Monday, May 30, 2022

Gorr the god butcherର ଜୀଵନୀ କେମିତି ଆରବର ଇତିହାସ ଓ ଭାରତୀୟ ପୁରାଣ ଗାଥାରୁ ପ୍ରେରିତ ?

ଭାରତୀୟମାନଙ୍କ ପାଖରେ ଶ୍ରୀକୃଷ୍ଣ, ଶ୍ରୀରାମ,ହନୁମାନ ,ଶିଵଶଙ୍କର, ପର୍ଶୁରାମ,କାଳିକା,ଦୁର୍ଗାଙ୍କ ଭଳି ଶକ୍ତିଶାଳୀ ଦେଵତା ଅଛନ୍ତି ଏଵଂ ଏମାନଙ୍କ ଜୀଵନୀ ମଧ୍ୟ ପୁରାଣ ଆକାରରେ ଭାରତୀୟ ସମାଜରେ ଜୀଵିତ ଅଛି । ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ଏମାନେ ସୁପର ହିରୋ ସୁପର ହିରୋଇନ୍ ଅଟନ୍ତି ।

ସେହିପରି ଗ୍ରୀସ୍ -ରୋମାନ୍, "ନରୱେ-ଜର୍ମାନ୍"ଠାରୁ ମିଶର ଓ ଚୀନ ଯାଏଁ ସବୁ ଦେଶର ଜନଜାତିମାନଙ୍କର ଏକାଧିକ ଦେଵାଦେଵୀ ଥିଲେ ।

କିନ୍ତୁ ୧୫ଶହ ଶତାବ୍ଦୀରେ ୟୁରୋପରୁ ଆମେରିକା ଯାଇ ଵସଵାସ କରିଥିଵା ଆମେରକୀୟମାନଙ୍କ ପାଖରେ ନିଜର ସୁପରହିରୋ ସୁପରହିରୋଇନ୍ ନଥିଲେ । ଯଦିଵା ମୂଳ ଲୋହିତ ଆମେରକୀୟମାନଙ୍କର ଦେଵାଦେଵୀ ଥିଲେ କିନ୍ତୁ ୟୁରୋପରୁ ଯାଇ ଆମେରିକାରେ ଵସଵାସ କରିଥିଵା ଲୋକେ ସେମାନଙ୍କ ଦେଵତାମାନଙ୍କୁ ଗ୍ରହଣ କରିନଥିଲେ । ତେଣୁ ଆମେରିକୀୟମାନେ କମିକ୍ସର ପ୍ରଚଳନ କରାଇଲେ ଯାହାର କାହାଣୀ ଵିଭିନ୍ନ ଦେଶର ସାମାଜିକ ସାଂସ୍କୃତିକ ଐତିହାସିକ ପୌରାଣିକ କାହାଣୀର ଅନୁକରଣରେ ଆଧୁନିକ ଯୁଗକୁ ଦୃଷ୍ଟିରେ ରଖି ଲିଖିତ ହେଉଥିଲା ।

କମିକ୍ସର କାହାଣୀକୁ ଵିଚାର କଲେ କୁହାଯାଉପାରେ ଯେ  ପୃଥିଵୀର ସର୍ଵପ୍ରଥମ କମିକ୍ସ୍  ନିଶ୍ଚୟ ପ୍ରାଚୀନ କାଳରେ ଭାରତରେ ଲିଖିତ ଵେଦ ଓ ପୁରାଣ ଥିଲା । ତେବେ ଆଧୁନିକ କମିକ୍ସର ଯୁଗ ୧୮୯୬ ଓ ୧୮୯୭ରେ "The Yellow Kid in McFadden’s Flats"ର ପ୍ରକାଶନ ସହିତ ଆରମ୍ଭ ହେଲା । ଗୋଟିଏ ପଟେ ଭାରତୀୟମାନେ ନିଜ ପୁରାଣଗାଥାକୁ ହେୟଜ୍ଞାନ କଲାବେଳେ ୟୁରୋପ ଆମେରିକାରେ ସଦ୍ୟ ଲିଖିତ କମିକ୍ସ କାହାଣୀ ଜନାଦୃତି ଲାଭ କରି ଭାରତ ଯାଏଁ ଵ୍ୟାପିଲା । ଭାରତର ତଥାକଥିତ ଶିକ୍ଷିତ ଲୋକେ ନିଜ ଦେଶର ପୁରାଣକଥାକୁ ପଢ଼ନ୍ତୁ କି ନ ପଢ଼ନ୍ତୁ ଵୈଦେଶିକ କମିକ୍ସ୍ କାହାଣୀ ପଠନରେ ପ୍ରଗଳ୍ଭ ହେଵାର ଦେଖାଗଲା । ଆଜି ଭାରତଵର୍ଷରେ ପୌରାଣିକ ଚଳଚ୍ଚିତ୍ରଟିଏ ନିର୍ମାଣ କରିଵାକୁ ଭାରତୀୟ ଲୋକେ ଅମଙ୍ଗ ହେଉଥିଵା ବେଳେ ଆମେରିକା ୟୁରୋପରେ ଆଧୁନିକ ଯୁଗରେ ଲିଖିତ କମିକ୍ସ କାହାଣୀ ଆଧାରିତ ଦର୍ଜନ ଦର୍ଜନ ଚଳଚ୍ଚିତ୍ର ନିର୍ମାଣ ହେଉଅଛି ।

ଜୁଲାଇରେ କମିକ୍ସର କାହାଣୀକୁ ନେଇ ଏହିପରି ଏକ ଚଳଚ୍ଚିତ୍ର  ମୁକ୍ତିଲାଭ କରିଵାକୁ ଯାଉଛି । ସେହି ଚଳଚ୍ଚିତ୍ରଟିର ନାମ Thor : love and thunder"  ।

"Marvel cinematic universe" ଅନ୍ତର୍ଗତ ଏହା ୩୦ତମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ Marvel comicsର ଏକ ଲୋକପ୍ରିୟ super vilianକୁ ଆମେ ଦେଖିଵାକୁ ପାଇଵା ତା ନାଆଁ "Gorr : the god butcher" ଏଵଂ ଏହି ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ଅଭିନେତା Christian Bale ।

କିନ୍ତୁ ଏହି ସୁପର ଵିଲେନ୍ Gorrର ଜୀଵନ କାହାଣୀକୁ ପଢି଼ଲେ ହୃଦବୋଧ ହୁଏ ସତେ ଅଵା ଭାରତୀୟ ପୌରାଣିକ କଥା ଓ ଆରବର ଐତିହାସିକ ଘଟଣାକ୍ରମରୁ ପ୍ରଭାଵିତ ହୋଇ ଏହା ଲିଖିତ ହୋଇଛି ।

କେମିତି ତାହା ଜାଣିଵା ଆଗରୁ ପ୍ରଥମେ Gorrର କମିକ୍ସରେ ଵର୍ଣ୍ଣିତ ଜୀଵନୀ ଜାଣିଵାକୁ ହେଵ !!!

କମିକ୍ସ ପାଠକମାନଙ୍କ ପାଇଁ Gorr ପୁରୁଣା  Super vilian ନୁହେଁ କାରଣ Gorrର କମିକ୍ସ୍ କାହାଣୀ ପ୍ରଥମେ ୨୦୧୩ରେ "Thor: God of Thunder" କମିକ୍ସର  ପ୍ରଥମ ସଂସ୍କରଣରେ ପ୍ରକାଶିତ ହୋଇଥିଲା ।

ଏହି କମିକ୍ସରେ ଥିଵା  କାହାଣୀ ଅନୁସାରେ Gorr  ପ୍ରଥମେ ଏକ ସାଧାରଣ ଶକ୍ତିହୀନ ପରଗ୍ରହୀ ଥିଲା ଏଵଂ ସେ ଯେଉଁ ଗ୍ରହରେ ରହୁଥିଲା ସେ ଗ୍ରହ ଜଳାଭାଵ ଯୋଗୁଁ ଧୀରେ ଧୀରେ ମରୁଭୂମିରେ ପରିଣତ ହେଇଯାଇଥିଲା । ପୁଣି ସେ ଗ୍ରହରେ ଭୀଷଣ ଭୂକମ୍ପ ତଥା ଆଗ୍ନେୟ ଉଦ୍ଗିରଣ ହେଵା ସହ ଭୀଷଣ ଖାଦ୍ୟାଭାଵ ଦେଖା ଦେଇଥିଲା । ଆଗ୍ନେୟ ଉଦ୍ଗିରଣ ଯୋଗୁଁ  ଗ୍ରହର ଵାୟୁମଣ୍ଡଳ  ଦୁର୍ଗନ୍ଧଯୁକ୍ତ ହେଵା ସହ ଵିଷାକ୍ତ ଥିଲା । ଲୋକେ ପୋକମାଛି ଭଳି ମରୁଥିଲେ ତେବେ ଦେଵତାଙ୍କୁ ପୂଜା କରିଵା ଛାଡ଼ି ନଥିଲେ । Gorr ଜଣେ ସାଧାରଣ ପରଗ୍ରହୀ ଥିଲା କିନ୍ତୁ ତାହାର ସ୍ତ୍ରୀ ଓ ଛୁଆ ମରି ଯିଵାରୁ ଦେଵତାମାନଙ୍କ ପ୍ରତି ତାହାର କୌଣସି ଆସ୍ଥା ରହିଲା ନାହିଁ । ସେ ଖୋଲାଖୋଲି ସବୁଆଡ଼େ କହିଵାକୁ ଲାଗିଲା ଯେ ଦେଵତା ବୋଲି କିଛି ନାହିଁ । ସେ ଗ୍ରହର ଲୋକେ ତାକୁ ଏକ ନାସ୍ତିକ ଜାଣି ବହୁତ ବଝେଇଲେ ହେଲେ  ଏ ନମାନିଲାରୁ ତାକୁ ଏକ ଘରକିଆ କରିଦେଲେ  । ସେ ଗ୍ରହର ଲୋକେ ନିତିଦିନ ଏସବୁ ପ୍ରାକୃତିକ ଵିପତ୍ତିରୁ ଉଦ୍ଧାରିଵା ପାଇଁ ଭଗଵାନ ଵା ଦେଵତାମାନଙ୍କୁ ଡାକୁଥିଲେ ହେଲେ ତାଙ୍କର କଥା କୋଉ ଦେଵତା ଶୁଣୁନଥିଲେ । କିନ୍ତୁ Gorr ମନେ ମନେ ମାନକ ଇ ନେଇଥିଲା ଯେ ଦେଵତା ବୋଲି କେହି ନାହାନ୍ତି । ଏମିତି ଦିନକର ଘଟଣା । Gorr ଖାଦ୍ୟ ଅନ୍ୱେଷଣରେ ଲାଗିଥିଵା ସମୟରେ ଦିଜଣ ଦେଵତା ହଣା ହଣି ବାଡି଼ଆପିଟା ହେଇ ତା ଆଗରେ ଆସି ପଡି଼ଲେ । Gorr ସମ୍ମୁଖରେ ମାର୍ଵେଲ୍ କମିକ୍ସରେ
"God of the Symbiotes" ଭାବେ ଖ୍ୟାତ "Knull(ନଲ୍)" , The Golden God ନାମକ ଅନ୍ୟ ଏକ ଦେଵତା ସହିତ ଯୁଦ୍ଧ କରୁଥାଏ ।

