Saturday, May 19, 2018

spurious association---୧---ନାୟଗ୍ରା---

ଉଡ୍ରବନ୍ଧୁ ଶ୍ରୀମାନ୍ ଡ଼ ଦେବାଶିଷ ଜ୍ୟେଷ୍ଠୀ ମହାଶୟ କିଛି ଦିନ ତଳେ ଏ ଅକିଞ୍ଚନ ର ଵାଲପୋଷ୍ଟ ରେ ଏକ ଵିଶିଷ୍ଟ ମତ ଦେଇଥିଲେ ଯେ ....

“ଦୁଇଟି ଶବ୍ଦରେ ଵ୍ୟୁତ୍ପତ୍ତିକ ସମ୍ବନ୍ଧ ଥିଲେ ତାକୁ ସଗୋତ୍ରୀୟ ଵା phylogenetically linked ବୋଲି ଜଣାଯାଏ । ଅଣଗୋତ୍ରୀୟ ଶବ୍ଦ ଗୁଡ଼ିକୁ କେଵଳ ବାହ୍ୟ ସାଦୃଶ୍ୟ ଆଧାରରେ ଯୋଡ଼ିଲେ ତାହାକୁ ପରିସଂଖ୍ୟାନ ଶାସ୍ତ୍ରରେ spurious association କହନ୍ତି । ଏପରି ହେଲେ ପାଠକ ନିଜେ ଵିଭ୍ରାନ୍ତ ହୁଅନ୍ତି ଓ ଅନ୍ୟକୁ ଵିଭ୍ରାନ୍ତ କରନ୍ତି”

ଅତୀତରେ ଏବଂ ଵର୍ତ୍ତମାନରେ ମଧ୍ଯ ତଥାକଥିତ କିଛି ଉତ୍ତର ଭାରତୀୟଙ୍କ ଦ୍ବାରା
ଏଭଳି ଶତାଧିକ spurious association  ରୂପକ ଭ୍ରାନ୍ତ ଵ୍ୟାଖ୍ୟା କରାଯାଇଛି ।

ଏକ ହିନ୍ଦୀ ବ୍ଲଗ୍ ଡିଏନଏ ଅଫ୍ ଓ୍ଵାର୍ଡସ୍ ରେ ଜଣେ
ଉତ୍ତର ଭାରତୀୟ ପଣ୍ଡିତ ରାଜେନ୍ଦ୍ର ଗୁପ୍ତା ଙ୍କର ଏଭଳି ଅନେକ spurious association  ଵ୍ୟାଖ୍ୟା ଦେଖିବାକୁ ପାଇଲି । ଏଠାରେ  ତହିଁରୁ ଗୋଟିଏ ଶବ୍ଦ ର ଵ୍ୟାଖ୍ୟା ଉପରେ ଚର୍ଚ୍ଚା କରିବା । ରାଜେନ୍ଦ୍ର ଗୁପ୍ତା ତାଙ୍କର ଏକ ବ୍ଲଗରେ
ନାଇଗ୍ରା ଜଳପ୍ରପାତ ର ନାମର ସଂସ୍କୃତ ଶବ୍ଦ ଭିତ୍ତିକ ଵ୍ୟାଖା କରିବାକୁ ଯାଇ ମତ ଦେଇଛନ୍ତି ଯେ ଏହାର ମୂଳ ହେଉଛି ସଂ.ଶ.=निर्झर
ଏବଂ ଏ ଶବ୍ଦ 
निर्झर >नियझर >नियगर  >नियागरा  ହୋଇଛି

କିନ୍ତୁ  ଏ ଶବ୍ଦ ଟି ମୂଳତଃ ଏକ ସଂସ୍କୃତ ଶବ୍ଦ ନୁହେଁ ।  ଏକ ମୂଳ ଆମେରିକୀ ଭାଷା Iroquoian language ବୋଲୁଥିବା kohnyá:kara'(“neck of land”)ଜନଜାତି ର ଲୋକଙ୍କୁ ଯେତେବେଳେ ପ୍ରଥମେ ଇଉରୋପର ଲୋକ ଆସି ଦେଖିଲେ ସେମାନେ ତାଙ୍କ ପୁସ୍ତକ ଓ ମାନଚିତ୍ରରେ ଏ ଲୋକଙ୍କୁ Onguiarahronon ତଥା Niagagarega
କହୁଥିଲେ  ଏଵଂ ଏ ଶବ୍ଦ ମଧ୍ୟରେ ପରେ Niagagarega ଶବ୍ଦ ଟି ଏ ଅଞ୍ଚଳ ତଥା ଏଠାରେ ପ୍ରଵାହିତ ନାୟଗ୍ରା ନଦୀ ତଥା ନାୟଗ୍ରା ଜଳପ୍ରପାତ  ପାଇଁ ଵ୍ୟଵହୃତ ହୋଇ ପରେ ବଦଳି ଯାଇ ଏହା ନାୟଗ୍ରା ହୋଇଅଛି ।


    ତେବେ ଏଠାରେ ସ୍ଵତଃ ପ୍ରଶ୍ନ ଉଠେ ସଂସ୍କୃତ କୁ ନେଇ ଏତାଦୃଶ ଅହଂ ଓ ଭାଷାଗତ ଏକଛତ୍ରଵାଦିତା କେତେ ଦୂର ଯୁକ୍ତି ଯୁକ୍ତ । 

ସଂସାରରେ ଆଷ୍ଟ୍ରୋଏସିଆଟିକ୍, ସେମେଟିକ,ସିନୋ ତିବତିଆନ୍ ,ଦ୍ରାବିଡ଼ ଆଦି ଅନେକ ଭାଷା ପରିବାର ଅଛି ଏବଂ ତହିଁ ରେ ହଜାର ହଜାର ଭାଷା ଵି ଅଛି । କେଵଳ ଇଣ୍ଡୋ ଇରୋପୀୟ ଭାଷା ପରିବାର ଗୋଟାଏ ଭାଷା ସଂସ୍କୃତ ଓ ତହିଁର ଶବ୍ଦ ଯାକ ଯେ ସେ ସମସ୍ତ ଭାଷାର ମୂଳ ହୋଇଥିବ ଏଭଳି ଅହଂ ପୂର୍ଣ୍ଣ କଥା କହି ପ୍ରମାଣ ପାଇଁ ଯୁକ୍ତି ବାଢିବା 

ବସୁଧୈବ କୁଟୁମ୍ଵକମ୍ ମହାଵାକ୍ୟର ମହାନତାକୁ ମଳିନ କରୁନାହିଁ ତ ?





ଶୋଇବା ପୂର୍ବରୁ ଜଳପାନ ର ଉପକାରିତା

      


ଯଦି ଆପଣଙ୍କୁ ଭଲ ନିଦ ହୁଏନାହିଁ ଏବଂ ଆସେଡିଟି ଓ ବଦହଜମୀ ଆଦି ରୋଗ ଅଛି ତେବେ ରାତିରେ ଶୋଇବା ପୂର୍ବରୁ କିଛି ଗ୍ଲାସ ପାଣି ନିଶ୍ଚୟ ପିଇନିଅନ୍ତୁ । ଆୟୁର୍ଵେଦ ଅନୁସାରେ ଵି ରାତିରେ ଶୋଇବା ପୂର୍ବରୁ ଜଳପାନ ସ୍ଵାସ୍ଥ୍ୟ ହିତକାରୀ କାରଣ ଏହା ଦ୍ଵାରା ସଂପୂର୍ଣ୍ଣ ରୂପେ ଶିରା ପ୍ରଶିରାରେ ସତେଜତା ଓ ତଥା ସ୍ଵଚ୍ଛତା ଆସିଥାଏ । 

1. ଶୋଇବା ପୂର୍ବରୁ ଜଳପାନ କରି ଶୋଇଲେ ସକଳେ ଶୌଚ ଭଲ ହୋଇଥାଏ ଏବଂ ଆସିଡିଟି ଭଳି ରୋଗରେ ଆରାମ ମିଳିଥାଏ ।

2. ରାତିରେ ଶୋଇବା ଆଗରୁ ଜଳପାନ ଆମକୁ ମାନସିକ ଶାନ୍ତି ମଧ୍ଯ ପ୍ରଦାନ କରିଥାଏ ତେବେ ଏଥିପାଇଁ ଅତି ଜଳପାନ ସର୍ଵଦୌ ଅନୁଚିତ କାରଣ ଏଥିଯୋଗୁଁ ଚିନ୍ତାଗ୍ରସ୍ତ ଵ୍ୟକ୍ତି ଅସହଜ ଅନୁଭଵ କରିପାରେ !







3. ଶୋଇବା ପୂର୍ବରୁ ପାଣି ପିଇଲେ ରକ୍ତ ସଂଚାରରେ ଅନେକ ଗୁଣରେ ଉନ୍ନତି ସାଧିତ ହୁଏ । ଫଳରେ ଏହାର ସିଧାସଳଖ ପ୍ରଭାଵ ହୃଦୟ ଉପରେ ହୁଏ । ଗଵେଷଣାରୁ ଜଣାପଡିଛି ଯେଉଁ ମାନେ ରାତିରେ ଶୋଇବା ପୂର୍ବରୁ ଜଳପାନ କରି ଶୋଇଥାନ୍ତି ଏମିତି ଲୋକଙ୍କୁ ହୃଦଘାତର ସମସ୍ୟା ବହୁତ କମ୍ ହୋଇଥାଏ ।  ହୃଦରୋଗୀ ମାନେ ମଧ୍ଯ ରାତିରେ ଶୋଇବା ଆଗରୁ ଜଳପାନ କରି ଶୋଇବା ଉଚିତ କାରଣ ଏହା ଦ୍ଵାରା ହୃଦଘାତର ଵିପଦ କେତେକ ପରିମାଣରେ କମ୍ ହୋଇଯାଏ ।

