Monday, October 14, 2019

ଲରିଆ ଭାଷା ଓ ଉକ୍ତ ଭାଷାର କେତେକ ଵିଶିଷ୍ଟ ଶବ୍ଦ

ଲରିଆ ଓଡ଼ିଆ ଭାଷାର ଅନ୍ଯତମ ଶୈଳୀ କିନ୍ତୁ ଯେବେଠାରୁ ଛତିଶଗଡ଼ ରାଜ୍ୟ ହୋଇ ସେଠାକାର କଥିତ ଭାଷାଗୁଡିକୁ ସାମୁହିକ ଭାବରେ ଛତିଶଗଡ଼ୀ କୁହାଯିବା ଆରମ୍ଭ ହୋଇଛି ସେବେଠାରୁ ଲରିଆ ଶୈଳୀକୁ ଛତିଶଗଡ଼ର ଏକ ଶୈଳୀ ବୋଲି ହିନ୍ଦୀ ଭାଷୀଙ୍କ ଦ୍ଵାରା ପ୍ରଚେଷ୍ଟା ହୋଇ ଆସୁଛି । ସ୍ଵାଧୀନତା ପରଵର୍ତ୍ତୀ ହିନ୍ଦୀ ଭାଷୀ ଅଞ୍ଚଳରେ ରହିଵାରୁ ଏହି ଓଡ଼ିଆ ଭାଷୀ ଅଞ୍ଚଳରେ ହିନ୍ଦୀ ଭାଷାର ଦ୍ରୁତ ପ୍ରଚାର ପ୍ରସାର
ହୋଇଥିଲା । ମାତ୍ର ଗତ ଦୁଇ ଦଶନ୍ଧି ତଳେ ଛତିଶଗଡ଼ର ସମସ୍ତ ଭାଖା ଶୈଳୀ ଓଡ଼ିଆ ଲିପିରେ ଲେଖାଯାଉଥିଲା କିନ୍ତୁ ସେଠାରେ ରହୁଥିଵା ହିନ୍ଦିଭାଷୀ ନିରଵଚ୍ଛିନ୍ନ ଭାଵରେ ନାଗରୀ ଓ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଫଳରେ ସେଠାରେ ରହୁଥିଵା ଆଜିର ଅଧିକାଂଶ ଓଡ଼ିଆ ଯୁଵକ ଯୁଵତୀ ଆଉ ତାଙ୍କ ପୂର୍ଵଜଙ୍କ ଲିପି ଚିହ୍ନିପାରୁନାହାନ୍ତି । କିନ୍ତୁ ଯେଉଁ ଲରିଆକୁ ହିନ୍ଦୀଭାଷୀ ହରଣ କରିନେଇଛନ୍ତି ତାହା ଏକ ଓଡ଼ିଆ ଶୈଳୀ ପ୍ରମାଣ କରିଵାକୁ ଅନେକ ତଥ୍ୟ ଆଧାରିତ ଯୁକ୍ତି ରହିଛି ।