Gorr ଏହି ଘଟଣା ଦେଖି ମନରେ ଭାବିଲା ୟେ ଦେଵତାଗୁଡ଼ା କେତେ ସ୍ଵାର୍ଥପର ! ଏମାନଙ୍କର ଅଧିନସ୍ଥ ପ୍ରାଣୀମାନଙ୍କ ପ୍ରତି କିଛି ବି ଦାୟିତ୍ଵ ନାହିଁ । କେଵଳ ନିଜ ନିଜ ମଧ୍ୟରେ ଲଢ଼େଇ କରିଵା ଛଡ଼ା ଏମାନଙ୍କର ଆଉ କ'ଣ ଵା ଅଭିପ୍ରାୟ !

ଏତିକିବେଳେ Symbiotes ଦେଵତା Knullର ଅତି ଶକ୍ତିଶାଳୀ "All-Black the Necrosword" ନାମକ ଅସ୍ତ୍ର ଆସି Gorr ପାଖରେ ପଡି଼ଲା ।

ସେ ଅସ୍ତ୍ରକୁ ଉଠାଇ ଆଣି Gorr ସେ Golden Godକୁ ମାରିଦେଇ ଦେଵତା ଶିକାର କରିଵାକୁ ବାହାରି ପଡ଼ିଲା । ଶହ ଶହ ଦେଵତାଙ୍କୁ ମାରିଵା ପରେ ତାହାର ସାମ୍ନା ମଧ୍ୟଯୁଗରେ(ପୃଥିଵୀରେ) Thor(ନୋର୍ସ୍ ଦେଵତା) ସହିତ ହେଲା । Thor କୌଣସି ପ୍ରକାରେ Gorrକୁ ପରାସ୍ତ କଲା ଏଵଂ ଏହି ଲଢ଼େଇରେ Gorrର ହାତ କଟିଗଲା । Gorr ହାତ କଟିଵା ଯୋଗୁଁ ଅଚେତ ହେଵାରୁ thor ତାକୁ ମୃତ ମନେ କରି ସେଠାରୁ ଚାଲିଯାଇଥିଲା କିନ୍ତୁ Gorr ପାଖରେ ଅତ୍ୟନ୍ତ ଵିନାଶକାରୀ Necrosword ଅସ୍ତ୍ର ଥିଲା ସେ କୋଉ ମରୁଛି । ତେବେ ସେ ବୁଝିଲା ଯେ ମୁଁ ଏବେ Thorକୁ ମାରିଵାକୁ ସମର୍ଥ ହୋଇନାହିଁ ଏଵଂ ଯେଉଁ ପରି ଭାବରେ ମୁଁହି ଦେଵତାଙ୍କୁ ମାରୁଛି ଏମିତିରେ ତ ଲକ୍ଷ ଲକ୍ଷ ଵର୍ଷ ଲାଗିଯିଵ ତେଣୁ ସେ ଦୁଇଟା କାମ କଲା । 

ପ୍ରଥମେ Gorr ତାପାଖରେ ଥିଵା Necrosword ଅସ୍ତ୍ର ବଳରେ shadow berserkerମାନଙ୍କର ଗୋଟିଏ ହୁରୁମା ଦଳ ଗଠନ କଲା । ତାପରେ Gorr ସମୟ ଉପରେ ନିୟନ୍ତ୍ରଣ ରଖୁଥିଵା କ୍ରୋନକ୍ସ୍ ନାମକ ଗ୍ରହର ଦେଵତାମାନଙ୍କୁ ମାରିଦେଲା । ଫଳରେ Gorr ପାଖକୁ ସମୟଯାତ୍ରାର ଶକ୍ତି ଚାଲି ଆସିଲା । ସେଇଠୁ Gorr ଅତୀତକୁ ଯାଇ ସର୍ଵପୁରାତନ Elder Godକୁ ମାରି ତାହାର ଶକ୍ତି ଶୋଷି ନେଲା । ତହୁଁ Gorr ଭଵିଷ୍ୟତକୁ ଯାଇ ସବୁ ଦେଵତାଙ୍କୁ ଏକାଥରକେ ମାରିଵା ପାଇଁ ଗୋଟିଏ ଅତି ଶକ୍ତିଶାଳୀ ବିଧ୍ବସ୍ତକାରୀ ବୋମା ନିର୍ମାଣ କରିଵାକୁ ଲାଗିଲା  । ଏହି ବୋମା ନିର୍ମାଣ କରିଵାକୁ ସେ ଅନେକ ଦେଵତାଙ୍କୁ ବନ୍ଦୀ କରି ଗୋଲାମ୍ ଭଳି ଖଟାଉଥିଲା ।

ଯେଉଁ ସମୟକାଳରେ Gorr ଦେବତାମାନଙ୍କୁ ଧରି ଗଧ ଖଟଣି ଖଟାଉଥିଲା ସେ ଯୁଗରେ ମଧ୍ୟ ଜନୈକ thor ଥିଲା । ସେ All father Thor ଥିଲା । ତାକୁ Gorr ହରାଇ ଭ୍ରମଜାଲରେ ପକାଇ ଦେଲେ । ଭ୍ରମଜାଲରେ ପଡ଼ି All father Thor ସବୁଦିନ Gorr ଓ। ତାହାର shadow berserkers ସେନା ସହିତ ଲଢ଼େଇ କରୁଥିଲା ଏଵଂ ହାରିଗଲା ପରେ ନିଜ ଭଵନକୁ ବାହୁଡ଼ୁଥିଲା । ଏହା ପ୍ରତିଦିନ ଘଟିତ ହେଉଥିଲା । ହେଲେ Gorrର ମନକୁ ଏତିକିରେ ସନ୍ତୋଷ ମିଳିଲା ନାହିଁ ସେ ଅତୀତକୁ ଯାଇ ତା ହାତ କାଟିଥିଵା ମଧ୍ୟଯୁଗୀୟ କୈଶୋର Thorକୁ ଧରି ଆଣି ଗୋଲାମ କରି ଖଟେଇଲା ।

କୌଣସି ମତେ ଵର୍ତ୍ତମାନ ଯୁଗର Avenger thor ଏସବୁ କଥା ଜାଣିଲା । ସେ ସମୟଯାତ୍ରା କରି ଭଵିଷ୍ୟତରେ ପହଞ୍ଚି। ବୃଦ୍ଧ thor ଓ କୈଶୋର୍ thorକୁ ସାଥୀରେ ଧରି Gorr ସହିତ ଲଢି଼ଲା ତଥାପି ତିନୋଟି ଯୁଗର ତିନିଜଣ Thor ମିଶି ବି Gorrକୁ ହରାଇ ପାରିଲେନି ।
ଅସ୍ତୁ Gorr ଶେଷରେ ହାରିଲା ନିଜର ମାନସିକ ଦୁର୍ଵଳତା ପାଇଁ କାରଣ ସେ ନିଜ ମଲାପୁଅକୁ ସବୁବେଳେ ମନେ ପକାଉଥିଲା । ତା ସହିତ କଥା ହେଉଥିଲା । କୌଣସି ପ୍ରକାରେ ଏକଥା ତିନଯୁଗର ତିନିଜଣଯାକ Thor ଜାଣିଗଲେ । ସେମାନେ Gorrକୁ କହିଲେ ...

"ଆରେ ତୁ ନିଜକୁ ବଡ଼ ସାଧୁ ଭାବୁଛୁ କିନ୍ତୁ ତୁ ବି ତ ସ୍ଵାର୍ଥୀ , ତୋ ନିଜ ପ୍ରତିଶୋଧ ପାଇଁ ତୁ ଅନ୍ୟକୁ କଷ୍ଟ ଦେଉଛୁ ! ତୁ "God of Hypocrisy" ଇତ୍ୟାଦି ଇତ୍ୟାଦି"

ଏସବୁ ଶୁଣି Gorr ମାନସିକ ଭାବେ ଦୁର୍ଵଳ ହୋଇଗଲା । ଏହାର ସୁଯୋଗ ନେଇ Avenger Thor ଦୁଇ ଦୁଇଟା Mjolnir(ଅସ୍ତ୍ର ଵିଶେଷ) ଓ Necrosword ବଳରେ Gorrକୁ ମାରିଵାରେ ସଫଳ ହୋଇଥିଲା ।

ଏହି ସୁପର ଵିଲେନର Gorr ନାମକରଣ କାହିଁକି କରାଯାଇଛି ସେ ଵିଷୟରେ କିଛି କୁହାଯାଇନାହିଁ ତେବେ କେତୋଟି ଅନୁମାନ କରାଯାଇପାରେ ।

ଇଂରାଜୀ ଭାଷାରେ gore ବୋଲି ଏକ ଶବ୍ଦ ଅଛି ଯାହାର ଅର୍ଥ ରକ୍ତ,ହତ୍ୟା,ହିଂସା,ରକ୍ତପାତ ଓ ଅପରିଷ୍କାର  ।

