Saturday, March 4, 2017

ବ୍ଲାକ୍ ହୋଲ୍ କୁ ନେଇ ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିନ୍ସ ଭଳି ବୈଜ୍ଞାନିକ ଙ୍କର ଥିଓରୀ ସମିଚୀନ କି ?

ଯଦି ମହାନ ଆଇନଷ୍ଟାଇନ ଏବଂ ସ୍ଟିଫେନ ହକିନ୍ସଙ୍କର ବ୍ଲାକ ହୋଲ ଥିଓରୀ କୁ ମାନି ନିଆଯାଏ
ତାହେଲେ
ଫିଜିକ୍ସର ମୂଳ ସିଦ୍ଧାନ୍ତ ଭୂଲ ପ୍ରମାଣିତ ହୋଇଯିବ ।
ହକିନ୍ସ ଙ୍କ ମତରେ ବ୍ଲାକ୍-ହୋଲ ର ଏକ କ୍ଷିତିଜ ରହିଥାଏ ଏବଂ ତାହାର ତାପମାତ୍ରା ଅର୍ବ ଡିଗ୍ରୀ ଯାଏଁ ହୋଇପାରେ ।

କିନ୍ତୁ ମହାକାଶରେ ଯେଉଁ ପିଣ୍ଡର ତାପମାନ ରହିଥାଏ ତହିଁରୁ ରେଡିଏସନ୍ ମଧ୍ଯ ବହାରିଥାଏ । ଯଦି ବ୍ଲାକ୍ ହୋଲ ର ଏଭଳି କୌଣସି କ୍ଷିତିଜ ଥାଅନ୍ତା
ତ ତାହା କିଛିଦିନ ମଧ୍ଯରେ ସାରା ବିଶ୍ବକୁ ଗିଳି ଦେଇ ଶେଷରେ ନିଜେ ମଧ୍ଯ ନଷ୍ଟ ହୋଇଯାଅନ୍ତା । ଫଳରେ ସେଇ ସମୟ ମଧ୍ଯରେ ଘଟିଥିବା ସମସ୍ତ ଘଟଣା ର ସୁଚନା ସବୁଦିନ ପାଇଁ ନଷ୍ଟ ହୋଇଯାଅନ୍ତା ।
କିନ୍ତୁ ଏଭଳି ହେବା ଏଥି ପାଇଁ ସମ୍ଭବ ନୁହେଁ କାରଣ ଫିଜିକ୍ସର ମୂଳ ସିଦ୍ଧାନ୍ତ ଅନୁଯାୟୀ କୌଣସି ସମୟରେ ଯେ କୌଣସି ଘଟଣା ସେତେବେଳେ ହିଁ ଘଟି ପାରିବ ଯଦି ତା'ର ଭୂତ , ଭବିଷ୍ଯତ କିମ୍ବା କିଛି ନ ହେଲେ ବର୍ତ୍ତମାନ ନିଶ୍ଚୟଁ ଥିବ ଏବଂ ପ୍ରତ୍ଯେକ ଘଟଣା ସୂଚନା ସେଇ ସମୟ ମଧ୍ଯରେ ସଂରକ୍ଷିତ ହୋଇଥିବ ।
ବ୍ଲାକ୍ ହୋଲ୍ ସୃଷ୍ଟି ତେବେ ସମ୍ଭବ
ଯେବେ ସମସ୍ତ ସମୟ ଆଭାସୀ ରୈଖିକ ନିର୍ଦେଶାଙ୍କ ରେ ନ ହୋଇ ବାସ୍ତବିକ ବୃତ୍ତୀୟ ନିର୍ଦେଶାଙ୍କ ମଧ୍ଯରେ  ସଂକୁଚିତ ହୋଇଯାଏ । ଯଦି ଏଭଳି ହେଲା ତେବେ ଆମକୁ ଯିବା ଆସିବା ପାଇଁ ଅନେକାଂଶରେ ନିମ୍ନବତ୍ ହେବାକୁ ହେବ ।
ସଡକ ଗୁଡିକର ଲମ୍ବ କିଲୋମିଟରରେ ନହୋଇ ଡିଗ୍ରୀରେ ହୋଇଯିବ ,
ଗର୍ଲଫ୍ରେଣ୍ଡ କୁ ଦେଖାକରିବା ପାଇଁ ଘଣ୍ଟାରେ ସମୟ ମାଗିବା ବଦଳରେ କିଲୋମିଟରରେ ସମୟ ମାଗିବାକୁ ପଡ଼ିବ....
  ଏହା ବି ହେବ ଯେ ଦୁନିଆଁ ଗୋଲ ନ ହୋଇ ରୈଖୀୟ ହୋଇଯିବ.......,
ଆକାଶ ର କ୍ଷିତିଜ ନହୋଇ ଛାତ ହୋଇ ଯିବ...... ,
ଯାହା କି ବ୍ରହ୍ମାଣ୍ଡ​ର ଗୌଲୀୟ ତ୍ରିକୋଣମିତି ଏବଂ ତ୍ରୀବିମୀୟ ଆକାର ଯୁକ୍ତ ପରିକଳ୍ପନା ର ବିପରୀତ ହୋଇ ଯିବ....,

ଯଦି ଆଇନଷ୍ଟାଇନ ଙ୍କର ଏ  କଥାକୁ ମାନି ନିଆଯାଏ ଯେ "ଗତି ସହ ସମୟ ମନ୍ଦ ପଡିଯାଏ", ତେବେ ବ୍ଲାଟହୋଲ୍ ରେ ପ୍ରବେଶ କରିବା ମାତ୍ରେ ହିଁ ଗତି ପ୍ରକାଶର ଗତିସୀମାକୁ ପାର କରିଯିବ ଏବଂ ଆଇନଷ୍ଟାଇନ ଙ୍କର  ଥିଓରୀ ହିସାବରେ ହିଁ ସମୟ ଏଭଳି ସ୍ଥିତିରେ ରହି ରହି କରି ଶୂନ ରେ ପହଞ୍ଚି ଯିବ ।
ଏବଂ ଯଦି ଏ ଭଳି ସ୍ଥିତିରେ କୌଣସି ଯାନ ସେଠି ଥାଏ ତେବେ ତାହାର ଦୌର୍ଘ୍ୟ ଋଣାତ୍ମକ ହୋଇଯିବ !!!!
ଏଇଠେ କହିରଖେ
ଏଭଳି ଘଟିବା ଭୌତିକୀର ମୂଳ ସିଦ୍ଧାନ୍ତ ର ସଂପୂର୍ଣ୍ଣ ବିପରୀତ କ୍ରିୟା ହେବ .....
ଜଣା କେମିତି କେଜାଣି ଲୋକେ
ଆଇନଷ୍ଟାଇନ ଏବଂ ଷ୍ଟିଫେନ ହକିନ୍ସ ଙ୍କ ଭଳି
ବୈଜ୍ଞାନିକ ଙ୍କର ଏଭଳି ଥିଓରୀ ସବୁ ହଜମ୍ କରୁଛନ୍ତି 😂😂😂😂

Friday, March 3, 2017

କାଳ କବଳରୁ କିଏ ବଞ୍ଚିଛି ଯେ ତୁମେ ବଞ୍ଚିଯିବ

ପଞ୍ଚମ ଖ୍ରୀଷ୍ଟାବ୍ଦରେ ଗ୍ରୀସରେ ଜଣେ ଦାର୍ଶନିକଙ୍କ ଜନ୍ମ ହୋଇଥିଲା
ଆକଚିଲ୍ସ୍ ନାମରେ ସେ ପୃଥିବୀ ବିଖ୍ଯାତ ।
ଆକଚିଲ୍ସ ବଡ ବିଦ୍ବାନ ତଥା ଭବିଷ୍ଯବକ୍ତା ବୋଲି ଗ୍ରୀସ୍ ରେ ଖୁବ ଜଣାଶୁଣା ଥିଲେ ।
କୁହାଯାଏ ଯେ
କୁଆଡେ ତାଙ୍କ ମୃତ୍ଯୁ କିଭଳି ହେବ ସେ ତାହା ବହୁ ପୂର୍ବରୁ ଜାଣି ପାରିଥିଲେ....
ତାଙ୍କୁ ତାଙ୍କ ମସ୍ତକରେ ଆଘାତ ଲାଗି ମୃତ୍ଯୁ ହେବାର ଆଭାସ ହୋଇଥିଲା ।

ତେଣୁ ସେ ନିଜର ଅଧିକାଂଶ ସମୟ ଖୋଲା ଆକାଶ ତଳେ ଅତିବାହିତ କରୁଥାଅନ୍ତି ।

କିନ୍ତୁ କାଳ ହାତରୁ କିଏ ବଞ୍ଚିଛି ଯେ ଆକଚିଲ୍ସ ବଞ୍ଚିଥାଅନ୍ତେ......

