ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୂମାନଙ୍କର ମସ୍ତକରେ ଯେଉଁ ଚତାମାନ ‘ଉଲାଗି’ କରାଯାଇଥାଏ, ସେଗଡ଼ିକ ‘ଲାଗି’ କରବା ହେଉଛି ଶ୍ରୀମନ୍ଦିରରେ ଏହି ଦିନର ଧାର୍ମକ ପରମ୍ପରା ।
କେତେକ ଐତିହାସିକଙ୍କ ମତରେ ଏହା ତ୍ରୟୋଦଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ପ୍ରଚଳିତ ହୋଇଥିଲା ।
ପରୀ, ଗଞ୍ଜାମ, ନୟାଗଡ଼, ଅଵିଭକ୍ତ କଟକ ଓ ଢେଙ୍କାନାଳ ଆଦି ଅଞ୍ଚଳରେ ଏହା ଚିତଉ ଅମାବାସ୍ଯା ଭାଵେ ଖ୍ୟାତ । ଏହି ଅବସରରେ ଏଠାକାର ଘରେ ଘରେ ଚତଉ ପଠା ଓ କ୍ଷୀରି ହୋଇଥାଏ ଏଵଂ କୂଳଦେଵତାଙ୍କୁ ଅପଣ କରାଯାଏ । ଏହା ମଧ୍ଯ ଓଡ଼ିଶାର ଅନ୍ଯତମ କୃଷିଭିତ୍ତିକ ପର୍ଵ । କଷକମାନେ ଏହି ଦିନରେ ଭୂମି ପୂଜନ କରିଥାନ୍ତି ।
ଭୂମିକୁ ଅର୍ଘ୍ଯ ଦେଇ, ଚତଉ ପଠା ବିଲରେ ପୋତି ଆସନ୍ତି । ଲୋକ ଵିଶ୍ଵାସ ଅଛି ଯେ ଏମନ୍ତ କଲେ ଅଧିକ ଅମଳ ହୁଏ ।
ଆଜି ସିନା ଏତେ ଦୋକନ ବଜାର ଅଛି ହେଲେ ଆଗେ ଗାଆଁଗଣ୍ଡାରେ ବର୍ଷାଦିନିଆ ଏତେ ମୁଗ,ବିର୍ହି ମିଳୁନାଥିଲା । ତେଣୁ, ଅରୁଆ ଚାଉଳରେ ଚତଉ ପିଠା ପ୍ରସ୍ତୁତ କରାଯାଉଥିଲା । ସେଇ ପରମ୍ପରା ଆଜି ଭିନ୍ନ ରୂପ ଧାରଣ କରିନେଇଛି ଯାହାକୁ ଆମେ ଚିତଉ ଅମାଵାସ୍ୟା ଭାଵେ ଜାଣିଛନ୍ତି ।
ବାେଲଶ୍ଵର ଓ କେଉଁଝରରେ ଏହି ଦିନ ‘ଗେଣ୍ଡାକଟା ଅମାଵାସ୍ଯା’ ପାଳିତ ହୋଇଥାଏ । ବର୍ଷାଦିନେ ବିଲରେ ଅସ˚ଖ୍ଯ ଗେଣ୍ଡା ଜନ୍ମ ହୁଅନ୍ତି ।
ଏମାନଙ୍କ ଦ୍ଵାରା ଚାଷୀଙ୍କ ଗୋଡ଼ କଟିଯିଵାର ଆଶଙ୍କା ଥାଏ। ତେଣୁ, ଗେଣ୍ଡାଙ୍କୁ ସନ୍ତୁଷ୍ଟ କରିଵା ପାଇଁ ବିଲ ଗାଡ଼ିଆରେ ଚିତଉ ପିଠା ପକାଯାଏ। ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ଏହାକୁ ଗେଣ୍ଡେଇସୁଣୀ ପୂଜା କୁହାଯାଇଥାଏ । ଏହି ଅଵସରରେ ଚାଷୀ ଘରର ମହିଳାମାନେ ପିଠା ପକାଇ ଗୀତ ବୋଲନ୍ତି—
