ଗଡଜିଲା... କୁ ନେଇ ହଲିଉଡ ରେ ଅନେକ ଫିଲ୍ମ ତିଆରି ହୋଇଛି ! ଏଭଳି ଫିଲ୍ମ ସବୁ କୁ ବକ୍ସ ଅଫିସ ରେ ରେକର୍ଡ ସଫଳତା ମଧ୍ୟ ମିଳିଛି ।ତେବେ ଏଯାଏଁ ପୃଥିଵୀ ରେ ମିଳିଥିବା ଡାଇନୋସର ର ଜୀବାଶ୍ମ ଗୁଡିକ ମଧ୍ୟରେସବୁଠାରୁ ଉଜନିଆ ଡାଇନୋସର ର ଉଜନ ପ୍ରାୟ 80 ଟନ ତଥା ସବୁଠୁଁ ଉଚ୍ଚ ଡାଇନାସୋର ର ଉଚ୍ଚତା ପ୍ରାୟ 60 ଫୁଟ ପର୍ଯ୍ୟନ୍ତ ହୋଇଥିବା ଜଣାଯାଇଛି ... ହଲିଉଡଵାଲା 385 ଫୁଟ ଉଚ୍ଚ, 90000 ଟନ ଭାରୀ ଗଡଜିଲାଦେଖାଇବାଟା ନିଶ୍ଚିତ ଭାବେ ସାଧାରଣ ଲୋକ ଙ୍କ ମଧ୍ୟେ ଭ୍ରମାତ୍ମକ ଧାରଣା ପୋଷଣ କରୁଅଛି ।Biologically ମଧ୍ୟ ଏହା ଅସମ୍ଭବ !ଏ ଯାଏଁ ପୃଥିବୀ ରେ ମିଳିଥିବା ସବୁଠୁଁ ଭାରୀ ଜୀଵିତ ପ୍ରାଣୀ...ବ୍ଲୂ ଵ୍ହେଲ ର ଓଜନ ପ୍ରାୟ 209 ଟନ...ପୃଥିବୀ ପୃଷ୍ଟରେ ଏକ 90000 ଟନ ର ଦାନଵ କୁ ବଞ୍ଚିବା ପାଇଁ ପ୍ରତିଦିନ କମ ସେ କମ 215000000 କୈଲୋରୀ ଦରକାର ହୋଇଥାଏ ...ଯଦି ସେ ଗଡଜିଲା କୁ କେବଳ ମାନଵ ଭକ୍ଷଣ କରି ବଞ୍ଚିବା କୁ ପଡ଼ନ୍ତା ତାହାଲେ ... ମାନଵ ଶରୀର ରେ ପ୍ରାୟ 110000 କୈଲୋରୀ ମିଳିଥାଏ... ତା ମାନେ ଗଡଜିଲା କୁ ଡେଲୀ ସର୍ଵାଇଵଲ ପାଇଁ 1950 ମଣିଷ ଙ୍କୁ ମାରୀ ଖାଇବାକୁ ପଡନ୍ତା !!
..ପୃଥିଵୀ ର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଏତେବଡ଼ ଭୀମକାୟ ଶରୀର କୁ ସପୋର୍ଟ କରିବା ପାଇଁ ଗଡଜିଲା ର ହାଡ଼ ପୃଥିବୀ ର ଗ୍ରାଵିଟୀ ହେତୁ ଓଜନ ନ ସମ୍ଭାଳି ପାରି ...ପ୍ରେସର୍ ବା ଚାପ ଫଳରେ ଧ୍ଵସ୍ତ ହୋଇ ଯାଅନ୍ତା ପୁଣି ଗଡଜିଲା ର ହୃଦୟ ଏତେବଡ଼ ଵିଶାଲକାୟ ଶରୀରରେ ପୃଥ୍ଵୀ ର ଗ୍ରେଵିଟୀ ସହ ଲଢ଼ି କରି ବ୍ଲଡ ପଂପ କରିବାରେ ଅସଫଳ ହୋଇ ଯାଅନ୍ତା । ତେଣୁ ସହଜରେ କୁହାଯାଇପାରେ ଏହା କେବଳ ଫ୍ରିକ୍ସନାଲ କୈରକ୍ଟର ମାତ୍ର !ତେବେ ଡାଇନାସୋର ନିଶ୍ଚିତ ଭାବେ ଵାସ୍ତଵିକ ଏଥିରେ ସନ୍ଦେହ ନାହିଁ... ଆଜି କୁ କୋଟି କୋଟି ବର୍ଷ ତଳେ ସେମାନେ ଏଇ ପୃଥିବୀରେ ବିଚରଣ କରୁଥିଲେ In fact ଆଜି ମଧ୍ୟ କରୁ ଅଛନ୍ତି..... Yes... ହଁ ଡାଇନାସୋର ଆଜି ମଧ୍ୟ ଅଛନ୍ତି...ଆପଣଙ୍କ ଆଖ ପାଖ ରେ ଯେଉଁ ପକ୍ଷୀ ଅର୍ଥାତ Birds ଆପଣ ଦେଖୁଛନ୍ତି ...ସେମାନେ ପ୍ରକୃତରେ ... ଡାଇନାସୋର ଵଂଶ ର ହିଁ ପ୍ରାଣୀ ଅଟନ୍ତି । କୋଟିଏ ବର୍ଷତଳେ ହୋଇଥିବା ଡାଇନାସୋର ଯୁଗ ଅଂତ ର ଏମାନେ ଏକମାତ୍ର ଵିଜେତା !
ତାହାଲେ କଣ ଆମେ କୌଣସି ପ୍ରକାରେ ଏଇ ଡାଏନାସୋର୍ସ ମାନଙ୍କୁ ଏକଵିଁଶ ଶତାବ୍ଦୀ ରେ ପୁନଃ ସୃଷ୍ଟି କରିପାରିବା ? ଠିକ ଜୁରାସିକ ପାର୍କ ଭଳି...ଆମେ ମଣିଷମାନେ ଏହା କରିପାରିବା ! ତେବେ ଏଥିରେ କିଛି ଅସୁବିଧା ଅଛି ...
ପ୍ରଥମତଃ ରେଟ୍ରୋ ଜେନେଟିକ ଇଂଜୀନିଅରିଂଗ ଦ୍ଵାରା ପୁନଃ ସର୍ଜିତ ସେଇ ଜୀବ ସବୁ କୁ...
ହିସ୍ଟୋରିକଲ ଡାଇନୋସୋର କୁହାଯାଇପାରିବ ନାହିଁ ! ପୁଣି ପ୍ରକୃତି ର କାର୍ଯ୍ୟ ରେ ବାଧା ଦେଇ ନୂତନ ଜୀବ ସୃଷ୍ଟି କରିବାକୁ କିଛି ଲୋକ ବିରୋଧ ମଧ୍ୟ କରିପାରନ୍ତି । ...ଆଜ କୁ ପ୍ରାୟ 6.5 କୋଟି ଵର୍ଷ ତଳେ ଡାଇନୋସର ମାନେ ଏଭଳି ଏକ ସକାଳ ଦେଖିଲେ ଆକାଶ ରେ 10 କିଲୋମିଟର ଚଉଡା ର ଉଲ୍କା ସେମାଙ୍କ ଆଡ଼କୁ ବୁଢ଼ି ଥିଲା ଏବଂ କିଛି କ୍ଷଣ ପରେ ପୃଥିବୀ ରେ ପ୍ରଳୟ ଆରମ୍ଭ ହୋଇଗଲା । ଆରବ ନ୍ୟୁକ୍ଲିୟର ବୋମା ଏକା ସାଥେ ବିସ୍ଫୋଟ କରିଦେଲେ ଦିଏ ଯେଉଁ ବିନାଶ ହେବକଥା ସେଇଭଳି ଦୃଶ୍ୟ ସବୁ ସେ ଉଲ୍କା ପଡ଼ିବା ଦ୍ଵାରା ଘଟିଥିବ ! ଉଲ୍କା ସହିତ ପୃଥିବୀ ପୃଷ୍ଠ ର ଟକ୍କର ଫଳରେ ପ୍ରଚଂଡ ଶକ ଵେଵ୍ସ ଉତ୍ପନ ହୋଇ ଵିଶ୍ଵବ୍ୟାପୀ ଭୂକମ୍ପ ,ଜ୍ଵାଳାମୂଖୀ ଫାଟିବା ଯୋଗୁଁ ଲାବା ବର୍ଷଣ ତଥା ସାମୁଦ୍ରିକ ସୁନାମୀ ସୃଷ୍ଟି ହୋଇଥିବ । ଉଲ୍କା ଧକ୍କା ଯୋଗୁଁ ଧୂଳି ଧୁଁଆ ମଧ୍ୟରେ ପୃଥିବୀ କୁ ସୂର୍ଯ୍ୟକିରଣ ମିଳିବାରେ ବାଧା ସୃଷ୍ଟି ହୋଇଥିବା ତଥା ପୃଥିବୀ Ice age ବା ହିମଯୁଗ କୁ ଚାଲଯାଇଥିବା ଅନୁମାନ କରାଯାଏ । ବୈଜ୍ଞାନିକ ଙ୍କ ମତରେ ସେଇ ବିସ୍ଫୋଟ ଯୋଗୁଁ ତତ୍କାଳ ଵିଶ୍ଵ 75% ପ୍ରଜାତି... ବିଲୁପ୍ତ ହୋଇଯାଇଥିଲା !!!ବୈଜ୍ଞାନିକ ମାନଙ୍କ ମତରେ ଏପର୍ଯ୍ୟନ୍ତ ପୃଥିବୀରେ 6 ହିମଯୁଗ ଆସିସାରିଛି ଏବଂ ଶେଷ ହିମଯୁଗ 10000 ବର୍ଷ ତଳେ ଶେଷ ହୋଇଅଛି । .ପୃଥିବୀ ପୃଷ୍ଠ ରେ ବର୍ତମାନ ପର୍ଯ୍ୟନ୍ତ ମିଳିସାରିଥିବା 100 ରୁ ଉର୍ଧ୍ଵ ଵିଶାଳକାୟ କ୍ରେଟର ସବୁ ଏହାର ପ୍ରମାଣ..ବର୍ତ୍ତମାନ ମଧ୍ୟ ପୃଥିବୀ ର ଆଖପାଖରେ ଘୁରୁଥିବା 320000 ରୁ ଅଧିକ ଏସ୍ଟେରୋଇଡ ଥିବା ଜଣା ଯାଇଛି ...
ତନ୍ମଧ୍ୟରେ 2100 ଟି ଅତି ଵିଶାଳକାୟ ଉଲ୍କ ଥିବା ଜଣାଯାଇଛି ... ଏଥିରୁ କୌଣସି ଗୋଟାଏ ବି ପୃଥିବୀ ଉପରେ ପଡ଼ିଲେ ମହାବିନାଶ ସାର ହେବ !ତେବେ ମାନବ ପାଖରେ ଆଧୁନିକ ବୈଷୟିକ ବିଜ୍ଞାନ ,ଉନ୍ନତ ମସ୍ତିଷ୍କ ଏବଂ ସହଜେ ହାର ନ ମାନିବାର ଜିଦ୍ ଅଛି ଯାହା ଡାଏନୋସର ଭଳି ପ୍ରଚୀନ ଜୀବ ଠାରେ ନ ଥିଲା ।
Saturday, November 28, 2015
Friday, November 27, 2015
ସୁମୀ ଅପା ର ଲଭଷ୍ଟୋରୀ
2013 ବରଷ କଥା !! ବଡ଼ ସହର ରୁ ଗାଁ କୁ ଯାଇଥାଏ ! ଦିନଯାକ ଟ୍ରେନ ରେ ବସି ବସି କ୍ଳାନ୍ତ ହୋଇଯାଇଥିଲି । ସଂଧ୍ୟା 7 ଟାରେ ଗାଁ ରେ ପହଁଚି କଣ ଦି ଟା ଖାଇ ଦେଇ ଛାତ ଉପରେ ଦଉଡ଼ିଆ ଖଟରେ ପଡ଼ି ଗଲି । ଠିକ ଅଧରାତି କୁ ଗାଁ ଦାଣ୍ଡରେ ପାଟିତୁଣ୍ଡ ଶୁଣି ମୋ ନିଦ ଏକବାରେ ଭାଙ୍ଗିଗଲା । ବୁଝୁ ବୁଝୁ ଜଣାଗଲା ସୁନେଇ ମାଉସୀ ଝିଅ ଠିଁ କୁଆଡ଼େ ଠାକୁରାଣୀ ଆସିଛନ୍ତି ସେଇଥି ପାଇଁ ଏତେ ହୋ ହାଲ୍ଲା ! ତଳକୁ ଯାଇ ଦେଖିଲି ଗାଁ ଯାକର ଟୋକା ଟୋକି ମାଇପୀ ଅଣ୍ଡିରା ମାଉସୀ ଘର ଆଗରେ ରୁଣ୍ଢ ହୋଇଛନ୍ତି । କୌତୁହଳବଶ ତାଙ୍କ ଘର ଆଡ଼େ ଯାଇ ଦେଖିଲି ଗୋଟାଏ ପଟେ ମାଉସୀ କନ୍ଦାକଟା କରୁଛିତା ଝିଅ ସୁମି ର ଚେହେରା ମଳିନ ,ବାଳ ଝୁଁପୁରା ଏବଂ କପଡ଼ା ରେ ମାଟି ଲାଗିଥିଲା ।
ତେବେ ଭୁତ ପ୍ରେତ ଲାଗିବା ଏବଂ ଠାକୁରାଣୀ ଆସିବା ଆଦି ଯେତକ ଯାବତୀୟ ଘଟଣା ଦୂର୍ଘଟଣା କୁ ମୁଁ ଟିକେ ଭିନ୍ନ ଦୃଷ୍ଟି ରେ ଦେଖେ....
