Monday, September 3, 2018

ହିନ୍ଦୀକୁ ନେଇ କେତେକ ସୁକ୍ତି ଓ ତତ୍ ବିରୁଦ୍ଧରେ ଯୁକ୍ତି

●ସୁକ୍ତି:-ରାଷ୍ଟ୍ରଭାଷା(ହିନ୍ଦୀ) ବିନା ସ୍ଵାଧୀନତା ବେକାର (ଅଵନିନ୍ଦ୍ରକୁମାର ଵିଦ୍ୟାଳଙ୍କାର)
★ଯୁକ୍ତି:-ଠିକ୍ କଥା । ଭାରତର ସବୁ ଶାସ୍ତ୍ରୀୟ ଭାଷା ଗୁଡ଼ିକୁ ରାଷ୍ଟ୍ରଭାଷା ର ମାନ୍ୟତା ମିଳୁ କିଏ ମନା କରୁଛି କିଛି ନହେଲେ ସଂସ୍କୃତ ରାଷ୍ଟ୍ରଭାଷା ପାଇଁ ସର୍ଵଥା ଯୋଗ୍ୟ ଥିଲା ଓ ଅଛି ।
.....
●ସୁକ୍ତି:-ହିନ୍ଦୀ ର କାମ ଦେଶର କାମ ।  ସମସ୍ତ ରାଷ୍ଟ୍ର ନିର୍ମାଣ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ।
(ବାବୁରାମ ସକ୍ସେନା)
★ଯୁକ୍ତି:-ହିନ୍ଦୀ ର କାମ ଦେଶର କାମ କିନ୍ତୁ ଭାରତର ଅନ୍ୟ ଭାଷାର ଉନ୍ନତି ରେ କୌଣସି ରାଷ୍ଟ୍ରୀୟ ହିତ ନାହିଁ ବୋଧହୁଏ ? ରାଷ୍ଟ୍ର ନିର୍ମାଣ ଖାଲି ହିନ୍ଦୀ ରେ ସମ୍ଭବ ଅନ୍ୟ ଭାରତୀୟ ଭାଷା ମାନ ଅପବିତ୍ର ତେବେ ?
.....
●ସୁକ୍ତି:-ସମସ୍ତ ଭାରତୀୟ ଭାଷା ପାଇଁ ଯଦି କୌଣସି ଗୋଟାଏ ଲିପି ଆଵଶ୍ୟକ ହୁଏ ତେବେ ତାହା ହିନ୍ଦୀ ଭାଷାର ଦେଵନାଗରୀ ହିଁ ହୋଇପାରିବ ! (ଜଷ୍ଟିସ କୃଷ୍ଣସ୍ଵାମୀ ଅୟର)
★ଯୁକ୍ତି:-ତା ମାନେ ଆମ ଅହିନ୍ଦୀଭାଷୀଙ୍କ ମୌଳିକ ଲିପି ଗୁଡିକ କଣ୍ ଖତଗଦା କି ଡଷ୍ଟବିନରେ ଫିଙ୍ଗି  ଦେବୁ ? ଦେଵନାଗରୀ ସଂସ୍କୃତର ନାଗରୀ ଲିପିର ଆଧୁନିକ ରୂପ ହିନ୍ଦିଆମାନେ ତାକୁ ଚୋରେଇ ନେଇ କୋଉ ବଡ଼ କାମ ଟେ କରିଦେଇଚନ୍ତି କି ?
......
●ସୁକ୍ତି:-ରାଷ୍ଟ୍ରଭାଷା ହିନ୍ଦୀ ର କୌଣସି ଆଞ୍ଚଳିକ ଭାଷା ସହିତ କିଛି ବି ଝଗଡା଼ ନାହିଁ ।(ଅନନ୍ତ ଗୋପାଳ ଶେଵଡ଼)
★ଯୁକ୍ତି:-ଓଡ଼ିଆ ଭାଷାର ଗୋଟାଏ ଉପଭାଷା ଛତିଶଗଡି଼ କୁ ରାତାରାତି ଛଡେ଼ଇ ନେବା ହେଉ ବା ଲରିଆ ଓ ସାଦ୍ରୀ ଆଦି ଓଡ଼ିଆ ଉପଭାଷା ଗୁଡିକୁ ନିଜର କହିବା ଇତ୍ୟାଦି ଅନେକ ଉଦାହରଣ ଦ୍ଵାରା ପ୍ରମାଣ କରାଯାଇପାରେ ଯେ ହିନ୍ଦୀ ଗୋଟାଏ ଵିଷାକ୍ତ ସର୍ପ ଯାହା ଖାଲି ଗିଳିବା ଜାଣେ ଆଉ କିଛି ନୁହେଁ । ଆସାମର ଅଶିଟି ଭାଷାର ଗଳାରୁଦ୍ଧ କରିସାରି ବି ହିନ୍ଦୀ ଯଦି ବିରାଡ଼ି ବୈଷ୍ଣବ ତେବେ କଲେ କରୁ ଥା ଯେତେ ପାର ତା ପଦ ବନ୍ଦନ !!

