Wednesday, December 18, 2019

ଅଯାଚିତ ପରୋପକାରିତାର ଫଳ

ଜଣେ ରାଜା ଜଙ୍ଗଲରେ କାହୁଁ ବୁଲୁଥିଲେ ଥକିଯାଇ
ଗୋଟିଏ ଗଛମୂଳେ ଶୋଇଗଲେ । ସେ ଗଛ ତ ପର୍ଵତ ଉପରେ ଅଛି ତେଣୁ ବାଘ ଭାଲୁର ଭୟ ଅଳ୍ପ ତେଵେ ଦୁଇଗୋଟି ପକ୍ଷୀ ରାଜା ଶୋଇଥିଵା ଗଛ ଉପରେ ବସିଥାଆନ୍ତି ।

ଗୋଟିଏ ଵକପକ୍ଷୀ ଆନଟି କାକପକ୍ଷୀ । ସେମାନେ ଵାଲ୍ଯବନ୍ଧୁ ତେଵେ ଵକପକ୍ଷୀ ତାହାର ବନ୍ଧୁ କାକ ପାଇଁ ସର୍ଵଥା ଖାଦ୍ଯ ସଂଗ୍ରହ କରିଥାଏ । ଗାଡି଼ଆରୁ ମୀନ ଓ ଗେଣ୍ଡା ଆଣି ତା ବନ୍ଧୁ କାକକୁ ଉପହାର ଦିଏ କିନ୍ତୁ କାକପକ୍ଷୀ ସେଥିରେ ସବୁଵେଳେ କୌଣସି ନା କୌଣସି ଦୋଷ ଦେଖେ ।

ଵକପକ୍ଷୀ ବଡ଼ ଦୟାଳୁ ସ୍ଵଭାଵର ତେଣୁ ସେ ରାଜାଙ୍କ ଆଖି ଉପରେ ସୂର୍ଯ୍ୟକିରଣ ପଡୁ଼ଛି ଦେଖି ନିଜ ଡେଣା ମେଲେଇ ଛାୟା କଲା । କାକପକ୍ଷୀଟି ସ୍ଵଭାଵତଃ ଖଳପ୍ରକୃତିର ତେଣୁ ସେ ଵକପକ୍ଷୀର ଏତାଦୃଶ ଅଯାଚିତ ପରୋପକାରିତା ଦେଖି ଆଉ ସହିପାରିଲା ନାହିଁ । ବହୁତ ଭାଵି ସେ ରାଜାଙ୍କ ମୁଖରେ ଵିଷ୍ଠା ତ୍ଯାଗକରି ସେଠାରେ ଉଡି଼ଗଲା ।

ରାଜା ହଟାତ୍ ଘିଡି଼ପିଡି଼ ହୋଇ ଉଠି ଵକକୁ ଗଛ ଉପରଜ ବସିଥିଵାର ଦେଖି ଏକା ତୀରକେ ତାହାର ପ୍ରାଣ ନାଶ କରିଦେଲେ ।

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...