4.ପାଣି ନୂଆ ଜୀଵକୋଶ ନିର୍ମାଣରେ ମଧ୍ଯ ସହାୟକ ହୋଇଥାଏ । ରାତିରେ 
ପ୍ରାଣୀ ଶରୀରରେ ଜୀଵକୋଶ ନିର୍ମାଣ ସବୁଠାରୁ ଦୃତ ଗତିରେ ହୁଏ ଏବଂ ମାଂସପେଶୀ ଶକ୍ତ ହୋଇଥାଏ । ତେଣୁ ଯଦି ଆପଣ ଶକ୍ତ ମାଂସପେଶୀ ଚାହୁଁଥାନ୍ତି ତେବେ ପ୍ରତ୍ୟହ ଶୋଇବା ପୂର୍ବରୁ ନିଶ୍ଚୟ ଜଳପାନ କରି ଶୟନ କରନ୍ତୁ । 

5.ରାତିରେ ଶୋଇବା ପୂର୍ବରୁ ଜଳପାନ କଲେ ପାଚନଯନ୍ତ୍ର ମଧ୍ଯ ଠିକ୍ ରୁହେ ଏଵଂ ଓଜନ କମେଇବାରେ ମଧ୍ଯ ଏହା ସାହାଯ୍ୟ କରିଥାଏ ।

ଏମିତି ଵି ଅଛି ଦ୍ଵୀପ



ଦୁନିଆରେ ଏମିତି ଏକ ଦ୍ଵୀପ ଅଛି ଯେଉଁଠି କେବଳ ମହିଳା ମାନେ ଯାଇପାରନ୍ତି ଆଉ ସେଠାରେ ପୁରୁଷ ମାନଙ୍କ ପ୍ରଵେଶ ନିଷେଧ ଅଛି । ହଁ ଆଜ୍ଞା ସେ ଦ୍ଵୀପ ଟି ଫିନଲ୍ୟାଣ୍ଡ ଦେଶ ଅନ୍ତର୍ଗତ ଓ ତାହାର ନାଆଁ ହେଲା ସୁପରସୀ ଆଇଲ୍ୟାଣ୍ଡ ।



କାହିଁକି ପୁରୁଷଙ୍କର ପ୍ରଵେଶ ନିଷେଧ ?

ପ୍ରକୃତରେ ଏହି ଦ୍ଵୀପ ର ଏ ଆଶ୍ଚର୍ଯ୍ୟ ଜନକ ନିୟମ ପଛରେ ଅଛି ଏକ ଆମେରିକୀ ଧନୀକ ମହିଳା କ୍ରିଷ୍ଟୀନା ରୋଥ୍ ଙ୍କର ଭେଜା ର ଆଇଡିଆ । ସେ ବହୁତ ଦିନ ରୁ ଏମିତି ଏକ ସ୍ଥାନର ଅନ୍ଵେଷଣ ରେ ଥିଲେ ଯେଉଁଠି କି ମହିଳା ମାନେ ସ୍ଵଚ୍ଛନ୍ଦରେ ଵିଚରଣ କରିପାରିବେ ।


କେମିତି ଆସିଲା ଏଭଳି ନିଆରା ଵିଚାର ?

କ୍ରିଷ୍ଟୀନା ରୋଥ୍ ଥରେ କୈଲିଫୋର୍ନିଆ ର କାଲାବମାସ୍ ଆଶ୍ରମରେ ଛୁଟିକାଟୁଥିଲା ବେଳେ ସେଠାରେ ମହିଳା ମାନଙ୍କ ପ୍ରତି ଅସାମାଜିକ ଆଚରଣ ଦେଖି ପ୍ରଥମେ ଏଭଳି ଏକ ନିଆରା ସ୍ଥାନର ଉପଲବ୍ଧି ଅନୁଭବ କରିଥିଲେ । 


କେତେକ ମହିଳା ଙ୍କର ପୁରୁଷ ଙ୍କୁ ଦେଖିଲେ ଅସହଜ ହୋଇଯିବା ମଧ୍ଯ ଏଠାରେ ଅନୁଭୂତ ହେବ ନାହିଁ । ପ୍ରକୃଷ୍ଟ ଶାନ୍ତି ପାଇଁ ଏହା ଉତ୍କୃଷ୍ଟ ସ୍ଥାନ ବୋଲି କ୍ରୀଷ୍ଟିନା ରୋଥ୍ କୁହନ୍ତି



ଏମିତି ଵି ଅଛି ଦ୍ଵୀପ

ଜାପାନ ର ଦକ୍ଷିଣ ପଶ୍ଚିମ ରେ ଅଵସ୍ଥିତ ଓକିନୋଶିମା ଦ୍ଵୀପରେ କେତେକ ଧାର୍ମିକ କାରଣରୁ କେଵଳ ପୁରୁଷ ମାନେ ହିଁ ଯାଇପାରନ୍ତି ଏଠାରେ ମହିଳା ମାନଙ୍କ ପ୍ରଵେଶ ନିଷେଧ ଅଛି । ଏ ଦ୍ଵୀପକୁ ଯାଇ ସେଠାରୁ ଯଦି ସନ୍ତକ ନେଇ ଆସିବା କଥା ଭାବୁଛନ୍ତି ତେବେ ଭୂଲାଯାନ୍ତୁ କାରଣ ଏଠାକାର ନିୟମ ଅନୁସାରେ କେହି ଵି ଏଠାରୁ ଘାସ ଖଣ୍ଡେ ଵି ବାହରକୁ ନୃଇପାରିବେ ନାହିଁ ।

 

 

Thursday, May 17, 2018

●●ସ୍ଵର ଓ ସ୍ଵରଵର୍ଣ୍ଣ●●

--ସ୍ଵରଵର୍ଣ୍ଣ--ଅ,ଆ,ଇ,ଈ,ଉ,ଊ,ଋ,ୠ,ଏ,ଐ,ଓ,ଔ,ଌ(l̥ū),ୡ(l̥ūū)

→ହର୍ସ୍ଵ ସ୍ଵର-ଅ,ଇ,ଉ,ଋ,ଌ
→ଦୀର୍ଘ ସ୍ଵର-ଆ,ଈ,ଊ,ୠ,ୡ
→ମୂଳ ସ୍ଵରଵର୍ଣ୍ଣ:-ଅ,ଇ,ଉ,ଏ,ଓ

→●ଌ ଓ ୡ ର ଉଚ୍ଚାରଣ ଓ ଵ୍ୟଵହାର ଓଡ଼ିଆ ଭାଷାରୁ ଵିଲୁପ୍ତ ହୋଇସାରିଛି ତେବେ କେତେକ ଇଂରାଜୀ ତଥା ଅନ୍ୟ ଵୈଦେଶିକ ଶବ୍ଦ ର ଉଚ୍ଚାରଣ ଓ ଵ୍ୟାପକ କୁ ଦୃଷ୍ଟି ରେ ରଖି ଏହାର ପୁନଃ ପ୍ରଚଳନ କରାଯାଇପାରିବ ବୋଲି ଆଶା ଅଛି  ।
→●ଦୀର୍ଘ ୠ ର ଵ୍ୟଵହାର ଓଡ଼ିଆ ଭାଷାରେ ଅତ୍ୟଳ୍ପ ଥିଲା ବେଳେ ଓଡ଼ିଆ ଭାଷାର ଋ ର ଉଚ୍ଚାରଣ ରୁ ପରି ହୋଇଥାଏ ।
→●ଭାଷାବିଦ ଙ୍କ ମତରେ ‛ଋ’ ଓ ‛ୠ’ ଵ୍ୟଞ୍ଜନ ଵର୍ଣ୍ଣ ‛ର’ ର ସ୍ଵରଵର୍ଣ୍ଣ ରୂପ ଏବଂ
‛ଲ’ ର ସ୍ଵରଵର୍ଣ୍ଣ ରୂପ ହେଉଛି ଌ ଓ ୡ

→● ସ୍ଵରଵର୍ଣ୍ଣ ରେ କଣ୍ଠ୍ୟ ଵର୍ଣ୍ଣ
-କଣ୍ଠ ଦ୍ବାରା ଉଚ୍ଚାରିତ ସ୍ଵରଵର୍ଣ୍ଣ ବର୍ଣ୍ଣ --- ଅ, ଆ

→●ସ୍ଵରକୁ ତାହାର ଗୁଣ ଅନୁସାରେ ଵିଭନ୍ନ ରୂପେ ଵିଭାଗୀକରଣ କରାଯାଇପାରେ

★ଜିହ୍ଵା ର ଉଚ୍ଚତା ଅନୁସାରେ★

କ■ଵିବୃତ(ଖୋଲା ହୋଇଥିବା, ଜିଭ ତଳେ ପଡି଼ ରହିବା ଅଵସ୍ଥା/E.open)
ଖ■ଅର୍ଦ୍ଧ ଵିବୃତ (half-open)
ଗ■ମଧ୍ୟ ଵିବୃତ
ଘ■ଅର୍ଦ୍ଧ ସଂବୃତ(half-closed)
ଙ■ସଂବୃତ(ଅତ୍ୟନ୍ତ ସଂକୀର୍ଣ୍ଣ,ଅର୍ଥାତ୍ ଜିଭ ମୁଖର ଉପର ଅଂଶଯାଏଁ ଉଠିରହିଥାଏ/closed)
ତେବେ International Phonetic Alphabet ଵା ଆଇପିଏ ଅନୁସାରେ ଵୈଶ୍ଵିକ ଭାଷାଗୁଡିକରେ vowel height ଵା ସ୍ଵର ଉଚ୍ଚତା କୁ ସାତୋଟି ଵିଭନ୍ନ ଭାଗରେ ଵିଭକ୍ତ କରାଯାଇଛି କିନ୍ତୁ ଦେଖାଯାଏ ଦୁନିଆ ରେ ଏମିତି କୌଣସି ଭାଷା ନାହିଁ ଯେଉଁଥିରେ ଏସମସ୍ତ ଉଚ୍ଚାରଣ ବୈଶିଷ୍ଟ୍ୟ ଦେଖାଯାଏ
ସେଗୁଡ଼ିକ ଯଥା:-
କ→ close(high)
ଖ→near-close(near-high)
ଗ→close-mid(high-mid)
ଘ→mid(true-mid)
ଙ→open-mid(low-mid)
ଚ→near-open(near-low)
ଛ→open(low)
ପୃଥିବୀରେ ଏହି ଭେଦରେ ସମୁଦାୟ 39ଟି ସ୍ଵର ଥିବା ଦେଖାଯାଏ
ସେଗୁଡ଼ିକ ଯଥା:-//y,ɨ,ʉ,ɯ,u,ɪ,ʏ,ɪ,̈ʊ̈,ɯ̽,ʊ,e,ø,ɘ,ɵ,ɤ,o,e̞,ø̞,ə,ɵ̞,ɤ,̞o,̞ɛ,œ,ɜ,ɞ,ʌ,ɔ,æ,ɐ,ɞ̞,a,ɶ,ä,ɒ,̈ɑ,ɒ,//