ସେମିତି ଗହିରୀଆ କଥା ଯାଣିବାକୁ ହେଲେ ମୁଁ ଦାସ ବୁଢ଼ା ପାଖ କୁ ଧାଁଏ !!
ଅଜାଙ୍କ ଘରକୁ ଗଲାରୁ ଜଣିବାକୁ ପାଇଲୀ ବୁଢ଼ା ବାଦାମ ଗଛ ଉପାଡିବାକୁ ପାଳ କୁ ଯାଇଛି । ମୋର ଲେଡି BSA ସାଇକେଲ ଟା ଧରି ଯାଇ ବୁଢ଼ା ପାଖରେ ଏକବାର ହାଜର ହୋଇଗଲି । ସେତେବଳକୁ ଦାସ ଅଜା ବ୍ରାହ୍ମଣୀ ନଦୀ କୁଳରେ ନଦୀବନ୍ଧ ଉପରେ ବସି ତରଭୁଜ ଖାଉଥାଏ । ମୋତେ ଦେଖି ଅଜା ଏକାବେଳେକେ ଡବଲ ଖୁସୀ ହୋଇଗଲା । ମୋତେ ଦେଖୁ ଦେଖୁ ଦାସ ବୁଢ଼ା କହିଲା :- ସାଙ୍ଗ ମୋ ବାହାଘର ଦେଖିବାକୁ ଅଇଲୁ ଗାଁ କୁ ନା କଣ ଆଉ.....
ମୁଁ ଅଳ୍ପ ହସି କହିଲି
"ଅଜା ତେମେ ସବୁ ଏକେଲା ଏକେଲା ଖାଇଯାଅ ବୁଝିଲ..,
ଆଉ ଆମେ ନାତୀମାନଙ୍କ ଦୁଃଖ କିଏ ଦେଖିବ ଯେ....
ଦାସବୁଢ଼ା ଟିକେ ଚମକି ପଡ଼ିଲା....ମୋ ସ୍ଵଭାବ ତାକୁ ଜଣା....
ଭାବିଥିବ କୋଉଠୁଁ ବୋଧେ ଝଗଡ଼ା କରି ଆସିଛି ।
ଅଜା ଟିକେ ନରମୀ ଯାଇ ମୋତେ ପାଖରେ ବସାଇ ତରଭୁଜ କାଟି ଦେଲା...ନେ ସାଙ୍ଗ ଖା...ଆଉ ନଦୀକୁ ଗାଧୋଇ ଆସିଥେଲୁ ନ କଣ ବା ??
ନାଇଁ ଅଜା ତେମେ ଆପଣ ଙ୍କ ପାଖକୁ ଆସିଥେଲି ନା ଆଉ ମୁଁ ଅଳ୍ପ ହସି କହିଲି ଦାସଅଜା ର ଦାନ୍ତ ସବୁ ଏବେ ଦିଶିଲା....
ମୁରୁକି ହସା ଟାଏ ଦେଇବୁଢ଼ା ପଚାରିଲା କଣ ହେଲା ନାତୀ ମୋ ପାଖରେ ତୋର କି କାମ ବା ..... !!
ମୁଁ କାଲି ରାତି କଥା ଗୋଟି ଗୋଟି ସବୁ ଅଜା ଆଗରେ ଅମୂଳଚୁଳ କହିଗଲି ।
ସବୁ ଶୁଣି ବୁଢ଼ା ହସିଲା କହିଲା .....ଆରେ ଏଇ କଥା କୁ ନାଆ ପେଲିଦେଲି କଲିକତା କୁ ....
ସେ ଟୋକି ର ଚାଲିଚଳଣ ଠିକ ନୁହେଁ
ତଳ ସାହି ରାଧୁ ପୁଅ କଣ ତ ତା ନାଁ ଟା ହଁ ଅଭି ସହ ତା ର ଭୀତିରିଆ ପ୍ରେମ ଚାଲିଛି । ଅଜା ବୁଢ଼ା କୁ ଚିଡ଼େଇବାକୁ ଯାଇ କହିଲି'ଆଜା ପରଝିଅ ଵୋହୂ ଙ୍କ ନାଆଁରେ ଏମିତି ଲଗେଇ ଯୋଖେଇ କହିବା ଠିକ ନୁହଁତୁମ ପାଖରେ କି ପ୍ରମାଣ ଅଛି ସୁମିଅପା ନାଁ ରେ କେତେ କଣ କହିଗଲ'ବୁଢ଼ା ରାଗିଗଲା କହିଲା ଶୁଣେ ତୋ ଯୋଉ ସୁମୀ ଅପା କୁ ସତୀ ସାବିତ୍ରୀ ଭାବୁଛୁ ଅନା ନିତି ରାତି ରେ ତାକୁ ମୁଁ ଦାମସାହୁ ଘର ବାଁଉଶ ନଟି କୁ ଯିବାର କେତେଥର ଦେଖିଛି ! ଆରେ ମୁଁ କଣ ଗାଁ ର ଅଧେ ଲୋକ ତାଙ୍କ ଚୋରା ପିରତୀ କଥା ଜାଣନ୍ତି ...ବୁଢ଼ା କଥା ରୁ ସବୁ କ୍ଲିଅର ହୋଇଗଲା....ସେ ଠାକୁରାଣୀ ଆସିବା କଥା ତା ହେଲେ ପୁରା ଡାହା ମିଛ !!!
ବୁଢ଼ା ସହିତ ବହୁତ ଗପିଲି
ଗଲା ବେଳକୁ ଅଜା ବୁଢ଼ା କହିଲାସାଙ୍ଗ ତୋ ଭଉଣୀ କୁ ମୋତେ ବାହା ଦବୁ ନା ?
ମୁଁ ଅଳ୍ପ ହସି କହିଲି
ଅଜା କୋଟିଏ ଟଙ୍କା ଯୌତୁକ ଦେଲେ ଯାଇ କନ୍ୟା ରତ୍ନ ମିଳିବ କଣ ମାଗଣା ଭାବୁଛ କି !!!
ବୁଢ଼ା ଅଜା ଠୁ ବିଦା ନେଇ ସେଠୁ ଘରକୁ ଫେରିଲି !
ଦୁଇ ଦିନପରେ ଦିନେ ଖରାବେଳିଆ ସୁନେଇ ମାଉସୀ ଘରୁ ସୁମୀ ଅପା ର କାନ୍ଦ ବୋବାଳୀ ଶୁଣି କଣ ହୋଇଛି ଦେଖିବାକୁ ଦୌଡିଗଲା ।
ମାଉସୀ ସୁମୀ ଅପା କୁ ନିର୍ଧୁମ ପିଟୁଥାଏ ଅପା ଚିଲଉ ଥାଏ.....
ଏଇ ବର୍ଷ ଅଭି ଭାଇ ସହ ସୁମୀ ଅପା ର ବାହାଘର ହୋଇଯାଇଛିପ୍ରଭୁ ଜଗନ୍ନାଥ ଙ୍କ କୃପାରୁ କୋଳକୁ ପୁଅ ଟିଏ ଛୋଟ ସଂସାର ସୁଖୀ ସଂସାର !!
ହେଲେ ମୋ ମନ ର ପ୍ରଶ୍ନ ଟା ଅନୁତ୍ତରୀତ ରହିଗଲା ସୁନେଇ ମାଉସୀ ସୁମୀ ଅପା କୁ ଦିନ ଦିପହର ଟା ରେ କାହିଁକି ପିଟୁ ଥିଲା ???
ପାଠକଙ୍କୁ ଉତ୍ତର ଜଣାଥିଲେ ଦୟାକରି ଉତ୍ତର ଟା ଲେଖି ଜଣାଇବେ...

Tuesday, November 24, 2015
ଆପଣଙ୍କ ନିଜ ଶରୀର ମଧ୍ୟରେ କେହି ଅନ୍ୟ ଜଣେ ମଧ୍ୟ ରହେ ! -The Parasitic nature Of The Universe...
କଳ୍ପନା କରନ୍ତୁ ଯଦି ଆପଣଙ୍କ ଚକ୍ଷୁଦ୍ଵୟ ର ଦୃଶ୍ୟ କ୍ଷମତା ବଢ଼ିଯାଅନ୍ତା ଯା ଫଳରେ ଆପଣ ଖାଲି ଆଖିରେ ମଧ୍ୟ ପରମାଣୁ ଗୁଡିକୁ ଦେଖିପାରାନ୍ତେ ! ଠିକେ ଚିନ୍ତାକରି ଦେଖନ୍ତୁ .... ରାତିରେ ପାଖରେ ଶୋଇଥିବା ଆପଣଙ୍କ ସୁନ୍ଦରୀ ସ୍ତ୍ରୀ ର ଚେହେରା କେମିତି ଦେଖାଯାଅନ୍ତା ?ତେବେ... ଆପଣଙ୍କୁ ତାର ଚେହରା ବଦଳରେ... ଚମକୁଥିବା ଅସଂଖ୍ୟ ପରମାଣୁ ପୁଞ୍ଜ ଦେଖାଯାଅନ୍ତା ,ବସ୍ତୁତ୍ଵଃ ଦୂର୍ବଳ ହୃଦୟ ହୋଇଥିଲେ ଏସବୁ ଦେଖି ହାର୍ଟ ଏଟକ ର ସମ୍ଭାବନା ମଧ୍ୟା ବଢ଼ିଯାଇଥାଅନ୍ତା ।କିନ୍ତୁ ପରମାଣୁ ଭଳି ଛୋଟ ଛୋଟ ଜିନିଷ ଖାଲି ଆଖି କୁ ଦେଖାଯାଏ ନାହିଁ । ସାଧାରଣତଃ ଜଣେ ସ୍ଵସ୍ଥ ବ୍ୟକ୍ତି ମିନିମମ 0.1 arc seconds ରେ ଵିସୁଅଲ ଏଂଗଲ ଦ୍ଵାରା ଜିନିଷ ଦେଖିପାରିଥାଏ । ସରଲ ଶବ୍ଦରେ କହିଲେ.... 0.02 mm ରୁ ଛୋଟ ଜିନିଷ ଦେଖିବା ମାନବ ପକ୍ଷେ ସମ୍ଭବ ନୁହେଁ ।କିନ୍ତୁ ଛୋଟ ଜିନିଷ ର ମଧ୍ୟ ଅସ୍ତିତ୍ଵ ଅଛି !!!!ସେଇଭଳି ଆପଣ 390-800 ନୈନୋମୀଟର ଫ୍ରୀକ୍ଵେଂସୀ ର ପ୍ରକାଶ ହିଁ ଦେଖି ପରାନ୍ତି .... 390 ନୈନୋମୀଟର ଫ୍ରୀକ୍ଵେନ୍ସୀ ଠାରୁ ଅଧିକ ପ୍ରକାଶ (ଅଲ୍ଟ୍ରାଵାଯଲଟ) ଏବଂ 800 ରୁ କମ ଫ୍ରୀକ୍ଵେଂସୀ ର ପ୍ରକାଶ ଦେଖିପାରିବା (ଇଂଫ୍ରାରେଡ) ଆପଙ୍କ ଦୃଷ୍ଟି କ୍ଷମତା ର ବାହାରେ ।
ସେଇ ଭଳି... ଆପଣ 20-20000 ହର୍ଟ୍ ଫ୍ରୀକ୍ଵେଂସୀ ର ସାଉଂଡ ଶୁଣିପାରନ୍ତି ତା ଠାରୁ ଅଧିକ କିମ୍ବା କମ ନୁହେଁ ! ତ ଏହାର ମୋରାଲ ଅଫ ଷ୍ଟୋରୀ ହେଉଛି ଆପଣଙ୍କ ଇନ୍ଦ୍ରିୟ ଗୁଡ଼ିକୁ ଏଇଭଳି ଡିଜାଇନ କରାଯାଇଅଛି ଯେମିତି ଆପଣ ବ୍ରହ୍ମାଣ୍ଡ କୁ...ଏବଂ ତାର ମୂଳ ସ୍ଵରୁପ କୁ ଦେଖି ପାରିବେ ନାହିଁ । ପ୍ରକୃତି ର ଶକ୍ତିଶାଳୀ ମାୟା ମୃଗତୃଷ୍ମା ରେ ପଡ଼ି ... ପରମ ସତ୍ୟ କୁ ଜାଣି ପାରନ୍ତି ନାହିଂ ସେ ସତ୍ୟଜାଣିଗଲେ ହୁଏତ ଆପଣ ବିଚଳିତ ହୋଇଯାଇପାରନ୍ତି---------ଜଞ୍ଜାଳମୟ ନିତିଦିନିଆ ଜୀବନ... ସଡ଼କ ରେ ଗାଡିମଟର ର ପେଁ ପାଁ ଚେଁ ଚାଁ ... ସଡ଼କ ର ଦୁଇ ପାଖରେ ଗଗନଚୁମ୍ବୀ କଂକ୍ରିଟ ର ଜଙ୍ଗଲ ମଧ୍ୟ ରେ ବୁଡ଼ିରହି ଆମେ ଆଉ ଏକ ଦୁନିଆ କୁ ସର୍ଵଦା ହେୟଜ୍ଞାନ କରିଦିଅନ୍ତି... ସେଇ ଦୁନିଆ କୁ ବିଜ୍ଞାନ ର ଭାଷା ରେ "ମାଇକ୍ରୋ ସ୍କୋପିକ ଵର୍ଲ୍ଡ"କୁହାଯାଏ...ଜିବାଣୁ ବିଜାଣୁ ଭୂତାଣୁ ମାନଙ୍କ ଦୁନିଆ... ପୁଣି ଏଇ କ୍ଷୁଦ୍ର ଦାନବ ମାନଙ୍କୁ ଯଦି ଆପଣ ଖାଲି ଆଖିରେ ଦେଖନ୍ତେ ତ କଣ ହୁଅନ୍ତା ?ନିଶ୍ଚିତ ଭାବେ ହାର୍ଟ ଆଟାକ୍ !!!
