Saturday, September 1, 2018

ଖାଇବା

ଭୋଜନ କରିବା ଅର୍ଥକୁ ସୁଚେଇବାକୁ ଓଡ଼ିଆ ଭାଷାରେ ଅନେକ ଶବ୍ଦ ଚଳୁଅଛି
ସାଧାରଣତଃ ଆଦର ଓ ଅନାଦର ଭେଦରେ ଏଗୁଡ଼ିକ ଵ୍ୟଵହାର କରାଯାଉଥିବା ଦେଖାଯାଏ

●ଖା,ଖାଆ→ଖାଇବା,ଖାଏମା,ଖାଦ୍ୟ(ଖାଦ୍ ଧାତୁ)
●ଭୁଞ୍ଜ→ଭୁଞ୍ଜଇ,ଭୁଜ(ଧାନ),ଭୋଜନ
●ଗିଳ୍→ଗିଳିବା,ଗିଳ୍.ବା(ଗିଳ୍ ଧାତୁ-ଗ୍ରାସ କରିବା)
●ଗେବିଵା→ବଡ଼ ବଡ଼ ଭାତଗୁଣ୍ଡା କରି
     ଖାଇବା କ୍ରିୟା
●ଗେମ୍ଫ→ଗେମ୍ଫିବା(ଗଡ଼ଜାତ)ନିରବଚ୍ଛିନ୍ନ ଭାବେ ଦୃତଗତିରେ ଖାଇ ଚାଲିବା କ୍ରିୟା

●ଜମଵା→ଜମ୍ ଧାତୁ(ଭୋଜନ କରିବା ଅର୍ଥରେ ଏ ଶବ୍ଦ ଟି ଓଡ଼ିଆ ଛଡ଼ା ମରାଠୀ ଚଳୁଥିଲେ ହେଁ ଗୁଜୁରାଟୀରେ ଏହା ବହୁପ୍ରଚଳିତ)
●ସାମ୍ପୁଡି଼ବା→ବାଲେଶ୍ବରରେ ଏହି ନିଆରା ଶବ୍ଦଟି ଚଳୁଅଛି;ସବୁକିଛି ଖାଇଯିବା ଅର୍ଥରେ ଵ୍ୟଵହାର କରାଯାଏ(ତାମିଲ ରେ ସାପ୍.ଟିଆ ଶବ୍ଦ ସହିତ ଏହାର ଅର୍ଥଗତ ସାମ୍ୟ ଥିଲା ବେଳେ ଓଡ଼ିଆ ହାମ୍ପୁଡି଼ବା ଶବ୍ଦ ସହିତ ମଧ୍ଯ ଶବ୍ଦଗତ ଓ ଆଂଶିକ ଅର୍ଥଗତ ସାମ୍ୟ ଦୃଶ୍ୟ ହୁଏ)

●ହାମ୍ପୁଡି଼ବା→ଡାଲି ଓ ତିଅଣ ଭଳି ତରଳ ଖାଦ୍ୟ ପଦାର୍ଥ ପାଇଁ ହାମ୍ପୁଡି଼ବା ଭଳି ଶବ୍ଦ ମଧ୍ଯ ଓଡ଼ିଆ ଭାଷାରେ ଚଳୁଅଛି !

ସେଇଭଳି ଦାନ୍ତରେ ରଗଡ଼ି ରଗଡ଼ି କରି ଖାଇବା କ୍ରିୟା ପାଇଁ ଆମ ଭାଷାରେ ଚୋବେଇବା ଶବ୍ଦ ମଧ୍ଯ ଚଳୁଅଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...