Monday, December 2, 2019

ଅ ~ ଵର୍ଣ୍ଣରୁ ଶବ୍ଦ ଯାଏଁ ସଂକ୍ଷିପ୍ତ ଆଲୋଚନା

◆◆◆◆◆◆◆ଅ―(ଵର୍ଣ୍ଣ)◆◆◆◆◆◆◆◆

★ଭାରତୀୟ ବ୍ରାହ୍ମୀଲିପି ଵର୍ଣ୍ଣମାଳା ସମୂହ ଓ ସ୍ଵରଵର୍ଣ୍ଣର ପ୍ରଥମ ଅକ୍ଷର ହେଉଛି 'ଅ' ! ଏହା ବ୍ରାହ୍ମୀଲିପିରୁ ଜାତ ଅଧିକାଂଶ ଆଧୁନିକ ଲିପିରେ ଚଳୁଅଛି ।
ଯଥା–

■ବ୍ରାହ୍ମୀ―𑀅
■ଓଡ଼ିଆ―ଅ
■ଦେଵନାଗରୀ―अ
■ଗୁଜୁରାଟୀ―અ
■ତାମିଲ୍―அ
■ତେଲୁଗୁ―అ
■ମଲୟାଲମ―അ
■କନ୍ନଡ―ಅ
■ବଙ୍ଗାଳୀ―অ
■ପଞ୍ଜାବୀ―ਅ
■ଥାଇ―อ/ะ
■ଅହମିୟା―অ
■ତିଵତ୍ତି―ཨ
■ସିଅଲହଟୀ―ꠀ
■ବର୍ମୀ―အ
■ଖମେର୍―អ
■ବାଲିନିଜ୍―ᬅ
■ଜାଭାନିଜ୍―ꦄ
■ସୁନ୍ଦାନିଜ୍―ᮃ
■ବଟକ/ଟୋବା―ᯀ
■ବାୟବୈନ୍―ᜀ
ଇତ୍ୟାଦି...

ଏହି ଵର୍ଣ୍ଣର ସ୍ବତନ୍ତ୍ର ଚିହ୍ନ ଵା ମାତ୍ରା ନାହିଁ। ସଂସ୍କୃତ ଏବଂ ଓଡ଼ିଆରେ ଆମ୍ଭେମାନେ ଵ୍ଯଞ୍ଜନ ଵର୍ଣ୍ଣମାନଙ୍କୁ ଏହି 'ଅ' ସ୍ବରସଙ୍ଗେ ଯୁକ୍ତ କରି ଉଚ୍ଚାରଣ କରୁଁ ଓ ଵର୍ଣ୍ଣପରିଚୟ କରୁଁ। ଏଥିପାଇଁ ଓଡ଼ିଆ ଭାଷାର ଉଚ୍ଚାରଣ ଶୈଳୀ ଅକାରାନ୍ତ ହୋଇଥାଏ ।  ‛ଅ’ ର ଉଚ୍ଚାରଣ ସ୍ଥାନ କଣ୍ଠ ବୋଲି ଏହାକୁ କଣ୍ଠ୍ଯ ଵର୍ଣ୍ଣ ମଧ୍ୟ କୁହାଯାଏ । ସଂସ୍କୃତରେ ଏହାର ହ୍ରସ୍ବ, ଦୀର୍ଘ, ପ୍ଲୂତ, ଉଦାତ୍ତ, ଅନୁଦାତ୍ତ ଓ ସ୍ବରିତ ଆଦି ଉଚ୍ଚାରଣମାନ ଅଛି ।  ଆଗେ ଅବଧାନମାନେ ପିଲାଙ୍କୁ ଏହି ଅକ୍ଷର ମଡ଼ାଇଵାବେଳେ ଏହାକୁ 'ସ୍ବରେ ଅ' ବୋଲି ଡାକୁଥିଲେ ।  ହିନ୍ଦୁଶାସ୍ତ୍ର ଅନୁସାରେ 'ଅ' ଅକ୍ଷରର ଅଧୁଷ୍ଠାତା ଦେଵତା ସ୍ଵୟଂ ପରମାତ୍ମା ଅଟନ୍ତି ।

◆◆◆◆◆◆◆◆ଅ(ଶବ୍ଦ)◆◆◆◆◆◆◆◆

★କେଵଳ ଵର୍ଣ୍ଣ ନୁହେଁ ‘ଅ’ ଏକ ଶବ୍ଦ ମଧ୍ଯ ଅଟଇ । ଭାରତୀୟ ମାନକ ଶାସ୍ତ୍ରୀୟ ଭାଷାରେ ‛ଅ’ର ଵିଭିନ୍ନ ଅର୍ଥ ରହିଛି । ନିମ୍ନରେ ମୁଖ୍ୟ ଅର୍ଥଗୁଡି଼କ ପ୍ରଦାନ କରାଗଲା...