ଏବେ ମନରେ ପ୍ରଶ୍ନ ଉଁକି ମାରେ କି ଯଦି ସୃଷ୍ଟି ର ରଚନାକାରଙ୍କର ଉଦ୍ଦେଶ୍ୟ ମାନବ ମାନଙ୍କ ପାଇଁ ଏ ଦୁନିଆ କୁ ବନାଇବାର ଥିଲା... ତା ହେଲେ ସେ ପରମାତ୍ମା ଏମିତି ସମାନାନ୍ତର ଦୁନିଆ କାହିଁକି ବାନାଇଲେ ? ଗୋଟାଏ ଦୁନିଆ ଅନ୍ୟ କୁ ଜାଣିପାରେନି ଦେଖି ପାରେନି ଅନୁଭବ କରିପାରେନି । ତାହେଲେ କଣ ସତରେ ସୃଷ୍ଟି..."ପରଜୀଵିତା ସିଦ୍ଧାନ୍ତ" ର ସମର୍ଥନ କରୁଅଛି ?.ମାର୍କଣ୍ଡେୟ ପୁରାଣ ରେ କୁହାଯାଇଛି ... ମାର୍କଣ୍ଡେୟ ଋଷି ଦିନେ ଵିଚରଣ କରୁ କରୁ କୌଣସୀ ମତେ ବ୍ରହ୍ମାଣ୍ଡ ରୁ ଉର୍ଧ୍ଵ କୁ , ବାହରକୁ ଚାଲିଗଲେ ଏବଂ ତାଙ୍କୁ ଦେଖାଗଲା ଯେ .... ଏ ବ୍ରହ୍ମାଣ୍ଡ ତ ଗୋଟିଏ ସୁନ୍ଦରିଆ ପିଲା ଟିଏ ... "ଏକାର୍ଣବ ଜଳ" ରେ ଜଳକ୍ରୀଡା କରୁଅଚ୍ଛି ।କହାଣୀ ସତ ହେଉ ଅଥବା ବୋଗସ... But... It Has Huge Implications !!!
**********************************
ମରୁଭୂମି ରେ ରହୁଥିବା ଏଣ୍ଡୁଅ ନିଜର ସିମୀତ କ୍ଷମତା ଯୋଗୁଁ ମରୁଭୂମି ବାହାର କୁ ଯାଇପାରେନୀଏବଂ ମାନୀନିଏ ଯେ ଏଇତକ କ୍ଷେତ୍ର ହିଁ ଦୁନିଆ... ସମୁଦ୍ର ରେ ବାସ କରୁଥିବା ଜୀବ ମାନଙ୍କ ପାଇଁ ସମୁଦ୍ର ର ଗଭୀର ଜଳ ହିଁ ବ୍ରହ୍ମାଣ୍ଡ ଏବଂ ଆମେ ମଣିଷ ମାନେ ... ଗ୍ରହ ନକ୍ଷତ୍ର ର ବ୍ରହ୍ମାଣ୍ଡ କୁ ଦେଖି ... ଅନନ୍ତ କାଳରୁ ବ୍ରହ୍ମାଣ୍ଡ ବାହର ର ଦୁନିଯା ବିଷୟ ରେ କେବଳ କଲ୍ପନା କରି ଆସୁଅଛେ । ...କିନ୍ତୁ ଏ କଥା ରୁ ଅଜଣା ଯେଆମ ନିଜ ଶରୀର ମଧ୍ୟ...କୋଟି କୋଟି ଛୋଟ ଜୀବ ମାନଙ୍କ ଘର... ଦୁନିଆ ଏବଂ ବ୍ରହ୍ମାଣ୍ଡ ଅଟେ.କିଏ ଜାଣେକାଳେ... ଏ ବ୍ରହ୍ମାଣ୍ଡ ମଧ୍ୟ...ଏକ ଜୀଵ ହୋଇ ଥାଏ ପାରେ ଏବଂ ଯୁଗ ଯୁଗ ରୁ ନିଜର ଅସ୍ତିତ୍ଵ ର ମୂଳ ଅନୁସନ୍ଧାନ ରେ ବ୍ଯସ୍ତ ଥାଇ ପାରେକିନ୍ତୁ ଠିକ ଆମ ଭଳି...ନିଜ ଶରୀର ମଧ୍ୟେ ଚଲୁଥିବା ହଲଚଲ ବିଷୟ ରେ ଅଜଣା ଥାଇପାରେ !!!! ହଲିଉଡ଼ ଫିଲ୍ମ ଵାର ଅଫ୍ ଦ ଵର୍ଲ୍ଡସ୍ ଏବଂ ମୈନ ଇନ ବ୍ଲୈକ ର ଶେଷ ଦୃଶ୍ୟ ପରେ ଏହି ଥିଓରୀ ଟିକୁ କାଳ୍ପନିକ ଚିତ୍ର ଦ୍ଵାରା ଦର୍ଶାଯାଇଅଛି !

Monday, November 16, 2015
ଗୁଜରାଟ ର ଗୀର
ରାଜାରାଜୁଡ଼ା ସମୟରେ ଗୁଜରାଟ ର ଗୀର ଅଭୟାରଣ୍ୟ ନିଘଞ୍ଚ ଜଙ୍ଗଲ ଥିଲା ଏବଂ ସେଇ ଜଙ୍ଗଲ ରେ କେବଳ ସିଂହ ମାନଙ୍କର ଏକାଧିପତ୍ୟ ଥିଲା । ଗୁଜରାଟ ର ତିନୋଟି ରାଜବଂଶ କୁ ସିଂହ ମାନଙ୍କର ଶକ୍ତି ର ପରିଚୟ ମିଳିସାରିଛି ! ନିଜକୁ ମର୍ଦ୍ଦପୁଅ ପ୍ରମାଣ କରିବାକୁଯାଇ ଇଂରେଜ ରାଜତ୍ଵକାଳରେ ଏଠାକାର ରାଜା ଏବଂ ରାଜକୁମାର ତଥା ଗୋରା ସାହେବ ମାନେ ଶିକାର ଖେଳିବାକୁ ଗୀର ର ଜଙ୍ଗଲ କୁ ଆସୁଥିଲେ -. ଏଇ ଭଳି ଦିନେ ଶିକାର କରିବାକୁ ଆସି ଗୋଂଡଲ ର ରାଜା ନଟଵରସିଂହ ସିଂହମାନଙ୍କ ଶିକାର ପାଲଟି ଥିଲେ । ୧୯୩୦ ରେ ରାଜକୋଟର ରାଜଗାଦି ପ୍ରାପ୍ତ କରିଥିବା ଧର୍ମେନ୍ଦ୍ରସିଂହ ୧୯୪୦ ରେ ଗୀରକୁ ମୃଗୟା ଖେଳିବାକୁ ଯାଇଥିଲେ । ରାଜା ଙ୍କର ଗୋଟିଏ ଗୁଳି ରେ ସିଁହ ଟିଏ କ୍ଷତାକ୍ତ ହେଲା...କୁହାଯାଏ ରାଜା ଧର୍ମେନ୍ଦ୍ର ଙ୍କ ପଛରେ କୁଆଡେ ସେଇ କ୍ଷତାକ୍ତ ସିଂହ ଟି ଜଙ୍ଗଲ ଶେଷ ହେବା ଯାଏଁ ଗୋଡ଼ାଇଥିଲା !୧୯୩୩ରେ ସୟାଜୀରାଓ ଗୀର ର ଜଙ୍ଗଲ ରେ ଶିକାର କରିବାକୁ ବାହାରିଲେ । ଜଙ୍ଗଲ ମଧ୍ୟେ ସିଂହ ଶିକାର ପାଇଁ ମଞ୍ଚା ବନ୍ଧାଯାଇଥିଲା । ଅନେକ ଅପେକ୍ଷା କଲାପରେ ସିଂହ ଟିଏ ଦେଖି ଏକେବାରେ ଗୁଳିଚଲାଇଦେଲେ । ଯୋଗ କୁ ତାହା ଲକ୍ଷଭ୍ରଷ୍ଟ ହେଲା ! ରାଜା ନିରାଶ ମନରେ ରାଜପ୍ରାସାଦ କୁ ଫେରିବାକୁ ସଜବାଜ ହେଉଛନ୍ତି ଏପଟେ ସିଂହ ରାଜାଙ୍କୁ ଶିକାର କରିବାକୁ ତିଆର ହେଉଥାଏ । ଠିକ ସେତିକି ବେଳେ ଜଙ୍ଗଲକୁ ଜାଳଣୀ ସଂଗ୍ରହ ଉଦ୍ଦେଶ୍ୟରେ ଆସିଥିବା କୋଳୀ ଜାତି ର ଦୁଇଜଣ ଯୁବକ ହରି - ଅର୍ଜୁଣ ଦୂର ରୁ ଏ ଦୃଶ୍ୟ ଦେଖିନେଲେ ଏବଂ ତତ୍କ୍ଷଖାତ୍ ସିଂହ କୁ ମାରି ଘଉଡ଼ାଇଲେ । ସେଦିନ ସେ ଦିଜଣ ଙ୍କ ଯୋଗୁଁ ଜଙ୍ଗଲ ର ରାଜା ସିଂହ ଠାରୁ ବଡ଼ୋଦରା ରାଜା ଅଳ୍ପକେ ବର୍ତ୍ତିଯାଇଥିଲେ ! ପରେ ବଡ଼ୋଦରା ରାଜା ସୟାଜୀରାଓ ଗାୟକଵାଡ ନିଜ ଜୀବନ ବଞ୍ଚାଇଥିବା ହେତୁ ସେହି ଦୁଇଜଣ ସାହସୀ ଯୁବକଙ୍କୁ ବଡ଼ୋଦରା ଡକାଇ ସମ୍ମାନିତ କରିଥିଲେ । ପୁଣି ଭବିଷ୍ୟ ବଂଶଧରମନଙ୍କୁ ବୀର ଯୁବକ ମାନଙ୍କ ବାହାଦୁରୀ ଜଣାଇବା ପାଇଁ ବଡ଼ୋଦରା ରାଜା କମାଟୀବାଗ ଠାରେ ଦୁଇଟି ଶୈଳ ପ୍ରତିମା ମଧ୍ୟ ସ୍ଥାପନା ମଧ୍ୟ କରାଇଛନ୍ତି ଯାହା ଏବେ ବି ବିଦ୍ୟମାନ ।
