Sunday, February 8, 2026

ଚାରିଦ୍ବାର କଥା

ଏକଦା ଜଣେ ସଜ୍ଜନ ଵ୍ୟକ୍ତି ଏକ ଵିରାଟ ମହଲରେ ପ୍ରଵେଶ କରିଵାକୁ ଚାହୁଁଥିଲେ। କିନ୍ତୁ ମହଲରେ ପହଞ୍ଚିଵା ପାଇଁ ତାଙ୍କୁ ଚାରିଟି ଦ୍ୱାର ପାର ହେଵାକୁ ପଡ଼ିଵ ବୋଲି କୁହାଗଲା। ପ୍ରତ୍ୟେକ ଦ୍ୱାରରେ ଏକ ଏକ ଶର୍ତ୍ତ ଥିଲା।

ପ୍ପ୍ରଥମ ଦ୍ୱାର ପାଖରେ ପହଞ୍ଚିଵା ପରେ ସେ ଦେଖିଲେ ସେଠାରେ ଜଣେ ଵେଶ୍ୟା ଠିଆ ହୋଇଥିଲା। ଦ୍ୱାରରେ ଲେଖା ଥିଲା—"ଵେଶ୍ୟା ସହିତ ସମ୍ପର୍କ ସ୍ଥାପନ କଲେ ହିଁ ଦ୍ୱାର ଖୋଲିଵ।" ସଜ୍ଜନ ଵ୍ୟକ୍ତି ଏହାକୁ ମହାପାପ ବୋଲି ଭାବିଲେ ଏଵଂ ସେଠାରୁ ଆଗକୁ ଵଢ଼ିଗଲେ।

ଦ୍ୱିତୀୟ ଦ୍ୱାରରେ ପହଞ୍ଚିଲା ପରେ ଦେଖିଲେ ଗୋଟିଏ ଗାଈ ଵନ୍ଧା ହୋଇ ଠିଆ ହୋଇଛି। ଲେଖା ଥିଲା—"ଗାଈକୁ ପାଦରେ ମାରିଲେ ହିଁ ଦ୍ୱାର ଖୋଲିଵ।" ଗାଈକୁ ମାରିଵା ଅଧର୍ମ ବୋଲି ସେ ଜାଣିଥିଲେ। ତେଣୁ ସେ ସେଠାରୁ ମଧ୍ୟ ଫେରିଆସିଲେ।

ତୃତୀୟ ଦ୍ୱାରରେ ମାଂସ ରଖାଥିଲା। ଶର୍ତ୍ତ ଥିଲା—"ମାଂସ ଖାଇଲା ପରେ ହିଁ ପ୍ରଵେଶ ମିଳିଵ।"
ସେ ଘୃଣାରେ ମାଂସକୁ ଦେଖିଲେ ଏଵଂ ଚତୁର୍ଥ ଦ୍ୱାର ଆଡ଼କୁ ଵଢ଼ିଗଲେ।

ଚତୁର୍ଥ ଦ୍ୱାରରେ ମଦ୍ୟପାନ ହେତୁ ଏକ ବୋତଲ ରଖାଥିଲା। ଲେଖା ଥିଲା—"ପୁରା ବୋତଲ ପିଇଲା ପରେ ହିଁ ଦ୍ୱାର ଖୋଲିଵ।" ମହଲ ଭିତରକୁ ଯିଵା ତାଙ୍କ ପାଇଁ ଅତି ଆଵଶ୍ୟକ ଥିଲା। ସେ ଭାବିଲେ—"ଆଗର ଶର୍ତ୍ତଗୁଡ଼ିକ ତୁଳନାରେ ଏହା କମ୍ ଅଧର୍ମ ଲାଗୁଛି।" ତେଣୁ ସେ ପୁରା ମଦ୍ୟପାନ କରିଦେଲେ।

ମଦ ପିଇଵା ମାତ୍ରେ ତାଙ୍କର ବୁଦ୍ଧି ଭ୍ରଷ୍ଟ ହୋଇଗଲା।
ମୁହଁରେ ସ୍ୱାଦ ଆଣିଵା ପାଇଁ ଇଚ୍ଛା ହେଲା—ସେ ମାଂସ ଖାଇଦେଲେ। କାମଵାସନା ଜାଗ୍ରତ ହେଲା—ସେ ଵେଶ୍ୟା ସହିତ ସମ୍ପର୍କ ସ୍ଥାପନ କଲେ। ତାପରେ କ୍ରୋଧରେ ସେ ଗାଈକୁ ମଧ୍ୟ ପାଦରେ ଗୋଇଠା ମାରିଦେଲେ। ଏଵଂ ଶେଷରେ—ସେ ମହଲ ଭିତରକୁ ପ୍ରଵେଶ କଲେ।

ମଦ୍ୟପାନ ତାଙ୍କୁ ସେହି ତିନୋଟି ଅପରାଧ କରାଇଦେଲା,ଯାହା ସେ ଜୀଵନସାରା କେଵେ କରିଵାକୁ ଚାହୁଁନଥିଲେ। ତେଣୁ ମଦ୍ୟପାନ ଛୋଟ କଥା ନୁହେଁ । ଏହା ସମ୍ପର୍କ, ଧନ-ସମ୍ପତ୍ତି, ପରିଵାର, ସ୍ୱାସ୍ଥ୍ୟ ଏଵଂ ଵର୍ଷ ଵର୍ଷ ଧରି କମାଇଥିଵା ପୁଣ୍ୟ—
ସବୁକିଛି ନଷ୍ଟ କରିଦେଇଥାଏ।

ତେବେ ଵାସ୍ତଵରେ ଦେଖିଲେ ମଦ୍ୟପାନ ମଧ୍ୟ ଖରାପ ନୁହେଁ,ଖରାପ ହେଉଛି ମନୁଷ୍ୟର ଵିଚାର, ଯାହା ସମୟ, ଅର୍ଥ ଏଵଂ କୁଳ ଅନୁସାରେ ଵଦଳିଯାଏ।


No comments:

Post a Comment

ଚାରିଦ୍ବାର କଥା

ଏକଦା ଜଣେ ସଜ୍ଜନ ଵ୍ୟକ୍ତି ଏକ ଵିରାଟ ମହଲରେ ପ୍ରଵେଶ କରିଵାକୁ ଚାହୁଁଥିଲେ। କିନ୍ତୁ ମହଲରେ ପହଞ୍ଚିଵା ପାଇଁ ତାଙ୍କୁ ଚାରିଟି ଦ୍ୱାର ପାର ହେଵାକୁ ପଡ଼ିଵ ବୋଲି କୁହାଗଲା...