★ଜିଭର କେଉଁ ଅଂଶ ଉଠିରହିଥାଏ●
କ■ଅଗ୍ରସ୍ଵର/ front vowel
ଖ■ମଧ୍ୟ ସ୍ଵର/ mid vowel
ଗ■ପଶ୍ଵ ସ୍ଵର/ back vowel
କିନ୍ତୁ
★IPA ନିୟମାନୁସାରେ ଵୈଶ୍ଵିକ ଭାଷାଗୁଡିକ ରେ ସ୍ଵରଵର୍ଣ୍ଣତା★
ଏହା ମୁଖ୍ୟତଃ ପାଞ୍ଚଟି
→front
→near-front
→central
→near-back
→back

★ଓଠର ସ୍ଥିତି ଅନୁସାରେ★
କ■ପ୍ରସୃତ/unrounded-ଖୋଲା ଓଷ୍ଠଯୁକ୍ତ
ଖ■ଵର୍ତ୍ତୁଳ/rounded-ଗୋଲାକାର ଓଷ୍ଠଯୁକ୍ତ
ଗ■ଅର୍ଦ୍ଧ ଵର୍ତ୍ତୁଳ/semi-rounded

★ମାତ୍ରା ଦୃଷ୍ଟି ରୁ★
କ■ହ୍ରସ୍ଵ/ short
ଖ■ଦୀର୍ଘ/ long
ଗ■ପ୍ଲୁତ/ very long

→●ଦୁନିଆରେ Ndu language କୁ ଛାଡ଼ି ଦେଲେ ଏମିତି କୌଣସି ଭାଷା ନାହିଁ ଯହିଁରେ ତିନି ରୁ କମ୍ ସ୍ଵରଵର୍ଣ୍ଣ ଥିବ
Ndu ଭାଷାରେ ମାତ୍ର ଦୁଇଟି ମୂଳ ସ୍ଵରଵର୍ଣ୍ଣ ଥିବା ଦାବିକରାଯାଏ ତାହା ହେଉଛି /ə/ ଏବଂ /a/ ତେବେ ଏଥିରେ ଏକ (ɨ) ସ୍ଵର ମଧ୍ୟ ରହିଥିବା କେତେକ ଭାଷାବିତ ମତ ଦିଅନ୍ତି କିନ୍ତୁ ତାହା ଏକ epenthetic ସ୍ଵର
→●
୧.ମାନକ ଡେନିସ୍ ଭାଷାରେ ଦଶରୁ ତେରଟି ସ୍ଵର ମିଳେ
ଦ୍ର:- (/(a) ɑ (ɐ) e ə ɛ i o ɔ u ø œ y/),
୨.Amstetten ଭାଷାର ଉପଭାଷା Bavarian ରେ ତେର ଟି ଦୀର୍ଘ ସ୍ଵର ଥିବା ଦେଖାଯାଏ
ଦ୍ର:-(/iː yː eː øː ɛː œː æː ɶː aː ɒː ɔː oː uː/)
୩.Spanish ଏବଂ French ପରସ୍ପର ର ବହୁତ ନିକଟତର ଭାଷା ହୋଇ ମଧ୍ୟ
ସ୍ପାନିଶ୍ ରେ ମାତ୍ର /a, e, i, o, u/ ପାଞ୍ଚଟି ସ୍ଵର ଥିଲା ବେଳେ  ଶାସ୍ତ୍ରୀୟ ଫ୍ରେଞ୍ଚ ଭାଷାରେ  ଏଗାରଟା ସ୍ଵର ମିଳିଥାଏ :/a, ɑ, e, ɛ, i, o, ɔ, u, y, œ, ø/
୪.ଭିଏତନାମୀ ଭାଷାରେ ଏଗାରଟି ସ୍ଵର ଅଛି  /i e ɛ ɐ a ə ɔ ɤ o ɯ u/
୫.ଚୀନ ଦେଶୀୟ wu ଭାଷାର
Jinhui dialectରେ  ଦଶଟି ମୂଳ ସ୍ଵର /i y e ø ɛ ɑ ɔ o u ɯ/ ସହିତ ଗୋଟିଏ restricted /ɨ/ ସ୍ଵର ଅଛି ।
୬.ପୃଥିବୀର ଯେତେ ଭାଷା ଅଛି ତନ୍ମଧ୍ୟରେ ଗୋଟିଏ ସ୍ଵର ସର୍ଵଥା ସାଧାରଣତଃ ଦିଶିଯାଏ
ତାହା ହେଉଛି [a̠]

Source::-internet

Wednesday, May 16, 2018

ଯିଏ ଶିକ୍ଷା ଦିଏ ସେ ଵୟସରେ ଯେତେ ଛୋଟ ହେଲେ ହେଁ ଗୁରୁ ପଦଵାଚ୍ୟ

ବେଦଵ୍ୟାସ ଋଷି ଗୋଟାଏ ଦେଶ ଦେଇ ଯାଉଥାନ୍ତି । ଯାଉ ଯାଉ ବାଟରେ ଦେଖିଲେ ଜଣେ ମଧ୍ୟ ଵୟସ୍କ ଲୋକ ଏକ ଖଜୁରୀ ଗଛକୁ ମନ୍ତ୍ର ପଢି ନୁଆଁଇ ଦେଉଛି ଆଉ ତହିଁ ଉପରେ ବସେଇଥିବା ତା’ର ତାଡି଼ହାଣ୍ଡିକୁ କାଢିଆଣୁଚି ।

ବ୍ୟାସଦେବ ଯାଇ ସେହି ଲୋକକୁ କହିଲେ
“ମହାତ୍ମା ! ମୋହର ନାମ ଵେଦଵ୍ୟାସ ! ଵେଦକୁ ଵ୍ୟାସକରିବା ଠାରୁ ଆରମ୍ଭ କରି ମହାଭାରତ ତଥା ଅଷ୍ଟାଦଶ ପୁରାଣ ରଚନା କରିଛି । ତ୍ରୀକାଳର କୌଣସି ଵି ଘଟଣା ଦେଖିପାରୁଚି ଅନେକ ଅସମ୍ଭବ କୁ ସମ୍ଭବ କରିପାରୁଛି ହେଲେ ଏଇ ଯୋଉ ଆପଣ ଗଛକୁ ମନ୍ତ୍ର ପଢି ନୁଆଁଇ ଦେଉଛ ଏ ଵିଦ୍ୟା ମୋତେ ଆଦୌ ଜଣାନାହିଁ ତେଣୁ ମୁଁ ଆପଣଙ୍କୁ ଗୁରୁ ମାନ୍ୟ କଲି ଆପଣ ଦୟାକରି ତାହା ମୋତେ ଶିକ୍ଷା ଦେଲେ ଉପକୃତ ହୁଅନ୍ତି ।”

ସେ ଲୋକ କୁ ସଂସାର ରୀତିନୀତି ଜଣାଥିଲା । ବଡ଼ ଲୋକଙ୍କୁ ସବୁ ଜଣାଥିଲେ ସବୁ ଦରବ ସହଜରେ ମିଳିଯାଉଥିଲେ,ସମସ୍ତ କାର୍ଯ୍ୟ ଵିନା ଦ୍ଵିଧାରେ ମିଳିଯାଉଥିଲେ ସେ ବା କାହିଁକି ସାଧାରଣ ଜନତାଙ୍କ ଦୁଆରକୁ ଆସନ୍ତେ ?
ତେଣୁ ସେ ଵେଦଵ୍ୟାସ ଙ୍କୁ ଯା କାଲି ଆସ ଶିଖେଇ ଦେବି କହିଲେ । ତହୁଁ ଵେଦଵ୍ୟାସ ଯେତେଥର ସେ ମଧ୍ୟ ଵୟସ୍କ ଲୋକ ପାଖକୁ ଗଲେ ସେ ତାଙ୍କୁ କୌଣସି ନା କୌଣସି ବାହାନା କରି ଲେଉଟାଇ ଦେଉଥାନ୍ତି ।
ଵେଦଵ୍ୟାସ କିନ୍ତୁ ନିରାଶ ହେବା ଵଦଳରେ ଆହୁରି ଅଧିକ ଆଗ୍ରହୀ ହୋଇପଡି଼ଲେ । ହେଲେ ପ୍ରୋଢ ସାଧାରଣ ଲୋକଟିର ଵ୍ୟଵହାର ରେ କିଞ୍ଚିତ୍ ମାତ୍ର ପରିଵର୍ତ୍ତନ ହେଲା ନାହିଁ ।
ଦିନେ ଵେଦଵ୍ୟାସ ଲେଉଟି ଯାଉଥାନ୍ତି ଉକ୍ତ ପ୍ରୋଢ ଲୋକର କୌଶୋର ଵୟସ୍କ ପୁତ୍ର ତାଙ୍କୁ
ଦେଖି ଆପଣା ମନର ଜିଜ୍ଞାସା ପୁଛା କରନ୍ତେ
ଋଷି ପୂର୍ଵୋକ୍ତ ଘଟଣାମାନ ଗୋଟି ଗୋଟି କରି କହିଗଲେ ।
ଏସବୁ ଶୁଣି କିଶୋର ଟି କହିଲା
“ଏଇ କଥାକୁ ନାଆ ପେଲି ଦେଲି କଲିକତା କୁ”
ଆସନ୍ତୁ ଏଇକ୍ଷଣି ସେ ଵିଦ୍ୟା ଶିଖେଇ ଦେଉଚି ଆପଣଙ୍କୁ”
ଏହା କହି କିଶୋରଟି ଵେଦଵ୍ୟାସ ଙ୍କୁ ଉକ୍ତ ଵିଦ୍ୟା ବତେଇ ଦେଲା !