ପୃଥିଵୀ ପୃଷ୍ଠରେ ସିଂହର ଘର ପଚାରିଲେ ଦୁଇ ଟି ନାଆଁ ଶୁଣିବାକୁ ମିଳିଥାଏ ଆଫ୍ରିକା ଏବଂ ଗୀର । ସିଂହ ଯୋଗୁଁ ଵିଶ୍ଵସାରା ପ୍ରଶିଦ୍ଧି ଲାଭକରିଥିବା ଗୀର ଅଭୟାରଣ୍ୟ ର ସ୍ଥାପନା ଆଜକୁ ପ୍ରାଯଃ ୫୦ ଵର୍ଷ ପୂର୍ବେ 18 ସେପ୍ଟେମ୍ବର ୧୯୬୫ ରେ ହୋଇଥିଲା ଅର୍ଥାତ୍ ଏଇଦିନ ଠାରୁ ଗୀର ଜଙ୍ଗଲ କୁ ସରକାର ଅଭୟାରଣ୍ୟ ସଂରକ୍ଷିତ ଜଙ୍ଗଲ ଘୋଷଣା କରିଥିଲେ । ଦସ ଵର୍ଷ ପରେ ଅଭୟାରଣ୍ୟ ର କିଛି ଅଂଶ କୁ ନେଶନଲ ପାର୍କ କୁହାଗଲା । ଏହି ଅଭୟାରଣ୍ୟ ର ଆୟତନ ସରକାରୀ କାଗଜପତ୍ର ରେ ପ୍ରାୟଃ ୧୪୦୦ ବର୍ଗ କିଲୋମିଟର ଲେଖାଯାଇଥିଲେବି ଏହାରା ଆୟତନ ଟିକେ ଅଧିକ ! ଭାରତରେ ମୋଟ ୪୫୦ଟି ଅଭୟାରଣ୍ୟ ମଧ୍ୟରୁ ଅଭଯାରଣ୍ଯୋମାଂ ଗୀର ସିଂହ ପାଇଁ ପ୍ରସିଦ୍ଧ । ଏମିତତ ଏଠାରେ ପୁରାତନକାଳରୁ ସିଂହଜାତି ବାସକରୁଅଛି କିନ୍ତୁ ଵିଁଶ ଶତାବ୍ଦୀ ର ଆରମ୍ଭ ସମୟ ରେ ଲୋକ ମାନଙ୍କ ପାଇଁ ଚର୍ଚା ର ବିଷୟ ପାଲଟି ଥିଲା । ବର୍ଷ ବର୍ଷ ଧରି ବନ୍ୟଜୀବ ମୁଖ୍ୟତଃ ସିଂହ ଶିକାର ଫଳରେ ଏଠାରେ ମାତ୍ର ୧୨-୧୫ ଟି ସିଁହ ହି ରହିଯାଇଥିଲେ । ଜୂନାଗଢ ନଵାବ ସିଂହ ମାନଙ୍କ ଵଂଶରକ୍ଷା ପାଇଁ ଗୀର ରେ ଶିକାର ନିଶେଦ୍ଧ କରାଇଲେ ଏବଂ ଧୀରେ ଧୀରେ ସିଂହ ମାନଙ୍କ ବଂଶବୃଦ୍ଧି ଘଟିଲା ।ବିଗତ 20ବର୍ଷ ମଧ୍ୟରେ ରାଜ୍ୟ ଆର୍ଥିକ ପ୍ରଗତି କରିବା ସହ ସିଂହ ମାନଙ୍କ ସଂଖ୍ୟା ମଧ୍ୟ 300 ପାର କରିସାରିଥିବା ଜଣାଯାଇଛି ।

Friday, November 13, 2015
ମନୋବିଜ୍ଞାନ ଏବଂ ଟେଲିପାଥୀ
ମନୋବିଜ୍ଞାନ କୁ ପୂର୍ବେ ପାଶ୍ଚାତ୍ୟ ପଣ୍ଡିତ ମାନେ ବିଜ୍ଞାନ ମାନୁ ନ ଥିଲେ ! ଏହା କାଳ୍ପନିକ ଏବଂ ମସ୍ତିଷ୍କ ବିକାରଯୁକ୍ତ ଲୋକ ଙ୍କ ବିକୃତ ଅବଧାରାଣା ବୋଲି ମାନାଯାଉଥିଲା । ସର୍ବ ପ୍ରଥମେ ଈ.ସ. ୧୮୮୨ ରେ 'ଲଂଡନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ' ର ସ୍ଥାପନା ହେଲା .ଏହା ପରେ ଈ.ସ. ୧୮୮୫ ରେ 'ଅମେରିକନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ' ର ଗଠନ କରାଗଲା । ଏଇ ଭଳି ସଂସ୍ଥା ସବୁ ଅନ୍ୟ ୟୁରୋପିଅନ ଦେଶ ଗୁଡିକ ରେ କିଛି ବର୍ଷ ବ୍ୟବଧାନ ରେ ଖୋଲିଲା । ଏସବୁ ସଂସ୍ଥା ମଧ୍ୟରୁ ଲଂଡନ ସୋସାଏଟୀ ଫୋର ସାଇକିକଲ ରୀସର୍ଚ କୁ ଅନେକ ଵିଦ୍ଵାନ ମାନଙ୍କର ସମର୍ଥନ ମିଳିଥିଲା ।ଏଇ ବିଦ୍ଵାନ ବୁଦ୍ଧିଜୀଵୀ ମାନଙ୍କ ମଧ୍ୟରେ ଥିଲେ କେମ୍ବ୍ରିଜ ୟୁନିଵର୍ସିଟୀ ର ତତ୍ତ୍ଵଚିଂତକ ହେନରୀ ଲିଝଵିକ, କାଳ୍ପନିକ ଡିଟେକ୍ଟିଵ ଶେରଲୋକ ହୋମ୍ସ ର ରଚୟିତା ଏବଂ ଚିକିତ୍ସକ ସର ଆର୍ଥର କୋନନ ଡୋଇଲ, ପ୍ରସିଦ୍ଧ ଭୌତିକ ଵିଜ୍ଞାାନୀ ସର ଓଲୀଵର ଲୋଜ ଏବଂ ଵିଲିଅମ କ୍ରୁକସ ଙ୍କ ସହଯୋଗ ମିଳିଥିଲା । ମନୋଵିଜ୍ଞାାନ ସଂବଂଧୀ ଗବେଷଣା ଦିଗରେ ସିଗ୍ମଂଡ ଫ୍ରୋଇଡ, କାର୍ଲ ଜୁଂଗ, ରଶିଅନ ନ୍ୟୁରୋଫିଝିଓଲୋଜିସ୍ଟ ଵୀ.ଏମ. ବେଖ୍ତେରେଵ, ଅମେରିକନ ମନୋଵିଜ୍ଞାାନୀ ଵିଲିଅମ ଜେମ୍ସ ଏବଂ ଵିଲିଅମ ମେକଡୁଗଲ ଆଦି ବିଜ୍ଞାନୀ ମାନଙ୍କର ଅବଦାନ ମହତ୍ତ୍ଵପୂର୍ଣ !ମନୋବିଜ୍ଞାନ ସପକ୍ଷ ରେ ଅନେକ ଘଟଣା ଉଲ୍ଲେଖ ଯୋଗ୍ୟ ....
ପ୍ରାଚ୍ୟ ସଭ୍ୟତା ର ମନୁଋଷି ମାନେ ଟେଲିପାଥୀ ଦ୍ଵାରା ପରସ୍ପର ସହ ବାର୍ତାଳପ କରୁଥିବା କଥା ଆମ ପୁରାଣ ପୋଥୀ ରେ ସବୁ ଲେଖା ହୋଇଅଛି ! ପାଶ୍ଚାତ୍ୟ ସଭ୍ୟତା ର ବିଦ୍ଵାନ ମାନେ ଏଇ କିଛି ବର୍ଷ ହେଲା ଏ ବିଷୟ କୁ ଗୁରୁତ୍ଵ ଦେବା ଆରମ୍ଭ କରିଛନ୍ତି ।
ଈ.ସ. ୧୯୭୧ ମସିହା ଫେବୁ୍ରଆରୀ ମାସ ର ଘଟଣା । 'ଏପୋଲୋ-୧୪ ମହାକାଶଜାନ ତିନିଜଣ ମହାକାଶଯାତ୍ରୀଙ୍କୁ ଯାତ୍ରାରାମ୍ଭ କଲା । ମହାକାଶ ରେ ଥିବା ସମୟରେ ସେମାନଙ୍କ ମଧ୍ୟରୁ ଏଡଗର ମିଶେଲ ନାମକ ଜଣେ ମହାକଶଯାତ୍ରୀ 'ଦୂରବୋଧ' (ଟେଲିପଥୀ) କୁ ନେଇ ଏକ ଅଦଭୁତ ପ୍ରୟୋଗ କରିଥିଲେ । ମହାକାଶ ରେ ଥାଇ ମିଶେଲ ପୃଥିଵୀ ରେ ରହୁଥିବା କିଛି ପରିଚିତ ଲୋକ ଙ୍କୁ ଟେଲିପାଥି ଦ୍ଵାରା ମାନସିକ ସଂଦେଶ ପଠାଇଥିଲେ । ମହାକାଶଯାତ୍ରା ସମୟ ରେ ମିଶେଲଙ୍କୁ ମୋଟ ଚାରିଥର ବିଶ୍ରାମ କରିବାର ଅବସର ମିଳିଥିଲା । ପ୍ରତ୍ୟେକ ଥର ସେ ନିଜ ପରିଚିତ ଲୋକ ଙ୍କୁ 25 ଅକ୍ଷର ବିଶିଷ୍ଟ ପଦ ଅଥବା ଚିତ୍ର ପଠାଇଥିଲେ । ଏଠାରେ ମିଶେଲ ଙ୍କ ଟେଲିପାଥୀ ସମ୍ଭନ୍ଧି କଥା ଉପରେ ବିଶ୍ଵାସ କରିବାକୁ ହେବ କାରଣ ତାଙ୍କ ଦ୍ଵାରା ପଠାଯାଇଥିବା ପ୍ରାୟଃ ୨୦୦ ଟେଲିପାଥୀ ସଂଦେଶ ମଧ୍ୟ ରୁ ୫୧ ଟି ସଂଦେଶ ପହଞ୍ଚିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଯୁଗାନୁଯୁଗ ସଂଭାବନା ଦର ମାତ୍ର ୨୦ % ହୋଇଥିବାରୁ ଏହାକୁ ମାତ୍ର ସଂଯୋଗ କ୍ରମେ ଘଟିଥିବା ଘଟଣା କହିବା ଠିକ ନୁହେଁ । ଏହି ପ୍ରୟୋଗ ର ଶଫଳତା ପରେ ମିଶେଲ କହିଥିଲେ 'ଏହା ନିଶ୍ଚିତ ହୋଇ ଗଲା ଯେ ଟେଲିପଥୀ ର ମଧ୍ୟ ଅସ୍ତିତ୍ଵ ଅଚ୍ଛି । ରସାୟନ ଵୈଜ୍ଞାନ ଭଳି ଏହା ଉପରେ ମଧ୍ୟ ବିଶଦ ଗବେଷଣା ଜରୁରୀ ।"
୧୯ ଫେବୁଆରୀ ୧୯୧୮ ରେ ଅମେରିକାର ଇଲିନୋଇସ,ଶିକାଗୋ ସହରରେ ଜନ୍ମିତ ଏବଂ ୩ ଜାନୁଆରୀ ୧୯୯୫ରେ ଇହଧାମ ତ୍ୟାଗ କରିଥିବା ଡ. ଏନ୍ଡ୍ରିଜା ପୁହାରିଚ ପେରାସାୟ କୋଲୋଜୀ କ୍ଷେତ୍ରରେ ଅନେକ ଗବେଷଣା କରିଥିଲେ । ଅସାଧାରଣ ଚେତନା ଶକ୍ତି ପ୍ରାପ୍ତ ଈଜରାଏଲୀ ୟୁରୀ ଗେଲର ଏବଂ ଡଚ ଦେଶ ରେ ଜନ୍ମିତ ପୀଟର ହରକୋସ ଙ୍କୁ ଵୈଜ୍ଞାନିକ ଗବେଷଣା ହେତୁ ଅମେରିକା ଆଣିବା କାର୍ଯ୍ୟ ଡ. ଏନ୍ଡ୍ରିଜା ପୁହାରିଚ ହିଁ କରିଥିଲେ । ତାଙ୍କର 10ରୁ ଅଧିକ ପୁସ୍ତକରେ ସେ ଟେଲିପଥୀ ବିଷୟରେ ଖୂବ ମହତ୍ତ୍ଵପୂର୍ଣ କଥା ସବୁ ପ୍ରକାଶ କରିଛନ୍ତି । ଦୁଇଜଣ ବ୍ୟକ୍ତି ମଧ୍ୟେ କେଉଁ ପରିସ୍ଥିତି ରେ ଦୂରାନୁଭୂତି ଘଟିତ ହୁଏ ଏ ବିଷୟରେ ସେ ଖାସ ଗବେଷେଣା କରିଥିଲେ । ବହୁ ଵର୍ଷ ପୂର୍ଵେ ଶରୀରଵିଜ୍ଞାନୀ ଵୋଲ୍ଟର ବୀ. କେନ ଦର୍ଶାଇଥିଲେ ଯେ ଯେତେବେଳେ ଅଚାନକ କୌଣସୀ ବଡ଼ ବିପଦ ଆସି ପହଁଚେ ଏବଂ ପ୍ରାଣୀ ନିଜ ମନରେ ଅତ୍ୟନ୍ତ ଭଯ ଅନୁଭଵ କରେ , ବିପଦ ର ସାମନା କରିବା କିମ୍ବା ସେଥିରୁ ନିଜକୁ ବିରତ ରହିବାକୁ ଚେଷ୍ଟାକରେ ସେତେବେଳେ ସେ ଅନୁକଂପୀ ଜ୍ଞାନତଂତ୍ର ବା ସିମ୍ପେଥେଟିକ ନର୍ଵସ ସୀସ୍ଟମ ର ପ୍ରଭାଵ ମଧ୍ୟ କୁ ଆସିଯାଏ । ଏହାର ବିପରୀତ ସ୍ଥିତି ପରାନୁକଂପୀ ଜ୍ଞାନତଂତ୍ର ର ପ୍ରଭାଵ ଅଟେ । ଏହି ସିମ୍ପେଥେଟିକ ନର୍ଵସ ସୀସ୍ଟମ ହୃଦୟର ସ୍ପନ୍ଦନ ବଢ଼ାଇ ଦିଏ, କିନ୍ତୁ ପେରାସିମ୍ପେଥୋଟିକ ନର୍ଵସ ସୀସ୍ଟମ ହୃଦୟର ସ୍ପନ୍ଦନ ଶାନ୍ତ କରି ଦେଇଥାଏ ।