ଏହି gore ଶବ୍ଦ ପୂର୍ଵେ ମଧ୍ୟ ଯୁଗୀୟ ଇଂରାଜୀ ଭାଷାରେ Gor ଥିଲା । ସୁପର ଵିଲେନ୍ Gorr ମଧ୍ୟ ଭୀଷଣ ହିଂସା କରିଥିଲା ଓ ରକ୍ତପୀପାସୁ ହେଵା ସହ ନେକ୍ରୋସଡ଼ ଧାରଣ କଲା ପରେ ରାକ୍ଷସ ସମ ଅପରିଷ୍କାର ଦେଖାଗଲା ।

ସେହିପରି  Gregory ଶବ୍ଦର କ୍ଷୁଦ୍ରରୂପ Gorr ! Gregory ଏକ ନାମଵାଚକ ଶବ୍ଦ ଏଵଂ ଯେଉଁ ମୂଳ ଗ୍ରୀକ୍ ଶବ୍ଦ Γρηγόριος (Grēgórios) ଶବ୍ଦରୁ ଏହାର ସୃଷ୍ଟି ସଜ ଶବ୍ଦର ଅର୍ଥ ଥିଲା  “watchful, vigilant” ଵା ସଜାଗ/ସତର୍କ ।

ଏଠାରେ ମନେ ରଖିଵାକୁ ହେଵ ଯେ Gorr ହେଉଛି ନୋର୍ସ୍ ଦେଵତା ଥୋର୍‌ର ଶତ୍ରୁ ତେଣୁ ଏହି ନାମଟି ନୋର୍ମନ୍ ଭାଷାରୁ ଗ୍ରହଣ କରାଯାଇଥିଵା ସମ୍ଭଵ । ପୁରାତନ ନୋର୍ସ୍ ଭାଷାରେ gǫrr ବୋଲି ଏକ ଶବ୍ଦ ଥିଲା ଯାହାର ଭାଵାର୍ଥ "କୁଶଳୀ, ସମ୍ପନ୍ନ
ପ୍ରସ୍ତୁତ ଓ ଇଚ୍ଛୁକ" | ଯେହେତୁ Gorr ଦେଵତାମାନଙ୍କୁ ମାରିଵାରେ ବନ୍ଦୀ କରିଵାରେ କୁଶଳୀ ,ଇଚ୍ଛୁକ ଓ ସଦା ପ୍ରସ୍ତୁତ ଥିଲା ତେଣୁ ବହୁତ ସମ୍ଭଵ ଏହି ନୋର୍ସ୍ ଶବ୍ଦରୁ Gorrର  ନାମକରଣ ହୋଇଥିଵା ସମ୍ଭଵପର ।

************************
ପୂର୍ଵରୁ କଥିତ ହୋଇଛି ଯେ Gorrର ଏହି କମିକ୍ସ କାହାଣୀ ଭାରତର ପୌରାଣିକ କଥା  ଓ ଆରବର ଐତିହାସିକ ଘଟଣାକ୍ରମରୁ ପ୍ରଭାଵିତ ବୋଲି ମୁଁ ଅନୁମାନ କରାଯାଇପାରେ ।

ପ୍ରଥମେ Gorrର ଜୀଵନୀରେ ଉଲ୍ଲେଖ ଅଛି ଯେ "ତା ଗ୍ରହରେ ଭୀଷଣ ପ୍ରାକୃତିକ ଉତ୍ପାତ ଘଟୁଥିଲା । ଵିଶେଷତଃ Gorrର ଗ୍ରହ ଏକ ମରୁଭୂମିମୟ ଗ୍ରହ ଥିଲା । ସେଠାକାର ଲୋକେ ବହୁ ଦେଵାଦେଵୀ ପୂଜା କରୁଥିଲେ ବି ଦେଵତାମାନେ ସେମାନଙ୍କର ଦୁଃଖ ଲାଘଵ କରୁନଥିଲେ । ତାପରେ Gorr ଜଣେ ନାସ୍ତିକ ରୂପେ ଆସି ଲୋକଙ୍କୁ କୌଣସି ଦେଵାଦେଵୀ ନାହାନ୍ତି ବୋଲି କହି ପ୍ରଚାର କରିଵାକୁ ଲାଗିଲା । Gorr ଗ୍ରହର ଲୋକେ gorrକୁ ସାମାଜିକ ବାସନ୍ଦ କରିଦେଲେ । ସେଇଠୁ ତା ସମ୍ମୁଖରେ ଦୁଇଜଣ ଦେଵତା ହଣାହଣି ହୋଇ ପଡି଼ଵାରୁ ସେ ନେକ୍ରୋସୋର୍ଡ ଭଳି ଶକ୍ତିଶାଳୀ ଅସ୍ତ୍ରଟିଏ ପାଇ ସବୁ ଦେଵତାଙ୍କୁ ମାରିଵାକୁ ବାହାରି ପଡ଼ିଲା ।

ଏସବୁ ଘଟଣା ପୂର୍ଵେ ଆରବରେ ଘଟିତ ହୋଇସାରିଛି । କେମିତି ?

ଭୂତତ୍ତ୍ଵଵିତମାନେ କୁହନ୍ତି ଆଜକୁ ଦୁଇ ଲକ୍ଷ ଵର୍ଷ ତଳେ ଆରବ ଏକ ଵୃକ୍ଷଲତା ନଦୀ ଜଳପୂର୍ଣ୍ଣ ସୁନ୍ଦର ଭୂଖଣ୍ଡ ଥିଲା କିନ୍ତୁ ସମୟ ସହ ଏ ଅଞ୍ଚଳରେ ଜଳଵାୟୁରେ ଭୀଷଣ ପରିଵର୍ତ୍ତନ ଦେଖାଦେଲା ଫଳତଃ ଆରବ ଭୂଖଣ୍ଡ ମରୁଭୂମିରେ ପରିଣତ ହେଲା । ଆଫ୍ରିକାରୁ ଆରବକୁ ପ୍ରଥମ ମାନଵ ସ୍ଥାନାନ୍ତରଣ ଆଜକୁ ପ୍ରାୟ ୯୦୦୦୦ ଵର୍ଷ ତଳେ ହୋଇଥିଲା ତେବେ କେତେକ ପ୍ରମାଣକୁ ଭିତ୍ତି କରି ଗଵେଷକମାନେ କୁହନ୍ତି ଯେ ଆରବ ଦେଶରେ ତିନି ଚାରି ଲକ୍ଷ ଵର୍ଷ ତଳେ hominids ମଧ୍ୟ ଵସଵାସ କରୁଥିଲେ । ଆରବ ଦେଶ ମରୁଭୂମିର ଦେଶ ହୋଇଥିଵାରୁ ଏଠାରେ ମନୁଷ୍ୟମାନେ ବଡ଼ କଷ୍ଟରେ ଵସଵାସ କରୁଥିଲେ ‌। କିନ୍ତୁ ସେମାନେ ଶତାଧିକ ଜାତିରେ ଵିଭାଜିତ ହୋଇଥିଲେ ଏଵଂ ପ୍ରତ୍ୟେକ ଜାତିର ନିଜ ନିଜର ସଂସ୍କୃତି ସଭ୍ୟତା ଦେଵାଦେଵୀ ଥିଲେ ।

ସେ ଆରବୀୟ ଦେଵାଦେଵୀମାନଙ୍କୁ "ପ୍ରାକ୍ ଇସଲାମୀୟ ଆରବିକ ଦେଵୀଦେଵତା" ଅଭିହିତ କରାଯାଏ ।

ସେହି  ଦେଵାଦେଵୀଙ୍କ ମଧ୍ୟରେ କେତେକ ଉଲ୍ଲେଖଯୋଗ୍ୟ ଆରବୀୟ ଦେଵୀ ଦେଵତା ହେଲେ...