ସେଇଠୁ ଵେଦଵ୍ୟାସ ନିଜ ଗନ୍ତଵ୍ୟ ପଥ ଅଭିମୁଖେ ଚଳିଗଲେ । ଘରକୁ ଫେରି କିଶୋରଟି ଆପଣା ପ୍ରୋଢ ପିତାକୁ ପୂର୍ବକଥା ମାନ କହିଗଲା । ଏସବୁ ଶୁଣି ମଧ୍ୟ ଵୟସ୍କ
ଲୋକଟି ଚିଡି଼ଗଲା । ସେ ତା ପୁଅକୁ କହିଲା “ହଇରେ ତୁ ଟା ଛୁଆଟାଏ ସଂସାର ରୀତିନୀତି ଭଲମନ୍ଦ କୁଟକପଟ କ’ଣ ଜାଣିନୁ ! ମୁଁ ଚାହିଁ ଥିଲେ କ’ଣ ସେ ଋଷି କୁ ଏ ଵିଦ୍ୟା ଶିଖାଇ ପାରିନଥାନ୍ତି ? କିନ୍ତୁ କାହିଁକି ଶିଖାଉନଥିଲି ? କାରଣ ତା ପରି ବଡ଼ ଲୋକେ ମୋ କୌଳିକ ଵିଦ୍ୟା ଜାଣିଗଲେ ଆଉ ଦଶଜଣକୁ ଶିଖାଇଦେବେ ଫଳରେ ସମାଜରେ ମୋର ମୋ କୁଟୁମ୍ବ ଜନଙ୍କ ମହତ୍ତ୍ଵ ରହିବ ନାହିଁ ! ଆଉ ତୁ କ'ଣ ଭାବୁଛୁ ଯେ ସେ ତୋତେ ଗୁରୁ କରି ସେ ଵିଦ୍ୟା ଶିଖିଛି ବୋଲି ଏବେ ତାହା ଶିଖିଯିବାରୁ ହେମନ୍ତ ଭାବରେ ଗୁରୁ ବୋଲି ମାନ୍ୟ କରିବ ?”

ଏସବୁ ଶୁଣି କିଶୋର ଟି ନିର୍ଵିକାର ଚିତ୍ତ ରେ କହିଲା
“କାହିଁକି କରିବନି” !

“ହେଉ କାଇଁ ତା ପାଖକୁ ଯା’  ତ
ଦେଖିଆ ସେ ତୋତେ ଗୁରୁ ବୋଲି ମାନ୍ୟ କରୁଚି କି ନାହିଁ”
କିଶୋର ର ପ୍ରୋଢ ପିତା ରୋକଠୋକ କଥା କହିଦେଲା ।

କିଶୋର ଟି ମହାତ୍ମା ଵେଦଵ୍ୟାସ ଙ୍କ ଆଶ୍ରମ କୁ ଗଲା । ଏଣେ ପଛେ ପଛେ ଗୋପନରେ ତା ପିତା ଆସି ଦୂରରୁ ଲୁଚି ରହିଲା ଏବଂ କ’ଣ ଘଟୁଛି ଦେଖିବାକୁ ଅପେକ୍ଷା କରି ରହିଲା ।
କିଶୋର ଟି ଵେଦଵ୍ୟାସ ଙ୍କ ଆଶ୍ରମରେ ପହଞ୍ଚିଲାରୁ  ଋଷି  ତାକୁ ଗୁରୁ ସମାନ ମାନ୍ୟ କରି ଆସନ ଉପରେ ଵସାଇ ଶିଷ୍ୟ ସମାନ ସେବାକାର୍ଯ୍ୟରେ ବ୍ରତୀ ହୋଇଗଲେ । ଏଣେ
ଏସବୁ କଥା ଦୂରରେ ରହି ପ୍ରୋଢ ଜଣକ ଦେଖୁଥାଏ ଆଉ ନିଜକୁ ଭାଗ୍ୟଵାନ ମଣୁଥାଏ ।

Tuesday, May 15, 2018

ଘୁମୁସର ର ଫରାସୀ ଵିପକ୍ଷ ଗଣଵିଦ୍ରୋହ--ଓଡ଼ିଶାର ପ୍ରଥମ ମୁକ୍ତି ସଂଗ୍ରାମ



୧୭୫୩ ରୁ ୧୭୫୯ ମସିହା ପର୍ଯ୍ୟନ୍ତ ଵର୍ତ୍ତମାନ ଗଞ୍ଜାମ ଉପଖଣ୍ଡ(ଜିଲ୍ଲା)ର କେତେକ ଅଞ୍ଚଳ ଫରାସୀ ମାନଙ୍କ କର୍ତ୍ତ୍ଵତ୍ଵାଧୀନ ଥିଲା । ଏହି ସମୟରେ ଘୁମୁସର ର ରାଜା କୃଷ୍ଣଭଞ୍ଜ ଓଡ଼ିଶାର ପ୍ରଥମ ଵିଦେଶୀ ଓ ପରାଧୀନ ଶାସନର ଅଵରୋଧ କରିଥିଲେ ।

୧୭୫୭ ମସିହାରେ ଫରାସୀ ଜେନେରାଲ ଡିଵସ୍ ଗଞ୍ଜାମ ଅଞ୍ଚଳର ଅନେକ ଜମିଦାର ଓ ରାଜାମାନଙ୍କ ଠାରୁ ବାକିଆ ପାଉଣା ଆଦାୟ କରିବା ସହିତ ସାଧାରଣ ଜନତାଙ୍କ ଠୁଁ ଵି ନାନାଦି ଅନ୍ୟାୟ ଅତ୍ୟାଚାର କରି ଅଯଥା ପ୍ରାପ୍ୟ ପଇଠରେ ଵ୍ୟସ୍ତ ରହିଲେ ।  ଫଳରେ ଘୁମୁସର ର ଜନତା ଏ ଅନ୍ୟାୟ ଅତ୍ୟାଚାର ଵିରୋଧରେ ବିଦ୍ରୋହ କରିବାକୁ ଚେଷ୍ଟା କରିଥିଲେ । କିଛି ଦିନ ପରେ ଘୁମୁସର ରାଜା ସେମାନଙ୍କର ନେତୃତ୍ୱ ନେଲେ ।  ଫଳରେ ଫରାସୀ ମାନଙ୍କ ଵିପକ୍ଷରେ ଵ୍ୟାପକ ଵିଦ୍ରୋହ ଉଗ୍ର ରୂପ ଧାରଣ କଲା ।
ସେହି ବର୍ଷ ଅର୍ଥାତ୍ ୧୭୫୭ରେ ଫରାସୀ ସୈନିକ ଙ୍କ ସହ ରାଜା ପାଇକ ସୈନ୍ୟ ସହ ସାହସୀ ଘୁମୁସର ପ୍ରଜାଙ୍କ ମଧ୍ୟରେ ଯୁଦ୍ଧ ଲାଗିଯାଇଥିଲା । କେତେକ  ଗରିଲା ଯୋଦ୍ଧା ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ଛପି ଫରାସୀ ଫଉଜ ଵିପକ୍ଷରେ ଛକା-ପଞ୍ଜା ଯୁଦ୍ଧ କରୁଥାନ୍ତି । ଫଳତଃ ଫରାସୀ ମାନଙ୍କୁ ଏଥିରୁ ଵହୁ କ୍ଷତି ସହିବାକୁ ହୋଇଥିଲା ।
ତେବେ ବହୁ ଵାଧାଵିଘ୍ନ ସତ୍ତ୍ୱେ ଶେଷରେ ଘୁମୁସର ରଜା କୃଷ୍ଣଭଞ୍ଜ ବନ୍ଦୀ ହୋଇଥିଲେ ଏବଂ ଦୁଃସାଧ୍ୟ ଜଣାପଡୁଥିବା ଘୁମୁସର ଵିଦ୍ରୋହ ଶେଷକୁ ଦମନ ହୋଇପାରିଥିଲା । ଏହି ଯୁଦ୍ଧ ରେ 30 ଜଣ ଫରାସୀ ସୈନିକ ସମେତ ଫରାସୀଙ୍କର ଅନେକ ଦେଶୀୟ ଆରବୀୟ ଯୋଦ୍ଧା ନିହତ ହୋଇଥିଲେ । ଘୁମୁସର ଵିଦ୍ରୋହ ଵାସ୍ତଵିକ ହେଉଛି ଓଡ଼ିଶାର ପରାଧୀନ ଵିରୋଧୀ ପ୍ରଥମ ଗଣଵିଦ୍ରୋହ ଏଵଂ ଏହା ପାଇକ ଵିଦ୍ରୋହ ଠାରୁ ବହୁପୂର୍ଵରୁ ଦକ୍ଷିଣ ଓଡ଼ିଶାରେ ସଂଗଠିତ ହୋଇଥିଲା । ଦୁଃଖର ଵିଷୟ ଆଜି ସ୍ଵାଧୀନତା ର 70 ବର୍ଷ ପରେ ମଧ୍ୟ ଓଡ଼ିଶାର ୯୦% ଲୋକ ଏ ଘଟଣା ଵାଵଦରେ କିଛି ଜାଣିନାହାନ୍ତି ।
ଓଡ଼ିଶାରେ କୋମଳମତି ଵାଳକଵାଳିକାଙ୍କୁ ଏସବୁ ଇତିହାସ ପଢାଯାଉନାହିଁ ତାହା ଚିନ୍ତାର ଵିଷୟ ।

ପୁସ୍ତକ ସୌଜନ୍ୟ:-ଓଡ଼ିଶାର ମୁକ୍ତି ଵିଦ୍ରୋହ
(ଯଦୁନାଥ ଜେନା)

