Monday, October 7, 2019

ମନୁଷ୍ୟମାନଙ୍କ ମଧ୍ୟରେ ଜାତିପ୍ରଥା ଅଵୈଜ୍ଞାନିକ

ଜୀଵଜଗତରେ ନିରିଖେଇ ଦେଖିଲେ ନାନା ପ୍ରଜାତିରେ ସହସ୍ର ସହସ୍ର ଜାତି ଦୃଶ୍ୟ ହୁଅନ୍ତି । ସେମାନଙ୍କୁ କିଏ ଏମିତି ଏତେ ରୂପ ଓ ଗୁଣ ଦେଲା ?

ଉଦାହରଣ ସ୍ୱରୂପ
ସ୍ଥୁଳଭାଵେ ଛେଳି ଜାତି ଵା Capra
ଗୋଟିଏ ପ୍ରଜାତି କିନ୍ତୁ
ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ତହିଁରେ
ନଅ ଗୋଟି ଜାତି ରହିଅଛି

ଯଥା—
✓West Caucasian tur(Capra caucasica)

✓East Caucasian tur(Capra caucasica cylindricornis)

✓Markhor(Capra falconeri)

✓Alpine ibex(Capra ibex)

✓Nubian ibex(Capra nubiana)

✓Spanish ibex(Capra pyrenaica)

✓Siberian ibex(Capra sibirica)

✓Walia ibex(Capra walie)

✓Wild goat(Capra aegagrus)

✓Domestic goat(Capra aegagrus hircus; includesferal goat)

✓Bezoar ibex(Capra aegagrus aegagrus)

ଇତ୍ୟାଦି ...

ଏହି ଜାତିଗତ ଵିଭାଗିକରଣ
ସେମାନଙ୍କ ରୂପ,ଗୁଣ,ଅଙ୍ଗ ଓ ଆକାରକୁ ଦୃଷ୍ଟିରେ ରଖି କରାଯାଇଛି ।

ସ୍ଥୁଳଦ୍ରଷ୍ଟାମାନେ କହିପାରନ୍ତି ଯେ ଏସବୁ ମନୁଷ୍ୟ ମନର ଭାଵନା କିନ୍ତୁ ସୂକ୍ଷ୍ମ ଦୃଷ୍ଟା ଵୈଜ୍ଞାନିକ ବୁଦ୍ଧି ସମ୍ପନ୍ନ ଲୋକଙ୍କ ମତରେ ଏସବୁର ମୂଳ କାରଣ ଡିଏନଏ ର ଜୀନ୍ସଗତ ତ୍ରୁଟି ଓ ମ୍ଯୁଟେସନ୍ ଯୋଗୁଁ ସମ୍ଭଵ ହୋଇଅଛି ।

ମାତ୍ର ମନୁଷ୍ୟମାନଙ୍କ କ୍ଷେତ୍ରରେ ଵର୍ତ୍ତମାନର homo sapiens ସମସ୍ତ ଗୋଟିଏ ଜାତି ଅଟନ୍ତି ସେମାନଙ୍କ ମଧ୍ୟରେ ଵୈଜ୍ଞାନିକମାନେ ସୁଦ୍ଧା କୌଣସି ଜାତିଗତ ଵିଭାଗିକରଣ କରିନାହାନ୍ତି ।

ମାନଵମାନେ ନିଜ ମଧ୍ୟରେ ଯେଉଁ ଜାତିଗତ ଵିଭାଗିକରଣ କରିଛନ୍ତି ତାହା ତାଙ୍କର କର୍ମ,ଗୁଣ,ସ୍ଥାନ,ସଂସ୍କୃତି ଓ ଭାଷା ଆଧାରରେ ଗଢ଼ି ଉଠିଛି ।

ଏଭଳି ଜାତିଗତ ଵିଭାଗିକରଣ ତେଣୁ ଭାଵ ଦୃଷ୍ଟିରୁ ଯୁକ୍ତିଯୁକ୍ତ ଲାଗୁଥିଲେ ହେଁ
ଯେହେତୁ ମଙ୍ଗୋଲୀୟ,ଭାରୋପୀୟ,ନିଗ୍ରୋ ଆଦି ସମସ୍ତ ମାନଵଜାତିଙ୍କୁ କେଵଳ homo sapiens କୁହାଯାଏ ତେଣୁ ଵୈଜ୍ଞାନିକ ଦୃଷ୍ଟିକୋଣରୁ ଏହାକୁ ନିତାନ୍ତ ଅମୂଳକ ହିଁ ଵିଚାର କରାଯିଵ  ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...