ଆକଚିଲ୍ସ
ଦିନେ ଖୋଲା ପଡିଆରେ ବସି କୌଣସି କଥା କୁ ନେଇ ଚିନ୍ତାମଗ୍ନ ଥାଅନ୍ତି.....

ଏତିକିବେଳେ
ତାଙ୍କ ମୁଣ୍ଡ ଉପରେ ଆକାଶରୁ ଏକ କଇଁଛ ଆସି ପଡିଲାରୁ ତାଙ୍କର ସେଇଠାରେ
ଅକାଳ ମୃତ୍ଯୁ ହୋଇଗଲା .......

କୁହାଯାଏ ସେ ଦିନିଆ ୟୁରୋପରେ ଏକ ବିଶିଷ୍ଟ ପ୍ରକାରର ଛଞ୍ଚାଣ ଥିଲେ
ସେମାନେ ନିଜ ଶିକାରକୁ ଧରିନେଇ ଆଗେ କୌଣସି ଶକ୍ତ ପଥର ଚଟାଣ ଉପରେ
ଆକଶରୁ କଚାଡି ଛେଚିଦେଉଥିଲେ

ବୋଧହୁଏ
ଏଇଭଳି କୌଣସି ଏକ ଶ୍ୟେନ ପକ୍ଷୀ
ଭ୍ରମବଶତଃ ଆକଚିଲ୍ସଙ୍କ ଚନ୍ଦା ମୁଣ୍ଡକୁ ପଥର ଭାବି ତହିଁ ପରେ କଛପ୍ପ ଟିକୁ ଛେଚିଦେବାର କୁଚେଷ୍ଟାଟାଏ କରିଥିଲା ...

ତୁମେ କେତେ ବି ଚେଷ୍ଟା କର କାଳର ଗ୍ରାସରୁ କେହି ବଞ୍ଚିନାହାନ୍ତି ତୁମର ମଧ୍ଯ
ଶେଷ ଦିନ ଆସିବ .....

Wednesday, March 1, 2017

ସହ୍ଯ କରିବ କାହିଁକି

ତୁମ ଗ୍ରାମବାସୀ
ଭାଙ୍ଗିଦ୍ଯନ୍ତି ଯଦି ତୁମ୍ଭ ଘର ଆସି  !

ତୁମ୍ଭେ କରି ନଥିଲ
ତାଙ୍କ ସହ କଳିଗୋଳ କିଛି ।

ତାଙ୍କ ମନେ ଥିଲା କିନ୍ତୁ
ତୁମ୍ଭ ପ୍ରତି ଇର୍ଷା ବେଶି ।

ଘର ଆଖପାଖେ
ଯେଉଁ ରୁହନ୍ତି ପଡୋଶୀ
ତୁମ୍ଭ ଅହିତ ଚେଷ୍ଟା
ଯଦି କରିଥିଲେ କରନ୍ତି ।

ଦୋଷ ଦେବନି,
ମୁଁହ ଖୋଲିବନି
ଏକଥା ଭାଇ ହେ
କହୁଛ କେମିତି ?

ଅପରାଧୀ ନୁହେଁ
ସେ ବଡ ଦୋଷୀ
ସବୁ ଅତ୍ଯାଚାର ସହେ
ଯେ ମୁଣ୍ଡ ପାତି

ଉଠ ଉଠ ଜାତି ନିନ୍ଦା
ନ ସହ୍ଯ ଆଉ କର

ଯେ କରେ
ତୁମ୍ଭ ଦେଶ ଅପମାନ
ତାର ମୁଣ୍ଡ କାଟ କର

ସହିବି କିଆଁ ଅପମାନ

ପ୍ରଶ୍ନ ଏଠି ବିଷର ନୁହେଁ
ତାହା ତ ମୁଁ ପିଇଗଲି

ବିରକ୍ତ ଏ ଲୋକେ ସେବେ ହେଲେ ଯେବେ ମୁଁ ବଞ୍ଚିଗଲି ....

ପୁଣି ଚେଷ୍ଟା ତାଙ୍କ ଚଳାଇଛନ୍ତି
କରିବାକୁ ମୋତେ ହତ

ଶତ୍ରୃତା ମୁଁ କରିନଥିଲି
ମୁଁ ମୋ ଦୁଃଖରେ ଥିଲି ବ୍ଯସ୍ତ

ଆଜି ଅଛି କାଲି ବି ଥିବି
ଲଢୁଥିବି ବିରୋଧୀଙ୍କ ବିରୋଧରେ

ମୋ ଦେଶ ଭାଷା ମାଟି ପାଣି ପବନ ର ଅପମାନ ସହିବି କିଆଁରେ

●●●ହଁ ଓଡିଶା ଗରିବ●●●

କିଛିଦିନ ତଳେ ଦେଶର ପ୍ରଧାନମନ୍ତ୍ରୀ
ଅନ୍ଯ ଏକ ରାଜ୍ଯରେ ଆମ ରାଜ୍ଯ ସଂକ୍ରାନ୍ତୀୟ ଅନୁଚିତ କଟୁ ମନ୍ତବ୍ଯଟାଏ ଦେଲେ । ନିଜ
ଭାଷଣ ରେ କହୁ କହୁ କହିଗଲେ
ଓଡିଶା ଅର୍ଥ ଗରିବ !!!

କଥାଟା କେତେ କଟୁ ଜଣେ ସ୍ବାଭିମାନୀ ଓଡିଆ ହିଁ ଅନୁଭବ କରିପାରିବ ।
ଗୋଡଚଟା ଦଳୀୟ ସମର୍ଥକ ମାନେ ପ୍ରଭୂଭକ୍ତ ତେଣୁ ଏସବୁ ଅପମାନ ତାଙ୍କୁ କୋଉଠି ଦିଶୁଛି ।
ତା ପରଦିଧ
ଅନେକ ବିଜେପି ସମର୍ଥକଙ୍କୁ ଅନେକ ବୁଝେଇଲି ହେଲେ ବାବୁମାନଙ୍କର
ସ୍ଵାଭିମାନ ବଦଳରେ ବ୍ରହ୍ମଜ୍ଞାନ ଉଦୟ ହେଲା ....
ସେମାନଙ୍କ ମୁଁହରୁ ଗୋଟିଏ କଥା ବାହାରୁ ଥିଲା
"ସତ୍ଯ ସ୍ଵୀକାର କର"

ମୋ ମତରେ
ଓଡିଆ ଲୋକେ ଆଜି ଯଦି  ଗରିବ ତା'ର ମୂଳକାରଣ ସେମାନେ ବଦ୍ ଖର୍ଚ୍ଚୀ.....

