହେବ, ୟେ ଗଛ ନୁହେଁ, ୟେ ଆମର ମା - ମା ବୃନ୍ଦାବତୀ, ତୁଳସୀ ମା। ଏହାର ସୁଗନ୍ଧ, ଔଷଧୀୟ ଗୁଣ, ଆଧ୍ୟାତ୍ମିକ ଶକ୍ତି..."
ବହୁତ ବୁଝାଇଲେ, କିନ୍ତୁ ସାହେବଙ୍କ ଇଂରାଜ ମୁଣ୍ଡରେ ଗୋଟିଏ କଥା ଘୁରି ବୁଲୁଥିଲା - "ଗଛ... ପୁଣି ମା? ହା ହା ହା! ଏହା କେମିତି ସମ୍ଭଵ ?"
ସାହେବ ଖିରସ୍ତାନୀ ହୋଇଥିଵାରୁ ଭାରତୀୟଙ୍କୁ ମୂର୍ଖ ଅପଗଣ୍ଡ ପଛୁଆ ହୀନ ନ୍ୟୂନ ମନେ କଲେ ଫଳତଃ ତାଙ୍କ ମନରେ ବହେ ଦ୍ବେଷ ଜାତହେଲା ଆଉ ସେ ଗୋଟିଏ ତୁଳସୀ ଗଛକୁ ଚଉରା ମଧ୍ୟରୁ ଉପାଡ଼ି ପକାଇ ଫିଙ୍ଗି ଦେଲେ।
ହିନ୍ଦୁ ଵ୍ୟକ୍ତି କ୍ରୋଧରେ ଲାଲ ହୋଇଗଲେ। କିନ୍ତୁ କ୍ରୋଧ ଚାପି କହିଲେ, "ଆଚ୍ଛା ସାହେବ, ତୁମେ ଆମ ବୃନ୍ଦାମାତାଙ୍କୁ ଉପାଡ଼ିଦେଲ, ଦେଖିଲି। କିନ୍ତୁ ଧ୍ୟାନ ରଖିଵ - ଆମ ଵୃକ୍ଷପିତା ଓ ଵୃକ୍ଷଦଦାଙ୍କୁ କିନ୍ତୁ ଆଦୌ ଛୁଇଁଵ ନାହିଁ। ନଚେତ୍ ମହାଵିପତ୍ତି ପଡ଼ିଵ !"
ଗାଲୁଆ ସାହେବ ଅହଂକାରରେ ଫୁଲିଗଲେ। "କାହିଁ? କୋଉଠି ଅଛି ତୋର ଵୃକ୍ଷପିତା? ଶୋ ମି!"
ହିନ୍ଦୁ ଵ୍ୟକ୍ତି କହିଲେ ଆମ ମାଆ ଵୃନ୍ଦାଵତୀ ଶାନ୍ତ,ସରଳ ତେଣୁ ଘର ସାମ୍ନାରେ ରୁହନ୍ତି କିନ୍ତୁ ଵୃକ୍ଷପିତା ଓ ଦଦା ବଡ଼ ଦୁଷ୍ଟ ତେଣୁ ସିଏ ବାଡ଼ିରେ ରୁହନ୍ତି । ଆମେ ତାଙ୍କ ପାଖକୁ ଯାଉନୁ । ଇଂରେଜ ଲୋକଟା ଅହଂଭାଵ ଧରି ତଥାପି ଦେଖିଵାକୁ ଜିଦ କଲାରୁ ହିନ୍ଦୁ ଵ୍ୟକ୍ତି ତାକୁ ବାଡ଼ି ପଟକୁ ଖଣ୍ଡେ ଦୂର ନେଇ ଯାଇ ଧୀରେ ଧୀରେ ବିଛୁଆତି ଗଛ ଆଡ଼କୁ ଦେଖାଇ କହିଲେ, "ଏ ହେଉଛି ଆମର ଵୃକ୍ଷପିତା।" ତା'ପରେ ବାଇଢଙ୍କ ଆଡ଼କୁ କହିଲେ, "ଆଉ ଏ ହେଉଛି ଆମର ଵୃକ୍ଷଦଦା।"
ସାହେବ ଛାତିରେ ହାତ ମାରି ହାସିଲେ, "ଓହ୍, ଆଇ ସି! ଲେଟ୍ ମି ଶୋ ୟୁ ବ୍ରିଟିଶ ପାୱାର!"
କୁହାଯାଏ ଅହଂଭାଵ ମନକୁ କଵଳିତ କଲେ ଲୋକେ ଆଖି ଥାଇ ଅନ୍ଧ ହୋଇଯାଆନ୍ତି । ସଭ୍ୟ ଖିରସ୍ତାନୀ ଇଂରେଜ ସାହେବ
ସେହିପରି ବିଛୁଆତି ଓ ବାଇଢଙ୍କଙ୍କୁ ଉପାଡ଼ିଵାକୁ ଗଲା ଯେ ଗଲା ଆଉ ଜୀଵନ ଧରି ଫେରିଲା ନାହିଁ ।