୧) ଓଡ଼ିଆ ପ୍ରାଚୀନ ଭାଷା

ଆଜି ଭାଷାଵିଦ୍'ଙ୍କ ଦ୍ଵାରା ସ୍ଵୀକୃତ ଯେ ଓଡ଼ିଆ ଭାଷା ପୂର୍ଵ ଭାରତର ସର୍ଵପ୍ରାଚୀନତମ ଭାଷା ଅଟେ କାରଣ ୨୪୦୦ ଵର୍ଷ ପୁରାତନ ଭାରତନାଟ୍ୟମ୍' ରେ ଓଡ଼ିଆ ଭାଷାର ନାମୋଲ୍ଲେଖ ଅଛି ପୁଣି ୨୦୦୦ ଵର୍ଷ ପୁରାତନ ଶିଳାଲେଖରେ  ଓଡ଼ିଆ ଲିପି ରହିଥିଵା ପ୍ରମାଣିତ ହୋଇସାରିଛି ‌ । ପ୍ରକୃତରେ ସମ୍ପୂର୍ଣ୍ଣ ଅଖଣ୍ଡ କଳିଙ୍ଗ ଦେଶରେ ଅନେକ କଥିତ ଇଣ୍ଡୋ ୟୁରୋପୀୟ ଭାଷାରେ ରହିଛି ଯେଉଁମାନଙ୍କର ପ୍ରତିନିଧିତ୍ଵ ଶାସ୍ତ୍ରୀୟ ଓଡ଼ିଆ ଭାଷା କରିଥାଏ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ଯତା ମିଳିଵାପରେ ଓଡ଼ିଆ ଲୋକେ ସମସ୍ତ ପୂର୍ଵ ଭାରତୀୟ ଇଣ୍ଡୋ ୟୁରୋପୀୟ ଭାଷା ଶୈଳୀକୁ ସ୍ଵାଭାଵିକ ଭାଵେ ସମଗ୍ର ଓଡ଼ିଆ ଭାଷାର ଅଂଶ କହିପାରିଵେ । ତେଵେ ଓଡ଼ିଆ ନହୋଇ ଯଦି ବଙ୍ଗାଳୀ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥାନ୍ତା ଏତେଵେଳକୁ ବଙ୍ଗାଳୀମାନେ ଦାଣ୍ଡରେ ବାଟରେ ଘାଟରେ ସବୁଠିଁ ଓଡ଼ିଆ ଭାଷାକୁ ଆଉଥରେ “ଏକ୍ ସ୍ଵତନ୍ତ୍ରୋ ଭାଷା ନୋୟ” ବେଲି କହିବୁଲାଥାନ୍ତେ 🤣🤣🤣 କିନ୍ତୁ ଆମ ଓଡ଼ିଶାର ଲୋକେ ଏତେ “ସ୍ଵାଭିମାନ ଭରା ଅହଂ” କରନ୍ତି ନାହିଁ ଵରଂ ନିଜର ଭାଷା ଓ ସଂସ୍କୃତି ଅନ୍ଯ ଭାରତୀୟ ଜାତି ଠାରୁ ଶ୍ରେଷ୍ଠ ଓ ପ୍ରାମାଣିକ ହୋଇ ବି ସେମାନେ ଅନ୍ଯ ଜାତିର ହନୁକରଣ କରିଵାକୁ ପଛାନ୍ତି ନାହିଁ ।

୨) ଓଡ଼ିଆ ଓ ଲରିଆ ; ଦୁଇ ଭାଷାର ନାମ ମଧ୍ୟରେ ସାମଞ୍ଜସ୍ୟ

କେଵଳ ଓଡ଼ିଆ ନୁହେଁ ଏହାର ଅନେକ ଶୈଳୀର ନାମ ମଧ୍ୟ ଓଡ଼ିଆ ନାମ ସଦୃଶ ।
ଲରିଆ ଛଡ଼ା
→ସୁନ୍ଦରଗଡ଼ର ଅଘରିଆ ଶୈଳୀ
→ବରଗଡ଼,ବଲାଙ୍ଗୀର,ସୋନପୁର ଓ କଳାହାଣ୍ଡି ଅଞ୍ଚଳର ଭୁଲିଆ ଶୈଳୀ
→କୋରାପୁଟ ଅଞ୍ଚଳରେ ପ୍ରଚଳିତ ଝରିଆ ଶୈଳୀ
→ଦକ୍ଷିଣ ଓଡ଼ିଶାରେ ବୋଲାଯାଉଥିଵା ମାଟିଆ ଶୈଳୀ
→ବାଲ୍ମୀକି ଜାତୀୟ ଲୋକଙ୍କ କଥିତ ଓଡ଼ିଆ ଭାଷା ଶୈଳୀ କୁପିଆ(ଏହା ଦକ୍ଷିଣ ଓଡ଼ିଶା ତଥା ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଥିଵା ପ୍ରାଚୀନ କଳିଙ୍ଗ ଵିଚ୍ଛିନ୍ନାଞ୍ଚଳର କଥିତ ଓଡ଼ିଆ ଭାଷା)
→ଅଵିଭକ୍ତ କୋରାପୁଟର କଥିତ ଓଡ଼ିଆ ଶୈଳୀ ଦେଶିଆ ଵା କୋଟିଆ