ଆମେ ଯଦି ଏତେ
ଗରିବ ପର ପରବ ପାଳନ ବନ୍ଦ କରି ଟଙ୍କା ବଞ୍ଚାଅନ୍ତିନାହିଁ କାହିଁକି ?
ପଶ୍ଚିମବଙ୍ଗର କାଳୀ ଦୂର୍ଗାପୁଜା,
ପଶ୍ଚିମଭାରତର ଗଣେଶପୂଜା,କାର୍ତ୍ତିକେଶ୍ବର
ଲକ୍ଷ୍ମୀପୂଜା ଏବଂ ବିଶ୍ବକର୍ମା ପୂଜା ଆଦିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କାହିଁକି କରନ୍ତି ??
Big fat indian marriage ସବୁର ଆୟୋଜନ ନକରି
ବାହାଘର ସବୁ ମନ୍ଦିରେ କାହିଁକି କରନ୍ତିନି ?
ଫାଲତୁ ନେଣଦେଣ କାହିଁ କରନ୍ତି ଆୁମେ ମାନେ ....
ଯଦି ଆମେ ସତରେ ଏତେ ଗରିବ ହେଲଣି ଆରେ ସେ କାଳିଆକୁ କାହିଁକି ଛପନଭୋଗ ନିତି  ଖୁଆଅନ୍ତି ।
ତା ପାଖରେ ପଚାସ ଚାକର ଖଞ୍ଜି ବଢୀ ହେଉ ବନ୍ଯା ହେଉ ବାତ୍ଯା ହେଉ ଅନ୍ନଛତ୍ର ଖୋଲି ଲକ୍ଷେ ଲୋକଙ୍କ ମନ ତୋଷ କରୁଥିବା ଜାତି ଆଜି ଦେଶରେ ଗରିବ ବୋଲାଏ ।

ଘରବାଡୀରେ ଶାଗ ଦି ଗଛ ନ ଲଗେଇ ବଜାରରୁ କିଣି ଖାଇବା ଅଭ୍ଯାସ କଲେଣି ଆମେ ମାନେ
କିହୋ ଆମେ ଗରିବ ହେବାନି ତ କିଏ ହେବ.....

ଏ ବର୍ଷ ଇଂରାଜୀ ନୂଆ ବର୍ଷରେ ଗାଁରେ ଥିଲି ଦେଖିଲି ଗରିବ ରାଜ୍ଯର ଲୋକେ
ପୁଣି ଇଂରେଜଙ୍କ ପର୍ବ ପାଳୁଛନ୍ତି ।

ଇସ୍ ରାତି ଅଧରୁ ଫୋନ କଲ୍ ର ସୁଅ ଛୁଟିଥିଲା । ଏଣେ 12 ଘଣ୍ଟା ମାଇକ୍ ବାଜୁଥିଲା । ରାତି ଏଗାରରୁ ଟୋକାଏ ଥେଇ ଥେଇ ନାଚିବା ଆରମ୍ଭ କରିଦେଇଥିଲେ ।
ଆରେ ବାହ ! ସତରେ କେଡେ ଗରିବ ଲୋକଯାକ ବେ ଆମେ !!!!!!
ନୂଆବରଷ ର ପ୍ରଥମ ଦିନରେ ପୁଣି ବଣ ଭୋଜି କରିଯାଅନ୍ତି 😀😀😀

ହୋଲି ମାରବାଡୀ ଗୁଜରାଟୀ ଉତ୍ତରଭାରତରୁ ଓଡିଶାକୁ ଆସିଲା ।
200 ବର୍ଷ ପୂର୍ବେ ଓଡିଶାରେ ବହୁତ କମ ଲୋକ ମରାଠୀ ଶାସକ ପ୍ରଭାବରେ
ହୋଲି ଖେଳିବା ଆରମ୍ଭ କରିଥିଲେ ।
ଆଗେ ଓଡିଶାରେ ସବୁ ଜାତିର ଲୋକ ଯୋଦ୍ଧା ଏବଂ ବେପାରୀ ହୋଇପାରୁଥିଲେ । ତେଣୁ କ୍ଷତ୍ରୀୟ ମାନଙ୍କୁ ଯେହେତୁ ପୁରାଣ ମାନଙ୍କରେ
ହୋଲି ଖେଳିବାକୁ ବାରଣ କରାଯାଇଛି
ଓଡିଶାରେ ହୋଲି ବଦଳରେ ଦୋଳର ସଂସ୍କୃତି ବିକଶିତ ହେଲା ।

ଆଜିକାଲି ହୋଲି ଦିନ ଖଣ୍ଡିଆରାଜା କୁ ଭଙ୍ଗା ଶଗଡରେ ବସାଇ ସାହି ସାହି ବୁଲାଯାଇ ଯେଉଁ ଫାର୍ସ କରାଯାଉଛି ତାହା ମୂଳତଃ ବିହାର ରାଜ୍ଯର କୁସଂସ୍କାର ର ଓଡିଆ ସଂସ୍କରଣ ମାତ୍ର ।
ବିଦେଶୀ ପର୍ବ ମାନଙ୍କ ମଧ୍ଯରେ
ରାକ୍ଷୀବନ୍ଧନ ଏକ ଭଲପର୍ବ
ତେବେ ବାକି ସବୁ ପର ପର୍ବ ରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଓଡିଆ ଲୋକଙ୍କୁ ମିଳିଛି କଣ୍ ।
ପ୍ରଧାନମନ୍ତ୍ରୀଙ୍କ ଠାରୁ ଅପମାନ ?????
ଆଜି ଆମ ରଜପର୍ବ ରେ ଆଉ ପୂର୍ବଭଳି ସରସତା ,ଉତ୍ସାହ ନାହିଁ ...
ଦୋଳ ,ଦଣ୍ଡ ମେରୁ ଆଦି ଲୋପର୍ବ ମଧ୍ଯ ସମଦଶା ଭୋଗକଲାଣି ।
ନିଜ ପର୍ବ ସବୁ ଛାଡି ମରାଠୀ ଗୁଜରାଟୀ ହିନ୍ଦୀଭାଷୀ ଏବଂ ବଙ୍ଗାଳୀ ମାନଙ୍କ ପର୍ବ ପାଳୁଥିବା ଲୋକଙ୍କୁ ପ୍ରଧାଧମନ୍ତ୍ରୀ ଗରିବ କହି ଠିକ କହିଛନ୍ତି । ସାଧୁବାଦ ଆପଣଙ୍କୁ
ମାନ୍ଯବର ପ୍ରଧାନସେବକ ମହୋଦୟ !!!
ପ୍ରକୃତରେ ଓଡିଆ ଯାକ ନିଜ ସଂସ୍କୃତି କୁ
ଗୋଡରେ ଆଡେଇଦେଇ ହିଁ ଆଜି ଗରିବ

Tuesday, February 28, 2017

ଭାରତୀୟ କମ୍ୟୁନିଷ୍ଟ ମାନଙ୍କୁ ଚୀନର ୧୯୮୯ ଦଙ୍ଗା ବିଷୟରେ ପଚାରିଲେ ଚୁପ୍ କାହିଁକି ହୋଇଯାଆନ୍ତି......

୧୯୮୯ରେ ଚୀନର ବିଦ୍ୟାର୍ଥୀ ଏବଂ ଶ୍ରମିକମାନେ ୨ଟି ଦାବିକୁ ନେଇ ଦଙ୍ଗା କରିଦେଇଥିଲେ "
୧.କମ୍ୟୁନିଷ୍ଟ ପାର୍ଟି ଶାସନରେ ଭ୍ରଷ୍ଟାଚାର କମ୍ କରାଯାଉ
ଏବଂ
୨.ସମାଚାରପତ୍ର ଗୁଡ଼ିକ ଉପରୁ ସରକାରୀ ନିୟନ୍ତ୍ରଣ କୋହଳ କରାଯାଉ....

ଆନ୍ଦୋଳନକାରୀ ମାନେ ତିଆନ୍ ମାନ ଛକରେ 
ଧାରଣା ପ୍ରଦର୍ଶନ ଆରମ୍ଭ କରିଦେଲେ

ହେଲେ ଚୀନୀ ସେନା ପିପୁଲ୍ସ ଲିବରେସନ୍ ଆର୍ମୀକୁ ସରକାରୀ ଆଦେଶ ଦେଇ ଦିଆଗଲା
ଏବଂ ସେନା ଦ୍ଵାରା ନିଜ ଦେଶର ହିଁ
ପାଖାପାଖି ୫୦୦୦ ରୁ ୧୦୦୦୦ ନାଗରିକଙ୍କୁ ଗୁଳି ମାରିଦେଲେ ଟ୍ୟାଙ୍କ ଚଢେଇଦିଆଗଲା ।
ଏହି ସାମରିକ ଗଣହତ୍ୟାରେ ୬୦୦୦ ଲୋକ ଆହତ ହେଲେ ପୁଣି ୧୦୦୦୦ ରୁ ତତୋଽଧିକ ଲୋକଙ୍କୁ ଲମ୍ବା ସମୟକାଳର ଦଣ୍ଡାଦେଶ ହୋଇଗଲା ।

ଏସବୁ କଲାପରେ ତତ୍କାଳୀନ ଚୀନୀ ସରକାର କଣ୍ କଲା ନା ଏ ଘଟଣାକୁ ନିଜ ଦେଶର ଇତିହାସରୁ ହଟେଇଦେବାକୁ ଯାହାକିଛି କରାଯିବା କଥା କଲା....
ଏବଂ ଦୁନିଆରେ କୌଣସି କମ୍ଯୁନିଷ୍ଟକୁ ଏ ବିଷୟରେ କହିବାର ଅଧିକାର ଉପରେ ଚୀନ୍ କଟକଣା ଜାରୀ କରିଦେଲା ..

