Wednesday, September 5, 2018

ଭଗବତ ଭକ୍ତ ଉଜିର ବେଗ

ଓଡ଼ିଶାରେ ମୁସ୍କିଲ ଭକ୍ତ ସାଲବେଗ ବଡ଼ ଲୋକପ୍ରିୟ କିନ୍ତୁ ଆଉଜଣେ ଯବନ ଭକ୍ତ ଉଜିର ବେଗ ଙ୍କୁ ସମସ୍ତେ ଭୁଲିଗଲେ ।

ଉଜିର ବେଗ୍ ଙ୍କର ଜନ୍ମ ୧୮୬୯ ଖ୍ରୀଷ୍ଟାବ୍ଦରେ ଜାଜପୁର ଜିଲ୍ଲା ର ବରୁଆ ହରିପୁର ଗାଆଁରେ ହୋଇଥିଲା । ପରେ ତାଙ୍କ ପରିବାର କନିକା ବଡ଼ତଇଳା ଗ୍ରାମକୁ ଚାଲିଯାଇଥିଲେ । ଉଜୈର ବେଗ ଙ୍କ ପିତା କନିକା ରାଜଭବନରେ ପ୍ରହରୀ ର କାର୍ଯ୍ୟ କରୁଥିଲେ ।
ବାଲ୍ୟକାଳରେ ହିଁ ତାଙ୍କର ସନାତନ ଜଗନ୍ନାଥ ଧର୍ମ ପ୍ରତି ଆଦର ଓ ଭକ୍ତି ର ମୂଳଦୁଆ ପଡି଼ଥିଲା ଏବଂ ଯୁବାବସ୍ଥା ରେ ପହଞ୍ଚିବା ବେଳକୁ ସେ ଶ୍ରୀକୃଷ୍ଣ ଭକ୍ତ ହେଇଯାଇଥିଲେ ।

ତାପରେ ସେ ତାଙ୍କର ଭଗବତ ପ୍ରେମକୁ ନନ୍ଦ ଉତ୍ସବ ନାମକ ନୃତ୍ୟନାଟିକା ଲେଖି ପ୍ରତିପାଦିତ କରିଥିଲେ ।
ସେ ସ୍ଵୟଂ ଜଣେ ଭଲ ଅଭିନେତା ମଧ୍ଯ ଥିଲେ । ନନ୍ଦ ଉତ୍ସବ ନାଟକରେ ସେ ସବୁବେଳେ ନନ୍ଦରାଜା ର ଚରିତ୍ର ରେ ଅଭିନୟ କରିଥିଲେ ।

ଐତିହାସିକ କେ ସି. ବେହେରା ଓଡ଼ିଆ ଇତିହାସ ପୁସ୍ତକ “ଓଡ଼ିଆ ସାହିତ୍ୟରେ ଇସଲାମିକ ପ୍ରଭାବ” ରେ ଉଜିର ବେଗ ଙ୍କ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଅଛନ୍ତି ।
ଉଜିର ବେଗ ନନ୍ଦ ଉତ୍ସବ ଛଡା଼  ଆହୁରି ଅନେକ ପୌରାଣିକ ଗ୍ରନ୍ଥ ତଥା ବ୍ରତକଥା ମାନ ଲେଖିଯାଇଛନ୍ତି । ତନ୍ମଧ୍ୟରୁ ସୀତା ବଧଵାସ,ରାମଵନଵାସ,ଭକ୍ତ ସୁଦାମା ଓ ବବ୍ରୁ ବାହନ ଆଦି ଜଣାଶୁଣା ।
ତେବେ ତାଙ୍କର ସର୍ବଜନାଦୃତ କୃତି ହେଉଛି “ଖୁଦୁରୁକୁଣୀ ବ୍ରତକଥା” ଯାହା ଆଜି ବି ଓଡ଼ିଶାର ଗ୍ରାମେ ଗ୍ରାମେ ଭାଦ୍ରବ ମାସର ପ୍ରତ୍ୟେକ ରବିବାରରେ ପଢାଯାଏ ।

ଆଜି ଉଜିର ବେଗ ନାହାନ୍ତି ସତ କିନ୍ତୁ ତାଙ୍କ
ଭକ୍ତି ତାଙ୍କର ସମସ୍ତ ରଚନା ଗୁଡି଼କ ମଧ୍ୟରେ ସଦା ଜୀଵିତ ରହିବ ।

କୃଷ୍ଣ ପୂଜନ କର କୃଷ୍ଣ ପୂଜନ କର
କେଵଳ ଗତିମୁକ୍ତି ଦ୍ଵାରା,
ଭଣେ ଉଜିର ମୁଁ ମୂର୍ଖ ଦୁରାଚାର
କେଵଳ ନାମମାତ୍ର ସାରା”

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...