ସିମ୍ପେଥେଟିକ ନର୍ଵସ ସୀସ୍ଟମ 'ଏଡ୍ରିନାଲିନ' ହୋରମୋନ କୁ କ୍ରିଯାନ୍ଵିତ କରିଥାଏ । ତେଣୁ ଯେତେବେଳେ ଏହି ସିସ୍ଟମ୍ କାର୍ଯକ୍ଷମ ଥାଏ ସେହୀ ସ୍ଥିତିକୁ 'ଏଡ୍ରିନର୍ଜିୟା' କୁହାଯାଏ । ପୁଣି ଯେତେବେଳେ ପେରାସିମ୍ପେଥେଟିକ ନର୍ଵସ ସୀସ୍ଟମ 'ଏସିଟାଇଲ କୋଲାଇନ' ର ସ୍ରାଵଦ୍ଵାରା କ୍ରିଯାନ୍ଵିତ ହେଉ ଥାଏ ,ଏହି ସୀସ୍ଟମ କାର୍ଯ କରୁଥିବା ସ୍ଥିତି କୁ 'କୋଲିନର୍ଜିୟା' କୁହାଯାଇଥାଏ । ଡା. ଏନ୍ଡ୍ରିଜା ପୁହାରିଚ ତାଙ୍କର ଗବେଷଣା ରେ ଦର୍ଶାଇ ଛନ୍ତି କି ବ୍ଯକ୍ତି ଯେତେବେଳେ 'ଏଡ୍ରିନର୍ଜିୟା'ର ସ୍ଥିତି ରେ ଥାଏ ସେତେବେଳେ ଟେଲିପାଥୀ ଦ୍ଵାରା ସନ୍ଦେଶ ପଠାଇବା ସହଜ ହୋଇଥାଏ ତେବେ 'କୋଲିନର୍ଜିୟା'ର ସ୍ଥିତି ଥିଲେ ଏହି ସ୍ଥିତି ରେ ଟେଲିପଥୀ ଦ୍ଵାରା ପଠାଯାଇଥିବା ସଂଦେଶ ସହଜରେ ଗ୍ରହଣ କରା ଯାଇପାରିବ । ସାଧାରଣ ଭାଷା ରେ କହିଲେ ଟେଲିପାଥୀ ଦ୍ଵାରା ସନ୍ଦେଶ ପଠାଉଥିବା ଲୋକ ବିପଦରେ ପଡ଼ିଥିଲେ ଏବଂ ମାନସିକ ସନ୍ଦେଶ ପଠାଯାଉଥିବା ଲୋକ ର ମନ ଶାନ୍ତ ଥିଲେ ଯାଇ ଏହି ପ୍ରୟୋଗ ସଫଳ ହୁଏ ।

------କରକଣ୍ଡୁ ଉପାଖ୍ୟାନ----------
ଚମ୍ପା ନଗର ର ରାଜା ଦଧିବାହନ ଏବଂ ରାଣୀ ଇନ୍ଦ୍ରାବତୀ ପଶ୍ଚିମ ଓଡ଼ିଶାର ଜଂଗଲ ରେ ବନବିହାର କରିବାକୁ ଆସି ପହଞ୍ଚିଲେ । ବଣ ରେ ବୁଲୁଥିବା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା...ଵାଘ କୁ ଦେଖି ରାଣୀ ଭୟଭୀତ ହେଲେ ଏବଂ ଜଂଗଲରେ ଇତଃସ୍ଥତଃ ଦଉଡିବାକୁ ଲାଗିଲେ !ଏପଟେ ରାଜା ବାଘ କୁ ମାରି ରାଣୀ ଙ୍କୁ ଖୋଜିଲେ ହେଲେ ସେତେବେଳକୁ ସେ ନିଘଞ୍ଚ ଜଂଗଲରେ ରାଣୀ କୁଆଡ଼େ ହଜିଯାଇଥିଲେ ।
* ସେକାଳେ ଏକବସ୍ତ୍ରଧାରୀ ଜୈନ ସାଧୁ ପାର୍ଶ୍ଵନାଥ ଙ୍କର ଓଡ଼ିଶା ରହଣୀ ହୋଇଥିଲା ! ତାଙ୍କ ପ୍ରଭାବ ରେ ଏଠାକାର ଜଙ୍ଗଲ ଗୁଡ଼ିକରେ ଜୈନଧର୍ମଗ୍ରହଣ କରିଥିବା ସନ୍ୟାସୀ ସନ୍ୟାସୀନୀ ଜପ ତପ ରେ ନିମଗ୍ନ ରହୁଥିଲେ !ଘଞ୍ଚ ଜଙ୍ଗଲରେ ଇତଃସ୍ତତଃ ବୁଲୁଥିବା ବେଳେ ରାଣୀଙ୍କର ଭେଟ ଜଣେ ଜୈନ ସନ୍ୟାସୀନୀ ସହିତ ହୋଇଗଲା ! ଅତିଶୟ ଭୟଭୀତ ଚଂପାରାଜରାଣୀ ଙ୍କୁ ଜୈନ ସାଧ୍ଵୀ ମାନେ ମଠ ରେ ଆଶ୍ରୟ ଦେଲେ !କିଛିଦିନ ଉତ୍ତାରୁ ଜଣାଗଲା ରାଣୀ ଗର୍ଭବତୀ ଅଛନ୍ତି... ଅନକେ ବାଦବିବାଦ ପର ରାଣୀ ଙ୍କୁ କିଛି ଖାସ ଶର୍ତପାଳନ କରି ଆସ୍ରମ ରେ ରହିବାକୁ ଅନୁମତି ମିଳିଗଲା ! ଶର୍ତ ମୁତାବକ ରାଜପୁତ୍ର ଙ୍କ ଜନ୍ମ ହେଲା ମାତ୍ରେ ତାଙ୍କୁ ଏକ ଚାଣ୍ଡାଳ ଦଂପତ୍ତି କୁ ଦେଇଦିଆଗଲା !ଚମ୍ପାନଗର ରାଜପୁତ୍ର ଙ୍କର ଚଂଣ୍ଡାଳଦମ୍ପତ୍ତି ଦ୍ଵାରା ପାଳନପୋଷଣ ହେଲୁ । ତେବେ ଯେହେତୁ ଚାଣ୍ଡାଳ ଦମ୍ପତି ଗରିବ ଥିଲେ ସେମାନେ ରାଜପୁତ୍ର କୁ ପୌଷ୍ଟିକ ଅହାର୍ଯ୍ୟ ଖାଦ୍ୟ ଯୋଗାଇ ପାରିଲେନୀ ଫଳରେ ରାଜପୁତ୍ର କଣ୍ଡୁରୋଗ ରେ ପୀଡିତ ହେଲେ ଏବଂ ଏହିକାରଣରୁ ସେଇ ଅଞ୍ଚଳରେ ରହୁଥିବା ଜଙ୍ଗଲୀ ଅଧିବାସୀ ମାନେ ରାଜପୁତ୍ର ର ନାମ କରକଣ୍ଡୁ ଦେଇଥିଲେ !
ଯୁଵାବସ୍ଥା କୁ ପ୍ରାପ୍ତ ହେଲାପରେ କରକଣ୍ଡୁ ସେ ଜଂଗଲ ପରେ ନିଜର ଏକାଧିପତ୍ୟ କରିବା ଆରମ୍ବକରଦେଇଥିଲା ! ଦିନେ ଚମ୍ପାନଗର ରାଜା ଙ୍କର କିଛି ଲୋକ ଜଙ୍ଗଲ ରେ କରକଣ୍ଡୁ ହାତରେ ବନ୍ଦୀ ହେଲେ .....ରାଜା ଯେତେବେଳେ ଜାଣିଲେ ଜଣେ କେହୀ ବିଦ୍ରୋହୀ ର ଜଙ୍ଗଲରେ ପାଦୁର୍ଭାବ ହେଲାଣି ସେ ସଦଳବଳ ନେଇ ବିଦ୍ରୋହୀ କୁ ଦଣ୍ଡିତ କରିବା ସକାଶେ କରକଣ୍ଡୁ ରହୁଥିବା ଜଙ୍ଗଲରେ ପ୍ରବେଶ କଲେ । କରକଣ୍ଡୁ ସହ ଚମ୍ପାନଗର ରାଜା ଙ୍କ ତୁମୁଳ ଯୁଦ୍ଧ ହେଲା । ପିତାପୁତ୍ର କେହି କାହାକୁ ଚିହ୍ନି ନ ପାରି ଭୀଷଣ ଯୁଦ୍ଧ ରେ ମାତିଥିଲେ ....ଯେତେବେଳେ ରାଣୀ ଇଂଦ୍ରାଵତୀ ଏ କଥା ଜାଣିଲେ ରାଜା ଙ୍କୁ ଆସି ନିଜର ଏବଂ କରକଣ୍ଡୁ ର ପରିଚୟ ଦେଲେ !ଚଂପାନଗର ରାଜା ଏତେଦିନ ପରେ ନିଜ ପରିବାର କୁ ପାଇ ଏକାବାରେ ନିର୍ବାକ ହେଇଗଲେ । ଖୁସି ରେ ତାଙ୍କ ଆଖିରୁ ଦୁଇଧାର ଲୁହ ବୋହିଗଲା । ପରେ ଦଧୀଵାହନ ତାଙ୍କ ପୁତ୍ର କରକଣ୍ଡୁ କୁ ଓଡ଼ିଶା ର ସେଭାଗ ର ରାଜା ଘୋଷଣା କଲେ ....ପରେ କରକଣ୍ଡୁ ଦ୍ଵାରା ଏଇ କ୍ଷେତ୍ର ରେ ଜୈନଧର୍ମ ର ପ୍ରଚାର ପସାର କରାଗଲା କାହିଁକି ନା ବିପତ୍ତି ସମୟ ରେ ଜୈନ ସାଧ୍ଵୀ ମାନେ ତାଙ୍କ ମାତାଙ୍କୁ ରକ୍ଷା କରିଥିଲେ । କରକଣ୍ଡୁ କୁ ମନେ ରଖିବା ପାଇଁ ଜଗନ୍ନାଥ ପୁରୀରେ ରଥଯାତ୍ରା ସମୟ ରେ ପୁରୀ ରାଜା ଦ୍ଵାରା ଛେରା_ପହଁରା କରାଯାଇଥାଏ । କରକଣ୍ଡୁ ଓଡ଼ିଶା ର ସେଇ ଚଣ୍ଡାଳ ରାଜା ଯାହାଙ୍କ ଦ୍ଵାରା ଏଠାରେ ଜାତିଗତ ଉଦାରୀକରଣ , ସମନ୍ଵୟତା ଏବଂ ଏକତା ସମ୍ଭବ ହୋଇପାରିଛି ।

ସାର୍ଦ୍ଧକୋଟି-ସନ୍ତାନ-ପାଳିନୀ ମା !