ତେଣୁ
ଆମ ଦେଶର କମ୍ୟୁନିଷ୍ଟ ଯାକ ଯେହେତୁ ଚୀନଦେଶୀୟ ଶାସକଙ୍କ ପୋଷାକୁକୁର
ସେମାନେ ଏ ଇତିହାସ ଜାଣି ମଧ୍ଯ ଅଜଣା ହେବାର ଅଭିନୟ କରନ୍ତି.....

ଇଂରାଜୀରେ ପଢନ୍ତୁ .....

୧.Tiananmen Square protests of 1989

୨.Tiananmen Square massacre takes place

୩.10 Horrifying Facts About The Tiananmen Square Massacre

୪.The Tiananmen Square Massacre - Background and Causes

Wednesday, February 22, 2017

ଅଖଣ୍ଡ ଓଡିଶା ସମୃଦ୍ଧ ଓଡିଶା ଗଠନ ପ୍ରତ୍ଯେକ ଓଡିଆର ଲକ୍ଷ ହେବା ଉଚିତ୍

ଗୋଟିଏ ଜାତିର ମୌଳିକତା ତା'ର ସଂସ୍କୃତିରୁ ଜଣାପଡେ ।
ସଂସ୍କୃତି ଦୃଷ୍ଟିରୁ ଭାରତ ଏକ ଏବଂ ଅଭିନ୍ନ । ଭାଷା କିମ୍ବା ଧର୍ମ ନାଁରେ ଏ ଦେଶକୁ ବାଣ୍ଟିବାକୁ ଚେଷ୍ଟା କଲେ କେବଳ ସାମୁହିକ ଅବନତି ହିଁ ସାର ହେବ ।
ସେଇଭଳି ପୂର୍ବଭାରତର ସଂସ୍କୃତିକୁ ଆମେ ସାଧାରଣତଃ ଜଗନ୍ନାଥ ସଂସ୍କୃତି କହିଥାଅନ୍ତି ।
କେତେ ବର୍ଷତଳେ ଓଡିଶାର ବିଭାଜନ ପାଇଁ କିଛି ଲୋକ ଚେଷ୍ଟା କରିଥିଲେ ।
ସେମାନଙ୍କର ପ୍ରଧାନ ଯୁକ୍ତିଥିଲା ଯେପରି 1936 ରେ ଭାଷା ଆଧାରରେ ଆଧୁନିକ ଓଡିଶା ରାଜ୍ଯର ଗଠନ ହୋଇଥିଲା ଠିକ ସେଇଭଳି ଆମ୍ଭ ଭାଷାକୁ ନେଇ ଆମ୍ଭେ ନୁଆ ରାଜ୍ଯର ଗଠନ କରିବୁ ।
ସେମାନେ ସତ ଠାରୁ କୋଶେ ଦୂରରେ ମାଟି କାମୁଡି ମାଛଭଳି ପଡି ପଡି ସମୁଦ୍ରକୁ ଗାଳି ଦେବାରେ ଅଭ୍ଯସ୍ତ ହୋଇଲେଣି ।
ପ୍ରକୃତରେ ଓଡିଶାରାଜ୍ଯ ଗଠନ ଜଗନ୍ନାଥ ସଂସ୍କୃତି ଆଧାରରେ ହୋଇଥିଲା କିନ୍ତୁ ରାଜନୈତିକ କୂଟଚକ୍ର ର ଶିକାର ହୋଇ ଅଖଣ୍ଡ ଓଡିଶାର ଗଠନ ହୋଇପାରିନଥିଲା ।
ଆଜି ଆମ ବିଚ୍ଛିନ୍ନାଞ୍ଚଳ ଆମଠାରୁ ଦୂରେଇ ଦିଆଯାଇଛି । ମେଦିନୀପୁର,ସିଂହଭୂମ,ବସ୍ତର,ଷଡେଇକଲା,ଖରସୁଁଆ,ହିରଣ୍ଯଭୂମ ଆଦି ଅଞ୍ଚଳର ପୁନଃ ମିଶ୍ରଣ କରାଯାଇ ଜଗନ୍ନାଥ ସଂସ୍କୃତି ଆଧାରରେ ଅଖଣ୍ଡ ଓଡିଶା ରାଜ୍ଯର ଗଠନ କରାଯିବା ଉଚିତ ।
ବର୍ତ୍ତମାନରେ ଏହା ଏତେଟା ସହଜ ଲାଗୁନାହିଁ ।

ପଶ୍ଚିମ ଓଡିଶାର ଅଧିକାଂଶ ଭାଷାପ୍ରେମୀ ସ୍ବାଭିମାନୀ ବ୍ଯକ୍ତି ଇତିମଧ୍ଯରେ କୋଶଲୀକୁ ଓଡିଆ ଠାରୁ ଭିନ୍ନ ଦେଖାଇବା ପାଇଁ ଦେବନାଗରୀ ଲିପିରେ ସମ୍ବଲପୁରୀ ଭାଷାକୁ
ଲେଖିବା ଆରମ୍ଭ କରିଦେଇଛନ୍ତି ।

ଅତୀତରେ ବଙ୍ଗାଳୀ ମାନେ ମଧ୍ଯ ଏଇଭଳି କରିଥିଲେ । ସେମାନେ ତାଙ୍କ ପ୍ରାଚୀନ ଲିପି (ଯାହାକି ଉତ୍କଳଲିପି ସଦୃଶ ଥିଲା) କୁ ବଦଳାଇ ନୂତନ ଲିପିରେ ପ୍ରଚଳନ କରାଇଥିଲେ ।

ବଙ୍ଗାଳୀ ମାନେ ନିଜକୁ ଉତ୍କଳ କଳିଙ୍ଗ ଠାରୁ ସିନା ଅଲଗା କରିଦେଲେ କିନ୍ତୁ ଆଜି ବି ତାଙ୍କ ସମାଜରେ ଜଗନ୍ନାଥ ସଂସ୍କୃତିର ଚିହ୍ନ ମିଳୁଛି,
ହୁଳହୁଳୀ ହେଉଛି ଏହାର ଏକ ଉଦାହରଣ ।

ତେଣୁ ପ୍ରଥମେ ପଶ୍ଚିମ ଓଡିଶାକୁ ଏଥିପ୍ରତି ସଚେତନ କରାଇବାକୁ ହେବ ଯେ ରାଜ୍ଯ ବିଭାଜନ ଚକ୍ରାନ୍ତ ପଛରେ
ଆମ୍ଭ ଚିରଶତ୍ରୃ ମାନଙ୍କର ହାତ ଅଛି ।

ଯେଉଁମାନେ ଦିନେ
"ଉଡିୟା ଐକ୍ ସ୍ବୋତୋନ୍ତ୍ରୋ ଭାଷା ନୋୟ୍" କହିଥିଲେ...