ମଧ୍ୟରେ ଅନେକ କଥିତ ଭାଖାର ନାମର ଶେଷ ଵର୍ଣ୍ଣ ଓଡ଼ିଆର ‘ଆ’ ପରି ହୋଇଥାଏ ଯାହା




●ଅଉଁଠି(ସଂ. ଅଙ୍ଗୁଳି)—ଆଙ୍ଗୁଠି―(Finger)

●ଅନ୍ତେ—ଅନ୍ଯତ୍ର; ଅନ୍ଯ ସ୍ଥାନରେ
   (Elsewhere)

●ଆଙ୍ଗନ୍(ସ. ଅଙ୍ଗନ)—ପ୍ରାଙ୍ଗଣ;ଅଗଣା-   
    (Court-yard.)

●ଆମଚୁର୍—ଆମ୍ବୁଲ

●ଆମଟ(ଵି)―ଆମ୍ବିଳ ତିଅଣ—
   (Curry mixed with acid)
ଵସ୍ତରର ହଲଵୀ ଭତ୍ରୀ ଓଡ଼ିଆ ଭାଷାରେ ଏ ଶବ୍ଦ କାଞ୍ଜି (Fermented rice water)ଅର୍ଥରେ ଵ୍ୟଵହାର କରାଯାଏ ।

●ଇଶନ୍ (କ୍ରି. ଵିଣ)—ଏସନ; ଏପରି—
   (Such like; in this manner)

●ଉଞ୍ଜର୍ (ଵି)(ସଂ. ଉଜ୍ଜ୍ବଳ)—ଆଲୋକ— (Light)

●ଓଡ଼଼୍କନା―ଓଡ଼ଶ; ଛାରପୋକ—(Bed bug)

●କଉଁରା―ଗୁଣ୍ଡ଼; ଚୂର୍ଣ୍ଣ— (Powder)

●କଞ୍ଚେଇ(ଵି)(ସଂ. କରୁ)—କଚୁ

●କାଁଚ୍ମାରିି(ଵି)—ଲଙ୍କାମରିଚ—(Red pepper)

●ଖଣ୍ଡେ(ଵିଣ)—(ପାଣି) ମୁନ୍ଦିଏ—
( A little water)
    ଉ:-“ପାନି ଖଣ୍ଡ଼େ ଦେବ ଜାଗା”

●ଖପରାରୁଟି―ପୋଡ଼ପିଠା

●ଖାତୁ(ଵି)—ଖତ—(Manure)
  ଏ ଶବ୍ଦର ପଶ୍ଚିମ ଓଡ଼ିଶା ଅଞ୍ଚଳରେ
   ନିମ୍ନଲିଖିତ ଅର୍ଥରେ ଵ୍ୟଵହାର ରହିଛି
   ★1)ଠାଣି; ଢ଼ଙ୍ଗ—(Mien; bearing)
   ★2) ଅଭିମାନ—(Sullenness; sulks)
   ★3)ଆତ୍ମାଶ୍ଳାଘା—3(Self-praise)

●ଗଗରି
   ★1)ମାଠିଆ—(Water-jar)
   ★2) (ସଙ୍ଗୀତ) ସ୍ବରକୁ ଦୀର୍ଘ କରି ତୋଳିବା
     (Raising of the tune; elongation        of a tune.)

●ଗିରଵା/ଗିର୍ଵା―(ତୁଳ. ହି. ଗିର୍ନା)—ପଡ଼ିଯିବା (To fall down)

●ଗୁଙ୍ଗ୍ ନିଆ ହେବା(କ୍ରି)ଗୁରୁଣ୍ଡିବା—(To crawl)

●ଗୁର୍ଶି(ଵି)—ଉମ୍ଭେଇ— (A fire-pot; brazier.)

