Friday, November 13, 2015

------କରକଣ୍ଡୁ ଉପାଖ୍ୟାନ-------‪‬‪‬--- ‪

‪‬‪‬‪ଚମ୍ପା ନଗର ର ‬ ରାଜା ‪ ଦଧିବାହନ‬ ଏବଂ ରାଣୀ ‪ ଇନ୍ଦ୍ରାବତୀ‬ ‪ ପଶ୍ଚିମ ଓଡ଼ିଶାର‬ ଜଂଗଲ ରେ ବନବିହାର କରିବାକୁ ଆସି ପହଞ୍ଚିଲେ । ବଣ ରେ ବୁଲୁଥିବା ସମୟେ ହଟାତ୍ କେଉଁଠୁ ଏକ ମହାବଳ ଵାଘ ଆସି ସେମାନଙ୍କ ରାସ୍ତା ଓଗାଳିଲା...ଵାଘ କୁ ଦେଖି ରାଣୀ ଭୟଭୀତ ହେଲେ ଏବଂ ଜଂଗଲରେ ଇତଃସ୍ଥତଃ ଦଉଡିବାକୁ ଲାଗିଲେ !ଏପଟେ ରାଜା ବାଘ କୁ ମାରି ରାଣୀ ଙ୍କୁ ଖୋଜିଲେ ହେଲେ ସେତେବେଳକୁ ସେ ନିଘଞ୍ଚ ଜଂଗଲରେ ରାଣୀ କୁଆଡ଼େ ହଜିଯାଇଥିଲେ । ‪‬‪‬‪‬‪‬‪‬‪‬
* ସେକାଳେ ଏକବସ୍ତ୍ରଧାରୀ ଜୈନ ସାଧୁ ‪ ପାର୍ଶ୍ଵନାଥ‬ ଙ୍କର‪ ଓଡ଼ିଶା ‬ ରହଣୀ ହୋଇଥିଲା ! ତାଙ୍କ ପ୍ରଭାବ ରେ ଏଠାକାର ଜଙ୍ଗଲ ଗୁଡ଼ିକରେ ‪ ଜୈନଧର୍ମଗ୍ରହଣ କରିଥିବା‬ ସନ୍ୟାସୀ ସନ୍ୟାସୀନୀ ଜପ ତପ ରେ ନିମଗ୍ନ ରହୁଥିଲେ !ଘଞ୍ଚ ଜଙ୍ଗଲରେ ଇତଃସ୍ତତଃ ବୁଲୁଥିବା ବେଳେ ରାଣୀଙ୍କର ଭେଟ ଜଣେ ଜୈନ ସନ୍ୟାସୀନୀ ସହିତ ହୋଇଗଲା ! ଅତିଶୟ ଭୟଭୀତ ଚଂପାରାଜରାଣୀ ଙ୍କୁ ଜୈନ ସାଧ୍ଵୀ ମାନେ ମଠ ରେ ଆଶ୍ରୟ ଦେଲେ !କିଛିଦିନ ଉତ୍ତାରୁ ଜଣାଗଲା ରାଣୀ ଗର୍ଭବତୀ ଅଛନ୍ତି... ଅନକେ ବାଦବିବାଦ ପର ରାଣୀ ଙ୍କୁ କିଛି ଖାସ ଶର୍ତପାଳନ କରି ଆସ୍ରମ ରେ ରହିବାକୁ ଅନୁମତି ମିଳିଗଲା ! ଶର୍ତ ମୁତାବକ ରାଜପୁତ୍ର ଙ୍କ ଜନ୍ମ ହେଲା ମାତ୍ରେ ତାଙ୍କୁ ଏକ ଚାଣ୍ଡାଳ ଦଂପତ୍ତି କୁ ଦେଇଦିଆଗଲା !ଚମ୍ପାନଗର ରାଜପୁତ୍ର ଙ୍କର ‪ଚଂଣ୍ଡାଳଦମ୍ପତ୍ତି ଦ୍ଵାରା ‬ ପାଳନପୋଷଣ ହେଲୁ । ତେବେ ଯେହେତୁ ଚାଣ୍ଡାଳ ଦମ୍ପତି ଗରିବ ଥିଲେ ସେମାନେ ରାଜପୁତ୍ର କୁ ପୌଷ୍ଟିକ ଅହାର୍ଯ୍ୟ ଖାଦ୍ୟ ଯୋଗାଇ ପାରିଲେନୀ ଫଳରେ ରାଜପୁତ୍ର ‪କଣ୍ଡୁ‬ରୋଗ ରେ ପୀଡିତ ହେଲେ ଏବଂ ଏହିକାରଣରୁ ସେଇ ଅଞ୍ଚଳରେ ରହୁଥିବା ଜଙ୍ଗଲୀ ଅଧିବାସୀ ମାନେ ରାଜପୁତ୍ର ର ନାମ ‪ କରକଣ୍ଡୁ ଦେଇଥିଲେ‬ !‪‬‪‬‪‬‪‬‪‬‪‬