ଯେଉଁ ହିନ୍ଦୀଭାଷୀମାନେ ସମ୍ବଲପୁର କ୍ଷେତ୍ରରେ
ଓଡିଆଭାଷାରେ ଲେଖାଯାଇଥିବା ଦରଖାସ୍ତ ନ ନେଇ ତାହା
ଟେବୁଲ୍ ଉପରେ ଊଇ ଖାଇବାକୁ ଛାଡିଦେଉଥିଲେ
ହଁ ମୋ ମତରେ
ପ୍ରକୃତ ପକ୍ଷେ ସେହି ବଙ୍ଗାଳୀ, ହିନ୍ଦୀଭାଷୀଙ୍କ ବର୍ତ୍ତମାନ ଦାୟଦ ମାନେ ହିଁ ଏ ସବୁ କୁଟ ଚକ୍ରାନ୍ତ ର ଅସଲ ଖଳନାୟକ । ଓଡିଆ ଭାଷା ପ୍ରତି
ଘୃଣା ତାଙ୍କର ରକ୍ତରେ ଅଛି କିନ୍ତୁ ବିମାତା ପୁତ୍ର ଭାଇ ଭଳି ଏକ ପିତା ପୁତ୍ର ହୋଇଥିବାରୁ ଆମ୍ଭ ସହ ମିଷ୍ଟ ବ୍ଯବହାର ପୂର୍ବକ ଚଳିବାକୁ ବାଧ୍ଯ ହେଉଛନ୍ତି ।

ସମ୍ବଲପୁରରେ ବିଜ୍ଞବ୍ଯକ୍ତି ମାନେ ଏକଥା ବୁଝିଲେଣି । ସେମାନେ କୋଶଲୀ ନାଁରେ ସମ୍ବଲପୁରୀକୁ ମାରିଦେବାର ଯୋଜନର ବିରୋଧ କରିବା ଆରମ୍ଭ କରିଦେଲେଣି । ଉପକୂଳ ଓଡିଶାର ବିଶିଷ୍ଟ ବିଦ୍ବାନ ବ୍ଯକ୍ତିବିଶେଷ ମଧ୍ ତାଙ୍କୁ ଏ ଦିଗରେ ସମର୍ଥନ ଦେଇ ଅଖଣ୍ଡ ଓଡିଶା ଦିଗରେ ଏକ ପାଦ ବଢାନ୍ତୁ ।

ଏଠି ମନେ ରଖିବାକୁ ହେବ ଯେ ଅଖଣ୍ଡ ଓଡିଶା ଗଠନରେ ହିଁ ଓଡିଶା ର ସାମୁହିକ ସମୃଦ୍ଧି ସମ୍ଭବ ହୋଇପାରିବ ।

Saturday, February 18, 2017

------ସୁକୁମାରୀ---

ଏକ ଗାଁରେ ଜନୈକ ଜମିଦାରଙ୍କ ଝିଅ ସୁକୁମାରୀ ବଡ଼ ଅଲିଅଳରେ ବଢିଥିଲା ।
କାମଦାମ ରୋଷେଇବାସ ଆଦି ତାକୁ ଜଣାନଥିଲା ।
ଦେଶରେ
ଇଂରେଜ ଶାସନ ଆସିଲା । ଇଂରେଜ ମାନେ ସୂର୍ଯ୍ୟାସ୍ତ ଆଇନ୍ ବଳରେ ଓଡିଆ ଜମିଦାର ମାନଙ୍କ ଠାରୁ ଜମିଦାରୀ ମାଲିକାନା ସତ୍ବ ଜବରଦଖଲ କରିନେଇ ବଙ୍ଗାଳୀ ଲୋକଙ୍କୁ ଦେଲେ ।
ଜମିଦାର ଜଣକ ଗରିବ ହୋଇ ବିଚରା ଚାଷକରି ଚଳିଲେ । ଏଣେ
ଝୁଅର ବୟସ ଦିନକୁ ଦିନ ବଢୁଥାଏ ।
ସେକାଳିଆ ଲୋକେ 14 ବରଷ ନହେଉଣୁ ଝିଅଙ୍କୁ ହାତକୁ ଦି ହାତ କରିଦେଉଥିଲେ ।
ଜମିଦାର ଜଣକ ତାଙ୍କ ଝିଅ ପାଇଁ ଭଲ କରଣ ଘରେ ବିବାହ ଦେଲେ ।
କିନ୍ତୁ ବିବାହ ପରେ ମଧ୍ଯ ଝିଅର ମତିଗତିରେ ସେତେଟା ପରିବର୍ତ୍ତନ ହେଲାନାହିଁ ।
ଶଶ୍ବରଘରେ ମଧ୍ଯ କଣ୍ଢେଇ ସହ ଖେଳୁଥାଏ ।
ତା ସ୍ବାମୀ ଦିନ କେତୁଟା ଯାଏଁ ଧୌର୍ଯ୍ୟ ଧରି ରହିଲା । ଏମିତି ରେ 3 ବରଷ ବିତିଗଲା ।
ସୁକୁମାରୀ ଯୁଆନ୍ ହେଲା ଏଭେ କଣ୍ଢେଇ ବଦଳରେ ବିଲେଇ କେତୁଟା ପାଳିଲାଣି ।

ସ୍ବାମୀ ଜଣକ ସୁକୁମାରୀକୁ ବାରମ୍ବାର ବୁଝାଇ ଥକିଲାକିନ୍ତୁ କୌଣସି ସୁଫଳ ନମିଳିଲାରୁ ନିରାଶ ଥାଏ ।

ତହୁଁ ଏକ ଉପାୟ ପାଞ୍ଚକରି
ଦିନେ କାମକୁ ଯିବା ପୂର୍ବରୁ ବିଲେଇ ମାନଙ୍କୁ କହିଗଲା
ଶୁଣଲୋ ବିଲେଇ ମାନେ
ଆଜି ଦ୍ବିପହର ରୋଷେଇ ରାନ୍ଧି ଦେଇଥିବ ନହେଲେ ଅଡୁଆ ରେ ପଡିବ ଜାଣିଥା 😀😀😀

ସୁକୁମାରୀ ଏ ସବୁ ଶୁଣୁଥାଏ ।
ଦ୍ବିପହରକୁ ଜମିରୁ ଫେରି ପତି
ଜଣକ ଯୋଉଠୁ ଦେଖିଲା
କିଛି ରୋଷେଇ ହୋଇନି
ସୁକୁମାରୀ କୁ କିଛି କହିବା ପରିବର୍ତ୍ତେ
ବିଲେଇଙ୍କୁ ଅମରିଛାଟରେ ପିଟିବା ଆରମ୍ଭ କରିଦେଲା । 😀😀😀

ସୁକୁମାରୀ ଏ ଘଟଣା ବିସ୍ମୟ ଚକିତନେତ୍ରେ ଦେଖୁଥାଏ ।
ଦୌଡି ଆସି ସ୍ବାମୀଙ୍କୁ ବଝେଇବାକୁ ଲାଗିଲା
କିହୋ ତୁମ୍ଭେ ପାଗଳ ହେଲ କି
ଏ ବିଲେଇ ଯାକ ପୁଣ କେଭେ କଣ୍ ରୋଷେଇ କରିପାରିବେ କି ?
ସ୍ବାମୀ ଜଣକ ଉତ୍ତର ଦେଲା ହଁ ଠିକ କଥା
କହିଲ । ବିଲେଇ ମାନେ ରୋଷେଇ କରିଜାଣନ୍ତି ନାହିଁ
କିନ୍ତୁ ସେମାନଙ୍କର ତୁମେ ଏତେ ମାତ୍ରାରେ ଯତ୍ନ ନେଉଚ କେବେ ଥରୁଟିଏ ତ ମୋ କଥା ଭାବିନାହଁ !!! ମୁଁ କଣ୍ ବିଲେଇଙ୍କ ଆଗରେ ତୁମ ପିଲା ଦିନ କଣ୍ଢେଇ ଭଳି ସଦା ଅଲୋଡା ହୋଇଥିବି ?