🟣Amm(ଚନ୍ଦ୍ର)
🟣Athtar(ଶୁକ୍ର)
🟣Ammi'anas
🟣A'im,A'ra(ମୃତ୍ୟୁ ଦେଵ)
🟣Abgal(ରକ୍ଷାକର୍ତ୍ତା ଦେଵତା ଵିଶେଷ)
🟣Abirillu(ଆସିରୀୟ ଦେଵତା ଵିଶେଷ)
🟣Almaqah(ଜଳଦେଵତା ଵିଶେଷ)
🟣Anbay,Arsu(ସନ୍ଧ୍ୟା ତାରାର ଦେଵତା)
🟣Ashar
🟣Asira
🟣Atarsamain
🟣Athirat
🟣Athtar Shariqan(ଯୁଦ୍ଧର ଦେଵତା)
🟣Bajir
🟣Balaw
🟣Basamum(ସ୍ଵାସ୍ଥ୍ୟ ଔଷଧ ସମ୍ବନ୍ଧୀୟ ଦେଵତା)
🟣Dai
🟣Datin
🟣Dhat-Anwat
🟣Dhat-Badan(ମରୁସ୍ଥଳର ଦେଵୀ)
🟣Dhat-Sanat(ଦେଵୀ ଵିଶେଷ)
🟣Dhat-Zahran(ଜନୈକା Qatabanian ଦେଵୀ)
🟣Dhu-Ghabat(ଵୃକ୍ଷାଦି ସମ୍ବନ୍ଧୀୟ ଦେଵତା ଵିଶେଷ)
🟣Dhu al-Kaffayn(ଖଜୁରୀ ଗଛର ଅଧିଷ୍ଠାତା ଦେଵ)
🟣Dhul Khalasa(ମୁକ୍ତିଦାତା ଦେଵତା)
🟣Dhu-Samawi(god of Amir)
🟣Dhu al-Shara/Dushara(ପର୍ଵତ ଦେଵ ଵିଶେଷ)
🟣Fils(ପଶୁରକ୍ଷକ ଦେଵ)
🟣Gad(ଭାଗ୍ୟର ଦେଵ)
🟣Ghayyan
🟣Al-Harish
🟣Haubas
🟣Haukim(god of law and justice)
🟣Hawl(Hadhramawt ଜନଜାତିର ଚନ୍ଦ୍ର ଦେଵ)
🟣Hilal(god of the new moon)
🟣Hubal(ଭଵିଷ୍ୟତଵାଣୀର ଦେଵତା;ଚନ୍ଦ୍ର)
🟣Isaf ଓ Na'ila(ଦେଵତା ଓ ଦେଵୀ)
🟣Al-Jalsad,Jihar,Kahl(ଏହାଙ୍କ ନାମରେ DhatKahl ନଗରର ନାମକରଣ ହୋଇଅଛି)
🟣Al-Kutbay(God of writing)
🟣Al-Lat(ପ୍ରଜନନ ଓ ଯୁଦ୍ଧର ଦେଵୀ)
🟣Ma'n
🟣Malik
🟣Manaf
(ମୁସଲିମ୍ ଵିଦ୍ଵାନ At-Tabariଙ୍କ ଅନୁସାରେ Manaf ମକ୍କାର ସରରଵଶ୍ରେଷ୍ଠ ଦେଵତା ଥିଲେ ତେବେ ଏହାଙ୍କ ଵିଷୟରେ ବହୁତ କମ୍ ତଥ୍ୟ ମିଳେ । କେତେକ ଗଵେଷକ ତାଙ୍କୁ ଗ୍ରୀକ୍ ଦେଵତା ଜିଅସ୍‌ଙ୍କ ସମକକ୍ଷ ଦେଵତା ଭାବେ ପ୍ରତିପାଦିତ କରିଥାନ୍ତି ତ ଆଉ କେତେକଙ୍କ ମତରେ ସେ ସୂର୍ଯ୍ୟ ଦେଵତା ଅଟନ୍ତି। କୁହାଯାଏ ମହିଳାମାନେ ଋତୁସ୍ରାଵ ସମୟରେ ଏହାଙ୍କ ମୂର୍ତ୍ତି ଵା ଚିତ୍ରଠାରୁ ଦୂରେଇ ରହୁଥିଲେ। )
🟣Manāt(ଭାଗ୍ୟ ଓ ମୃତ୍ୟୁର ଦେଵୀ; ଗ୍ରୀକ୍ ଦେଵୀ Nemesisଙ୍କ ସମକକ୍ଷା)
🟣Al-Muharriq(ଅଗ୍ନି ଦେଵ)
🟣Mun'im(ସୁଖର ସ୍ଥାୟୀତ୍ବ ପ୍ରଦାନକାରୀ ଦେଵତା ଵିଶେଷ)
🟣Nab'al
🟣Nasr
🟣Nikrah(କୁହାଯାଏ ଏ ଦେଵତାଙ୍କ ମନ୍ଦିର ଵୃଦ୍ଧ ଶ୍ରଦ୍ଧାଳୁ ଲୋକ ଏଵଂ ପ୍ରସଵ ସମୟରେ ମହିଳାଙ୍କ ପାଇଁ ଏକ ଆଶ୍ରୟସ୍ଥଳ ଥିଲା)

🟣Nuha(ଭାଵନା ଓ ଚିନ୍ତନର ଦେଵୀ)
🟣Nuhm,Al-Qayn(aws ଜନଜାତିର ଦେଵତା)
🟣Qaynan(Sabaean ଜନଜାତିର ଲୌହର ଅଧିଷ୍ଠାତା ଦେଵ)
🟣Quzah(ପାଣିପାଗ ଓ ପର୍ଵତ ଦେଵତା ଵିଶେଷ, ଏହାଙ୍କୁ ଇନ୍ଦ୍ରଧନୁର ଅଧିଷ୍ଠାତା ଦେଵ ମଧ୍ୟ କୁହାଯାଉଥିଲା)
🟣Ruda(ସୂର୍ଯ୍ୟ ଦେଵ ; ଆସିରୀୟମାନେ ଏହାଙ୍କୁ Ruldaiu ନାମରେ ପୂଜା କରୁଥିଲେ । କୁହାଯାଏ ପରେ ଏହାଙ୍କୁ ଆରବରେ କେତେକ ଅଞ୍ଚଳରେ Dusera ନାମରେ ପୂଜା କରାଯାଉଥିଲା)
🟣Sa'd(Banu Kinanah ଜନଜାତିର ଭାଗ୍ୟ ଦେଵ)
🟣Sakhr
🟣Salm
🟣Al-Samh
🟣Sha'd
🟣Shafr
🟣Shams/Shamsum(ଦେଵୀ ଵିଶେଷ)
🟣Shay al-Qawm(ଯୁଦ୍ଧ,ରାତ୍ରୀ ତଥା ଶଗଡି଼ଆର ରକ୍ଷକ ଦେଵତା ଵିଶେଷ)
🟣Shingala
🟣Su'ayr(Anazzah ଜନଜାତିର oracular god )
🟣Suwa'(Hudhayl ଜନଜାତିର ଦେଵତା ଵିଶେଷ । Prophet Muhammadଙ୍କ ଆଦେଶରେ ଏହି ଦେଵତାଙ୍କ ମୂର୍ତ୍ତି ୬୩୦ ଖ୍ରୀଷ୍ଟାବ୍ଦରେ ଭାଙ୍ଗି ଦିଆଯାଇଥିଲା । ଏ  ଧାର୍ମିକ ଅଭିଯାନକୁ  raid of Amr ibn al-As କୁହାଯାଏ)

🟣Syn (Hadhramites ମାନଙ୍କ ମୁଖ୍ୟ ଦେଵତା । ଚନ୍ଦ୍ରଦେଵ ।)

🟣Ta'lab(ୟେମନର Sumʿay ଜନଜାତିର ଚାରଣଭୂମିର ରକ୍ଷକ ଚନ୍ଦ୍ର ଦେଵତା । )

🟣Al-Uqaysir( ପ୍ରାଚୀନ କାଳରେ ଆରବର Quda'a, Banu Lakhm, Judhah, Banu Amela ଓ Ghatafan ଆଦି ଜନଜାତି ଏ ଦେବତାଙ୍କୁ ପୂଜା କରୁଥିଵା ଜଣାଯାଏ)

🟣Al-'Uzzá(ଶକ୍ତି, ସୁରକ୍ଷା ଏଵଂ ପ୍ରେମର ଦେଵୀ ଵିଶେଷ । ଗ୍ରୀକ୍ ଦେଵୀ Aphroditeଙ୍କ ସମକକ୍ଷା । ପ୍ରାକ୍ ଆରବିକ ସମାଜରେ ଏହି ଦେଵୀ ସୌନ୍ଦର୍ଯ୍ୟର ପ୍ରତୀକ ଥିଲେ । ୬୩୦ ଖ୍ରୀଷ୍ଟାବ୍ଦରେ prophet Muhammadଙ୍କ ଆଦେଶରେ Khalid ibn al-Walid ଏହି ଦେଵୀଙ୍କର nakhla ନଗରରେ ସ୍ଥିତ ମନ୍ଦିର ଭାଙ୍ଗି ଦେଇଥିଲେ ଫଳତଃ ଏହାଙ୍କର ପୂଜା ସବୁଦିନ ପାଇଁ ବନ୍ଦ ହୋଇଗଲା)

🟣Wadd(ୟେମନୀ  ଜନଜାତି Minaeanମାନଙ୍କର ଜାତୀୟ ଦେଵତା । Dumat al-Jandal ନଗରରେ ଏ ଦେଵତା ଵିଶେଷଙ୍କର ଭଵ୍ୟ ମୂର୍ତ୍ତି ଥିଲା ଯାହାକୁ Prophet Muhammadଙ୍କ ଆଦେଶରେ Khalid ibn al-Walid ଭାଙ୍ଗି ଦେଇଥିଲେ । କୋରାନରେ ଏହି ଦେଵତାଙ୍କୁ ନୋହ୍‌ଙ୍କର ଲୋକମାନଙ୍କର ଏକ ମିଥ୍ୟା ଦେଵତା ଅଭିହିତ କରାଯାଇଛି)

🟣Al-Ya'bub(Jadilah clanର Tayy ଜନଜାତିର ଦେଵତା ଵିଶେଷ)

🟣Ya'uq(Khaywin ଜନଜାତିର ଦେଵତା ଵିଶେଷ )

🟣Yaghūth(ଆରବର Madhhij,Jurash ଓ Yemen ଜନଜାତିର ଲୋକେ ଏହାଙ୍କୁ ଆରାଧନା କରୁଥିଲେ)

🟣Yathaʾ(Sabaeans ଓ Himyarites ଜନଜାତିର ଦେଵତା ଵିଶେଷ । Yathaʾ ଶବ୍ଦର ଆକ୍ଷରିକ ଅର୍ଥ ରକ୍ଷକ)

ପ୍ରୋକ୍ତ ଅଧିକାଂଶ ଦେଵାଦେଵୀଙ୍କ ମୂର୍ତ୍ତି ଓ ମନ୍ଦିର Prophet Muhammadଙ୍କ ଦ୍ଵାରା ୬୨୩ ରୁ ୬୩୨ ଖ୍ରୀଷ୍ଟାବ୍ଦ ମଧ୍ୟରେ କରାଯାଇଥିଵା ମୋଟ ୯୫ଟି ଧାର୍ମିକ ଅଭିଯାନ ଯୋଗୁଁ ଭାଙ୍ଗି ଦିଆଯାଇଥିଲା ।

ପ୍ରକୃତରେ ପ୍ରାକ୍ ଆରବିକ ଦେଵାଦେଵୀଙ୍କ ପାଇଁ ମହମ୍ମଦ ଥିଲେ "gorr of the god butcher" ! ମହମ୍ମଦଙ୍କ ଧାର୍ମିକ ଅଭିଯାନ ତଥା ପ୍ରାକ୍ ଆରବିକ ଦେଵାଦେଵୀଙ୍କ ମୂର୍ତ୍ତି ତଥା ମନ୍ଦିରର ଧ୍ବଂସ ସାଧନକୁ ଆଧାର କରି ମାର୍ଵେଲ୍ କମିକ୍ସରେ Gorr ବୋଲି ଏକ ଶକ୍ତିଶାଳୀ ସୁପର ଵିଲେନ୍ ଚରିତ୍ରର କଳ୍ପନା କରାଯାଇଛି ବୋଲି ସହଜେ ଅନୁମେୟ ।

ତେବେ ପ୍ରଶ୍ନ ଉଠେ Gorrର ଜୀଵନୀ ସହିତ ଭାରତୀୟ ପୌରାଣିକ କଥାର କ'ଣ ସାମଞ୍ଜସ୍ୟ ରହିଛି ?

ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ
ଦ୍ରୋଣଙ୍କୁ ପାଣ୍ଡଵ ପକ୍ଷ ରୋକି ପାରିଲେ ନାହିଁ ସେତେବେଳେ ପ୍ରଚାର କରାଗଲା 

ଅଶ୍ଵତ୍ଥାମା ହତଃ !!!

ଯୁଧିଷ୍ଠିର ସତ୍ୟଵାଦୀ ତେଣୁ ଦ୍ରୋଣ ତାଙ୍କୁ ପଚାରିଵାରୁ ଯୁଧିଷ୍ଠିର କହିଲେ
"ନରୋ ଵା ଗୁଞ୍ଜରୋ ଅଶ୍ଵତ୍ଥାମା ହତଃ"

ଏହା ଶୁଣିଵା କ୍ଷଣି ଦ୍ରୋଣ ପୁତ୍ର ଶୋକରେ ଅସ୍ତ୍ର ତ୍ୟାଗୀ ଵିଳାପ କରିଵାକୁ ଲାଗିଲେ । ଏତିକି ବେଳେ ପାଣ୍ଡଵ ସେନାପତି ଧୃଷ୍ଟଦ୍ୟୁମ୍ନ ଦ୍ରୋଣଙ୍କର ଵଧ କରିଦେଲେ ।

ମାର୍ଵେଲ୍ କମିକ୍ସର ସୁପର ଵିଲେନ୍  Gorrର ମୃତ୍ୟୁ ମଧ୍ୟ ଦୁଇଟି କାରଣରୁ ହୋଇଥିଲା । ପୁତ୍ର ମୋହ ଓ ମନରେ ଵିଶ୍ଵାସ ଜାତ ହେଵା ଯୋଗୁଁ । ଉଭୟ କାହାଣୀରେ ଶକ୍ତିଶାଳୀ ଵ୍ୟକ୍ତିକୁ ମାନସିକ ରୁପେ ଶକ୍ତିହୀନ କରି ସେହି ସୁଯୋଗରେ ଵଧ କରାଯାଇଛି ।

ମାର୍ଵେଲ୍ କମିକ୍ସ ହେଉ କି ଡିସି କମିକ୍ସ ପ୍ରାୟତଃ ସବୁ ଧର୍ମର ଏକାଧିକ ଦେଵାଦେଵୀଙ୍କୁ ସୁପରହିରୋ ଭାବେ ପ୍ରକାଶିତ କରାଯାଇଛି । ମାର୍ଵେଲ୍ କମିକ୍ସରେ Skanda(କାର୍ତ୍ତିକେୟ),Indra(ଇନ୍ଦ୍ର),Shiva(ଶିଵ),Brahma(ବ୍ରହ୍ମା) ଓ Vishnu(ଵିଷ୍ଣୁ) ଆଦି ଦେଵତାମାନଙ୍କୁ ନେଇ କେତେକ କାହାଣୀ ରହିଛି । ଏଥିରୁ ଅନୁମାନ କରାଯାଇପାରେ ଯେ ହୁଏତ  ମାର୍ଵେଲ୍ କମିକ୍ସରେ ଦ୍ରୋଣଙ୍କର ମୃତ୍ୟୁ କାହାଣୀରୁ ପ୍ରେରିତ ହୋଇ Gorrର ମୃତ୍ୟୁ କାହାଣୀ ଲେଖାଯାଇଥିଲା ।

Tuesday, May 24, 2022

ଓଡ଼ିଆ ଭାଷାର ଟୋକା ଓ ପୁଅ ଭଳି ସମ୍ବୋଧନଵାଚକ ଶବ୍ଦ ଅଶ୍ଳୀଳ ?


ଓଡ଼ିଆ ଭାଷାରେ ଟୋକା,ଟୁକା,ଟୁକ,ଟୁକେଲ,ଟୋକୀ ଆଦି ଯେଉଁ ଶବ୍ଦଗୁଡ଼ିକ ପ୍ରଚଳିତ ସେ ସମସ୍ତ ଶବ୍ଦ ଅତି ପ୍ରାଚୀନ ଶବ୍ଦ ।  ସଂସ୍କୃତ ତୋକ ଶବ୍ଦ ସହିତ ଏସବୁ ଶବ୍ଦ ସମୋଦ୍ଧୃତ ।

ଭାରତରୁ ଆର୍ଯ୍ୟମାନଙ୍କ ଦ୍ଵାରା ୟୁରୋପ ଗମନ କାଳରୁ ଆଜିଯାଏଁ ଏହି ତୋକ ଶବ୍ଦ ଓଡ଼ିଆ ଭାଷାରେ ସାମାନ୍ୟ ପରିଵର୍ତ୍ତିତ ହୋଇ ଟୋକା,ଟୁକେଲ୍ ରୂପେ ପ୍ରଚଳିତ ହୋଇ ରହିଛି ।  ‌ । ଉତ୍ତର ଭାରତର ଅଧିକାଂଶ ଭାଷାରେ ସାଧାରଣତଃ ତୋକ ସହିତ ସମୋଦ୍ଧୃତ ବାଳକ ବାଳିକା ଅର୍ଥରେ ପ୍ରଚଳିତ ଶବ୍ଦ ନଥିଵା ସମୟରେ କେଵଳ ଶାସ୍ତ୍ରୀୟ ଓଡ଼ିଆ ଭାଷାରେ ଏକଦା ଵେଦରେ ପ୍ରୟୋଗ କରାଯାଇଥିଵା ତୋକ ଶବ୍ଦ ଆଜି ମଧ୍ୟ ଚଳୁଅଛି । ଏହା ସାଧାରଣ କଥା ନୁହେଁ ଵରଂ କୁହାଯାଇପାରେ ଯେ ଓଡ଼ିଆ ଜାତି ଏ ଶବ୍ଦକୁ ବଞ୍ଚାଇ ଜଣାଇ ଦେଇଛି ତା ଜାତି ଓ ଭାଷା ଆର୍ଯ୍ୟଗୋଷ୍ଠୀ ଓ ଭାଷାର କେତେ ନିକଟତର କେତେ ନିଵିଡ଼ !

ସଂସ୍କୃତ ତୋକଂ ଶବ୍ଦର ନିରୁକ୍ତି ଵିଷୟରେ କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଉଲ୍ଲେଖ ଅଛି

"ତୌତି ପୂରୟତି ଗୃହମିତି । ତୁ ପୂର୍ତ୍ତୌ + ବାହୁଳକାତ୍ କଃ ।”

ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ
“ତୁ ଧାତୁ = ବୃଦ୍ଧି ପାଇଵା+କ = ତୋକ”

ଋକଵେଦର ଅନେକ ସ୍ଥାନରେ ତୋକ ଶବ୍ଦ ଵ୍ୟଵହାର ହୋଇଛି
ଯଥା—
“ତୋକଂ ପୁଷ୍ଯେମ ତନୟଂ ଶତଂ ହିମାଃ ॥”
(ଋଗ୍ଵେଦ : ୧ । ୬୪ । ୧୪ ।)

“ପଶ୍ଵେ ତୋକାୟ ତତଯାୟ ଜୀଵସେ”
(ଋକଵେଦ: ୧୦ । ୩୫ । ୧୨)

ସେହିପରି ସଂସ୍କୃତ ଭାଗଵତରେ ମଧ୍ୟ ତୋକ ଶବ୍ଦର ପ୍ରୟୋଗ ହୋଇଥିଵା  ଦେଖାଯାଏ ।

“ତୋକେନ ଜୀଵହରଣଂ ଯଦୁଳୂକିକାୟାସ୍ତ୍ରୈମାସିକସ୍ଯ ଚ ପଦା ଶକଟୋଽପଵୃତ୍ତଃ ॥ ”
(ଭାଗଵତ:୨ । ୭ । ୨୭ ।)

ଆର୍ଯ୍ୟମାନେ କ୍ରମଶଃ ଭାରତରୁ ୟୁରୋପ ଯାଏଁ ଵ୍ୟାପିଥିଲେ ଏଵଂ ତାଙ୍କ ସହ ଯାଇଥିଲା ସେସମୟର ଭାରତୀୟ ଆର୍ଯ୍ୟଭାଷା । ସେ ସମୟରେ ପ୍ରଚଳିତ ଭାରତୀୟ ଆର୍ଯ୍ୟଭାଷାର ତୋକ ଶବ୍ଦ ସହିତ ସମୋଦ୍ଧୃତ ତତ୍କାଳୀନ ମୂଳ ଶବ୍ଦଟି  ୟୁରୋପରେ ଯାଇ ଵିଭିନ୍ନ ରୂପେ ପ୍ରଚଳିତ ହେଲା ।

ଏହାର ପ୍ରମାଣ ସ୍ଵରୂପ ୟୁରୋପର ଆର୍ଯ୍ୟଭାଷା ସମୂହ ମଧ୍ୟରେ ସବୁଠାରୁ ଶୁଦ୍ଧ ଭାଷା ଭାବେ ଖ୍ୟାତ ଲିଥୁଆନିଆରେ  ଆଜି ବି taukai ବୋଲି ଏକ ଶବ୍ଦ ଚଳୁଅଛି ଯାହା ସଂସ୍କୃତ ଭାଷାର ତୋକ,ତୁ ଧାତୁ ତଥା ଓଡ଼ିଆ ଭାଷାର ଟୋକା ସହିତ ସମୋଦ୍ଧୃତ ।

