Thursday, December 19, 2019

ଉତ୍କଳ ଵୀରଜାତି

ଉତ୍କଳ ଵୀରଜାତି ମୁକ୍ତି ସନ୍ଧାନେ ଚାଲ
ଦିପ୍ତୀ ପ୍ରଦୀପ ଶିଖା ଜାଳି !
ଗଙ୍ଗଵଂଶ ଯଶ ଅଙ୍କିତ ଭାଲେ ତଵ
ଶଙ୍କିତେ ନଲଗାରେ କାଳି !!

ପୂର୍ଣ୍ଣାହୁତି ଦିଅ ଜାତି ଜାଗରେ ଆଜି
ରୁଦ୍ର ହୁଙ୍କାରେ ମେରୁ ମନ୍ଦର ପଡୁ଼ ଭାଜି !!
କକ୍ଷ ବରଜି ଆସ ଲକ୍ଷ କେଶରୀ ଶିଶୁ
ଵକ୍ଷ ଶୋଣିତ ଦିଅ ଆଜି !!

ରକ୍ତଟିକା ଘେନ ସଂହାର ରାତି
ନେତ୍ରେ ଫୁଟୁ ଶତ ଆଦିତ୍ଯର ଜ୍ୟୋତି ।

ଚଞ୍ଚଳ ଚିତ୍ତେ ଚାହାଁ ଅଞ୍ଚଳ ମେଲି ମାଆ
ବାଢ଼ି ରଖିଛି ଅର୍ଘ୍ୟଥାଳୀ ।।

ଉତ୍କଳ ଵୀରଜାତି ମୁକ୍ତି ସନ୍ଧାନେ ଚାଲ
ଦିପ୍ତୀ ପ୍ରଦୀପ ଶିଖା ଜାଳି !
ଗଙ୍ଗଵଂଶ ଯଶ ଅଙ୍କିତ ଭାଲେ ତଵ
ଶଙ୍କିତେ ନଲଗାରେ କାଳି !!

🎤 ବାଳକୃଷ୍ଣ ଦାସ
🎶
🎼

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...