ଦେଖାଗଲା
ତାପରଦିନ ସୁକୁମାରୀ ତା ପତିଠାରୁ ରୋଷେଇ ଶିଖୁଥିଲା ।
(ଜହ୍ନମାମୁଁ)

Tuesday, February 14, 2017

ପୁରସ୍କାର

ସତରଶହ ମସିହା ମଧ୍ଯଭାଗର କଥା ।
ଏଇ କେତେମାସ ପୂର୍ବରୁ ମରାଠୀ ମାନେ
ଉତ୍କଳର କିଛି ଅଂଶ ଦଖଲ କରିନେଇଥାଆନ୍ତି ।

କୁହାଯାଏ ମୋଗଲ ରାଜତ୍ବକାଳରେ
ଓଡିଶାରେ ପ୍ରଥମଥର ପାଇଁ ମରୁଡୀ ହୋଇଥିଲା । ମୋଗଲ ମାନଙ୍କ ଦାଉ ସହି ସହି ବଞ୍ଚିଥିବା ଓଡିଆ ମାନଙ୍କ ଆଶା ଥିଲା ମରାଠୀଙ୍କ ସାହାଯ୍ୟରେ ସେମାନଙ୍କର ଉନ୍ନତି ହେବ ।
କିନ୍ତୁ ସେମାନେ ମୋଗଲଙ୍କ ଠୁଁ ମଧ୍ଯ ବଳିଗଲେ ।
ଖଣ୍ଡାଏତ ସୈନିକ ତାଙ୍କରି କଥାରେ ପଡି ଗାଁ ଗଣ୍ଡା ଲୁଟପାଟ କରୁକରୁ ଶେଷରେ ମରାଠୀ ମାନଙ୍କ ବିଶ୍ବାସଘାତକତାର ଶିକାର ହେଲେ ।

ମାଗଣା ଚାଷଜମି ସହ ଉତ୍କଳ ସମାଜରେ ତାଙ୍କ ପ୍ରତି ଥିବା ଆଦର ସମ୍ମାନ ମଧ୍ଯ ଧୂଳିସାତ୍ ହେଲା ।
ଓଡିଆ ଲୋକେ ,ଓଡିଶାର ମାଟି ଧୀରେ ଧୀରେ ଶ୍ରୀହୀନ ହୋଇ ଆସୁଥାଏ ଠିକ ଏଇ ଘଡିସନ୍ଧି କାଳଖଣ୍ଡରେ
ନାଗପୁର ରାଜାଙ୍କ ଦ୍ବାରା ପ୍ରେରିତ ଜଣେ ଶାସକଙ୍କ ଆଗମନ ଓଡିଶାକୁ ହେଲା ।

ସେ ରାଜା ଜଣକ ବଡ ବୀର ଥିଲେ ସତ କିନ୍ତୁ ତାଙ୍କର ପରମ ଧନ କାର୍ପଣ୍ଯତା ଚନ୍ଦ୍ର ମଧ୍ଯେ ଦାଗଭଳି ଅସୁନ୍ଦର ଲାଗିବାକୁ ଯଥେଷ୍ଟ ଥିଲା ।

ସେ ରାଜାଙ୍କ
ଦରବାରକୁ ଥରେ ଜଣେ ଫକୀର ଗୀତ ଗାଇବାକୁ ଯାଇଥାଏ ।

ସମସ୍ତ ରାଜକାର୍ଯ୍ୟ ଶେଷ ପରେ
ଫକୀର ପାଳି ପଡିଲା ।
ସେ ବହୁତ ଉତ୍କୃଷ୍ଟ ଗୀତ ଗାଇଲା ।
ସମସ୍ତ ରାଜକର୍ମଚାରୀ ମନ୍ତ୍ର ମୁଗ୍ଧବତ୍ ତାହାର ଗୀତ ଶୁଣୁଥିଲେ ।
ଗୀତ ଶେଷରେ କରତାଳୀ ସହ ପ୍ରଶଂସା ବାକ୍ଯରେ ସଭାଭବନ ଗୁଞ୍ଜୟମାନ ହେଉଥାଏ ।
ରାଜାଙ୍କୁ ଫକୀରର ଗୀତ ଖୁବ ଭଲ ଲାଗିଲା,
ସଙ୍ଗେ ସଙ୍ଗେ
ଘୋଷଣା କଲେ
ଏ ଗାୟକଙ୍କୁ ଅନେକାନେକ ହୀରାଲୀଳା ଦେଇ ସମ୍ମାନୀତ କରାଯାଉ ।

ଭଣ୍ଡାରଘର ରକ୍ଷକ ଗନ୍ତାଇତ ଚିନ୍ତାରେ ପଡିଲେ ।
ଏଣେ ରତ୍ନଭଣ୍ଡାରରୁ ଧନର ମଧ୍ଯ ଅଭାବ ପୂରଣ ହୋଇ ପାରୁନାହିଁ
ହୀରାଲୀଳା କାହୁଁ ଆସିବ ?

ତହୁଁ ଫକୀର ସଭାଜନଙ୍କ ଅନୁରୋଧ ରକ୍ଷାକରି ଆଉ ଏକ ଗୀତ ଗାଇଲା ।
ତାହା ମଧ୍ଯ ମନଛୁଁଆ ହେଲା ।
ରାଜା ପୁଣି ଗଦ୍ ଗଦ୍ ହୋଇ
ଘୋଷଣା କଲେ

ବାହ୍ ବାହ୍ ! ଚମତ୍କାର !!!!

ଏ ଲୋକକୁ ଏଭେ ଦଶ ସହସ୍ର ସ୍ବର୍ଣ୍ଣମୁଦ୍ରା ପ୍ରଦାନକର ।
କୋଶାଧକ୍ଷ ଗନ୍ତାଇତ ଆହୁରି ଡ଼ରିଲେ ।

ଏ ବ୍ଯକ୍ତି ଯଦି ବର୍ତ୍ତମାନ ଦଶ ହଜାର ସ୍ବର୍ଣମୂଦ୍ରା ଦିଆଯାଏ
ଏ ରାଜା ଏବଂ ରାଜ୍ଯ କାଙ୍ଗାଳ ହୋଇଯିବ !!!!

ଏଣେ
ରାଜାଙ୍କ ଅନୁରୋଧରେ ଫକୀର ଆଉ ଏକ ଗୀତ ଗାଇଲା

ଏ ଗୀତ ଆହୁରି ଭାବପୂର୍ଣ ମଧୁର ହେଲା
ରାଜାଙ୍କ ଖୁସି କହିଲେ ନ ସରେ ।।।

ପେଶଓ୍ବା ରାଜାଙ୍କ ଅମଳରେ ପୁଣି ଏଭଳି ଚିତ୍ତାକର୍ଷକ ଗାୟକ ଅଛନ୍ତି ଅଥଚ
କେହି ତାଙ୍କ ନାମ ସୁଦ୍ଧା ଜାଣି ନାହାନ୍ତି ।

ରାଜା ଭାବବିହ୍ବଳ ହୋଇ ଘୋଷଣା କଲେ
ଏଇ ଗରୀବ ଫକୀରକୁ ତୁରନ୍ତ ରାଜ୍ଯ ତରଫରୁ ଜମି ପ୍ରଦାନ କରାଯାଉ !!!

ଏତକ ଶୁଣିବା କ୍ଷଣି ଗନ୍ତାୟତ ଆଉ ସହି ପାରିଲେନି
କି ଚୁପ ରହି ପାରିଲେନି ....
ରାଜାଙ୍କ କାନରେ ଧୀରେ ଯାଇ କଣ ସବୁ କହିଗଲେ ....
ରାଜା ତହୁଁ ଅଳ୍ପ ହସି ଗନ୍ତାଇତଙ୍କୁ ପ୍ରତ୍ଯୁତ୍ତର ଦେଲେ
ଅପେକ୍ଷା କର !!!!!