■ଵିଶେଷ୍ଯ ଅର୍ଥ■
●ଅର୍କମଣ୍ଡଳ ବୀଜାତ୍ମକ ଅକ୍ଷର
● ପରଂବ୍ରହ୍ମସୂଚକ ଏକାକ୍ଷର
●ବିଷ୍ଣୁ
●ଶିବ
●ପରଂବ୍ରହ୍ମ
●ପ୍ରଣବ ଵା ଓଁକାରର ଆଦ୍ଯ ଅଙ୍ଗ । ‛ଅ’ ଟି ‛ॐ’ ଵା ପ୍ରଣଵର ଅଙ୍ଗଵିଶେଷ ବୋଲି ଶାସ୍ତ୍ରରେ କଥିତ । ପ୍ରାଚୀନ ଭାରତୀୟ ଵୈୟାକରଣିକମାନଙ୍କ ମତରେ ଅ+ଉ+ମ୍ ମିଶି ଓଁ ହୋଇଅଛି ।
●ଵାନ୍ତି,
●■'ଅ' ଅକ୍ଷର ଲୁପ୍ତ ହୋଇ ଯେଉଁ ଚିହ୍ନ ହୁଏ = ଽ(ଯଥା—ସୋଽହଂ, ଅନ୍ଯୋଽନ୍ଯ),

■ସଂ.ଅଵ୍ୟୟ■
ଅ―(ଅସମୟ,ଅନ୍ୟାୟ)

■ସଂ. ଉପପଦ■
ନଞ୍ଜ ଵା 'ନାହିଁ' ଵାଚକ (ଅବ୍ରାହ୍ମଣ,ଅକାଳ)

★ସମଗ୍ର କଥିତ ଓଡ଼ିଆ ଭାଷାରେ ‛ଅ’ର ଅର୍ଥ ଓ ଵିଶେଷ ଵ୍ଯଵହାର

■(ଅଵ୍ୟୟ)ବେଖାତିର୍ ଵା ଅସମ୍ମତିସୂଚକ ଧ୍ବନି
ସାଧାରଣତଃ ଵାକ୍ୟର ଆରମ୍ଭରେ ଵ୍ୟଵହୃତ l
[ଅ ! ସକାଲୁ ସକାଲୁ ମୁଇଁ ଏତେ ଧୁର୍‌ ନାଇଁ ଯାଇପାରେଁ  ]
ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ଏହି ସ୍ଥାନରେ ଆଉ କେତେକ ଅଵ୍ଯୟ ମଧ୍ୟ ଵ୍ଯଵହୃତ ହୁଏ
ଯଥା— ହେ,ଇ,ଏ ,ହେକ୍,ହେତ୍ ଓ ଧେତ୍ ଇତ୍ୟାଦି

■(କ୍ରିୟା) ଓଡ଼ିଆଭାଷାର ସାମାନ୍ୟ ଵର୍ତ୍ତମାନ କାଳ ୨ୟ ପୁରୁଷ ଏକଵଚନ 'ଅଟ'ର ପ୍ରତିରୂପ l
( ତୁମେ ଭଲ୍‌ ଲୋକ୍‌ଟେ ଅ ) ବହୁବଚନରେ ଏହା ଆଏ ହୁଏ ।

■ଵାନ୍ତି କରିଵାର ଧ୍ଵନ୍ଯାନୁକରଣ ରୂପ ଶବ୍ଦ;ଅ

■ବାନ୍ତି

■ଶବ୍ଦ ପୂର୍ଵରେ ଯୁକ୍ତ ହେଵା 'ନାହିଁ' ଅର୍ଥକ ପୂର୍ବ-ପ୍ରତ୍ୟୟ l (ଅଜଣା,ଅକାଳ, ଅକାମି ଇତ୍ୟାଦି) ଏହା ସଂସ୍କୃତଜ ପ୍ରତ୍ୟୟ !

ଆପଣଙ୍କ ଅଞ୍ଚଳରେ ‘ଅ’ ଏକ ଶବ୍ଦ ଭାଵେ କେଉଁ ଅର୍ଥରେ ଵ୍ଯଵହୃତ ହୁଏ ଜଣାନ୍ତୁ !

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...