●ଚୁନ୍ଦି(ଵି)—କେଶ; ବାଳ— Hair.ପ୍ରାଦେ. ପଶ୍ଚିମ ଓଡ଼ିଶାରେ ଏ ଶବ୍ଦ ଚୁଟି; ଶିଖା ଅର୍ଥରେ ଵ୍ୟଵହୃତ ହୋଇଥାଏ । — (Chignon; pigtail)

●ଜୁହାଁ(ଵି)(ସଂ. ଯୂକା)ଉକୁଣି―(Louse)
  (ତୁଳନା:-ହିନ୍ଦୀ;ଜୁଁ)

●ଡାଙ୍ଗ୍(ଵି)—ଅଲଗୁଣି(Clothes-horse)

●ଡେକ୍ନା(ଵି)ଓଡ଼ଶ; ଛାରପୋକ—(Bed bug) ●ତିସନ୍(ଅ)(ସଂ. ତେସନ)—ସେହିପରି; ତାଦୃଶ—(Like that; similar to that)

●ତୁଟାଇଵା―(କ୍ରି)(ସଂ-ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) ଭାଙ୍ଗିବା—(To break.) ଲରିଆରେ ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ । ତେବେ ଓଡ଼ିଆ ଭାଷାରେ ଏ କ୍ରିୟା ଶବ୍ଦର ଅନ୍ୟ ଅର୍ଥରେ ଵ୍ୟଵହାର ଯଥା:-
  ★୧)(ବିବାଦ) ନିଷ୍ପତ୍ତି କରିଵା
  ★୨) ଭଙ୍ଗାଇବା
  ★୩)ହିସାବ ନିକାଶ କରିଵା      
  ★4) ବିଚ୍ଛିନ୍ନ କରିଵା
  ★5)ଦେୟ ଵା ଋଣ ପରିଶୋଧ କରିଵା

●ତେଁଟୂ(ଵି)—ତଣ୍ଟି; ଗଳା ଅନ୍ୟରୂପ-ତେଣ୍ଟୁ

●ଥିର୍ପଶିଆ(ଵି)—ତୋଡ଼ାଣି—(Cold rice gruel)
●ଦୋକନା ସିଝୁ(ସଂ. ସିହୁଣ୍ଡ, ବଜ୍ର ବଜ୍ର କଣ୍ଟକ) ଦାଓନା ସିଝୁ ;ଏକ ପ୍ରକାର ସିଝୁ; ଦୁଇଟି ଶାଖା ବା କୁଆଁ ଥିବା ଏକ ପ୍ରକାର ସିଝୁ ଗଛ— Euphorbia Antiqurum

●ପଏଁଶଲା―ପନିକି

●ପଏଶନ୍ (ତୁଳ ହି. ପସୀନା)—ଝାଳ; ସ୍ବେଦ— Sweat; perspiration. ପଶ୍ଚିମ ଓଡ଼ିଶାରେ ଏ ଶବ୍ଦର ଅର୍ଥ ଲୁଗାର ଭରଣି ସୂତା—(The woof of a cloth)

●ପଠ୍ଚା―କାନ୍ଥକୁରା—(Niche in the wall.)

●ପଶାଇବା―ଭାତ ଗାଳିବା—(To press out water from the boiled rice in the cooking pot.) ଏ ଶବ୍ଦର ଅନ୍ୟ ଦୁଇଟି ଓଡ଼ିଆ ଅର୍ଥ ଯଥା;

★୧)ପୂରାଇବା; ପ୍ରବିଷ୍ଟ କରାଇବା
★୨)କୋଡ଼ି କାଙ୍କ ଓ କହୁଣୀ ଆଦିର ପଶାରେ ଆଘାତ କରିବା

●ପହନା—କୁଣିଆ; ଅତିଥି; ଅଭ୍ଯାଗତ— (Guest.) (ଅନ୍ୟରୂପ:-ପଁହନା, ପହଁନା) (ତୁଳନା:-ହି. ପାହୁନା; ସଂ. ପ୍ରାଘୂର୍ଣ୍ଣ, ଦେଶିଆ. ପାଘୂଣ=ଅତିଥି)
ତେବେ ଯାଜପୁର ଭଦ୍ରକ ତଥା ମେଦିନୀପୁରୀ ଓଡ଼ିଆରେ ପହନା ଶବ୍ଦର ଅର୍ଥ “ମାଛ ଜାଆଁଳ; ରୋହି, ଭାକୁଡ଼, ମିରକାଳି ଆଦି ମାଛଛୁଆ” ଅଟେ ।