ବଡ ଖୁସି ମନରେ
ଫକୀର ଘରକୁ ଫେରିଲା
ତା ଗାଁ ରେ ସେ ଏବେ
ମାହାନ୍ତୀ ଜମିଦାରଙ୍କ ଠାରୁ ମଧ୍ଯ ବଡ ଧନୀ ! ଫକୀରର ପାଦ ତଳେ ପଡୁ ନଥାଏ
କାଲି ଯେଉଁମାନେ
ତାକୁ ଛି ଛାକର କରୁଥିଲେ
ଆଜି ତା' ବିଷୟରେ ଦାଣ୍ଡରେ ବାଟରେ
ହାଟରେ ଘାଟରେ ସବୁଠିଁ ଚର୍ଚ୍ଚାରେ ବ୍ଯସ୍ତ !
ଏଇମିତି କେତେଦିନ ଗଲା
ଫକୀର ରାଜାଙ୍କ ଠାରୁ ମିଳିବାକୁ ଥିବା ରାଜସମ୍ମାନ ଏବଂ ପୁରସ୍କାରକୁ ଅନେଇ ଅନେଇ ଗୁଡାଏ ଦିନ ଗଡେଇ ସାରିଥାଏ ।
ଶେଷରେ ଗୋଟାଏ ଦିନ
ରାଜସଭାରେ ରାଜାଙ୍କୁ ଭେଟିବାକୁ ଯାଇ ନିଜ ପ୍ରାପ୍ଯ କଥା ପଚାରିଲା  .....
ହେ ଉତ୍କଳାଧିପତି ଆପଣ ମୋତେ ଯେଉଁ ସବୁ ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ
କାହିଁ ତହିଁରୁ କିଛି ହେଲେ ଅବଧି ମୋତେ ମିଳିନାହିଁ ?
ଦୟାକରି ଏଥିପ୍ରତି ଯଦିି ଦୃଷ୍ଟିପାତ କରନ୍ତି
ଏ ଅଧମ ପ୍ରତି ବଡ କୃପା ହୁଅନ୍ତା ।

ତା' ଶୁଣି
ରାଜା କୁଟୀଳ ହସଟାଏ ହସି
କହିଲେ
କିହୋ ଫକୀର
ଏ କିି କଥା କହୁଛ !
ମୁଁ ପୁଣି ତୁମକୁ ତୁମ ପ୍ରାପ୍ଯ ଦେଇନାହିଁ ???
ହଇହୋ ତୁମେ ଆମ୍ଭ କର୍ଣ୍ଣ କୁ ଗୀତ ଗାଇ ଖୁସି କରିଦେଇ ଥେଲ
ତେଣୁ ଆମ୍ଭେ ମଧ୍ଯ ପୁରସ୍କାର ଦେବାର ଘୋଷଣା ମାନ କରି ତୁମ୍ଭ କର୍ଣ୍ଣକୁ ମଧ୍ଯ ଖୁସି କରିଦେଇଥିଲୁ !!!!
ଏଥିରେ ତୁମ ପ୍ରତି ଆମ୍ଭର ଅନ୍ଯାୟ କୋଉଠି ହୋଇଲା ?

ରାଜାଙ୍କର ଏତାଦୃଶ ନ୍ଯାୟ ଦେଖି ଶୁଣି
ବିଚରା ଫକୀର କାନମୁଣ୍ଡା ଆଉଁସି ଘରକୁ ଫେରିଲା



Sunday, February 12, 2017

ଆଗ ଅଣ୍ଡା ନା କୁକୁଡ଼ା ର ବିଜ୍ଞାନ ଭିତ୍ତିକ ଉତ୍ତର

ପୃଥିବୀରେ ପର୍ଯ୍ୟାୟକ୍ରମେ ତିନିପ୍ରକାରର ବାୟୁମଣ୍ଡଳ ଥିବା ତଥା  ଆଜିର ବାୟୁମଣ୍ଡଳ ଅପେକ୍ଷା ପ୍ରଥମ ପ୍ରକାର ର ବାୟୁମଣ୍ଡଳ ସଂପୂର୍ଣ୍ଣ ଭିନ୍ନ ଥିବା ଅଧିକାଂଶ ବୈଜ୍ଞାନିକ ଙ୍କ ମତ ।

ସୌରମଣ୍ଡଳର ଗ୍ରହ ଗୁଡିକ ରେ ସାଧାରଣତଃ ହାଇଡ୍ରୋଜନ୍ ଗ୍ଯାସ ର ମାତ୍ରା ସର୍ବାଧିକ ଥିବା ଦେଖାଯାଏ ।
ସୃଷ୍ଟିକାଳରେ
ଯେଉଁ ଧୂଳିକଣା ଏବଂ ଗ୍ଯାସର ବାଦଲରେ ଆମ୍ଭ ସୌରଜଗତର ସୃଷ୍ଟି ତହିଁ ରେ ମୁଖ୍ୟତଃ ଉଦଜାନ୍ ଗ୍ଯାସ ହିଁ ଥିବ । ସେଇ ଗ୍ଯାସ ବାଦଲରେ ଅନ୍ଯ ଗ୍ଯାସର କିଛି ଅଣୁ ମଧ୍ଯ ଥିବ ।

ସେମାନଙ୍କ ସାଧାରଣ composition ଏଇ ଭଳି ହୋଇ ଥିବ....

ମିଥେନ୍ ~4ଟି ହାଇଡ୍ରୋଜନ୍ ଗୋଟିଏ କାର୍ବନ୍ ଅଣୁ....
ଆମୋନିଆ~3ଟି ହାଇଡ୍ରୋଜନ୍ ,ଗୋଟିଏ ନାଇଟ୍ରୋଜନ୍ ଅଣୁ,
ଜଳ~ଦୁଇଟି ହାଇଡ୍ରୋଜନ୍ ଗୋଟିଏ ଅକ୍ସିଜେନ୍ ଅଣୁ,
ହାଇଡ୍ରୋଜନ ସଲ୍ଫାଇଡ୍ ଯେଉଁ ଥିରେ ଦୁଇଟି ହାଇଡ୍ରୋଜେନ୍ ଗୋଟିଏ ସଲଫର ଅଣୁ ଥାଏ ।

ପୃଥିବୀ ଯେତେ ବେଳେ ସୃଷ୍ଟିହେଲା ତା ପାଇଁ ବହୁତ ହାଲକା ଉଦଜାନକୁ ଧରିରଖିବା ସମ୍ଭବ ନଥିଲା ତେବେ ଅନ୍ଯ କିଛି ପଦାର୍ଥ କୁ ଧରିରଖିବା ସହଜଥିଲା ।

ସେତେବେଳେ ନିଶ୍ଚୟ ଭାରିମାତ୍ରାରେ ହାଇଡ୍ରୋଜନ୍ ଏବଂ ଆମୋନିଆ ଜଳ ମଧ୍ଯରେ ମିଶିରହିଥିବ ତଥା ବାୟୁ ମଣ୍ଡଳରେ ମୁଖ୍ୟତ ମିଥେନ୍ ସାମାନ୍ୟ ଆମୋନିଆ,ହାଇଡ୍ରୋଜନ ସଲଫାଇଟ୍ ଓ ବାଷ୍ପ ଆକାରରେ ଜଳ ରହିଥିବା ଅନୁମାନ କରାଯାଇପାରେ ।

ପ୍ରଖର ସୂର୍ଯ୍ୟକିରଣ ଯୋଗୁଁ ବାୟୁମଣ୍ଡଳରେ ବାଷ୍ପ ଆକାରରେ ଥିବା ଜଳକଣା ମଧ୍ଯରେ ରାସାୟନିକ ବିଘଟନ ଘଟି ଅମ୍ଳଜାନ ଏବଂ ଉଦଜାନ ଅଲଗା ହୋଇ ଯାଇଥିବେ ।
ପୁଣି ଅକ୍ସିଜେନ୍ ମୁକ୍ତ ହୋଇ ମିଥେନ ଏବଂ ଆମୋନିଆ ସହ ପ୍ରତିକ୍ରିୟା କରିବା ଫଳରେ କାର୍ବନ ଡାଇଅକ୍ସାଇଡ୍ ତିଆରି ହେବା ସହ ହାଇଡ୍ରୋଜନ୍ ମୁକ୍ତ ହୋଇଥିବ ନିଶ୍ଚୟ .......