ଯୁଵାବସ୍ଥା କୁ ପ୍ରାପ୍ତ ହେଲାପରେ କରକଣ୍ଡୁ ସେ ଜଂଗଲ ପରେ ନିଜର ଏକାଧିପତ୍ୟ କରିବା ଆରମ୍ବକରଦେଇଥିଲା ! ଦିନେ ଚମ୍ପାନଗର ରାଜା ଙ୍କର କିଛି ଲୋକ ଜଙ୍ଗଲ ରେ କରକଣ୍ଡୁ ହାତରେ ବନ୍ଦୀ ହେଲେ .....ରାଜା ଯେତେବେଳେ ଜାଣିଲେ ଜଣେ କେହୀ ବିଦ୍ରୋହୀ ର ଜଙ୍ଗଲରେ ପାଦୁର୍ଭାବ ହେଲାଣି ସେ ସଦଳବଳ ନେଇ ବିଦ୍ରୋହୀ କୁ ଦଣ୍ଡିତ କରିବା ସକାଶେ କରକଣ୍ଡୁ ରହୁଥିବା ଜଙ୍ଗଲରେ ପ୍ରବେଶ କଲେ । କରକଣ୍ଡୁ ସହ ଚମ୍ପାନଗର ରାଜା ଙ୍କ ତୁମୁଳ ଯୁଦ୍ଧ ହେଲା । ପିତାପୁତ୍ର କେହି କାହାକୁ ଚିହ୍ନି ନ ପାରି ଭୀଷଣ ଯୁଦ୍ଧ ରେ ମାତିଥିଲେ ....ଯେତେବେଳେ ରାଣୀ ଇଂଦ୍ରାଵତୀ ଏ କଥା ଜାଣିଲେ ରାଜା ଙ୍କୁ ଆସି ନିଜର ଏବଂ କରକଣ୍ଡୁ ର ପରିଚୟ ଦେଲେ !ଚଂପାନଗର ରାଜା ଏତେଦିନ ପରେ ନିଜ ପରିବାର କୁ ପାଇ ଏକାବାରେ ନିର୍ବାକ ହେଇଗଲେ । ଖୁସି ରେ ତାଙ୍କ ଆଖିରୁ ଦୁଇଧାର ଲୁହ ବୋହିଗଲା । ପରେ ଦଧୀଵାହନ ତାଙ୍କ ପୁତ୍ର କରକଣ୍ଡୁ କୁ ଓଡ଼ିଶା ର ସେଭାଗ ର ରାଜା ଘୋଷଣା କଲେ ....ପରେ କରକଣ୍ଡୁ ଦ୍ଵାରା ଏଇ କ୍ଷେତ୍ର ରେ ଜୈନଧର୍ମ ର ପ୍ରଚାର ପସାର କରାଗଲା କାହିଁକି ନା ବିପତ୍ତି ସମୟ ରେ ଜୈନ ସାଧ୍ଵୀ ମାନେ ତାଙ୍କ ମାତାଙ୍କୁ ରକ୍ଷା କରିଥିଲେ । କରକଣ୍ଡୁ କୁ ମନେ ରଖିବା ପାଇଁ ‪ଜଗନ୍ନାଥ‬‪ ପୁରୀରେ‬‪ ରଥଯାତ୍ରା ସମୟ ରେ ପୁରୀ‬ ରାଜା ଦ୍ଵାରା‪ ଛେରା_ପହଁରା କରାଯାଇଥାଏ ‬। କରକଣ୍ଡୁ ଓଡ଼ିଶା ର ସେଇ ଚଣ୍ଡାଳ ରାଜା ଯାହାଙ୍କ ଦ୍ଵାରା ଏଠାରେ ‪‬ଜାତିଗତ ଉଦାରୀକରଣ , ସମନ୍ଵୟତା ଏବଂ ଏକତା ସମ୍ଭବ ହୋଇପାରିଛି ।‪‬‪‬‪‬‪‬‪‬

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...