●ପାଢି଼―—ମାଈ ମହିଷୀ ଛୁଆ—(A female calf of buffalo) (ତୁଳନା:-ହି―ପାଡା଼)

●ପିଆଶ୍ ଶୋଷ—(Thirst) (ତୁଳନା:-ସଂ. ପିପାସା; ତୁଳ. ହି.ପ୍ୟାସ୍)

●ପିଚ୍ଛରି—(ଵି)ପାଛୁଡ଼ା; ଚାଦର; ଉତ୍ତରୀୟ— (ତୁଳନା:- ହି. ପିଚ୍ଛୌରା)

●ପୂରରା(ଵି)—ମଇଁଷିର ଅଣ୍ଡିରା ଛୁଆ

●ପେଜ(ଵି)―ପଖାଳ(ସଂ-ପେୟ)

●ଫକ୍ଲୋ ଲାଇ—ଖଇ— (Fried paddy.)

●ବଇଁରି(ଵି)—ତୋଡ଼ି ମାଛ

●ବଂଶଲା(ଵି)—ବଢ଼େଇଙ୍କ ବାରସୀ—(Carpenter's axe; adze) (ତୁଳନା:- ହି. ବସୁଲା)

●ବଖରିଆ(ଵି)—ଘୋଡ଼ା ସଇସ— Syce; groom of a horse.

●)ବଛରୁ(ଵି)—ବାଛୁରୀ—Calf. (ତୁଳନା:-ସଂ. ବତ୍ସତର; ହି. ବଛଡା଼)

●ବଛା―ଅଣ୍ଡିର ବାଛୁରୀ ଗଡ଼ଜାତରେ ଏ ଶବ୍ଦ ଯେ କୌଣସି ଅଣ୍ଡିର ପଶୁ ପାଇଁ ଵ୍ୟଵହୃତ ହୁଏ

●ବଞ୍ଜିରି—ଆଡ଼ିମାଛ— (A kind of fresh water fish.)

●ବର୍ଗାଏ(ଵି)—ଗଉଡ଼— (Cowherd)
   ଅନ୍ୟରୂପ―ବର୍ଗାୟ୍

●ବାହାରି(ଵି)—ଖଡ଼ିକାମୁଠା; ଝାଡ଼ୁ—(Broomstick.)

●ମଖନା(ଵି)ବୋଇତ କଖାରୁ—(Red pumpkin)

●ଯହଁ(ସର୍ବ.)—ଯହିଁ (ତୁଳନା:-ହି―ଜହାଁ,ପଞ୍ଜ–ଯଦୌଁ)

●ଯହିଁ ତହିଁ―(ସର୍ବ.)—ଯହିଁ ତହିଁ

●ଲ୍—(କ୍ରିୟାର ବିଭକ୍ତିସୂଚକ ପ୍ରତ୍ଯୟ)—
ଉଦା:-— ତୁଟାଏଲ୍=ତୁଟାଇବାକୁ, ଭାଙ୍ଗିବାକୁ →
【ଏ ବିଡ଼ିଲା ତୁଟାଏଲ୍ ଶକ୍ବେ ? =>ତୁ ଏ ଯଷ୍ଟିକୁ ଭାଙ୍ଗିପାରିବୁ?】

●ଲଇ କାନ(ଵି)—ନୋଳିକାନ— ଓଡ଼ିଶାରେ କେଉଁଠି କେଉଁଠି ଏ ଶବ୍ଦ କାନନୋଳି ହୋଇ ଵ୍ୟଵହୃତ ହୁଏ ।

●ଲଲେଇ(ଵିଣ)—ଅତ୍ଯନ୍ତ ଲାଳାଯିତ— (Longing; hankering.)