ଅଵଶ୍ୟ ଲିଥୁଆନିଆ ଭାଷାରେ taukai ଶବ୍ଦଟି  grease(melted Grease,to spread Grease), ମୋଟା ତଥା ଚର୍ବି ଅର୍ଥରେ ପ୍ରୟୋଗ ହୋଇଥାଏ ।

ପ୍ରକୃତରେ ସଂସ୍କୃତ ଭାଷାର ଯେଉଁ "ତୁ ଧାତୁ" ଶବ୍ଦରୁ ତୋକ ଶବ୍ଦ ନିଷ୍ପନ୍ନ କରାଯାଇଛି ତହିଁରୁ  ବୃଦ୍ଧି ପାଇଵା,ଵ୍ୟାପିଵା ତଥା ବଢି଼ଵା,ପୂର୍ଣ୍ଣ ହେଵା,ଵଧ କରିଵା,ପୀଡ଼ା କରିଵା  ଆଦି ଵିଭିନ୍ନ ଅର୍ଥ ଘେନା ନାନାଦି ଶବ୍ଦ ନିଷ୍ପନ୍ନ ହୋଇଅଛି।

ଶରୀରରେ ଚର୍ଵି ବଢି଼ଥାଏ  ପୁଣି ଗ୍ରୀସ୍ ମଧ୍ୟ ଵ୍ୟାପେ ତେଣୁ ଲିଥୁଆନିଆ ଭାଷାରେ ପ୍ରୟୋଗ ହେଉଥିଵା taukai ଶବ୍ଦଟି ଆଜି ଭିନ୍ନ ଅର୍ଥରେ ଚଳୁଥିଲେ ହେଁ ଏହାର ମୂଳ ପ୍ରାଚୀନ ଅର୍ଥକୁ ବଞ୍ଚାଇ ରଖିଛି ।

ସେହିପରି Polishଭାଷାର tuk (“lard”) ପ୍ରାଚୀନ ଇଂରାଜୀ ଭାଷାର þēoh, ପ୍ରାଚୀନ ନୋର୍ସ ଭାଷାର þjó (“thigh/ଜଙ୍ଘ”),ରସିଆନ୍ ଭାଷାର тук (tuk, “fat/ମୋଟା,ଚର୍ବି”) , ଇଂରାଜୀ ଭାଷାର thigh(ଜଙ୍ଘ), ପ୍ରାଚୀନ ଆଇରିଶ୍ ଭାଷାର tón ତଥା ଆଧୁନିକ ଆଇରିଶ ଭାଷାର tóin(Anus/ପିଚା),Latvian ଭାଷାର tàuki(ମୋଟା,ଚର୍ବି)Latgalian ଭାଷାର tyukt' (“ଫୁଲିଵା) ଏଵଂ ସଂସ୍କୃତ ଭାଷାର ତୁକ୍(“ବାଳକ”),ତୁଚ୍(“offspring, children),ତୁଚେ(ବାଳିକା) ତୋକ୍ମ( “a young shoot, offspring”)
ଇତ୍ୟାଦି ଶବ୍ଦ ମଧ୍ୟ ମୂଳତଃ ସଂସ୍କୃତ ତୋକ ଶବ୍ଦ ମଧ୍ୟରେ ଥିଵା ତୁ ଧାତୁ ସହିତ ସହିତ ସମୋଦ୍ଧୃତ ଅଟଇ । ପ୍ରୋକ୍ତ ସମସ୍ତ ଶବ୍ଦ ମଧ୍ୟରେ ମୂଳ ଭାଵାର୍ଥ ବୃଦ୍ଧି ପାଇଵା ଆଜି ବି ବଞ୍ଚି ରହିଛି ।

ମୂଳ ଆର୍ଯ୍ୟଭାଷା ପ୍ରାଚୀନ ଆର୍ଯ୍ୟମାନଙ୍କ ଦ୍ଵାରା ଭାରତରୁ ୟୁରୋପ ଗଲା ସମୟରେ "ତୁ ଧାତୁ"ର ପୁରାତନ ରୂପ ସେମାନଙ୍କ ସହିତ ଯାଇଥିଲା । ପାଶ୍ଚାତ୍ୟ ଭାଷାଵିଦମାନେ ଆର୍ଯ୍ୟଭାଷାର ସେହି ମୂଳ ଶବ୍ଦଟି *tewk(germ, seed, sprout, offspring) ବୋଲି ଅନୁମାନ କରିଛନ୍ତି ।

ଭାରତରୁ ୟୁରୋପକୁ ଆର୍ଯ୍ୟଗମନ ପରେ ପରେ ଭାରତରେ ପ୍ରଚଳିତ ପ୍ରାକୃତ , ଵିଭାଷା ଓ ଅପଭ୍ରଂଶ ଆଦିର ମାନକିକରଣ ହୋଇ ଆଧୁନିକ ସଂସ୍କୃତ ଭାଷାର ଜନ୍ମ  ହେଲା । ଆଧୁନିକ ସଂସ୍କୃତ ଭାଷାରେ ମୂଳ ଆର୍ଯ୍ୟଭାଷାର  *tewk ଶବ୍ଦକୁ ଆହୁରି କ୍ଷୁଦ୍ରକାରରେ ଭାଙ୍ଗି ତହିଁରେ 'ତୁ ଧାତୁ'ର କଳ୍ପନା କରାଗଲା । ତାପରେ ସେହି ତୁ ଧାତୁରୁ ତୁଵର(ହରଡ଼),ତୁବି(ଲାଉ),ତୁମୁଳ(ଅତିଶୟ),ତୋୟ(ଜଳ) ଓ ତୋକ ଭଳି ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି । ଏହି ଆଧାରରେ ଭାରତରେ ବାଳକ ତଥା ବାଳିକା ଅର୍ଥରେ ସଂସ୍କୃତ ଭାଷାରେ ତୋକ ଓ ତୋକୀ ତଥା ଓଡ଼ିଆ ଭାଷାରେ ଟୋକା ଓ ଟୋକୀ ଶବ୍ଦ ପ୍ରଚଳିତ ହେଲା ।

ଆଜି ଉପକୂଳଵର୍ତ୍ତୀ ଓଡ଼ିଶାରେ ଟୋକା ଓ ଟୋକୀ ଶବ୍ଦକୁ ଅଶ୍ଳୀଳ ଵିଵେଚିତ କରାଯାଏ ।  ଅନେକେ କୁହନ୍ତି  'ଟୋକା/ଟୋକୀ'ବୋଲି ଯେଉଁ ସମ୍ବୋଧନ କରାଯାଏ ତାହା ଆଦୌ ଶ୍ରଵଣ ମଧୁର ନୁହେଁ। ଉପକୂଳର ଝିଅ ମାନଙ୍କୁ "ଟୋକି","ଟୁକୀ"  ବୋଲି କହିଲେ ସେମାନେ ରାଗିଯାଆନ୍ତି ।ସେହିପରି ଉପକୂଳର ଯୁଵକମାନଙ୍କୁ ଟୋକା ବୋଲି ସମ୍ବୋଧନ କଲେ ସେମାନେ ଭାବନ୍ତି ଏଭଳି ସମ୍ବୋଧନ କରୁଥିଵା ଵ୍ୟକ୍ତି ମୋତେ ରାଗରେ ଆକ୍ଷେପ କରୁଛି ।

ତେବେ ଓଡ଼ିଶାର ଯଦି କୌଣସି ଅଞ୍ଚଳରେ ଶବ୍ଦଟିଏ ଅଶ୍ରାଵ୍ୟ ମନେହୁଏ,ତାହା ନିଶ୍ଚୟ ମାନକ ଓଡ଼ିଆରେ ଗ୍ରହଣୀୟ ନୁହେଁ । କିନ୍ତୁ, ସମାନ ଶବ୍ଦ ଅନ୍ୟ ଏକ ଅଞ୍ଚଳରେ ସ୍ଵାଭାଵିକ ହୋଇପାରେ । ଗଡ଼ଜାତ ତଥା ଦକ୍ଷିଣ ଓଡ଼ିଶାରେ 'ଟୁକା', 'ଟୁକୀ' ଅଶ୍ଳୀଳ ନୁହେଁ  । ପଶ୍ଚିମ ଓଡ଼ିଶାରେ ବି ଟୁକା ଓ ଟୁକେଲ୍ ଶବ୍ଦଦ୍ଵୟ ସାଧୁ ଶବ୍ଦ ।  ତାହେଲେ ଉପକୂଳ ଓଡ଼ିଶାର ଲୋକଙ୍କ ପାଇଁ ଟୋକା ଓ ଟୋକୀ ଶବ୍ଦ ଅଶ୍ଳୀଳ କାହିଁକି ହୋଇଗଲା ?

ଏହାର ସବୁଠାରୁ ବଡ଼ କାରଣ ହେଉଛି ଲୋକସାହିତ୍ୟ , ଲିଖିତ ସାହିତ୍ୟ ତଥା କଥିତ ଭାଷାରେ ଟୋକା ତଥା ଟୋକୀ ଶବ୍ଦର ଵ୍ୟଙ୍ଗାର୍ଥକ ପ୍ରୟୋଗ ।

ନିମ୍ନରେ କିଛି ଓଡ଼ିଆ ଲୋକ ସାହିତ୍ୟ ମଧ୍ୟରୁ କେତେକର ଉଦାହରଣ ଦିଆଗଲା ଯହିଁରେ ଟୋକା/ଟୋକୀ ଶବ୍ଦର ଵ୍ୟଙ୍ଗାର୍ଥକ ପ୍ରୟୋଗ ହୋଇଅଛି

"ଏ ଟୋକାଟା କାହାର ବେଟା
ଏ ଟୋକିଟୀ କାହାର ବେଟୀ”

"ପିନ୍ଧିଥିଲି ପାଟ ସାଢ଼ୀ ଜାତି ନଵ ବୋଲି ପଠାଣଟୋକା ଦୁଆଇ ବସିଲା ମାଡ଼ି”

“ଟୋକାଙ୍କୁ ସୁନ୍ଦର ବସନ୍ତ ପଞ୍ଚମୀ, ଟୋକୀଙ୍କି ସୁନ୍ଦର ନେତ।
ବୁଢ଼ୀଙ୍କି ସୁନ୍ଦର ରାଈ ଦୋମୋଦର,
ବୁଢ଼ାଙ୍କୁ ସୁନ୍ଦର ଶୀତ” !