ଦକ୍ଷିଣ ଓଡିଶାର-ଦେଶିଆ ଓଡ଼ିଆ ର ଶବ୍ଦ ୧

●ଅସଲା→ଅସରପା,କବାଟକଣିଆ(ପୁରୀ,ମଧ୍ୟ ଓଡ଼ିଶା),ଜୁର୍ଲା-ଝୁର୍ଲା(ପଶ୍ଚିମ ଓଡିଶା),ପେରପେରିଆ(ଢେଙ୍କାନାଳ)
●ଆଞ୍ଚି→ଘୋଡା଼ର ଡାକ
●ଏକଇରବଳା→ତେନ୍ତୁଳିଆ ବିଛା
●ଏଣ୍ଡା→ଏଣ୍ଡୁଅ
●କାଣ୍ଡରାଜ→ଡାଳୁଆ ଗୋଖର(ଢେଙ୍କାନାଳ)-ଵୃକ୍ଷ ରେ ରହୁଥିବା ସବୁଜରଙ୍ଗର ସର୍ପ ଵିଶେଷ
●କୁମୁଟିକାଉ→କୁମ୍ଭାଟୁଆ
●ଖୁଦର→ଠେକୁଆ
●ଗାଲି→କୁକୁଡ଼ା ଗାଲି,କୁକୁଡ଼ା ଯୁଦ୍ଧ
●ଗେଣ୍ଡୁମଳା→ତେଲୁଣିପୋକ
●ଚେଣ୍ଡା→ଦାମୁରୀ-ଅଣ୍ଡିରା ମହିଷ
●ଜଙ୍ଘିଭାଲୁ→ଗାତଭାଲୁ
●ଜିରାଳି→ଚୁନା ମାଛ
●ତମ୍ପି→ଗାଈଟିମ୍ଵିରୀ,ବିରୁଡି ପତଙ୍ଗ
●ତଳିୟାରୀ→ଵାରାହ୍
●ଧୂସା→ବଡ଼ ମୂଷା
●ନଳାପୋକ→ତେଲୁଣି ପୋକ
●ନାକା→ଵିଲୁଆ(କୁହ୍ଲିଆ-ପଶ୍ଚିମ ଓଡ଼ିଶାରେ ସମ ଅର୍ଥ ରେ ଚଳେ ଏହାର ମୂଳ ଆଷ୍ଟ୍ରୋଏସିଆଟିକ୍ ଭାଷା)
●ନେପୁର→ଗୁଣ୍ଡୁଚି ମୂଷା
●ପାଟଭୁଆସୁଣି→ପାଟପୋକ(ଢେଙ୍କାନାଳରେ ଚାକୁଣ୍ଡା ପତର ଖାଉଥିବା ଏକ ପ୍ରକାରର ଗୁଞ୍ଜର ପୋକକୁ ପାଟପୋକ କୁହାଯାଏ ଯେହେତୁ ଗୁଞ୍ଜର ଙ୍କ ମଧ୍ୟରେ ଏମାନେ ଆକାର ଓ ଗୁଣରେ ଶ୍ରେଷ୍ଠ କିନ୍ତୁ ଦକ୍ଷିଣ ଓଡ଼ିଶାରେ ସାଧାରଣତଃ ସାଧଵଵୋହୂ ପୋକକୁ ପାଟପୋକ କୁହାଯାଏ । ପୋକଙ୍କ ମଧ୍ୟରେ ସାଧଵଵୋହୂ ଅତି ସୁନ୍ଦର ଓ କ୍ଷତିକାରକ ନୁହେଁ ବୋଲି ବୋଧହୁଏ ଏ ପୋକକୁ ଏଭଳି ଏକ ମାନଵର୍ଦ୍ଧନକାରୀ ନାଆଁ ମିଳିଅଛି)
●ପାପକାରିଆ→ବୁଲା ବଳଦ(କିମ୍ଵା ବୁଲାଷଣ୍ଢ)
●ବାତୁ→ହଂସ
●ବୋରିଆ→ପୋହଳା ମାଛ
●ଭମା→ଧାନକୀଟ
●ଭୈରା→ତୋଡି଼ ମାଛ
●ରୁପୁ→ଶୁଆ ଵା ଶୁକ

Monday, May 14, 2018

< ଓଡ଼ିଆ ଭାଷାର ହାତଲେଖା ଓମ୍ >

ଜଣେ ଓଡ଼ିଆ ଭାଇ ଆଜି ପ୍ରଶ୍ନ କଲେ ଯେ ନିମ୍ନଲିଖିତ
ତିନୋଟି ମଧ୍ୟରୁ କେଉଁଟି ଠିକ୍ ଉତ୍ତର ?

୧=ଓମ୍
୨=ଓଁ
୩=ॐ

ମୋ ମତରେ ଏଠାରେ
୨ ଟି ଠିକ୍ ହୁଅନ୍ତା ଯଦି ତାହିଁରେ ଅର୍ଦ୍ଧ ମ କାର ଯୁକ୍ତ ହୋଇଥାନ୍ତା ....

ଏହି ବ୍ଲଗର ପୋଷ୍ଟର  ଫୋଟୋ ରେ ଯେମନ୍ତ ଅଛି । ହଁ ଏହା ଓଡ଼ିଆ ଭାଷାର ଓମ୍  ଏବଂ
ଏହି →ॐ ଟି ନାଗରୀ ଲିପିର ଓମ୍ ଅଟେ ବୋଲି ମୋର ମତ୍

କିଛି ଲୋକ କୁହନ୍ତି ଯେ ଓଡ଼ିଆ ଭାଷାରେ ଲେଖିଲାବେଳେ ଯେଉଁ ଓମ୍ ଲେଖାଯାଏ
ତାହା ଓଁ ର, ହାତ ଲେଖା ରୁପ ଅଟେ ....

ଦୁଃଖର ଵିଷୟ ଓଡ଼ିଆ ଭାଷାର ତଥାକଥିତ  ହାତଲେଖା ଓ୍ମଁ ର ଏଯାଏଁ ଓଡ଼ିଆ ଵର୍ଣ୍ଣ ଫଣ୍ଟ  ଆସିପାରିନାହିଁ ଵା ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ତେଣୁ  ଆମେ ମାନେ ଏଠାରେ ୩ ନଂ ଟିକୁ ଚୟନ କରୁଛନ୍ତି । କିନ୍ତୁ ଜାଣିରଖିବାକୁ ହେବ ଯେ ଏହି ତିନି ନଂ ॐ ଟି ଓଡ଼ିଆ ନୁହେଁ ଵରଂ ନାଗରୀ ଲିପିର ଓମ୍ ଅଟେ ।

ମଜାକଥା ହେଲା ଓଡ଼ିଆ ଭାଷାର କଳିଙ୍ଗ ଲିପି ପରି ନାଗରୀରେ ମ  ‛୍ମ’ ଫଳା ନାହିଁ । ଯେହେତୁ ସେମାନେ ଲେଖିଲାବେଳେ
ସ୍ମରଣକୁ स्मरण ଲେଖନ୍ତି ତେଣୁ ତହିଁରେ ଆମ ମ ଫଳାର ଲାଞ୍ଜ ଥିବାର ପ୍ରଶ୍ନ ହିଁ ଉଠୁନାହିଁ ।
କିନ୍ତୁ ଓଡ଼ିଆ ଭାଷାର ଓମ୍ ରେ
ଓ+ଁ+ଅର୍ଦ୍ଧ ମ - ସ୍ଵର ରହୁ ଅଛି ଫଳା ସଦୃଶ୍ୟ ।

ନାଗରୀ ଲିପିରେ अ,आ,ओ,औ,ऑ, ଆଦି ଅନେକ ସ୍ଵର ଲିପିରେ ଥିବା ମୂଳ ରୂପ ସହ ॐ ର ମୂଳ ଲିପି ଟି ସାଦୃଶ୍ୟ ରହୁଅଛି ତେଣୁ ଜଣେ ଵୈଦେଶିକ ଲୋକ  କିମ୍ଵା ବାଳୁତ ପିଲା   ଭ୍ରମରେ ପଡି଼ପାରେ ଯେ
ଏହାର ଉଚ୍ଚାରଣ ସେ ଅ ପରି କରିବ ନା ଆ ପରି କରିବ କିମ୍ଵା ଓ ଏବଂ ଔ ପରି କରିବ ! କିନ୍ତୁ ଓଡ଼ିଆ ଭାଷାର ଓ ଅକ୍ଷର ତଥାକଥିତ ଆମ୍ଭ ହାତଲେଖା ଓ୍ମଁ ରେ ଓ ରହୁଅଛି ତେଣୁ ଏହା ଅପେକ୍ଷାକୃତ ଅଧିକ ଵୈଜ୍ଞାନିକ ମନେ ହେଉଛି

ତେବେ ଦେବନାଗରୀ ର ଗୋଟାଏ ଅକ୍ଷର ଅଛି ଯହିଁ ସହ ନାଗରୀ ଲିପିର ॐ ପ୍ରାୟତଃ ମିଶିଯାଉଛି ଆଉ ତାହା ହେଉଛି ऊ ...

ଏହି ଦୀର୍ଘ ଊ ଅକ୍ଷର ର ଉପରି ଭାଗରେ ଗାର ନଦେଇ ଯଦି ଚନ୍ଦ୍ର ବିନ୍ଦୁ ଦେଇଦିଆଯିବ ତାହା ଓମ୍ 

ପରି ଦିଶିବ ! 

ଉପରୋକ୍ତ ଆଲୋଚନା ରୁ ଦୁଇଟି କଥା ମନକୁ ଆସୁଅଛି

ହୁଏତ ନାଗରୀର ଦୀର୍ଘ ଊ ‛ऊ’ ରୁ କିମ୍ବା अ,आ,ओ ଆଦିର ମୂଳ ଅର୍ଦ୍ଧାକର ରୂପରୁ ନାଗରୀର ॐ ଗଢି ଉଠିଛି


ଅଥଵା ଓଡ଼ିଶାରରେ ଚଳୁଥିବା ହସ୍ତଲେଖା ଓ୍ମଁ ରୁ ହିନ୍ଦୀ ଭାଷାର ଓମ୍ ଗଢି ଉଠିଛି ।


 

Saturday, May 12, 2018

ଅନୁଗୁଳ ର ନାମ କେମିତି ହେଲା..