●ଲା―କର୍ମକାରକ ବା ଦ୍ବିତୀୟା ବିଭକ୍ତିର ପ୍ରତ୍ଯୟ (ଓଡ଼ିଆ=କୁ) (ଯଥା—ଏ ବାଡିଲା [ବାଡିକୁ] ତୁଟାଏଲ୍ ଭାଙ୍ଗିବାକୁ) ଶକ୍ବେ [ସମର୍ଥ ହେବୁ] ?)

●ସକ୍ବା(କ୍ରି)—ପାରିବା; (କୌଣସି କାର୍ଯ୍ୟ କରିବାକୁ) ସମର୍ଥହେବା; ସକିବା—(To be able; (to do a thing.)(ସଂ. ଶକ୍ ଧାତୁ) (ତୁଳନା:-ଓ―ଶକି ପାରିବା)

●ସଟାମ —ସୁଆରୀ ଗାଡ଼ି —An office jaun(carriage)

●ସତନ୍ତର—ସ୍ବତନ୍ତ୍ର(Separate.)

●ସଦା(ଵିଣ)—ସାଦା—(White.) (ତୁଳନା:-କ.ଓ ―ସାଧା)

●ସଧଲିଆ (ସଂ. ଶ୍ରଦ୍ଧାଳୁ)
—ଇଚ୍ଛୁକ(Desirous.)

●ସଧ୍ରମ୍(ବିଣ)—ସତ୍ଯବାନ୍( Truthful)

●ସନାସି(ତୁଳନା:-ସଂ.ସନ୍ଦଂଶ/ଓ-ସଣ୍ଡୁଆସି)—
ଚିମୁଟା (A pair of tongs.)

●ସବୁଲା(ସର୍ବନାମ)—ସମସ୍ତ(All.) ତୁଳନା କରନ୍ତୁ
ଢେଙ୍କାନାଳର କଥିତ ଓଡ଼ିଆ ଶୈଳୀରେ ସବୁରା = ସବୁଯାକ;ସମସ୍ତ

●ସମ୍ ଧୀନ୍(ଵି. ସ୍ତ୍ରୀ)—ସମନ୍ଧୁଣୀ
(ତୁଳନା:- ହି―ସମଧନ୍/କ.ଓ―ସମନ୍ଦୁଣୀ,ସମୁଦୁଣୀ)

●ସର୍ଜନିଆ(ଵି)—ଉଚ୍ଚବଂଶୀୟ ବ୍ଯକ୍ତି—
   (A person of high caste.) (ତୁଳନା:-ସଂ ସଜ୍ଜନ ?/ଓ―ସାଧଵ ?)

●ସରିସ(ଵି. ଓ ଵିଣ)—ଶେଷ—(End/Fin)

●ସର୍ଲା(ଵିଣ)—ପିଚ୍ଛିଳ; ଖସଡ଼ା—(Slimy; slippery.)

●ସହ(ଵି)―ଚିତାଗ୍ନି—( Cremation fire.) ସଂ/ଓ ଶବ୍ଦ ସହଗମନ ଶବ୍ଦ ସହ ଏ ଶବ୍ଦର ସମ୍ପର୍କ ଥାଇପାରେ ଯେହେତୁ ଏ ଶବ୍ଦର ଏକ ଅର୍ଥ—“ମୃତ ସ୍ବାମୀଙ୍କ ଚିତାରେ ସ୍ତ୍ରୀଙ୍କର ଆରୋହଣରୂପ କ୍ରିୟା; ସହମରଣ” ଅଟେ ।

●ସାଇଁ ପୁଞ୍ଜି(ଵି) —ମୂଳଧନ—(The capital of a business.)

●ସାଉଁରିଆ(ଵିଣ)—ଶ୍ଯାମଳବର୍ଣ୍ଣ (ବ୍ଯକ୍ତି)— ( Of a dark complexion.) ତୁଳନା:-ସଂ-ଶ୍ୟାମଳକ,ଓ-ସାଵନା,ହି-ସାଁଵଲା)

●ସାଏଁ କଲା(ଵିଣ)—ବେଗି ବେଗି; ଶୀଘ୍ର— (Quickly; very soon.) ତୁଳନା:-କ.ଓ―(ସାଏଁ କରି,ସାଁଇ କିରି,ସାଇଁକି)

●ସାଁଚା(ଵିଣ)—ସତିଆ; ସତ୍ଯବାଦୀ—   (Truthful)

●ସାଗ(ଵି)—ପରିବା—(ସଂ-ଶାକ) (Kitchen vegetables.)