ରାଗ = ଧନାଶ୍ରୀ (ଅଠତାଳି)
[ଗୋପାଳକୃଷ୍ଣ ଙ୍କ ମୋହନରୀତି ଚିହ୍ନା ପଡ଼ିଲା ମା ଵୃତ୍ତରେ]
ସାର୍ଦ୍ଧକୋଟି-ସନ୍ତାନ-ପାଳିନୀ ମା !
ସୁଜଳା ସୁଫଳା ମହୀ - ମୌଳି - ମାଳା
ଵେଶ ମଞ୍ଜୁଳା ଭୂଚି ଶାଳିନୀ ମା ।1।
ତଟିନୀ ମେଖଳା
ପୋତ ପୂତ ଵେଳାନ
ଭଶ୍ଚୁମ୍ଵୀ ମଂଦିର ମାଳିନୀ ମା । 2।
ମୁନି ଜନ ମନ କାରା ଵିମୋହନ
ମୋକ୍ଷ ପାଵଛ୍ଛ ମାଳ ଶୋଭିନୀ ମା । 3।
ଶଉର୍ୟ ଉଜ୍ଜ୍ଵଳା ଶୂର ଶିଶୁ ଦୋଳା
ଵିଜୟ ଵିଭାମୟୀ ହ୍ଳାଦିନୀ ମା ।4।
କଳା ପଦ୍ମାଳୟା ଉଷିତ ସୁଦେହା
ଦ୍ଯୁତିଅମଳା ଵିଧୂହାସିନୀ ମା ।5।
ବିଛ୍ଛନ୍ଦ ମଉଳି ଦତ୍ତ ପଦଧୂଳି
ଚିତ୍ତ କୁମୁଦାନନ୍ଦ ଚାନ୍ଦିନୀ ମା ।6।
ସାର୍ଦ୍ଧକୋଟି - ଦେଢ଼ କୋଟି
ମହୀମୌଳିମାଳା- ପୃଥିଵୀ ମୁଣ୍ଡର ଅଳଙ୍କାର
ଵେଶ ମଞ୍ଜୁଳା - ଵେଶ ଯୋଗୁଁ ସୁନ୍ଦର ବା ସୁନ୍ଦର ଵେଶାଭୂଚିଶାଳିନୀ ଵିଭଵମୟୀ ତଟିନୀ ମେଖଳା ନଦୀ - ମାନେ ଯାହାର ଅଣ୍ଟାସୂତା ପୋତପୁତ ଵେଳା ଯାହା ଉପକୂଳରେ ଜାହାଜ ରୁଣ୍ଡ ହୁଏ
ନଭଶ୍ଚୁମ୍ଵୀ - ଅତିଉଚ୍ଚ
ଵିମୋହନ- ସୁନ୍ଦର
ମୋକ୍ଷ ପାବଛ୍ଛମାଳ ଶୋଭିନୀ - ଯାହା ମୁକ୍ତି ର ପାହାଚରେ ମଣ୍ଡିତା ଅଟେ
ତୀର୍ଥମାଳିନୀବିଜୟ ବିଭାମୟୀ - ବିଜୟ ଆଲୋକରେ ଆଲୋକିତା
ହ୍ଳାଦିନୀ - ଆନନ୍ଦଦାୟିନୀ
କଳା ପଦ୍ମାଳୟା ଉଷିତ ସୁଦେହା - ଯାହାର ଦେହ କଳା ରୁପ ଲକ୍ଷ୍ମୀଙ୍କ ଆଵାସ
ଵିଧୁହାସିନୀ ଵିଧୁ - ଚନ୍ଦ୍ରପରି ଯାହାର ହସ ସ୍ଵଛ୍ଛ ଅଟେ
ମୌଳି - ମୁଣ୍ଡ
ଚାନ୍ଦିନୀ - ଚନ୍ଦ୍ର କିରଣ !

Saturday, September 19, 2015
ହିନ୍ଦୁ ମୁଁ !
ମନ କଥା କିଛି ଲେଖି ଦେବି କି ?
ମନେ ରାଗ ଦ୍ଵେଷ ସର୍ବେ ବାଁଟି ଦେବି କି?
ତା' ର ପୂର୍ବପୁରୁଷ ଙ୍କ ଦଣ୍ଡ ତାକୁ ଦେଇ
ପ୍ରଦିଶୋଧ ର ଅଗ୍ନି ଶାନ୍ତ କରନ୍ତି....
ବିଦେଶୀ ଙ୍କୁ ଭାଇ କହି ବଞ୍ଚି ଅଛି ଯାହା
ବସୁଧୈଵ କୁଟୁମ୍ବକମ୍ ର ନୀତି ଛାଡ଼ି ଦେବି କି ?
ଶାସ୍ତ୍ର ଛାଡ଼ି ଅଶ୍ତ୍ର ସୁସଜ୍ଜିତ ହୋଇ
ରାମ ଦେଶେ ମ୍ଲେଛ ନାଶ କରନ୍ତି
ମୋର ସଦା ଶୌମ୍ୟ ଶାନ୍ତ ରୁପ ଛାଡ଼ି ଦେବି କି ?
ଢ଼େର ସହିଲିଣି ତୋର ମିଥ୍ୟା ଅଭିମାନ...ରେ ଅହଂକାରୀ
ଶତାବ୍ଦୀ ର ପ୍ରତିଶୋଧ ଏବେ ତୋ ଠୁଁ ନେବି କି ?
ହିନ୍ଦୁ ମୁଁ ! ମୋ ଧର୍ମ ଵିରୋଧୀ ଙ୍କ ମୁଣ୍ଡ କାଟି ଦେବି କି ?

Wednesday, September 9, 2015
ପ୍ରତିଭା ର ଭଲଦିନ
ଝିଅ ଜନ୍ମ ହେଲାରୁ ବାପାମାଆ କେତେ ସରାଗ ରେ ନାଁ ଦେଇ ଥିଲେ ପ୍ରତିଭା....ମାଆବାପା ଙ୍କ ଆଦର ସ୍ନେହରେ ଝିଅଟିର ବାଳକାଳ ଗତ ହେଲା । କିଶୋରବସ୍ତା ମନକୁ ଛୁଉଁ ନ ଛୁଉଁଣୁ ପିତାମାତା ଙ୍କର ସ୍ଵର୍ଗଵାସ ହୋଈଯାଏ । ଦାଦା ଆପଣେଇ ନିଅନ୍ତି ମାଆ ବାପ ଛେଉଣ୍ଡ କିଶୋରୀ ପ୍ରତିଭା କୁ.....ଦଶମପାସ ପରେ ପ୍ରତିଭାର ବିବାହ ଦୂର ସଂପର୍କୀୟ ଙ୍କ ଗାଁ ପ୍ରତାପପୁର ରେ ଠିକ ହୋଇଯାଅଛି । ମଦୁଆ ମଧ୍ୟବୟସ୍କ ପତି ର ଆୟୁସ ଦିନେ ଶେଷ ହେଲା ସେ ପାପପୁଣ୍ୟ ଧରି ଆରପାରୀ କୁ ଚଳିଗଲା । ପଛରେ ଛାଡ଼ିଗଲା ଯୁବତି ପତ୍ନୀ !!! ଏପଟେ ଗାଁଆ ଜାକର ଲୋକ ନିଜ ନିଜ ଭିତରେ ଫୁସୁରୁ ଫାସର ହେଲେ....ପ୍ରତିଭା ର ପତି କୁ କାଳେ #AIDS ହୋଇଥିଲା..... ଦେଶ ରେ ନୂଆ ସରକାର ଆସିଲା । ସରକାର ବେସାହାରା ନାରୀ ମାନଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ହେତୁ ସଂସଦ ରେ ବିଲ ଟିଏ ପାସ କଲେ !!!! ବାବୁ ଦେବୀ ପ୍ରସାଦ ସରକାର ହୁକୁମ ପାଇ ପ୍ରତାପପୁର ଆସିଲେ.....ସେ ଘର ଘର ବୁଲି ଲୋକଙ୍କୁ ସରକାର ଙ୍କ ଏହି ଯୋଯନା ବିଷୟ ରେ ସଚେତନ କରାଇଲେ !!! ତେବେ ସେ ଯେତେ ଲୋକଙ୍କ ସହିତ ମିଶିଲେ ସମସ୍ତେ କଥା ଛଳରେ ପ୍ରତିଭା ଓ ତାର ଦୁଃଖ ଜଣାଇ ଥିଲେ । ଗାଁ ମଝିରେ ପ୍ରତିଭାର ଘର.....ବେଳ ଉଛୁର ହେଲା ବେଳକୁ ଦେଵୀ ପ୍ରସାଦ ବାବୁ ପ୍ରତିଭା ଦୁଆରେ ଆସି ଠିଆ ହେଲେ....ସେତେବେଳେ ବାରିପଟ ବାରଣ୍ଡା ରେ ବସି ପ୍ରତିଭା ସାଗ ପତର ରୁ ଘାସ ବାଛୁଥିଲା....ଦେଵୀ ବାବୁ ଙ୍କୁ ହଟାତ୍ ନିଜ ସମ୍ମୁଖରେ ଦେଖୀ ସାମାନ୍ୟ ଲାଜ ଏବଂ ସନ୍ଦର୍ପଣ ରେ ଓଢ଼ଣା ଟାଣିନେଲା ପ୍ରତିଭା !!! ଦେବୀ ବାବୁ ସରକାର ହୁକୁମ କଥା କହିଲେ । ଗାଁଆ ଲୋକଙ୍କ ତା ପ୍ରତି ମନ୍ତବ୍ୟ କହି ଶୁଣାଇଲେ...ପ୍ରତିଭା ସବୁ ଶୁଣି ନିର୍ବାକ ରହିଲା....ପଦୁଏ ବି ପ୍ରତ୍ୟୁତ୍ତର ଦେଲାନି କିନ୍ତୁ ଦେବୀ ବାବୁ ନଛୋଡ଼ବନ୍ଧା କେମିତି ବି ନିସହୟା ମହିଳାକୁ ସାହାଯ୍ୟ କରିବାକୁ ହେବ । ବେଳ ଗଡ଼ି ଯାଇଥିଲା ଦେବୀ ବାବୁଗୋଟାଏ ଫର୍ମ ରେ ପ୍ରତିଭା ର ସବୁ କଥା ଲେଖି ଫେରିଗଲେ.... ତେବେ ଯିବା ପୂର୍ବରୁ କହିଗଲେ ସକାଳେ ବ୍ଲକ ସ୍ଥରୀୟ ଡାକ୍ତରଖାନା ଆସିବାକୁ । ସକାଳେ ପ୍ରତିଭା ଡାକ୍ତରଖାନା ରେ ହାଜିର ହେଲା ! ତା'ର ରକ୍ତ ପରିକ୍ଷା ରୁ ଜଣାଗଲା ଯେ ସେ ସଂପୂର୍ଣ ସୁସ୍ତ ତାକୁ Aids ରୋଗ ହୋଇ ନାହିଁ । ରିପୋର୍ଟ ପଢ଼ି ଦେବୀ ବାବୁ ପ୍ରତିଭା ଆଡ଼କୁ ବଲ ବଲ କରି ଚାହିଁଲେ !!! ପ୍ରତିଭା କହିଲା ବାବୁ ଏଇ ମିଛ ଅପଵାଦ ପାଇଁ ଏଇ ବେସାହାରା ମାଇପି ଟି ର ଇଜ୍ଜତ ଟା ବଚିଁରହି ପାରିଛି ନହେଲେ......ପ୍ରତିଭା ଆଉ କିଛି କହିପାରିଲାନି ସବୁବୁଝି ଦେବୀ ବାବୁ ପ୍ରତିଭାର ହାତ ଧରି ପଚାରିଲେ ପ୍ରତିଭା.....ତୁମର ମୁଁ ପସଂଦ ତ.... ?? ଏ କଥା ଶୁଣି ପ୍ରତିଭା ଅଳ୍ପ ଟିକେ ହସି ଦେଲା ....