ଅନୁଗୁଳରେ ଯେତେ ଜାତିର ଲୋକ ଥିଲେ ତହିଁ ମଧ୍ୟରେ କନ୍ଧମାନେ ଶକ୍ତି ଓ ସଂଖ୍ୟାରେ ସମସ୍ତଙ୍କ ଠାରୁ ଆଗରେ ଥିଲେ । ଏସବୁ ସତ୍ତ୍ୱେ ସବୁ ଜାତିର ଲୋକ ମିଳିମିଶି ଚଳୁଥିଲେ । କୌଣସି ଵିଵାଦ ଘଟିଲେ କନ୍ଧ ଶାସକମାନେ ତହିଁର ନିଷ୍ପତ୍ତି କରୁଥିଲେ ।
ପରେ କନ୍ଧ ଦଳପତି ମାନେ ସମାଜର ସରଦାର ହେଲେ । ସେମାନଙ୍କୁ ମୁଠାଦାର କୁହାଗଲା । ଏହି ମୁଠାଦାର ମାନେ ପରଵର୍ତ୍ତୀକାଳରେ ଦଳପତି ଆଖ୍ୟା ଲାଭ କଲେ ।
ଇନ୍ଦ୍ର ଦଳପତି ଠାରୁ ଅନୁଵଳବନ୍ତରା ଦଳପତି ଯାଏଁ  ୭୦୦ ରୁ ୯୦୦ ଖ୍ରୀଷ୍ଟାବ୍ଦ ଯାଏଁ ପ୍ରାୟ ଛଅ ଜଣ ଦଳପତି ଏଠାରେ ଶାସନ କରିଅଛନ୍ତି ।
ଅନୁଗୁଳର ଶେଷ କନ୍ଧ ଶାସକ ଥିଲେ ଅନୁଵଳବନ୍ତରା ।   ଜଣେ କ୍ଷତ୍ରିୟ ଵଂଶୀୟ
ସୁବୋଧଶୂର ସିଂହ ନାମକ କର୍ମଚାରୀ କୌଶଳ ତଥା ଷଡଯନ୍ତ୍ର କରି ଅନୁଵଳମନ୍ତରାଙ୍କୁ ତାଙ୍କ ଆତ୍ମୀୟ ସ୍ଵଜନଙ୍କୁ ନିପାତ କରିଦେଇଥିଲେ ।
ସେତେବେଳେ ତତ୍କାଳୀନ ଓଡ୍ରାଧିପତି ଥାଆନ୍ତି  ନୃପକେଶରୀ । ତାଙ୍କର ଅନୁଵଳମନ୍ତରା ଙ୍କ ସହ କର ତଥା ଅନ୍ୟାନ୍ୟ କେତେକ ସାମାଜିକ କାରଣରୁ ଵିଵାଦ ହୋଇଥିଲା ତେଣୁ ସେ ରାଜା ନଵାଗନ୍ତୁକ କ୍ଷତ୍ରିୟ ଶାସକକୁ ସମର୍ଥନ କରିଥିଲେ । କୁହାଯାଏ ଏହି ଶେଷ କନ୍ଧଦଳପତି ଅନୁଙ୍କ ନାମାନୁସାରେ ଏ ଅଞ୍ଚଳର ନାମ ଅନୁଗୁଳ ହୋଇଅଛି । (ଢେଙ୍କାନାଳର ନାମ ଢେଙ୍କା ଶଵରର ନାମାନୁସାରେ ରଖାଯାଇଛି)

ନାରୀ Vs ଔରତ

ଆଜିକାଲି କେତେକ ନୂଆ ବର୍ଣ୍ଣବୋଧ ବହିରେ
ଔରତ ଭଳି ଏକ ଅଲୋଡ଼ା ଶବ୍ଦ ଯୋଡ଼ା ଯାଇ କୋମଳମତି ବାଳକ ବାଳିକାଙ୍କୁ ପଢାଯାଉଥିବା ଦେଖିବାକୁ ମିଳୁଅଛି ।

ନାରୀ ପାଇଁ ଭାରତୀୟ ତଥା ଅନ୍ୟ ଇଣ୍ଡୋ ୟୁରୋପୀୟ  ଉପଶାଖା ଗୁଡ଼ିକରେ ଅନେକ PIE ଭାଷାତାତ୍ତ୍ଵିକ ସମାନତା ଯୁକ୍ତ ଅନେକ ଶବ୍ଦ  ଅଛି । ଆମ ଭାରତୀୟ ଭାଷାଗୁଡି଼କରେ ଵ୍ୟଵହୃତ ଶବ୍ଦ ଯଥା:- ମହିଳା,ମହତୀ,ଯୋଷିତ୍,ସ୍ତ୍ରୀ,ଅଙ୍ଗନା,ଵାମା,ଵନିତା,ସୀମନ୍ତିନୀ,ଵଧୂ,ପ୍ରତୀପଦର୍ଶିନୀ,ପ୍ରିୟା,ରାମା,ଜନି/ଜନୀ,ଵନିକା,ମହେଳିକା,ଶର୍ଵରୀ,ସିନ୍ଦୂରତିଳକା,ସ୍ମଭ୍ରୂ,ସୁନୟନା,ଵାମଦୃକ୍,ଲଳନା,କାନ୍ତା,ପୁରନ୍ଧ୍ରୀ,ଵରଵର୍ଣ୍ଣନୀ,ସୁତନୁ,ତନ୍ଵୀ,ତନୁ,କାମିନୀ,ତନ୍ଵଙ୍ଗୀ,ରମଣୀ,କୁରଙ୍ଗନୟନା,ଭାଵିନୀ,ଵିଳାସିନୀ,ନିତମ୍ଵିନୀ,ମତ୍ତକାସିନୀ,ସୁନେତ୍ରା,ପ୍ରମଦା,ଲଳିତା,ଵାସିତା,ଭାମିନୀ,ଵରାରୋହା,ନତାଙ୍ଗୀ,ତ୍ରୀନତା,ଵରା,ଶ୍ୟାମା ଓ ଗୁରୁଵର୍ଦ୍ଧନା ଆଦି ଅନେକ ଶବ୍ଦ ଅଛି ।

ସୌରସେନୀ ପ୍ରାକୃତରେ ନାରୀ ପାଇଁ ଗୋଟିଏ ଶବ୍ଦ ଚଳୁଥିଲା इत्थी(itthī) । ବୋଧହୁଏ ପାଲି ପ୍ରାକୃତରେ ମାଈ ଶବ୍ଦ ଚଳୁଥିଲା ଯେହେତୁ
ଓଡ଼ିଆ ଭାଷାରେ ଏକ ନିପଟ ଗାଉଁଲି ଶବ୍ଦ କେଵେ କେଵେ ମଧ୍ୟ ଵ୍ୟଵହୃତ ହୁଏ ମାଇକିନା ଏଵଂ ଏ ଶବ୍ଦ ସହ ସାମଞ୍ଜସ୍ୟ ଥିବା ଗୋଟିଏ ଶବ୍ଦ ଆସାମୀ ଭାଷାରେ ଚଳୁଅଛି ତାହା ହେଉଛି-মাইকী মানুহ(maiki manuh) ।
ବ୍ରହ୍ମଦେଶର ଵର୍ମୀୟ ଭାଷାରେ ଏହି ଶବ୍ଦ ସହ ସାମଞ୍ଜସ୍ୟ ଥିବା ଶବ୍ଦ ଚଳେ  မိန်းမ(méɪɴma̰) ।
ମରାଠୀ ଭାଷାରେ ସ୍ତ୍ରୀ ପାଇଁ ନିଆରା ଶବ୍ଦ ଟେ ଅଛି बाइको(bāiko-ଏ ଶବ୍ଦ ର ମୂଳ ଵାଇ ବା ନାରୀ ?) !
ନେପାଳୀ ଭାଷାରେ ସ୍ତ୍ରୀ ପାଇଁ आइमाई(āimāī) ଶବ୍ଦ କୁ ଦେଖିଲେ ଲାଗେ ସତେ ଯେମିତି ଏ ଶବ୍ଦରେ ଆଈ(ମରାଠୀ କିମ୍ଵା ଆସାମୀ) ଓ ମାଈ(ଓଡ଼ିଆ କିମ୍ଵା ଆସାମୀ)  ଶବ୍ଦ କୁ କେହି ଯୋଡ଼ି ଦେଇଛି ।

ଓଡ଼ିଶା ର ଗୋଟେ ଆଷ୍ଟ୍ରୋ ଏସିଆଟିକ୍ ଭାଷା ମୁଣ୍ଡାରୀ ରେ ସ୍ତ୍ରୀ କୁ  କୁଡି଼ ଵା କୁରି଼ କୁହାଯାଏ ।

ସେଇଭଳି ଇରୋପୀୟ ଭାଷା ଗୁଡ଼ିକରେ
English:-woman ଏହାର ମୂଳ ପ୍ରାଚୀନ ଇଂରାଜୀ ରୂପ wifmann(wīf+‎mann) ।
wīf ଶବ୍ଦ ଟି ମୂଳ ପ୍ରୋଟ ଜର୍ମାନ୍ ଶବ୍ଦ wībą ରୁ ଆସିଥିବା ଅନୁମାନ କରାଯାଏ ଏଵଂ ଏହି wībą ଶବ୍ଦ ର ମୂଳ ଏକ Proto-Indo-European root ଵା ଵୈଜ୍ଞାନିକ କ୍ଷୁଦ୍ର ଧାତୁରୂପ *gʰʷíh₂bʰ-(“shame, pudenda”) ।
ଇଂରାଜୀ ର female ର ମୂଳ ଏକ ଲାଟିନ ଶବ୍ଦ femella(fēmina(“woman”)+‎-lus.) ।
ସେହି femella ର ମୂଳ ରେ ଥିବା ଲାଟିନ ଶବ୍ଦ ହେଉଛି fēmina । ଏହି ଫେମିନା ଶବ୍ଦ ର ପୁଣି ମୂଳ ହେଉଛି Proto-Italic ଶବ୍ଦ fēmanā ଏଵଂ ଏ ଶବ୍ଦ ମୂଳ  Proto-Indo-European ଶବ୍ଦ *dʰeh₁-m̥h₁n-éh₂(“(the one) nursing, breastfeeding”) ସହ ସମ୍ବନ୍ଧିତ ଥିବା PIE ଭାଷାତାତ୍ତ୍ଵିକ  ଭାଷାଵିଦଙ୍କ ଦ୍ଵାରା ନିର୍ଣ୍ଣିତ ହୋଇଅଛି ।