“ବାପ ବଙ୍କା ପୁଣ ସଳଖା ନାତି ଟୋକା ଭାରି ପାରକା(ପ୍ରହେଳିକା)”

“ଦୂତି ! ମୁଇଁ ତୋ କୋନ୍ତା କରସି ଗୋ। ନନ୍ଦପୁଅର କଥା ମତେ କେନ୍ତାକେନ୍ତା ଲାଗସି ଗୋ।

ଦିଶୁଥାଇସି କଲିଆ ଟର୍ଟର୍ ପିନ୍ଧୁ ଥାଇସି ହଲ୍‌ଦିଆ ଜର୍ଜର୍ ଧୋବ ଫର୍‌ଫର୍‌ଟେ ଜଅନ୍ ବାଗିର୍ଟେ ବେକେ ଓହ୍ଲାଇ ଥାଇସି ଗୋ।

ଯିବାବେଲ୍‌କେ ଯମ୍ନା ଜଲେ ବସି ଥାଇସି କଦମ୍ ତଲେ ମତେ ଅନାଇ କାଲିଆ ଟୋକା କାଇକାଇ କଥା କହିସି ଗୋ।

କାଇ କାଇ ମନ୍ତର ଆଇସି ତାଇକେ ମୂଷା ଡଇଁଶା ହୋସି ଘାଏବେ ଯେତେ ଥାଇସି କ୍ଷୀର୍ ଲହୁନୀ ଚୋରାଇ କରି ଖାଇସି ଗୋ।

(ସମ୍ବଲପୁରୀ ଲୌକିକ ଗୀତ; ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ସଂଗୃହୀତ)

ଗାଁ ଦେଢ଼ଶୁର , ଟୋକା ମଳାଶୁର , ଭଉଣୀ ଜୋଇଁ, ଏ ତିନି ଜଣଙ୍କୁ ଓଢ଼ଣୀ ନାହିଁ।

ଵା

ବୁଢ଼ା ଶଶୁର ,କଣା ଦେଢଶୁର
ଟୋକା ମଳାଶୁର ,ଗାଆଁର  ଜୋଇଁ
ଏମାନଙ୍କୁ ସେତେ ସମ୍ମାନ ନାହିଁ ॥
(ଗାଆଁ କନିଆଁ ସିଙ୍ଗାଣି ନାକୀ ନ୍ୟାୟ ସମ୍ବନ୍ଧୀୟ ସମାର୍ଥକ ଢଗ ବୋଧହୁଏ)

'କୁକୁଡା ମୁଣ୍ଡରେ ମହଣ
ଟୋକା ଫୁଟାଣି ଦେଖିବ  କଅଣ।'

ପିଲା ଖାଇଲେ  କାନ୍ଦନ୍ତି
ଟୋକା ଖାଇଲେ  ହସନ୍ତି
ବୁଢ଼ା ଖାଇଲେ ମୁଣ୍ଡରେ ହାତ ଦେଇ ବସନ୍ତି

ଟୋକା ମାଙ୍କଡ଼ ତଟୁ ଘୋଡ଼ା
ଯେବେ ହୋଇବେ ଯୋଡ଼ା ଯୋଡ଼ା
ଲାଗିବେ କାମୁଡ଼ା କାମୁଡ଼ା !

କୋଠା ଘର ବୁଢ଼ା ବର
ଲୁହ ବୋହୁ ଥାଏ ଝର ଝର ।
ଟୋକା ବର  ମାଟି ଘର
  ହସ ଝରୁ ଥାଏ କର କର।
ମନେପକା ଦିନେ
ସେହି ବେଳକୁ,
ଟୋକା ଟାଣୁଥିଲେ ବନ୍ଧ ତଳକୁ!
ରାଜା ଆଦରରେ ନେଲେ କୋଳକୁ,
ଏ ଗଭା ସହୁନାହିଁ ମଲ୍ଲୀମାଳାକୁ?

ପଥର ଭାଡି ଖସିଲା ,
ଜାତି ନବ ବୋଲି ଗୋଲାମ ଟୋକା ,
ଦୁଆର ମାଡ଼ି ବସିଲା ।

କାନ ନ ଥାଇ ସେ ଆଖିରେ ଶୁଣେ,
ବାସ ତାର ଘର, ମନ୍ଦିର,ବଣେ।
ବୁଢ଼ା ହେଲେ ଟୋକା ରୂପକୁଧରେ,
ଆପେ ମରେନାହିଁ ମାରିଲେ ମରେ।

ଟୋକା ହୋଇଯିଏ ରହେ ବାଡୁଆ
ଵିଵାହ କରଇ ଯେବେ
ହାଡୁଆ
ଵିଵାହ କରି ଯେ ନାରୀ
ଛାଡ଼ୁଆ
ଵିଵାହ କରି ଯେ
ନୁଡ଼ୁବୁଡ଼ିଆ
କହେ ଦନାଇ ଏ ଚାରି ମାଡୁଆ ।

ସାତ ଚକଟା ପୋଳୁହଘଣ୍ଟା
ଵିଭୁତି ଭୁଷଣ ଦିକାନ କଟା ଚିଲପ୍ରସାଦରୁ ତ୍ରିଭୁବନ ଭ୍ରମିଲି,
ତୁ ମତେ ଧରିଵାକୁ ମୋ ଆଗେ ହଲଉଚୁ ବନିଶ କଣ୍ଟା ହଇରେ ପଠାଣ ଟୋକା !!!

"ଟୋକା ଟାକଳିଆ ବୁଦ୍ଧି
ଆଗକୁ ପଛକୁ ଵିଚାର ନାହିଁ
ମଥାରେ ନାଉଁଛି ମୁଦି।"

ବାପ ଅଳସୁଆ
ଚହଟ ଚିକ୍କଣ
ପୁଅ ତା'ର ତଳମୁହାଁ
ନାତି ଟୋକା ବଡ଼
ଉପରମୁହାଁ
ଏମାନଙ୍କ ନାମ
କହିଵ ଯିଏ
ନାତି ସାଙ୍ଗେ
ସାଙ୍ଗ ହୋଇବ ସିଏ !!!(ନାଁଦିଆ)

ମାଛ ମାରିଗଲା ଭେଣ୍ଡିଆ ଟୋକା,
ମୋଡିମାଡି କରି ଖାଇଲା ଏକା।
ରକତ ଝରାଇଲା ମୁହଁରୁ ସଖା।

କୁରି ହେଉ ହେଉ ପାହିଲା ରାତି
କାଉ ନେଇଗଲା କଜଳପାତି
ଉଠ, ଉଠ ଟୋକା ଦିଅର,
ଚାଉଳ ଧୋଇ ନେବି ଚାଉଳ
ପଛେ ଅରୁଆ ହେଉ
ଘଇତା ମଲେ ଦିଅର ଥାଉ ।
(ପୁଚିଖେଳ ଗୀତ)

ପାଣ୍ଡବମାନଙ୍କ ଵୀରପଣ ଦେଖି
କୁରୁ ପଚାରଇ ରୋଷେ
ଲାଖ ବିନ୍ଧିବ କି ବ୍ରାହ୍ମଣ ଟୋକା ଲୋ
ବସିଛି ତ ଚଉକାଷେ ॥

ପାଚିଲା ଆମ୍ବ ଯେବେ
ଧଇଲା ପୋକ।
ବୁଢ଼ୀ ହାତ ଯେବେ
ଧଇଲା ଟୋକା
ଯେବେଟି ହୋଇଲା
ଭାତ ନକେଇ
କାମ  ଚଳେ ସତ
ତୃପତି ନାହିଁ ।

ଟୋକା ଟାକଳିଆ ମାଗୁରନିଶ, 
ଓଷାଵାର ନାହିଁ ନିତି ଆଇଁଷ ।

ଟୋକା ଦେଖାଉଛି ଚାତର...
ବୋପା ବିକୁଥିଲା ଚିଙ୍ଗୁଡ଼ି ଶୁଖୁଆ,
ମା 'ବିକୁଥିଲା ପତର   ll

ଆଲୋ  ନେଉଟିଆ ଶାଗ !
ଥିକୁଲୁ ଥାକୁଲୁ ତହିଁ ରେ ପଡ଼ିଛି କାକର ।
ତା ଭଳି ଟୋକା କେତେ ମୁଁ ଦେଖିଛି
ଯାକି ନେଇଯିବି କାଖର  ॥

ଖୁଁ ଖୁ କାଶ
ଖର ନିଶ୍ବାସ
ନଈ ତଳିଆ ଵାସ
ନଈ ପାରିଆ ଚାଷ
ମଇ ତଳିଆ ଟେକା
କଚେରି ତଳିଆ ଟୋକା
ବେଳ ଆସିଲେ ଏମାନେ
କରିଦିଅନ୍ତି ବୋକା।

ଚତୁରେଈ,
ବିରି ଦେଇଥାଏ ବତୁରେଇ,
ଏଣେ ତେଣେ ଚାହିଁ ଗୋଟିଏ ଗୋଟିଏ,
ଟୋକୀ ଦଉଥାଏ ସୁତୁରେଇ।

ଜନ୍ତୁ ଜାନୁଆର ମାରଣା ଷଣ୍ଢ
ଲାଞ୍ଚୁଆ ମିଛୁଆ ଖଚୁଆ ଭାଣ୍ଡ
ଖୋସାମଦିଆ ଯେ ଵିଟପୀ ନାରୀ
କଳିହୁଡ଼ି ଆଉ ଠକ ବେପାରୀ
ବାଳ ଵିଧଵା ଯେ ଠକ ମ‌ଇତ୍ର
କୋରଧୀ ବ୍ରାହ୍ମଣ ଯେ ଭଙ୍ଗା କାନ୍ଥ
ଶତ୍ରୁ ସଙ୍ଗେ ଯେ କରେ କାରବାର
ଟୋକୀ ଶାଳୀ ହୋଇଥିଲେ ସୁନ୍ଦର
ଅଵିଵାହୀ ଯୁଵା ସାଵତ ପୁଅ
ମଦୁଆ ମିଛୁଆ ଭୁଷଡ଼ା କୂଅ
ପହଳି ଵଚନେ ଦନାଇ କହି
ଏମାନଙ୍କ ପାଖ ମାଡ଼ିଵ ନାହିଁ ।।

ଦଇବ କଲା ,
ଟୋକୀ କପାଳକୁ ପାକୁଆ ବୁଢା।

ଦଇଵ !
ଦହିଭାତ କିଏ ଖାଇଵ ?
ଦରବୁଢା଼ଟାକୁ ଟୋକି ପରଷୁଛି
ୟା କି ଏ ଦିହ ସହିଵ ?

