କବି ମନ କହୁ କହୁ କହିଦିଏ 
ଭାବ ବଳରେ ଦୁନିଆ ଚଳେ......
କିନ୍ତୁ ରାକ୍ଷସ- ବିଜ୍ଞାନ ସେ କଥାକୁ ଶୁଣି ନାକ ଟେକେ.....
ସେ କୁହେ 
କିସ କହିଲୁ ? 
ଭାବକୁ ନେଇ ଦୁନିଆ ଚଳଇ ? 
ହଇରେ 
ତୁ ନିଜ ମନରୁ ଭାବାବେଗ ବଶତଃ ଲେଖି ଦେଇ ପାରୁ ଯେ
ପୃଥିବୀ ସୂର୍ଯ୍ୟଠୁ ପ୍ରେମ ଆଶେ 
ନିତ୍ୟ ତା'ର ପ୍ରଦକ୍ଷିଣାକରୁଅଛି 
କିନ୍ତୁ ସତ୍ୟ ଟା ନିତାନ୍ତ ଭିନ୍ନ ଯେ,
ସୂର୍ଯ୍ୟ ର ମହାକର୍ଷଣ ଶକ୍ତି ତାକୁ ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରିବାକୁ ବାଧ୍ୟ କରୁଅଛି ।
ତୁ ଭାବ ବଳରେ ଲେଖିଦେଇଥେଲୁ 
ନବଗ୍ରହ ନାଆଁରେ ସୂର୍ଯ୍ୟ ଚନ୍ଦ୍ର କୁ ବି ଗ୍ରହ ଏବଂ ସେମାନେ ପୃଥିବୀ ଚତୁଃପାଶ୍ୱର୍ରେ ପରିକ୍ରମା କରୁଛନ୍ତି ବୋଲି 
କିନ୍ତୁ 
ବାଳୁଙ୍ଗା .....
ତା' ଏବେ ମିଥ୍ୟା ବୋଲି ଜଗତ ଟା ଯାକର ଲୋକ ଜାଣନ୍ତି .....
ଆଉ ମୁଁ ବିଜ୍ଞାନ ନଥିଲେ ତୁ କଣ୍ 
ୟୁରାନସ୍,ନେପଚୁନ୍ ତଥା ପ୍ଳୋଟୋ ଭଳି ଡ୍ରଫ୍ଟ ଗ୍ରହ ପାଇ ପାରିଥାନ୍ତୁ ....
ଆଉ ତୁ ଯେଉଁ ଶରୀର ଧାରଣ କରି ବୁଲୁଛୁ,ଯେଉଁ ଖାଦ୍ୟ ରାନ୍ଧୁଛୁ ଏବଂ ଖାଉଛୁ,
ଯେଉଁ କାର୍ଯ୍ୟ ମାନ କରୁଛୁ ସେ ସବୁଠି ମୁଁ ବିଜ୍ଞାନ ବିଦ୍ୟମାନ.....
ଏମନ୍ତ କି ତୋ ମନର ଭାବକୁ ବି ମୁଁ ବିଜ୍ଞାନ 
ତୋର ମସ୍ତିଷ୍କରେ ରାସାୟନିକ ସମ୍ମିଶ୍ରଣ ଘଟାଇ ସୃଷ୍ଟି କରିଥାଏ ....
ତୋର ଦେହର ପ୍ରତ୍ୟେକ ସ୍ନାୟୁ ଶିରା ଧମନୀ 
ମୋର ମାନେ ବିଜ୍ଞାନ ର ନିୟମ ବଳରେ 
ଚଳପ୍ରଚଳ ହୋଇଥାଏ ।
ତେଣୁ ଧନରେ 
ଏ ଏକବିଂଶ ଶତାବ୍ଦୀରେ 
ଅବୈଜ୍ଞାନିକ ତଥ୍ୟ ପରିତ୍ୟାଗ କରି 
ବୁଦ୍ଧିମାନ ହେବାକୁ ଚେଷ୍ଟା କର
କାହିଁ ମିଥକ ପଛରେ ଗୋଡା଼ଉଛୁ କହିଲୁ......
No comments:
Post a Comment