କିନ୍ତୁ ଔରତ ଶବ୍ଦ ଟି ମୂଳତଃ ଏକ ପାର୍ସୀ ଶବ୍ଦ عورت ର ଭାରତୀୟ ଧାରକରଣ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏହି عورت ଶବ୍ଦର ପାର୍ସୀ ଭାଷାରେ ନାରୀ ଭିନ୍ନ ଆହୁରି ଦୁଇଟି ଅର୍ଥ ଯଥା-genitals(ଜନନାଙ୍ଗ) ଓ nudity(ନଗ୍ନତା) ଏଵଂ ଏ ଶବ୍ଦ ର ମୂଳ ଆଫ୍ରୋ ଏସିଆଟିକ୍ ଭାଷା ପରିଵାରର ଅନ୍ୟତମ ଉପଶାଖା ସେମେଟିକ୍ ଅନ୍ତର୍ଗତ ଏକ ଵିଶିଷ୍ଟ ପ୍ରାଚୀନ ଲୋକପ୍ରିୟ ଭାଷା ଆରଵୀ ର ଏକ ଶବ୍ଦ عَوْرَة‎(ʿawra’,“genitals-ଗୁପ୍ତାଙ୍ଗ; nudity ଅଶ୍ଳୀଳତା”).ରୁ ଆସିଅଛି ।


ଆଧୁନିକ ଯୁଗରେ ଔରତ ଭଳି ଵୈଦେଶିକ ଶବ୍ଦ କୁ ଓଡ଼ିଆ ଭାଷାରେ ଆଣି ପ୍ରଚଳନ କରିବାକୁ ନେଇ 

ଭାଷାଵିଦ ଉଡ୍ରବନ୍ଧୁ ଡ଼ ଦେବାଶୀଷ ଜ୍ୟେଷ୍ଠୀମହାଶୟ 

କୁହନ୍ତି 

“ଅକ୍ଷର ଶିକ୍ଷା ପାଇଁ କିଏ ଏ ଔରତ ପରି ଶବ୍ଦ ଚୟନ କଲା ?

ଔ = ଅ + ଉ

ଏହା ଏକ ଦ୍ଵିସ୍ଵର ଵା diphthong ଅଟେ । ଏଥିରେ ଅ ସହ ଉ ମିଶିଛି । 

୧ମ ଆପତ୍ତି :

 ଔରତ ଶବ୍ଦ ଆରବିକ ଉତ୍ସରୁ ଆସିଥିବା ଉର୍ଦ୍ଦୁ ଶବ୍ଦ ଯାହାକୁ ଲେଖିବା ପାଇଁ ଆରବିକରେ ଔ ଅକ୍ଷର ହିଁ ନାହିଁ । ତେଣୁ ସେମାନେ    ع (Ain) ସହ و (waw) ସଂଯୁକ୍ତ କରି ଔରତର ପ୍ରଥମ ଅକ୍ଷର ଲେଖନ୍ତି । ଆମ ଵର୍ଣ୍ଣମାଳାରେ କିନ୍ତୁ ଔ = ଅ + ଉ ହୋଇଥାଏ ଯାହା ଆରବିକରେ ଅଲିଫ୍ + ୱାଓ ସହ ସମଧୃତ ଏଇନ୍ + ୱାଓ କଦାପି ନୁହେଁ । 

୨ୟ ଆପତ୍ତି :

ଓଡ଼ିଆରେ ଓ ଵୈଦିକ ସଂସ୍କୃତରେ ଔ ଅକ୍ଷରର ଦୁଇ ଉପାଦାନ ସ୍ଵରସ୍ଵନିମ (ଅ, ଉ) କୁ ପୃଥକ୍ ଉଚ୍ଚାରଣ କରାଯାଏ ; ଏହା ଓଡ଼ିଆର ଅତି ପ୍ରାଚୀନତାର ପରିଚାୟକ । ଅଥଚ ହିନ୍ଦୀ, ଉର୍ଦ୍ଦୁ ଓ ପାଣିନୀକୃତ ସଂସ୍କୃତରେ ଏହି ଅ, ଉ ପ୍ରାୟ ମିଶିଯାଇଥାଏ । 

ସୁତରାଂ, ହିନ୍ଦୀ ଉର୍ଦ୍ଦୁରେ ଵ୍ୟଵହୃତ ଔ ଆମର ଓଡ଼ିଆ ଔ ଠାରୁ ଭିନ୍ନ ତେଣୁ ଵିକଳ୍ପ ନୁହେଁ ।”

ତେଣୁ ଭାରତୀୟ ଭାଷାଗୁଡି଼କରେ ପ୍ରଚଳିତ ମାନକ ଵ୍ୟାକରଣ ଅନୁସାରେ ପୁଣି

ଇଣ୍ଡୋ ଇଉରୋପୀୟ ଭାଷା ଗୁଡି଼କରେ ଵିଶେଷତଃ ଭାରତୀୟ ଭାଷାଗୁଡି଼କରେ ନାରୀ ପାଇଁଏତେ ଶବ୍ଦ ଥାଉ ଥାଉ ଯଦି ଔରତ ଭଳି ଏକ ଅଲୋଡ଼ା ଶବ୍ଦ ଲୋକେ ଵ୍ୟଵହାର କଲେଣି ତାହାକୁ ଭାଷା ସମୃଦ୍ଧି କୁହାଯିବ ନା ଉତ୍ତର ଭାରତୀୟ ଭାଷାର ହନୁକରଣ ତାହା ଵିଜ୍ଞଜନ ଵିଚାର କରିବେ । 



Friday, May 11, 2018

ମାଡାମ୍

ମାନ୍ୟଵର ରାଜୀଵ ଦୀକ୍ଷିତ ଵାଵା ତାଙ୍କର ଗୋଟାଏ ଭାଷଣରେ ଏକଦା କହିଥିଲେ
ମା+ଦାମ୍ =ମାଦାମ୍ ଏବଂ ଏହାର ଆକ୍ଷରିକ ଅର୍ଥ ହେଉଛି => ମୋ ସ୍ତ୍ରୀ
ଇଂରାଜୀ ଵିକିପିଡି଼ଆ ଅନୁସାରେ 
ma(‘my’) +dame(‘lady’)
ପ୍ରତ୍ୟେକ ମହିଳାଙ୍କୁ
ଇଂରାଜୀ ଭାଷାର ଏକ ଶବ୍ଦ madam ସମ୍ବୋଧନ ପୂର୍ଵକ ପରୋକ୍ଷରେ
ମୋ ସ୍ତ୍ରୀ କହିବା କେତେ ଅଯୁକ୍ତିଯୁକ୍ତ ତାହା ତାଙ୍କର ଵକ୍ତଵ୍ୟର ମୂଳ ଵିଷୟଵସ୍ତୁ ଥିଲା ।
ତେବେ ଫ୍ରେଞ୍ଚ ଶବ୍ଦ madame ଵିଷୟକ etomolgical
theory ଅନୁସାରେ ଏ ଶବ୍ଦ ଟି ମୂଳ ଲାଟିନ୍
meadomina ରୁ ଆସିଅଛି ଏବଂ ଏହି  ଲାଟିନ୍ ଶବ୍ଦ
meadomina ର ଶାବ୍ଦିକ ବ୍ୟବଚ୍ଛେଦ କଲେ  ଆମକୁ ଦୁଇଟି ଶବ୍ଦ ମିଳେ ଏବଂ
୧-mea-Proto-Indo-European ଶବ୍ଦ méynos(“my; mine”)ରୁ ଆସିଅଛି ଯହିଁ ରୁ ଗୋଟିଏ ପଟେ ଇଂରାଜୀ ର my ଶବ୍ଦ ସୃଷ୍ଟି ହେଲା ବେଳେ ଭାରତୀୟ ଭାଷାରେ ମମ,ମେରା,ମୋର,ମାରା,ମାଜ୍ଝା ଆଦି ଅନେକ ଦେଶଜ ଶବ୍ଦ ସୃଷ୍ଟି ହୋଇଅଛି ।
୨-domina ଶବ୍ଦ ଯହିଁ ରୁ dame ଶବ୍ଦ ହୋଇଛି, ତହିଁ ର ମୂଳ Proto-Indo-European ଶବ୍ଦ ରୂପ ହେଉଛି *demh₂-(“to domesticate, tame”) । ଏ ମୂଳ ଶବ୍ଦ ରୁ ଗୋଟିଏ ପଟେ
दाम्यति(dāmyati),दमायति(damāyáti,“subdue, tame”),दम्य(damya,“young bull to be tamed”) ଆଦି ସଂସ୍କୃତ ଶବ୍ଦ
ବଙ୍ଗାଳୀদমা(dôma)
ଗୁଜରାଟୀ-દમવું(damvũ)
ମରାଠୀ-दमणे(damaṇe)
ଏଵଂ ଓଡ଼ିଆ ଦମିବା(dômiba) ଆଦି ଶବ୍ଦ ସୃଷ୍ଟି ହୋଇଅଛି ।
demh₂ ଶବ୍ଦ ସହ ସାମଞ୍ଜସ୍ୟ ଥିବା ଆଉ ଏକ ପ୍ରାଚୀନ ଶବ୍ଦ ଅଧିକ ସ୍ପଷ୍ଟ ଅର୍ଥ ଵହନକରେ ବୋଲି କେତେକ ଭାଷାବିଦ ଉକ୍ତ ଶବ୍ଦ କୁ ମଧ୍ୟ domina ଶବ୍ଦ ର ମୂଳ ମନେ କରନ୍ତି ତାହା ହେଉଛି dṓm(“house, home”) ଶବ୍ଦ ଏଵଂ ଯାହାର ମୂଳ ବୈଜ୍ଞାନିକ ରୂପ *dem-(“to build”) । ଏ ମୂଳ ଶବ୍ଦ ରୁ ଦମ ଭଳି ଭାରତୀୟ ଶବ୍ଦ ସୃଷ୍ଟି ହୋଇଥିବା କୁହାଯାଏ ।

ଅତଏଵ୍ ଶବ୍ଦ ଟି ମୂଳତଃ ଆମ ଭାଷା ସହ ସମାନ୍ତରାଳ ଭାବେ ସମ୍ବନ୍ଧୀୟ ତେବେ ବହୁଵର୍ଷକାଳର ବ୍ୟବଧାନ ଓ ଦୂରତା ଯୋଗୁଁ ଏହା ତାହାର ମୂଳ ଅର୍ଥ ଛାଡ଼ି ଅନ୍ୟ ଅର୍ଥରେ ଵ୍ୟଵହାର ହେଉଅଛି ।