ଦେବୀବାବୁ ପ୍ରତିଭାର ହସ କୁ ତାର ସମ୍ମତି ବୁଝିଲେ....ଡ଼ାକ୍ତର ଖାନା ରେ ଆଜି ଦୁଇ ମନ ଏକ ହୋଇଗଲା !!! ଚାରୋଟି ପାଦ ଚଲାପଥେ ସାଥୀ ହୋଇ ଚାଲିବାକୁ ସଂକଳ୍ପ ନେଲେ....ପ୍ରତିଭା ର ଭଲଦିନ ଆଜି ଠୁଁ ଆରମ୍ଭ ହେଲା !! !!
ଦେବୀବାବୁ ପ୍ରତିଭାର ହସ କୁ ତାର ସମ୍ମତି ବୁଝିଲେ....ଡ଼ାକ୍ତର ଖାନା ରେ ଆଜି ଦୁଇ ମନ ଏକ ହୋଇଗଲା !!! ଚାରୋଟି ପାଦ ଚଲାପଥେ ସାଥୀ ହୋଇ ଚାଲିବାକୁ ସଂକଳ୍ପ ନେଲେ....ପ୍ରତିଭା ର ଭଲଦିନ ଆଜି ଠୁଁ ଆରମ୍ଭ ହେଲା !! !!
Tuesday, August 11, 2015
ପିଜୁଳି ବୃକ୍ଷ
ପିଜୁଳି ବର୍ତ୍ତମାନ ଭାରତରେ ଏକ ସାଧାରଣ ବୃକ୍ଷ । ଏହାର ଵୈଜ୍ଞାନିକ କୁଳ ମିର୍ଟେସୀ ଏବଂ ପ୍ରଜାତି ସାଇଡିୟମ !! ଏହି ପ୍ରଜାତିରେ ପ୍ରାୟ . ୧୦୦ ରୁ ଅଧିକ ଜାତି ର ବୃକ୍ଷ ମିଳିସାରିଛି । ପିଜୁଳି ପାଇଁ ନାତିଷିତୋଷ୍ଣ ଏବଂ ଭୂମଧ୍ୟସାଗରୀୟ ଜଳବାୟୁ ଅଧିକ ଉପଯୁକ୍ତ ତେବେ ଏହା ନିରକ୍ଷୀୟ ଅଁଚଳ ରେ ମଧ୍ୟ ଜୀଵିତ ରହିପାରେ । ପିଜୁଳି ମୂଳତଃ ମେକ୍ସିକୋ, ମଧ୍ୟ ଅମିରିକା ଏବଂ ଦକ୍ଷୀଣ ଅମେରିକାର ଉତ୍ତରଭାଗ ରୁ ସଂପୂର୍ଣ ପୃଥିଵୀ ରେ ଜନାଦୃତ ହୋଇଅଛି । 17ଶତାବ୍ଦୀ ରେ ଭାରତ କୁ ଏ ଫଳର ଆଗମନ ପର୍ତୁଗିଜ ମାନଙ୍କ ଦ୍ଵାରା ହୋଇଥିଲା ।ପିଜୁଳି ବର୍ତମାନ ପୃଥିଵୀର ପ୍ରସିଦ୍ଧ ଫଳମଧ୍ୟରୁ ଗୋଟିଏ । ଜାମାଇକା , ଦକ୍ଷୀଣପୂର୍ଵୀ ଏସିଆ, ହଵାଈ, କେରେବିୟନ, ଫ୍ଲୋରିଡା ଏବଂ ଆଫ୍ରିକା ରେ ଏହା ଏକ ସାଧାରଣ ବୃକ୍ଷ ଭଳି ସର୍ଵସ୍ଥଳେ ଦୃଷ୍ଟିଗୋଚର ହୁଏ । ଇଂରାଜୀ ରେ ପିଜୁଳି କୁ ଗ୍ଵାବା ଅଥଵା ଏପଲ ଗ୍ଵାବା କୁହାଯାଏ । କିଛି ଭାଷାଵିଦ୍ ମତ ଦିଅନ୍ତି କି ଏହି ଗ୍ଵାବା ଶବ୍ଦ ଟି ଅରଵୀକ୍ ଭାଷା ର ଗ୍ଵାୟାଵୋ ଶବ୍ଦ ରୁ ନିଆଯାଇଛି । ଅରଵୀ ଭାଷା ରେ ଗ୍ଵାୟାବୋ ଶବ୍ଦ ର ଅର୍ଥ ବୃକ୍ଷ ଶାଖାରୁ ଓଲ୍ହାଇ ଆସିବା ।ଗ୍ଵାୟାଵୋ ଶବ୍ଦ ସ୍ପେନିଶ ଭାଷାରେ ଯାଇ ଗାୟାବା ହେଲା ଏବଂ ରୋମନ ମୂଳର ଅଧିକାଁଶ ଇରୋପିଅନ ଭାଷା ରେ ଅଲଗା ଅଲଗା ଉଚ୍ଚାରଣ ସହିତ ସମ୍ମିଳିତ ହେଲା । ସ୍ପେନିଶ ରୁ ଯାଇ ଗ୍ଵାୟାବା ଶବ୍ଦ ରୋମନ ଡେନିଶ ଏବଂ ନୋର୍ଵେ ଭାଷାରେ ଗ୍ଵାଵା ରୁପେ ବ୍ୟବହୃତ ହେଲା । ଗ୍ରୀକ ରେ Γκουάβα !ରଶିଅନ ରେ Гуава ! ଡଚ ଏବଂ ଜର୍ମନ ରେ ଗ୍ଵାଵେ ! ତେବେ ଅରଵୀ ଭାଷାରେ ପିଜୁଳି କୁ ଜଵାଫା କେ ଗଵାଫା ( ﺟﻮﺍﻓﺔ) କୁହାଯାଏ ।ଜାପାନୀ ଭାଷାରେ ଗୁଆବା (グアバ), ତମିଲ ରେ କୋଈୟ (କୋୟୟା), । ପିଜୁଳି ର ଅନ୍ୟ ଏକ ନାମ ପେର ରୁ ଅଧିକାଁଶ ପଶ୍ଚିମ ଭାରତୀଯ ନାମକରଣ ହୋଇଅଛି ।.ପେର ଶବ୍ଦ ମୂଳତଃ ସ୍ପେନିଶ ଭାଷା ରୁ ଆସିଅଛି ପେର ନାମକ ସ୍ପେନ ର ଏକ ଫଳ ସ୍ପେନରେ ଖୁବ ଜନାଦୃତ ! ମଲଯାଲମ, ସିଂହାଲୀ ଏବଂ ସ୍ଵାହୀଲୀ ଭାଷାରେ ଏହି ଫଳକୁ ପେରା କୁହାଯାଏ . ମରାଠୀରେ ପେରୁ (ପେରୂ), ବଂଗାଳୀରେ ପେରାହ , କନ୍ନ୍ଡ ରେ ପୀରାଲେୟ ତଥା ସୀବୀ କାୟ ଏବଂ ଧୀଵେଦୀ ଭାଷାରେ ଫେୟୁରୁ କୁହାଯାଏ. ତେଲୁଗୁ ଭାଷାରେ ଏହାକୁ "ଜାମ କାୟ" କୁହାଯାଏ । ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏହାର ଅପଭ୍ରଁସ ଶବ୍ଦ ଜାମୀ ପ୍ରଚଳିତ । ଭାରତ ର ଅନ୍ୟ ଭାଷା ଠାରୁ ଭିନ୍ନ ହିନ୍ଦୀରେ ପିଜୁଳି କୁ ଅମରୁଦ 'ଅମରୁଦ', କୁହନ୍ତି । ଅଧିକାଂଶ ଭାଷାଵିତ୍ତ ଙ୍କ ଅନୁଯାଇଓଡ଼ିଆ ର ପିଜୁଳି ଶବ୍ଦ ଟି ସଂଭଵତଃ ପେର ଶବ୍ଦ ର ଅପ୍ରଭଂସ !