●ସାଜୁ(ଵି)—(ସଂ. ସଜ୍ଜା)—
୧) ସଜ୍ଜା; ଆଭରଣ—(Fittings)
୨)ଅଳଙ୍କାର—(Ornaments)

●ସାଢ଼ୀ(ଵି)—ଦୁଗ୍ଧାଦିର ସର—(Cream of milk)

●ସାମଗିରି―ସାମଗ୍ରୀ(materials; ingredients.)

●ସାହଁସେ— ଏକାଥରକେ(All at once
(ତୁଳନା କରନ୍ତୁ :-ଓଡି଼ଆ ଭାଷାରେ―ସହସା)

●ସାହାନା―(ଵି) ସଣ୍ଡୁ ଆସି(Tongs.)

●ସାହାପଏଖ୍(ଵିଣ)―ସାହାପକ୍ଷ

●ସାହେଯ(ଵି)―ସାହାଯ୍ୟ

●ସାହ୍ଲା―
            (ଵି)
୧)ସହ୍ଲା
୨)ବହୁବ୍ଯକ୍ତିଙ୍କ ମେଳ—
            (ଵିଣ)
୧)ମେଳବାନ୍ଧି ଥିବା (ବ୍ଯକ୍ତିଗଣ)
୨) ପରାମର୍ଶ ସଂଭୂତ (କର୍ମ)

●ସିଆନା(ଵିଣ)—ସିଆଣା—(Clever; sly) (ତୁଳନା ହି―ସ୍ୟାଣା; ଓ—ସିଆଣା)

●ସିଂକ୍(ଵି)—ଖଡ଼ିକା—(Slender long pick)

●ସିଂକ୍ରିବା(କ୍ରି)—ସିଂଘାଣି ପୋଛିବା—(To wipe away the mucus from one's running nose.)

●ସିଁକେର୍(ଵି)—ସିଂଘାଣି—(The mucus of the nose.)

●ସିଖ୍ରି(ଵି ଓ ଵିଣ)—ଅଇଁଠା—(Leaving of another's food.) (ତୁଳନା ଦକ୍ଷିଣୀ ଓଡି଼ଆ―ଶଙ୍ଖୁଡି଼)

●ସିଗ୍(ଵି)—କୌଣସି ପଦାର୍ଥର ଅଗ୍ରଭାଗ— (The top part of anything.)
(ତୁଳନା କରନ୍ତୁ –ଶିଖ,ଶିଖା)

●ସିଗ୍ରି(ଵି)—ପିଠା ବିଶେଷ—

●ସିର୍ ଜିନା—ସର୍ଜନା—(Creation.)

●ସୁଆଧୀନ(ଵିଣ)—ସ୍ବାଧୀନ— (Free; independent.)

●ସୁଆସୀ(ଵି)—ଅହ୍ଯ ସ୍ତ୍ରୀ—(A housewife with her husband living) (ତୁଳନା:-ସୁହାଗିନୀ)

●ସୁଇଝ୍ବା(କ୍ରି)—ସୁଝିଵା—(To repay.)

●ସୁଁତ—ସୂତା—(Thread.) (ତୁଳନା କରନ୍ତୁ-ସଂ―ସୂତ୍ର)

●ସୁଗାଇବା(କ୍ରି)—ସ୍ନେହ କରିବା— (To love to have attachment. for.) (ତୁଳନା:-ଓ―ସୁହାଗ)

●ସୁତି(ଵି ପୁଂ)—ଅଣନାତି; ନାତିର ପୁଅ— Great grandson(ସଂ-ସୁତ)

●ସୁଧି(ଵି)—ସିଦ୍ଧି— (success.)