ଆଜି ଇଉରୋପରେ ସ୍ତ୍ରୀ ମାନଙ୍କୁ ସମ୍ମାନ ପ୍ରଦର୍ଶନାର୍ଥେ ମାଡାମ୍ ଓ ମାଦାମେ କୁହାଯାଉଛି ଏବଂ ସେ ଦେଶ ମାନଙ୍କରେ ଏହା ସଭ୍ୟ ମାନଵର ଏକ ଶିଷ୍ଟାଚାର ଠିକ୍ ସେଇମିତି ଯେମିତି ଆମ ଦେଶରେ ସମ୍ମାନନୀୟା ସ୍ତ୍ରୀ ଲୋକଙ୍କୁ ମହାଶୟା ସମ୍ବୋଧନ ପୂର୍ଵକ ଅଭିଵାଦନ କରାଯାଇଥାଏ ।
ଏଠାରେ ଶବ୍ଦ ର ଆକ୍ଷରିକ ଅର୍ଥ ନୁହେଁ ବରଂ ଆଲୋଚକଙ୍କୁ ସେ ଶବ୍ଦ ର ବର୍ତ୍ତମାନ ଭାଵଗତ ଅର୍ଥ ଦେଖିବା ଅଧିକ ଯୁକ୍ତିଯୁକ୍ତ ଥିଲା ।

କୌଣସି ଭାଷା ଜାତି ଅଞ୍ଚଳ ବିଶେଷକୁ ନେଇ ଆକ୍ଷେପ କରି ଲୋକଙ୍କୁ ଭୁଆଁ ବୁଲାଇ ତଥାକଥିତ ଜାତୀୟ ସ୍ଵାଭିମାନ କଥା କହୁଥିବା ଲୋକେ ଦେଶଵାଦ କୁ ମାନଵଵାଦ ଠାରୁ କାହୁଁ ଅଧିକ ଉଚ୍ଚ ମନେ କରନ୍ତି । ତେବେ ଏଭଳି ଜାତୀୟତାଵାଦ କେଵଳ ତୁଚ୍ଛ ଅହମିକାଯୁକ୍ତ ଏଵଂ ହିଟଲରୀ ଚିନ୍ତାଧାରା ର ବଶବର୍ତ୍ତୀ ଛଡ଼ା ଆଉ କ’ଣ ହୋଇପାରେ ?

Tuesday, May 8, 2018

ମଣିଷ ର ଭାଗ୍ୟ ତା ହାତରେ

ବିଭିନ୍ନ ଧର୍ମ୍ମରେ ଵିଶ୍ଵ ସୃଷ୍ଟି କୁ ନେଇ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥାଏ ।  ସନାତନ ଧର୍ମ୍ମ ର
ଵିଶ୍ଵ ସୃଷ୍ଟି ଵିଷୟକ ଥିଓରୀ ତନ୍ମଧ୍ୟରୁ ସାମାନ୍ୟ ଉନ୍ନତ ଜଣାପଡେ଼ । ଵିଶ୍ଵ ସୃଷ୍ଟି କୁ ନେଇ ସବୁଠାରୁ ଅଵାନ୍ତର ଯୁକ୍ତି ଆମେ ଖ୍ରୀଷ୍ଟିଆନ ,ଇହୁଦୀ, ମୁସଲିମ ଓ ପ୍ରାଚୀନ ଗ୍ରୀକ୍-ରୋମାନ୍-ଇଜିପ୍ତ ସଂସ୍କୃତିରେ ଦେଖିବାକୁ ପାଉ । ଏସବୁ ସଂସ୍କୃତିରେ ପୃଥିବୀର ଵୟସ ମାତ୍ର ୬୦୦୦ ଵର୍ଷ ଆକଳନ କରାଯାଇଛି ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ ।

ଆଧୁନିକ ବିଜ୍ଞାନ କହେ
ବିଗ୍ ଵ୍ୟାଙ୍ଗ ଠାରୁ ଏଯାବତ୍
୧୪୦୦କୋଟି ଵର୍ଷ ବିତି ସାରିଛି । ଯଦି ଏହି ଚଉଦଶହ କୋଟି ବର୍ଷକୁ ମାତ୍ର ୧୪ ଵର୍ଷ ମାନାଯାଇ ଏଥିରେ ମନୁଷ୍ୟର ସମୟକାଳ ଓ ଭୂମିକା ନିର୍ଦ୍ଧାରଣ କରାଯାଏ ତେବେ କେତେ ହେବ ?
ଏ ହିସାବରେ ଦେଖିଲେ
ଆମ ପୃଥିବୀ ମାତ୍ର ପାଞ୍ଚ ଵର୍ଷ ପୁରୁଣା.....
ଅର୍ଥାତ୍ ବ୍ରହ୍ମାଣ୍ଡ ସମ୍ପୂର୍ଣ୍ଣ ସମୟକାଳର ତିନିଭାଗରୁ ଭାଗେ ସମୟକାଳ ଯେତିକି ସମୟ ତଳେ ସୃଷ୍ଟି ହୋଇଥିଲା ଆମ ପୃଥିବୀ......

ବଡ଼ ବଡ଼ ଜୀବ ଏକମାତ୍ର ସାତ ମାସ ତଳେ ସୃଷ୍ଟି ହୋଇଥିଲେ.....
ଏବଂ ଡାଇନୋସର ଆଜକୁ ମାତ୍ର ତିନି ସପ୍ତାହ
ତଳେ ମରିହଜି ଯାଇଥିଲେ....
ଏ ୧୪୦୦ କୋଟି ଵର୍ଷ ମଧ୍ୟରେ ମନୁଷ୍ୟର ସମ୍ପୂର୍ଣ୍ଣ ଇତିହାସ ମାତ୍ର ତିନି ମିନିଟ ର ....
ମଣିଷର ଆଧୁନିକ ଵୈଜ୍ଞାନିକ ମାନଵୀୟ  ଉପଲବ୍ଧି ମାତ୍ର ଛ ସେକେଣ୍ଡ ର .....
ମାନବ ଇତିହାସ ର ଏହି ତିନି ମିନିଟ ସମୟକାଳ ମଧ୍ୟରେ ଆମେମାନେ ଆଜି ଏତେ ଉନ୍ନତି କରିସାରିଛନ୍ତି ଯେ ଭୟ ହେଲାଣି ଯେ
ଗୋଟିଏ ଯୋଡି଼ଏ ମିନିଟ ବେଳକୁ ମାନଵ ଇତିହାସର ପୃଷ୍ଠା ଟି ବ୍ରହ୍ମାଣ୍ଡ ଇତିହାସ ପୁସ୍ତକ ମଧ୍ୟରେ  ସତରେ କ'ଣ ଶେଷ ହୋଇ ଯିବ କି ?

ମନୁଷ୍ୟର ତିନିମିନିଟର ଇତିହାସ ସେ ଚାହିଁଲେ ତିନି ଵର୍ଷ ପର୍ଯ୍ୟନ୍ତ ବା ତହିଁ ରୁ ମଧ୍ୟ ଆହୁରି ଅଧିକ ସମୟ ଯାଏଁ କରିପାରିବ
କିନ୍ତୁ ଏଥିପାଇଁ ଲୋଡ଼ା ଜନସଂଖ୍ୟା ନିୟନ୍ତ୍ରଣ,ଵୈଶ୍ଵିକ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ,ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ନୂତନ ଜୀଵନୋପଯୋଗୀ ଗ୍ରହ ଅନ୍ଵେଷଣ....
ଏଥିପାଇଁ ସାରା ଵିଶ୍ଵକୁ ମିଳିମିଶି କାର୍ଯ୍ୟ କରିବାକୁ ହେବ । ଯେଉଁ ଦିନ ମଣିଷ ଦେଶଵାଦ,ଜାତିଵାଦ,ଧାର୍ମିକ ଦୂର୍ଵଳତା ତ୍ୟାଗ କରି ସମସ୍ତ ଜୀଵଙ୍କୁ ଆପଣାର ମାନିବାକୁ ଲାଗିବ,ଯେଉଁ ଦିନ ପୃଥିବୀରେ ମାନଵଵାଦୀ ଯୁଗର ସୂର୍ଯ୍ୟୋଦୟ ହେବ
ସେହିଦିନ ଠାରୁ ଏହା ସମ୍ଭବପର ହୋଇପାରିବ ।

Sunday, May 6, 2018

ଫ୍ରୀ ପାର୍କିଙ୍ଗ

ଜଣେ ବାବୁ ଏକ କମ୍ପାନୀ ର ମାଲିକ କୁ ପଚାରିଲେ
କିହୋ
ଦେଖୁଛି ତୁମ କମ୍ପାନୀର କର୍ମଚାରୀ ମାନେ
ପୁରାପୁରି ସମାନୁଵର୍ତ୍ତୀ ହୋଇଯାଇଛନ୍ତି !
କଥା କ’ଣ ବନ୍ଧୁ ! ଆର ଗୁମର କିୟଣ କି ?

ମାଲିକ ବନ୍ଧୁ କହିଲେ
“ସାଙ୍ଗ ! ଏଟା ଏତେ ଜଟିଳ କଥାଟେ ନୁହେଁ ଵା !
ଏ କମ୍ପାନୀ ରେ  ମୋଟ 40 ଲୋକ ଅଛନ୍ତି । ମୁଁ ମାତ୍ର 30 ଟା ଗାଡ଼ି ପାଇଁ ଫ୍ରୀ ପାର୍କିଙ୍ଗ ଵ୍ୟଵସ୍ଥା କରିଛି ଆଉ ବାକି ଯିଏ ପଛରେ ଆଇଲା
ତାକୁ ଟ ୧୦୦ ଙ୍କା ଅର୍ଥଦଣ୍ଡ ଦେବାକୁ ହୋଇଥାଏ । ଏଣୁ ୧୦୦ ଟଙ୍କା ବଞ୍ଚେଇବାକୁ
ସମସ୍ତେ ଆଗତୁରା ଆସିବାକୁ ଚେଷ୍ଟା କରନ୍ତି !”