Tuesday, July 28, 2015
[[<=ପ୍ରେମୀ ପାଇଁ ପଦେ=>]]
ସାଗର ନଦୀର ମିଳନ ମଧ୍ୟରେ
ଜୁଆର ଭଟ୍ଟା ର ଖେଳ ।
ମିଳୁ ବା ନ ମିଳୁ ଦୁଇଟି ହୃଦୟ
ଗଢ଼ନ୍ତି ସପନେ ଘର ।
ଦୀପଶିଖା ପରି ଜଳୁଥାନ୍ତି ସର୍ବେ
ଅନ୍ତ ତାର ହେବାଯାଏଁ ।
ଶେଷହୁଏ ନାହିଁ ପ୍ରେମର ସଳିତା
ଜୀବନଟା ସରିଯାଏ ।
ଦୁଃଖ ପୁଣି ଆସେ ହୋଇଣ ମରୁଡି
ଜୀବନର କୃଷିକ୍ଷେତ୍ରେ ।
ସୁଖର ଶସ୍ୟ ଜଳଇ କ୍ଷଣକେ
ତାର ଆଗମନ ମାତ୍ରେ ।
କେତେ ଯେ ପ୍ରେମିକ ହତାଶ ବିବ୍ରତ
ଦିଅନ୍ତି ଜଳରେ ଝାସ ।
ହରାନ୍ତି କାଳର ଶକତି ବଳରେ
କରନ୍ତି ଦୁଃଖ ପ୍ରକାଶ ।
ଶରୀର ଟା ମରେ ପ୍ରେମ ତ ମରେନା
ହୁଏ ନାହିଁ ତାର ଅନ୍ତ ।
ହାରିନାହିଁ ମୁହିଁ ମରିନାହିଁ ମହିଁ
ରଖ ଏ ଦୃଢ଼ଵିଶ୍ଵାସ ।
ଜୀବନ ଜଂଜାଳ ବଡ଼ ପରବଳ
ଯୁଗ ଦେଖେ ପୁଣ ସ୍ଵାର୍ଥ ।
ପ୍ରେମ ସଚ୍ଚା ଯଦି ଡରନା କା ପ୍ରତି
ଲଢ଼ି ଯା ଶେଷନିଶ୍ଵାସ ।
ଜୁଆର ଭଟ୍ଟା ର ଖେଳ ।
ମିଳୁ ବା ନ ମିଳୁ ଦୁଇଟି ହୃଦୟ
ଗଢ଼ନ୍ତି ସପନେ ଘର ।
ଦୀପଶିଖା ପରି ଜଳୁଥାନ୍ତି ସର୍ବେ
ଅନ୍ତ ତାର ହେବାଯାଏଁ ।
ଶେଷହୁଏ ନାହିଁ ପ୍ରେମର ସଳିତା
ଜୀବନଟା ସରିଯାଏ ।
ଦୁଃଖ ପୁଣି ଆସେ ହୋଇଣ ମରୁଡି
ଜୀବନର କୃଷିକ୍ଷେତ୍ରେ ।
ସୁଖର ଶସ୍ୟ ଜଳଇ କ୍ଷଣକେ
ତାର ଆଗମନ ମାତ୍ରେ ।
କେତେ ଯେ ପ୍ରେମିକ ହତାଶ ବିବ୍ରତ
ଦିଅନ୍ତି ଜଳରେ ଝାସ ।
ହରାନ୍ତି କାଳର ଶକତି ବଳରେ
କରନ୍ତି ଦୁଃଖ ପ୍ରକାଶ ।
ଶରୀର ଟା ମରେ ପ୍ରେମ ତ ମରେନା
ହୁଏ ନାହିଁ ତାର ଅନ୍ତ ।
ହାରିନାହିଁ ମୁହିଁ ମରିନାହିଁ ମହିଁ
ରଖ ଏ ଦୃଢ଼ଵିଶ୍ଵାସ ।
ଜୀବନ ଜଂଜାଳ ବଡ଼ ପରବଳ
ଯୁଗ ଦେଖେ ପୁଣ ସ୍ଵାର୍ଥ ।
ପ୍ରେମ ସଚ୍ଚା ଯଦି ଡରନା କା ପ୍ରତି
ଲଢ଼ି ଯା ଶେଷନିଶ୍ଵାସ ।
Monday, July 27, 2015
"ମାତା ଉତ୍କଳସୁହାସିନୀ" =କବି ବିଜୟ ମୋହନ ମିଶ୍ର=
ମହୋଦଧିଧୌତା ମହାନଦୀସ୍ନାତା
ଉତ୍କଳସୁହାସିନୀ ।
ସଙ୍ଗୀତନୃତ୍ୟ ସ୍ଥାପତ୍ୟକଳାମୟୀଉତ୍କର୍ଷନିବାସିନୀ ।।
ଶଙ୍ଖନାଭିଜାତା ବିଲଙ୍କାପ୍ରଶସ୍ତା ଉଜ୍ଵଳପ୍ରକାଶନୀ ।
ସ୍ତୁତବନକୁଞ୍ଜ ମାଳାର୍ଘ୍ୟଶୋଭିତାଶ୍ରୀଲକ୍ଷ୍ମୀସ୍ଵରୂପିଣୀ ।। 1 ।।
ବିରଜାସୁନ୍ଦରୀ ବିମଳାଭୈରବୀଶୀତଳାମହେଶ୍ଵରୀ ।
ତ୍ରିଶକ୍ତିସମ୍ଭୁତ ଯୋଗିନୀକ୍ରୀଡିତାରକ୍ତା ସମଲେଶ୍ଵରୀ ।।
ମଙ୍ଗଳାଶାରଳା ଚର୍ଚ୍ଚିକାଚଣ୍ଡିକାଶ୍ରୀଭଗବତୀଶ୍ଵରୀ ।ନୀଳାଚଳବନ୍ଦ୍ୟା ସତତ ଆରାଧ୍ୟାମାତାଭୁବନେଶ୍ଵରୀ ।।2।।
ଦୟାଚିତ୍ରାତ୍ପଳା ଭାର୍ଗବୀଉଜ୍ଵଳାପ୍ରଗଳ୍ଭୋଛ୍ଛ୍ଵାସିନୀ ।ମହେନ୍ଦ୍ରଗିରି ଦଣ୍ଡକାରଣ୍ୟତଟୀଶ୍ୟାମଳସୁମୋହିନୀ ।।
ଚିଲିକାସୁରୂପା ଅଂଶୁପାମଧୁରା ବିଶ୍ରାନ୍ତିପ୍ରଦାୟିନୀ ।
କନ୍ଧମାଳଘନ ଜଙ୍ଗଲପୂରିତାସୁଶ୍ରଣୀତରଙ୍ଗିଣୀ ।।3।।
ବାକ୍ ପରାୟଣୀ ସଙ୍ଗୀତଦର୍ଶନୀସୌକ୍ଷ୍ମ୍ୟସୁଖକାମିନୀ ।
ତ୍ରିତାଳମୃଦଙ୍ଗ ପ୍ରଚଣ୍ଡତରଙ୍ଗତାଳବାଦ୍ୟମୂର୍ଛ୍ଛନୀ ।।
ଅଭିନଵରଙ୍ଗ ଚତୁରବିରଙ୍ଗସୁସାହିତ୍ୟ ଶୋଭିନୀ ।
ଶ୍ରୀଶାରଳୋପେନ୍ଦ୍ର ଜଗବଳମଧୁ ସୁକାବ୍ୟପ୍ରମୋଦିନୀ ।।4।।
ଶୃଙ୍ଗାରଭାମିନୀ ସୌଖ୍ୟପ୍ରଦାଯିନୀଶ୍ରୀରାଧା ନାମ ଖ୍ୟାତା । ଜଯଦେବକୃତା ଚନ୍ଦନଚର୍ଚ୍ଚିତାଶ୍ରୀଚୈତନ୍ୟସୁସ୍ତିତା ।।
ପ୍ରଣୟବଲ୍ଲରୀ ସୁବର୍ଣଭାସ୍ଵରୀ ସୁଗୀତାସୁମୋହିତା ।
ସଗୁଣ ନିର୍ଗୁଣ ବିଗୁଣ ଅଗୁଣ ଶ୍ରୀନୀଳାଚଳସ୍ତିତା ।।5।।
ଶୀଘ୍ରଭୟଙ୍କରୀ ଶୁଭଶ୍ରେୟସ୍କରୀକ୍ଷୀରୋଦଧିଶାଯନୀ ।
ଦୟାବିଦ୍ୟାଶାନ୍ତି ।
କ୍ଷାନ୍ତିକାନ୍ତିଯୁକ୍ତାଶ୍ରୀଦେବୀକାତ୍ୟାୟନୀଅନ୍ନପୂର୍ଣାଲକ୍ଷ୍ମୀସଦାଗୃହ ଲକ୍ଷ୍ମୀ ସ୍ଵଭାବପ୍ରଦାୟିନୀ ।।6।।
ଭାସ୍କର୍ଯ୍ୟଶାଳିନୀ ମନ୍ଦିରମାଳିନୀକର୍ମକାଷ୍ଠାଧ୍ୟାୟିନୀ । ଅଚିଶୁଚିରୁଚି ବାଚି ଛନ୍ଦସୂଚୀପ୍ରସ୍ତରଗାୟନୀ ।।
ଧର୍ମପରାୟଣୀ ଶାସ୍ତ୍ରାର୍ଥବୋଧିନୀନିତ୍ୟାନନ୍ଦଦାୟିନୀ ।।
ପରମାର୍ଥପ୍ରିୟା ଜଗନ୍ନାଥଶ୍ରିୟାସର୍ବଦା ଆହ୍ଲାଦିନୀ ।।7।।
ମାତା ସୁହାସିନୀ ସୁଚାରୁଭାଷିଣୀବରଦା ସୁପ୍ରସନ୍ନା ।
ଆୟୀବଳାରୋଗ୍ୟ ସମୃଦ୍ଧିଦାୟିନୀସୁଧାସୁକ୍ଷମାପୂର୍ଣା ।।
ବହୁଜନମାନ୍ୟା ରତ୍ନାକରକନ୍ୟାମାତା କରୁଣାମୟୀ ।
ପଦଯୁଗ ବନ୍ଦେ ଜନନୀ ଅନିନ୍ଦ୍ୟେଶୁଭ୍ରେ ଅମୃତମୟୀ ।।8।।

Sunday, July 26, 2015
ବିଜୟ ଦିବସ ଉପଲକ୍ଷେ.....ମୋ କଲମ ରୁ କେଇପଦ ]
ମାଟି ର ତୃଷ୍ମା କୁ ରକ୍ତ ଦେଇ କରେ
ଶାନ୍ତ ସେ ସୈନିକ
ଲଢ଼ି ଲଢ଼ି ଦିଏ ଦେଶପାଈଁ ଆତ୍ମବଳୀ
ଅଭିନେତା ମଧ୍ୟେ ନାୟକ ଖୋଜୁଛି
ପ୍ରଗଳ୍ଭ ସମାଜ
ଅନ୍ଧ ଧୃତରାଷ୍ଟ୍ର ଭଳି
ତ୍ୟାଗ କରି ବୀର ମମତା ବନ୍ଧନ
ସୀମାନ୍ତେ ଲଢ଼ନ୍ତି
ନେତାଯାକ ସିନା ମିଛରେ କରନ୍ତି କଳି
ଦିନ ଗଡ଼େ ସିନା ଭାଳି ଭାଳି
କାହୁଁ ବଦଳିବ ଭ୍ରଷ୍ଟ ରାଜତନ୍ତ୍ର
ଜେହ୍ନେ ଦେଖ ତ ତେହ୍ନେ ଚାଲିଛି କଳି କନ୍ଦଳୀ
ଦେଶ ପାଇଁ ଲଢ଼, ଜାତୀ ପାଇଁ ଲଢ଼,
ଲଢ଼ ସ୍ଵାଭିମାନ ପାଇଁ
ଭାଇ ଭାଇ ମଧ୍ୟେ ବିବାଦ ହୋଇଲେ
ଗୃହ ର ଲାଭ ନ ହୋଏ ଏକ ମନ ଏକ ପ୍ରାଣ ହୋଇ ଚାଲ
କରିବା ସଂକଳ୍ପ ଆଜି
ବିଜୟ ଦିବସେ ଜାତି ନନ୍ଦିଘୋଷେ
ସର୍ବେ ସାରଥୀ ସାଜି
ଶତ୍ରୃ ର ବିନାଶ ରାଷ୍ଟ୍ର ର ବିକାଶ
ହେଉ ମହାମନ୍ତ୍ର
ଲୋଡ଼ା ତବ ରାଷ୍ଟ୍ରପ୍ରୀତି
ହୋଇଏକାକାର
ଧର୍ମ ବର୍ଣ ଜାତି
ବଞ୍ଚାଅ ଜନମ ମାଟି
ମିଳିଛି ସୁଯୋଗ
ବହାଇ ରକତ
ସିଦ୍ଧ କର ରାଷ୍ଟ୍ରଭକ୍ତି
ଶାନ୍ତ ସେ ସୈନିକ
ଲଢ଼ି ଲଢ଼ି ଦିଏ ଦେଶପାଈଁ ଆତ୍ମବଳୀ
ଅଭିନେତା ମଧ୍ୟେ ନାୟକ ଖୋଜୁଛି
ପ୍ରଗଳ୍ଭ ସମାଜ
ଅନ୍ଧ ଧୃତରାଷ୍ଟ୍ର ଭଳି
ତ୍ୟାଗ କରି ବୀର ମମତା ବନ୍ଧନ
ସୀମାନ୍ତେ ଲଢ଼ନ୍ତି
ନେତାଯାକ ସିନା ମିଛରେ କରନ୍ତି କଳି
ଦିନ ଗଡ଼େ ସିନା ଭାଳି ଭାଳି
କାହୁଁ ବଦଳିବ ଭ୍ରଷ୍ଟ ରାଜତନ୍ତ୍ର
ଜେହ୍ନେ ଦେଖ ତ ତେହ୍ନେ ଚାଲିଛି କଳି କନ୍ଦଳୀ
ଦେଶ ପାଇଁ ଲଢ଼, ଜାତୀ ପାଇଁ ଲଢ଼,
ଲଢ଼ ସ୍ଵାଭିମାନ ପାଇଁ
ଭାଇ ଭାଇ ମଧ୍ୟେ ବିବାଦ ହୋଇଲେ
ଗୃହ ର ଲାଭ ନ ହୋଏ ଏକ ମନ ଏକ ପ୍ରାଣ ହୋଇ ଚାଲ
କରିବା ସଂକଳ୍ପ ଆଜି
ବିଜୟ ଦିବସେ ଜାତି ନନ୍ଦିଘୋଷେ
ସର୍ବେ ସାରଥୀ ସାଜି
ଶତ୍ରୃ ର ବିନାଶ ରାଷ୍ଟ୍ର ର ବିକାଶ
ହେଉ ମହାମନ୍ତ୍ର
ଲୋଡ଼ା ତବ ରାଷ୍ଟ୍ରପ୍ରୀତି
ହୋଇଏକାକାର
ଧର୍ମ ବର୍ଣ ଜାତି
ବଞ୍ଚାଅ ଜନମ ମାଟି
ମିଳିଛି ସୁଯୋଗ
ବହାଇ ରକତ
ସିଦ୍ଧ କର ରାଷ୍ଟ୍ରଭକ୍ତି
Subscribe to:
Posts (Atom)