“ଗେଣ୍ଡେଇସୁଣୀ ଲୋ ଗେଣ୍ଡେଇସୁଣୀ,
ମୋ ବାପା-ଭାଇ ଗୋଡ଼ କାଟିଵନାହିଁ।
କେତେକ ଅଞ୍ଚଳରେ ଏହିଦିନ
ସମୁଦ୍ରର ଜଳର ଅଧିଷ୍ଠିତ ଦେଵତା ଵରୁଣ ଦେଵଙ୍କୁ ଚିତଉପିଠା ଅର୍ପଣ କରାଯାଏ । ଆଗେ ଶ୍ରାଵଣ ଅମାଵାସ୍ଯାରେ ଵନ୍ଯାଭୟ ଅଧିକ ଥିଵାରୁ ଲୋକେ ଵରୁଣଦେଵଙ୍କୁ ସନ୍ତୁଷ୍ଟ କରିଵା ପାଇଁ ପୂଜା କରୁଥିଲେ । ଶହ ଶହ ଵର୍ଷପରେ ଆଜି ସେହି ପୂଜା ସହ ଚିତଉ ଵା ଚିତାଲାଗି ଅମାଵାସ୍ଯାର ଅଭିନ୍ନ ସମ୍ପର୍କ ଯୋଡ଼ି ହୋଇଯାଇଛି ।
✓ବୈଲପୋଳା ଅମାଵାସ୍ଯା—
ମହାରାଷ୍ଟ୍ରର ଵିଦର୍ଭ ଓ ତେଲେଙ୍ଗାନା ସୀମାନ୍ତ ଅଞ୍ଚଳରେ ଶ୍ରାଵଣ ଅମାଵାସ୍ଯା ଦିନ ବଳଦ ମାନଙ୍କର ଵିଶେଷ ପୂଜାର୍ଚ୍ଚନା କରାଯାଇଥାଏ ଯାହାକୁ ସ୍ଥାନୀୟ ଅଧିଵାସୀ ପୋଳା ଵା ବୈଲପୋଳା ଅମାଵାସ୍ଯା କହିଥାନ୍ତି ।
✓ହରିୟାଲୀ ଅମାଵାସ୍ୟା
ଛତିଶଗଡ, ମଧ୍ଯପ୍ରଦେଶ, ଗୁଜରାଟର ପୂର୍ଵଭାଗ, ଉତ୍ତରପ୍ରଦେଶ, ନେପାଳ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଶ୍ରାଵଣ ଅମାଵାସ୍ଯା ଦିନ
ଅଶ୍ଵତ୍ଥ ଭଳି ପଵିତ୍ର ଵୃକ୍ଷ ପୂଜା ହୋଇଥାଏ ଯାହା ହରିୟାଲୀ ଅମାଵାସ୍ଯା ଭାଵେ ଜଣାଶୁଣା । ତେଲୁଗୁ ଅଞ୍ଚଳରେ ଏହିଦିନକୁ ଶ୍ରାଵଣ ବହୁଳ ଅମାଵାସ୍ଯା ନାମରେ ପାଳନ କରାଯାଏ ।
✓କୁଶଗ୍ରାହିଣୀ ଅମାଵାସ୍ଯା -
ଗୁଜରାଟରେ ଶ୍ରାଵଣ ମାସର ଅମାଵାସ୍ଯା ଦିନ ଭଗଵାନଙ୍କୁ କୁଶ ଅର୍ପଣ କରାଯାଏ । ଶାସ୍ତ୍ରରେ
ଦଶପ୍ରକାରର କୁଶ ଅର୍ପଣ କଥା କୁହାଯାଇଛି
“କୁଶାଃ କାଶା ଯଵା ଦୂର୍ଵା ଉଶୀରାଚ୍ଛ ସକୁନ୍ଦକାଃ ।
ଗୋଘୂମା ବ୍ରାହ୍ମୟୋ ମୌନ୍ଜା ଦଶ ଦର୍ଭାଃସବଲ୍ଵଜାଃ ।।”
ଏହି ଦଶପ୍ରକାର କୁଶ ମଧ୍ୟରୁ ଯେଉଁ ଯେଉଁ ଘାସ ପ୍ରାପ୍ତ ହୁଏ ତାହା ଏହି ଦିନ ଅକ୍ଷତାଵସ୍ଥାରେ ଇଶ୍ଵରଙ୍କୁ ଅର୍ପଣ କରାଯାଇଥାଏ ।