Saturday, October 5, 2019

ଉଦବୋଧନୀ —୧

କଳିଙ୍ଗର ପୁଏ ଲଢୁ଼ଥିଲେ ମାତୃଭୂମି ରକ୍ଷା ପାଇଁ
ଏଭେ ଜନମନ୍ତି  ଅଜରା ଭାଗ କରଵା ପେଇଁ

ଆଘର କଳିଙ୍ଗ ଦେଶରେ ଯହ ଏକତା ଥିଲା
ଆଜ ଦେଖ ଭ୍ରାତା ଭଗ୍ନି ହେ ! କିସ ଯୁଗ ନ ହେଲା !!!

ଭାଇ କହେ ନୁହେଁ ଭାଇ ମୋ ଏଟା ଉପକୂଳିଆ !
ଲୁଟେ ମୋତେ ଦିନ ରାତି ସେ, ମୁଇଁ ବଡ଼ ଦୁଃଖିଆ !!!

ହେଲେ ଉପକୂଳିଆ ଖଟୁଛି ବାର ରାଇଜେ ଯାଇଁ
ଏକଥାଟା ତାକେ ଦିଶେନି କେଣ୍ଟି ବୁଦ୍ଧିର ପାଇଁ !!!

କିଏ କହେ ଆମ ସଂସ୍କୃତି  ଆର୍ ଭାଷାଟା ଭିନ୍ନ
ଆମେ ସବୁ ବଡ଼ ନିରୀହ ଉପକୂଳିଏ ହୀନ !!!

କିଏ କହେ ଆମ ଭାଷାଟା  ପୁରା ସ୍ଵତନ୍ତ୍ର ଆଏ,
ଓଡ଼ିଆ ଭାଷା ସହିତେ  କିଛି ସମ୍ପର୍କ କାଏଁ ?

ତିନି ସହସ୍ରାଧିକ ଵରଷ ଯେ ଏ ପୁରୁଣା ଭାଷା ।
କାହିଁକି କରୁଛ ତୁଚ୍ଛାକୁ ଏତେରେ ଲୋକହସା ।।

ଭାରତନାଟ୍ୟେ ନାମ ରହିଛି  ଉଡ୍ରୀ ଵିଭାଷା,
ନାଇଁ ସେ ସୂଚୀରେ ହିନ୍ଦୀ କି ବଙ୍ଗାଳୀ ଭାଷା !!

ସଂସ୍କୃତର ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ
ଭାରୋପୀୟ ଭାଷା ମଧ୍ୟରେ ବଡ଼ ବିଜ୍ଞାନମୟ

ସେହି ଓଡ଼ିଆର ଅନେକ ଆଜ ଶୈଳୀ ରହିଛି
ଦେଶିଆ ଭତ୍ରୀ ସମ୍ବଲପୁରୀ ଆଦି ନାମ ବହିଛି

ସର୍ଵ ଭାଷାଵିତ୍ ସ୍ଵୀକୃତ ଏ ସର୍ଵ ଓଡ଼ିଆଭାଷା
ତାଙ୍କ କଥାରେ ବଧେ କରୁନା ତେମେ ଭରସା ।।

ହେଲେ ହେଁ  ନାଇଁ ମାନିଲେ କେହି ସତ୍ଯକୁ
ସତ୍ଯ କି ବଦଳି ଯାଇଛି କେଵେ କା' କଥାକୁ ?

ଏଣ୍ଡି ମେଣ୍ଡି ସେଣ୍ଡି ସେ ଲୁକ ଯିଏ ବି ହେଉ
ଜାତିର ଏକତା ଆଗରେ ସିଏ ଗଣନା ନୋହୁଁ !!!

ଉଠ ଉଠ ଆରେ କଳିଙ୍ଗୀ ଆଉ ଡେରି ନକର
ଯେ ଭାଙ୍ଗୁଛି ତଵ ଏକତା ତାର ଵିନାଶ କର ।।


@ଶିଶିର ସାହୁ ମନୋଜ



1 comment:

  1. ବଢିଆ ଉପଦେଶ ଏଇଥିରେ ଅଛି।ବଢିଆ ଲାଗିଲା।

    ReplyDelete

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...