Wednesday, October 9, 2019

ଲାଇସେନ୍ସରୁ ଅନୁଜ୍ଞପ୍ତି ଯାଏଁ...

ସରକାର କିଂଵା ଅନ୍ଯ ସକ୍ଷମ ପ୍ରାଧିକରଣ ଦ୍ଵାରା କୌଣସି ଵ୍ଯକ୍ତି ଅଥଵା ପ୍ରତିଷ୍ଠାନକୁ ଵ୍ଯାପାର, ଵ୍ଯଵସାୟ ଅଵା ଉଦ୍ଯୋଗ ସ୍ଥାପିତ କରିଵା ପାଇଁ ଦିଆଯାଉଥିଵା ଅନୁମତିପତ୍ରକୁ Licence କୁହାଯାଏ । ସ୍ଵାମ୍ଯ(petent)  ଵା ରାଜ ପ୍ରଦତ୍ତ ଅଧିକାର ଥିଵା ଵ୍ଯକ୍ତି ଦ୍ଵାରା ନିଜ ଵସ୍ତୁ, ପ୍ରକ୍ରିୟା ଵା ଡିଜାଇନ ଆଦିକୁ  ପ୍ରୟୋଗ କରିଵା,ଗଢି଼ଵା  ଅଥଵା ବିକ୍ରି ହେତୁ ଯେଉଁ ସର୍ତ୍ତ ମୂଳକ ଅନୁମତିପତ୍ର ପ୍ରଦାନ କରିଥାନ୍ତି ତାକୁ ମଧ୍ୟ licence ଵା ଅନୁଜ୍ଞପ୍ତି କୁହାଯାଏ।

ଇଂରାଜୀରେ ପ୍ରଚଳିତ licence ଶବ୍ଦଟି ମୂଳତଃ ଏକ ଫ୍ରେଞ୍ଚ ଵା ଫରାସୀ ଭାଷାର ଶବ୍ଦ ଏଵଂ ଏହାର ପୁରୁଣା ଫ୍ରେଞ୍ଚ ଭାଷାରେ ଅର୍ଥ ଥିଲା

୧)ଵିଦାୟ ଅନୁମତି ମାଗିଵା(leave)

୨) ଦୂରେଇ ଯିଵାକୁ ଅନୁମତି ମାଗିଵା(permission to be away)

୩) ଉପସ୍ଥିତ ନଥିଵା(to be not present)

ପୁଣି ପୁରୁଣା ଫ୍ରେଞ୍ଚର ଏହି ଲାଇସେନ୍ସ ଶବ୍ଦଟି ଲାଟିନ୍ ଶବ୍ଦ licentiaର ଆଧୁନିକ ରୂପ ଅଟେ ଏଵଂ ମୂଳ licentia ଶବ୍ଦଟି ପୁରାତନ ଗ୍ରୀକ୍ licēns ଓ licet ସହିତ ସମଦ୍ଧୃତ ।

licēns(“ଅନିୟନ୍ତ୍ରିତ;ଅସନ୍ଦିତ;ଅୟତ ଵା licentious”)
ମୂଳରୂପ licet ଏଵଂ ଏହାର ଅର୍ଥ ଥିଲା ଅନୁମତି ପ୍ରାପ୍ତ ଵା permitted” । ଭାଷାବିଦ୍'ମାନେ licet ଶବ୍ଦକୁ ମୂଳ ପ୍ରୋଟୋ ଇଣ୍ଡୋ ୟୁରୋପୀୟ ଧାତୁ *leyk- ର ନିଷ୍ପନ୍ନ କରିଅଛନ୍ତି ସହିତ ଯାହାର ମୁଖ୍ୟ ଅର୍ଥ ଥିଲା ଵିକ୍ରି ହେତୁ ପୂର୍ଵପ୍ରସ୍ତୁତି କରିଵା(“to prepare for sale”) liceor ଓ liceō ଆଦି ଶବ୍ଦ ଏହା ସହିତ ସମଦ୍ଧୃତ ।

ତେଵେ ଏହି Licence ଶବ୍ଦର ଅନ୍ଯ କେତେକ ଭାରତୀୟ ପ୍ରତିଶବ୍ଦ ରହିଛି

ଯଥା—
✓ଅନୁଜ୍ଞାପତ୍ର(ଵି)
✓ଅନୁମତିପତ୍ର(ଵି)
✓ଅଧିକାରପତ୍ର(ଵି)
✓ଆଜ୍ଞାପତ୍ର(ଵି)
✓ଆଜ୍ଞାପଟ୍ଟା,ଅନୁମତି ପଟ୍ଟା(ଓ,ତେ)
✓କାର୍ଯ୍ୟାନୁମତି(ଵି.ଣ.)
✓କାର୍ଯ୍ୟସମ୍ମତି(ଵି.ଣ.)
ଇତ୍ୟାଦି...

ତାମିଳରେ licenceକୁ ଓରିମମ୍ କୁହାଯାଉଥିଵାଵେଳେ
ବୋଡୋ ଭାଷାରେ ଲାଇସେନ୍ସକୁ ବିଥୋନଲାଈ ଏଵଂ ମଣିପୁରୀ ଭାଷାରେ ‘ଅୟା-ଚେ’  କୁହାଯାଏ !
ସେଇଭଳି ହିନ୍ଦୀଭାଷୀ ଲାଇସେନ୍ସକୁ ପରଵାନା,ଇଜାଜତ୍ ପତ୍ର ଆଦି କହିଥାନ୍ତି ଏଵଂ ଏ ଉଭୟ ଶବ୍ଦ ଵୈଦେଶିକ !

ଵିଭିନ୍ନ ଵୈଦେଶିକ ଭାଷାରେ ଲାଇସେନ୍ସର ମୌଳିକ ପ୍ରତିଶବ୍ଦ ମଧ୍ୟ ରହିଛି

ଯଥା—

ଗ୍ରୀକ୍ ଭାଷାରେ — άδεια(ádeia)

ହଙ୍ଗେରିଆନ୍ ଭାଷାରେ —gedély

ଆଇସ୍'ଲ୍ଯାଣ୍ଡିକ୍ —Leyfi

ଆଇରିଶ୍—ceadúnas

ନରୱିଆନ୍—tillatelse

ୱେଲ୍ସ ଭାଷାରେ — trwydded

ୟେଡିଶ୍ ଭାଷାରେ — דערלויבעניש(derloybenish)

ମାଣ୍ଡାରିନ୍'ରେ — 执照(zhízhào)

ଖମେର୍ ଭାଷାରେ — អាជ្ញាប័ណ្ណ(achnhabn)

କୋରିଆନ୍ ଭାଷାରେ —특허(teugheo)

ଲାଓ ଭାଷାରେ —ໃບອະນຸຍາດ(baioanunyad)

ସିଂହଳୀ ଭାଷାରେ —බලපත්රය(balapatraya)

ଥାଇ ଭାଷାରେ —อนุญาต(Xnuỵāt)

ଭିଏତନାମି ଭାଷାରେ —Giấy phép

ଆରବୀ — رخصة(rukhsa)

ହିବ୍ରୁ — רישיון(rishayon)

ପାର୍ସୀ ଭାଷାରେ — مجوز(Mijwiz)

ଚିଚେୱା ଭାଷାରେ — chiphaso

ଇଗ୍ଵୋ ଭାଷାରେ — ikike

ମାଓରୀ ଭାଷାରେ — raihana

ଏସ୍ପରାନ୍ତୋ ଭାଷାରେ — permesilo

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...