●ସୁନାମୁଖୀ(ଵି)—ସୁନାମକେଇ(Cassia Augustifolia.)

●ସୁନ୍ଦାରୀ(ଵି)—ସୁନାରି ବଣିଆ— (Goldsmith.)

●ସୁରପ୍(ଵି ଓ ଵିଣ)—ପୋଷ; ପାତ୍ରୀକୃତ କରତାଳରେ ସମ୍ଭାଇଵା ଵସ୍ତୁର ପୂର୍ଣ୍ଣ ପରିମାଣ—One handful (of any thing). [ଯଥା—ସୁରପେ ଚାଵଲ୍।]

●ସୁରପା(ଵି)—ସୋଡକା—(One draught drinkable food) .[ଉ—ମଂଗନା ତୁନ ସୁରପାଏ—ଲରିଆ ପ୍ରବଚନ।]

●ସୁଶେକ୍(ଵି)(ଧ୍ବନ୍ଯନୁକରଣ)—ସକା କାନ୍ଦଣା, ଶକେଇ ହୋଇ କାନ୍ଦିବା; ସୁଁ ସୁଁ ହୋଇ କାନ୍ଦିବା— (Weeping with bated sighs;whimper)

●ସୁସ୍ତା(କ୍ରି.ଵିଣ)—ଧୀରେ ଧୀରେ—( Slowly) ଵାଲେଶ୍ବରରେ ଏକ ପ୍ରକାରର କ୍ଷୁଦ୍ର ମତ୍ସ୍ଯକୁ ସୁସ୍ତା କୁହାଯାଏ
ଆମେ ଓଡ଼ିଆ ଭାଷାରେ ମଧ୍ୟ କୁହନ୍ତି ଧୀରେ ସୁସ୍ତେ ।

●ସୁସ୍କିବା―ସକେଇ ସକେଇ କାନ୍ଦିବା—(To cry with bated sobs; to whimper.)

●ସୁସ୍ତାଇବ—ଥକା ମାରିବା; ଶ୍ରମ ମେଣ୍ଟାଇବା—(to refresh oneself after fatigue.)
(ତୁଳନା:-ହି―ସୁସ୍ତାନା)

●ସୁହୁଜେ(କ୍ରି. ଵିଣ)—ସହଜେ— Easily.

●ସେଁପୁଟ(ଵି)—ଦୀର୍ଘଶ୍ବାସ ବଲାଙ୍ଗିର ପାଟଣାରେ ସେଁପୁଟ ହେବା ବୋଲି ଏକ ଦେଶଜ କ୍ରିୟା ଚଳେ  ଯାହାର ଅର୍ଥ ଅଣ ନିଶ୍ବାସୀ ହେବା ଅଟେ

●ସେର୍ଷଁ―ସୋରିଷ—(Mustard seed.)

●ସେର୍ ସେଟା―ଶୁଖି ଯାଉଥିଵା ଘାଆ ଉପରର ଖୋଳପା—(Stiff slough formed on a convalescent sore.)

●ସେଲା(ସର୍ଵ.)—ସେହିଟା— That.
(ତୁଳନା:-ଗ.ଓ―ସେରା)

●ସେହି ଖନ(କ୍ରି.ଵିଣ)—ସେହିକ୍ଷଣି— At that moment; immediately; at once (ତୁଳନା ଓ:―ସେହି କ୍ଷ(ଖି, ଛି, ଛୁ)ଣି )

●ସେ ହେଲା(ସର୍ଵ)—ସେହିଟା—(That)

●ହଦ୍ (ଵି)—କାଦୁଅ; ପଙ୍କ (Clay; mud; mire) ବଲାଙ୍ଗୀର ପାଟଣାରେ ମଧ୍ଯ  ହଦ୍ ଶବ୍ଦର ଅର୍ଥ କାଦୁଅ କିନ୍ତୁ ସମ୍ଵଲପୁର ଅଞ୍ଚଳରେ ବଡ଼ଗାତ କୁ ହଦ୍ କୁହାଯାଏ ।

●ହିରୁଆଁ(ଵି)କୋଳଥ— (Horse gram)

××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...