●ସୁକ୍ତି:-ହିନ୍ଦୀ ହିଁ ଭାରତର ରାଷ୍ଟ୍ରଭାଷା ହୋଇପାରେ (v.କୃଷ୍ଣସ୍ଵାମୀ ଅୟର)

★ଯୁକ୍ତି:-କେଵଳ ସଂସ୍କୃତ ଭାରତର ରାଷ୍ଟ୍ରଭାଷା ହେବାକୁ ଯୋଗ୍ୟ ଆଉ ତାହାପରେ ଇଛା କଲେ ଅନ୍ୟ ଶାସ୍ତ୍ରୀୟ ଭାଷା ଗୁଡି଼କୁ ମଧ୍ଯ ରାଷ୍ଟ୍ରଭାଷା ର ମାନ୍ୟତା ଦିଆଯାଇପାରେ ।

●ସୁକ୍ତି:-ରାଷ୍ଟ୍ରୀୟ ଏକତାର ମଞ୍ଜି କେଵଳ ହିନ୍ଦୀ ହିଁ ରୋପଣ କରିପାରେ(ବାଳକୃଷ୍ଣ ଶର୍ମା)

★ଯୁକ୍ତି:-କାଇଁ ଆମ ଶାସ୍ତ୍ରୀୟ ଭାଷା ଗୁଡିକରେ  କଣ୍ ଖାଲି ଵିଚ୍ଛନ୍ନତାଵାଦୀ ତତ୍ଵ ଭରି ରହିଛି ? ଆମ କୁକୁଡ଼ା ର ମାଉଁସ ଅଣ୍ଡା ଦିଏ ତମ କୁକୁଡା଼ ର ସୁନା ଅଣ୍ଡା ବାହାରେ  ?

●ସୁକ୍ତି:-ହିନ୍ଦୀ କୁ ଶିଘ୍ରାତିଶିଘ୍ର ଶିକ୍ଷା ର ମାଧ୍ୟମ ବନାନ୍ତୁ ।(ବେରିସ କ୍ଲୋଏବ୍)

★ଯୁକ୍ତି:-ହିନ୍ଦୀ କୁ ଶିକ୍ଷା ର ମାଧ୍ୟମ କରି ଅନ୍ୟ ଭାରତୀୟ ଭାଷା ଗୁଡିକୁ ଛାଡ଼ି ଦେବୁ ?
ଭାରି କହିଲାଵାଲା ଆଉ ମାଆକୁ ଛାଡ଼ି ବାରଦୁଆର ବୁଲାରିଟାକୁ ଘରେ ରାଣୀ କରି ରଖ ବୋଲି ଜ୍ଞାନ ଦେଉଚ ?

●ସୁକ୍ତି:-ଇଂରାଜୀକୁ ମୁଣ୍ଡରେ ବୋହିବା ବୁଡ଼ି ମରିବା ସମାନ କଥା ଅଟେ(ସମ୍ପୂର୍ଣ୍ଣାନନ୍ଦ)

★ଯୁକ୍ତି:-ମାତୃଭାଷା ଥାଉ ଥାଉ ଯେକୌଣସି ଆନ ଭାଷାକୁ ମୁଣ୍ଡରେ ବୋହିବା ବୁଡ଼ି ମରିବା ଭଳିଆ କଥା ଏକ୍କା ତେଣିକି ହେଟା ଇଂରାଜୀ ହେଉ କି ହିନ୍ଦୀ ମାତୃଭାଷା ପରେ ଯେତେ ଆନଭାଷା ଅଟେ !

●ସୁକ୍ତି:-ଭାରତର ପରମ୍ପରାଗତ ରାଷ୍ଟ୍ରଭାଷା ହିନ୍ଦୀ ଅଟେ(ନଳିନଵିଲୋଚନ ଶର୍ମା)

★ଯୁକ୍ତି:-ଆଦୌ ନୁହେଁ ! ଭାରତର ପରମ୍ପରାଗତ ରାଷ୍ଟ୍ରଭାଷା ସବୁବେଳେ ସଂସ୍କୃତ ହିଁ ଥିଲା ଆଜି ବି ଅଛି । ହିନ୍ଦୀ ସେଇ ଭାଷା ଯିଏ ସଂସ୍କୃତକୁ ତା ସ୍ଥାନରୁ ତଡି଼ ଦେଇ ନିଜେ ବସି ପଡି଼ଛି

●ସୁକ୍ତି:-ହିନ୍ଦୀ, ହିନ୍ଦ ର,ହିନ୍ଦୀଭାଷୀ ଙ୍କ ଭାଷା ଅଟେ । (R.R.ଦିଵାକର)
★ଯୁକ୍ତି:-ଧନ୍ୟବାଦ ! ହିନ୍ଦୀ ମାତ୍ର ହିନ୍ଦିଆଙ୍କ ଭାଷା ତଥା ହିନ୍ଦ କେବଳ ସେଇ ଅଞ୍ଚଳ ଯେଉଁଠି ହିନ୍ଦିଆ ରୁହନ୍ତି ଅର୍ଥାତ୍ ଉତ୍ତର ଭାରତ ! ଏ ଦେଶର ନା ତ ଇଣ୍ଡିଆ ନାମ ଯୁକ୍ତିଯୁକ୍ତ ନା ହିନ୍ଦ ନାମ କାରଣ ଏ ଉଭୟ ନାମ ସିନ୍ଧୁ ନଦୀ ନାମରେ ପଡି଼ଥିବା ଛଡା଼ ଏଥିରେ ଆଉ କୌଣସି ଵୈଜ୍ଞାନିକତା ନାହିଁ କିନ୍ତୁ ଏହି ଦେଶର ପ୍ରାଚୀନ ଓ ଶ୍ରେଷ୍ଠ ଭାରତ ନାମରେ ଯେତେ ଵୈଜ୍ଞାନିକତା ଅଛି ଆଉ କାହିଁରେ ହେଲେ ନାହିଁ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...