ଏଇଭଳି ପୃଥିବୀରେ ଭିନ୍ନ ଭିନ୍ନ କାଳରେ ତିନୋଟି ପରସ୍ପର ଠାରୁ ଅଲଗା ବାୟୁମଣ୍ଡଳ ଥିଲା ।
ବର୍ତ୍ତମାନ କାଳରେ ଆମେ ଅମ୍ଳଜାନ ଏବଂ ଯବକ୍ଷାରଜାନ ପ୍ରଧାନ ତୃତୀୟ ବାୟୁମଣ୍ଡଳରେ ନିଶ୍ବାସ ନେଉଛନ୍ତି ।
ପୃଥିବୀରେ ଜୀବନ ର ଅୟମାରମ୍ଭ
ପ୍ରଥମ ବାୟୁମଣ୍ଡଳ(କାର୍ବନ ଡାଇଅକ୍ସାଇଡ୍ ~ନାଇଟ୍ରୋଜନ)
କିମ୍ବା ଦ୍ବିତୀୟ (ମିଥେନ,ଆମୋନିଆ,ହାଇଡ୍ରୋଜନ୍)
ବାୟୁମଣ୍ଡଳରେ ହୋଇଥିବା ଅନୁମାନ କରାଯାଏ ।

ଜୀବନର ସୃଷ୍ଟି ଆଜି ଅପେକ୍ଷା ଭିନ୍ନ ବାୟୁମଣ୍ଡଳ ହୋଇଥାଇପାରେ ବୋଲି ସର୍ବ ପ୍ରଥମେ ବ୍ରିଟିଶ୍ ରସାୟନଶାସ୍ତ୍ରୀ ଜେ ବି ଏସ୍ ହୈଲ୍ଡେନ୍ (1892-1964)
1929ରେ ମତ ଦେଇ ଥିଲେ ।

1936ରେ ରୁଷି ବୈଜ୍ଞାନିକ ଆଲେକଜ୍ଯାଣ୍ଡର ଆଇ ଓପାରିନ୍ ଏ ସଂକ୍ରାନ୍ତରେ ବିଶଦ ଗବେଷଣା କରିଥିଲେ । ତାଙ୍କ ମତରେ ପୃଥିବୀରେ ଜୀବନ ର ଜନ୍ମ ନିଶ୍ଚୟ ପ୍ରଥମ ପ୍ରକାରର ବାୟୁମଣ୍ଡଳରେ ହିଁ ହୋଇଥିବ ।

ମିଥେନ ଆମୋନିଆ ହାଇଡ୍ରୋଜେନ୍ ସଲ୍ଫାଇଡ୍ ପାଣି ଏସବୁ ଉପାଦନର ଅଣୁ ଛୋଟ ଛୋଟ ହୋଇଥାଏ ।
ଏଗୁଡିକର ଅଣୁରେ ତିନି ରୁ ପାଞ୍ଚ ଯାଏଁ ପରମାଣୁ ରହିଥାଏ ।

ଅତୀତରେ
ହାଇଡ୍ରୋଜନ୍ ,ଅକ୍ସିଜେନ ,ନାଇଟ୍ରୋଜେନ୍
ଏବଂ ସଲଫର୍ ର ଅଣୁ ପରସ୍ପର ରାସାୟନିକ ପ୍ରତିକ୍ରିୟା କାରଣରୁ ହୁଏତ ଏମିନୋ ଏସିଡ୍ ର ବଡ ପରମାଣୁ ତିଆରି ହୋଇଥିବ ।
(ଏଇ ଏମିନୋ ଏସିଡ୍ ଅଣ୍ଡା ଖୋଳପାରେ ମଧ୍ଯ ଥାଏ)

ଏମିନୋ ଏସିଡ୍ ଗଠନକୁ ନେଇ
କେବଳ ଗୋଟିଏ ସମସ୍ୟା ଅଛି ...

ସାମାନ୍ୟତଃ ଛୋଟ ପରମାଣୁ ,ବଡ ଅପେକ୍ଷା
ଅଧିକ ସ୍ଥିର ରହିଥାନ୍ତି ତେଣୁ୍
ସହଜରେ ବିଭାଜିତ ହୁଅନ୍ତି ନାହିଁ ।

ସେଇ ଭଳି ଛୋଟ ପରମାଣୁ ସହଜରେ
ପରସ୍ପର ସହ ମିଶି ବଡ ପରମାଣୁ ମଧ୍ଯ ତିଆରି କରି ପାରନ୍ତିନାହିଁ ।
ଆଉ ଯଦି ଛୋଟ ପରମାଣୁ କୁ ନେଇ
ବଡ଼ ପରମାଣୁଟିଏ ତିଆରି ହେଲା ବି ତାହା
ଶିଘ୍ରାତିଶିଘ୍ର ବିଭାଜିତ ମଧ୍ଯ ହୋଇଯାଏ ।

ବଡ଼ ପରମାଣୁରୁ ଛୋଟ ପରମାଣୁ ତିଆରି ହେବା ଗଡାଣିରୁ ତଳକୁ ଗଡ଼ି ଆସିଲା ଭଳି ଏବଂ
ଛୋଟ ପରମାଣୁରୁ ବଡ଼ ପରମାଣୁ ତିଆରି ହେବା ଉଠାଣି ଚଢା ସମାନ ।
ଛୋଟ ପରମାଣୁ କୁ ନେଇ ବଡ଼ ପରମାଣୁ ଗଠନ ପାଇଁ ସେମାନଙ୍କୁ ଉତ୍ସାହିତ କରିବାକୁ ହୁଏ ।
କିନ୍ତୁ ଏ ଉତ୍ସାହ ସେମାନଙ୍କୁ କେଉଁ ଠାରୁ ପ୍ରାପ୍ତ ହେବ,ଜୀବନ ଠାରୁ ?
ଏ କାର୍ଯ୍ୟ ଶକ୍ତି କରିପାରେ.....

ପୃଥିବୀର ସୃଷ୍ଟି କାଳରେ ପ୍ରଚୁର ମାତ୍ରାରେ ସୂର୍ଯ୍ୟକିରଣ ପୃଥିବୀ ପୃଷ୍ଠରେ ପଡୁଥିଲା ।  ସେତେବେଳେ
ବାୟୁମଣ୍ଡଳରେ
ଆଜିର ବିଜୁଳି, ଚଡକ ଠାରୁ ଅନେକ ଗୁଣା ଅଧିକ ବିଦ୍ୟୁତ୍ ପ୍ରବାହ ହେଉଥିଲା ।
ଆଗ୍ନେୟଗିରିରୁ ପ୍ରଚୁର ଆଗ୍ନେୟ ଉଦ୍ଗିରଣ ହେଉଥିଲା ।
ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣି ରଶ୍ମୀ ଦ୍ବୟ ସେତେବେଳେ ବିନା ବାଧାରେ ପୃଥିବୀ ପୃଷ୍ଠକୁ ଆସିପାରୁଥିଲା ଯାହା ଆଜି ଓଜୋନ ସ୍ତର ଯୋଗୁଁ
ପୃଥିବୀ ରେ ପହଞ୍ଚି ପାରେନି.....

ସମ୍ଭବତଃ ପ୍ରଚୁର ତାପ ବିଦ୍ଯୁତ୍ ଶକ୍ତି ଯୋଗୁଁ ପୃଥିବୀରେ ଜୀବନର ଆରମ୍ଭ ହୋଇ ଥିଲା ।
ପ୍ରଚୁର ପ୍ରାକୃତିକ ଶକ୍ତି ସାହାଯ୍ୟରେ
ହାଇଡ୍ରୋଜେନ୍ ନାଇଟ୍ରୋଜେନ୍ ଅକ୍ସିଜେନ୍ ଏବଂ ସଲଫର ପରମାଣୁ ସବୁ ବଡ଼ ପରମାଣୁ ଗଠନକରି
ଏମିନୋ ଏସିଡ୍ ତିଆରି ହୋଇ ଥିବ ।
ତାହା ଆହୁରି ଜଟିଳ ହୋଇ ସମୁଦ୍ର ରେ ଭାସିଥିବ ..
ଏଇ ଏମିନୋ ଏସିଡରୁ ହିଁ ପରବର୍ତ୍ତୀ କାଳରେ ଛୋଟ ଛୋଟ ଏକକୋଷୀ ଜୀବ ସୃଷ୍ଟି ହୋଇଥିବେ ......

ଆଗେ ଅଣ୍ଡା ନା କୁକୁଡ଼ା ଭଳି ପ୍ରଶ୍ନର ଏହା ବୈଜ୍ଞାନିକ
ଉତ୍ତର ....
ଅଣ୍ଡା .... ସାରା ପୃଥିବୀ ଟା ଯାକ ସମୁଦ୍ର ରେ ଯେହେତୁ ଏମିନୋ ଏସିଡ୍ ଜମା ହୋଇ ଥିଲା
ତେଣୁ ପୃଥିବୀ ଏକ ଅଣ୍ଡା ସଦୃଶ ଦେଖାଯିବା କଥା ଅନୁମାନ କରାଯାଇଥାଏ ....