ନଈରେ କୋଚିଆ ଗାତ ଲୋ ବଉଳ
ନଈରେ କୋଚିଆ ଗାତ
ସମୁଦୀ ବୋଲି ମୁଁ ଧରିପକାଇଲି
ଟୋକି ସମୁଦୁଣିହାତ ॥

ନଇ କୁ ମାରିଲି ଗିଲ,
ଟୋକି ଶାଳୀ ସାଥେ ହୋଇଲି ଗେଲ ଲୋ, ଛାମ୍ପି ନେଇ ଗଲା ଚିଲ ॥

🟣ସେହିପରି  ପ୍ରାଚୀନ ଓଡ଼ିଆ ଲିଖିତ ସାହିତ୍ୟରେ ମଧ୍ୟ ଟୋକା ଶବ୍ଦକୁ ଵ୍ୟଙ୍ଗାର୍ଥକ ପ୍ରୟୋଗ କରାଯାଇଛି !

“ତୁ ପରା ଟୋକୀ ତାଡ଼କାମରା ଟୋକା ଭାଙ୍ଗିଛୁ ଧନୁ ଖଣ୍ଡେ ପୁରୁଣା ପୋକା ରେ”—

(ଵିଶ୍ବନାଥ ଖୁଣ୍ଟିଆଙ୍କ ଵିଚିତ୍ର ରାମାୟଣରେ ରାମଚନ୍ଦ୍ରଙ୍କୁ ପର୍ଶୁରାମଙ୍କ କଥନ )

“ଵନକୁ ଏକାକୀ କେଭେଁ ନ ଯିବୁ ଅମ୍ବିକା ଜନେ ମିଶି ପେଟ କରି ଦେବେ ଋଷି ଟୋକା”
(କୃଷ୍ଣସିଂହ କୃତ କୃଷ୍ଣ ମହାଭାରତରେ ଅମ୍ବିକାକୁ ତାହାର ପିତୃଵ୍ୟ ଜନୈକ ଋଷିଙ୍କ ଉପଦେଶ ଵଚନ)।

“ସେ ଟୋକା ମାଇକିନିଆଙ୍କ ସଙ୍ଗରେ ସବୁବେଳେ ରଜଘଷ ହେଵାରୁ ଭାରି ଝିଟି ହୋଇ ଯାଇଅଛି। ”
(ଫକୀରମୋହନଙ୍କ ଗଳ୍ପସ୍ବଳ୍ପ।)

“ଆସାମ ଚା ବଗିଚା ମେନେଜର ସାହେବ ଗୋଟାଏ କୁଲି ଟୋକାକୁ ବାବୁଚି କାମରେ ବାହାଲ କରିଥିଲେ।

(ଫକୀରମୋହନଙ୍କ ଗଳ୍ପସ୍ବଳ୍ପ)

ମାସେ ଦୁଇମାସରେ ଚାରିମାସ ଛମାସରେ ଟୋକୀଠାରୁ ବୁଢ଼ୀ ଟୋକାଠାରୁ ବୁଢ଼ାଯାଏ ସାଙ୍ଗ ମନ ମିଳାପୀ ଲୋକ ଦେଖିଲେ x x x x ପରସ୍ପରକୁ ସାଵଧାନ କରାଇ ଦିଅନ୍ତି। (ଫକୀରମୋହନଙ୍କ ଛମାଣ ଆଠଗୁଣ୍ଠ।)

ସାଧାରଣତଃ ତତ୍କାଳୀନ ଉପକୂଳ ଓଡ଼ିଶାର ଲୋକେ ହିଁ ଅଧିକ ଓଡ଼ିଆ ସାହିତ୍ୟ ଲେଖୁଥିଲେ ତେଣୁ ସେମାନେ ତାଙ୍କ ଅଞ୍ଚଳରେ ପ୍ରଚଳିତ ଟୋକା ଟୋକୀ ଶବ୍ଦର ଵ୍ୟଙ୍ଗାର୍ଥକ ପ୍ରୟୋଗକୁ ସାହିତ୍ୟରେ ମଧ୍ୟ ସ୍ଥାନ ଦେଇଛନ୍ତି ‌ । ଫଳତଃ ଉପକୂଳ ଓଡ଼ିଶାରେ "ପୁଅ,ଝିଅ,ଯୁଵକ,ଯୁଵା ,ନହୁଲୀ” ଆଦି ଶବ୍ଦକୁ ଶ୍ଳୀଳ ଶବ୍ଦ ଵିଵେଚନା କରି ଟୋକା ତଥା ଟୋକୀ ଶବ୍ଦକୁ ଵ୍ୟଙ୍ଗାର୍ଥକ ପ୍ରୟୋଗ କରିଵାର ପରମ୍ପରା ଶହ ଶହ ଵର୍ଷ ଧରି ପୂର୍ଵାଞ୍ଚଳ ତଥା ଉପାନ୍ତ ଓଡ଼ିଶାରେ ରହିଥିଲା ଯାହା ଆଜି ଅତି ଉତ୍କଟ ହେଵାରୁ ଟୋକା ଶବ୍ଦକୁ ଅନେକେ ଅଶ୍ଳୀଳ ଵିଚାର କରୁଅଛନ୍ତି ।

ତେବେ ମନେ ରଖିଵାକୁ ହେଵ ଯେ ଟୋକା ତଥା ଟୋକୀ ଶବ୍ଦ ଓଡ଼ିଆରେ ପ୍ରଚଳିତ ଦିଅକ୍ଷରିଆ ଗାଳି ଶବ୍ଦ ଭଳି ଅତ୍ୟନ୍ତ ଅଶ୍ଳୀଳ ନୁହେଁ ଵରଂ ଏ ଶବ୍ଦକୁ ବେଳେ ବେଳେ ସ୍ଵାଭାଵିକ ତଥା ଆଉ କେବେ କେବେ ଵ୍ୟଙ୍ଗାର୍ଥକ ପ୍ରୟୋଗ କରାଯାଏ ‌। 

ଯେମିତି ଇଂରାଜୀରେ ଛୋଟ ଛୁଆଙ୍କୁ ବୈବୀ କହିଲେ ତାହା ଅଶ୍ଳୀଳ ନୁହେଁ କିନ୍ତୁ ପ୍ରାପ୍ତଵୟସ୍କ ଯୁଵତୀଙ୍କୁ ବୈବୀ ସମ୍ବୋଧନ କାମୁକ ଇଙ୍ଗିତ ରଖେ ତେଣୁ ଅଶ୍ଳୀଳ ।

ସେହିପରି  ଉପକୂଳଵର୍ତ୍ତୀ ଓଡ଼ିଶାରେ ମଧ୍ୟ କୁନି କୁନିି ପିଲାଙ୍କୁ ଏ ଟୋକା ଟା ଭାରି ଦୁଷ୍ଟ ହେଉଛି କହିଲେ ଚଳେ କିନ୍ତୁ ତାରୁଣ୍ୟ ଛୁଇଁଲା ପରେ ଟୋକୀ ଟୁକେଲ୍ କହିଲେ ଶୁଣିଵାକୁ ଭଲ ଲାଗେନାହିଁ , ଏଥିରେ କିଛିଟା କାୟିକ ଦୁର୍ଗନ୍ଧ ଆସେ ବୋଲି ଉପକୂଳର ନହୁଲୀ ସୁନ୍ଦରୀମାନେ ତଥା ଵୀର ଯୁଵକମାନେ ଅନୁଭଵ କରନ୍ତି । ତେଣୁ ଉପକୂଳିଆ ତାଙ୍କ କଥିତ ଭାଷାରେ ପୁଅ ତଥା ଝିଅ ଶବ୍ଦ ପ୍ରୟୋଗ କରିଵାକୁ ଅଧିକ ଶ୍ରେୟସ୍କର ମନେ କରନ୍ତି ଟୋକା କିମ୍ବା ଟୋକୀ ନୁହେଁ ।

ମାତ୍ର ପୂର୍ଵାଞ୍ଚଳର ଲୋକେ ସେହି ପୁଅ ତଥା ଝିଅ ଶବ୍ଦଦ୍ଵୟ ଦକ୍ଷିଣ ଓଡ଼ିଶା ଵିଶେଷତଃ ଗଞ୍ଜାମ ଜିଲ୍ଲାରେ କୌଣସି ଯୁଵକ ଯୁଵତୀକୁ ସମ୍ବୋଧନ କରି ଡାକିଲେ ତାହା ଅଶ୍ଳୀଳ ଵିଵେଚିତ ହୋଇଥାଏ ‌ । କାରଣ ଦକ୍ଷିଣ ଓଡ଼ିଶାରେ କେଵଳ ନିଜ ପୁଅ ଝିଅଙ୍କୁ ହିଁ ପୁଅ ତଥା ଝିଅ ସମ୍ବୋଧନ କରାଯାଏ ।

ସେହିପରି ଉପକୂଳଵର୍ତ୍ତୀ ଅଞ୍ଚଳରେ ଵିଶେଷତଃ କଟକ ଓ ଏହାର ଆଖପାଖ ଅଞ୍ଚଳରେ ବଡ଼ମାଆଙ୍କୁ ମମା ତଥା ମାମା ସମ୍ବୋଧନ କରାଯାଏ ହେଲେ ଦକ୍ଷିଣ ଓଡ଼ିଶାରେ ମାତୃସ୍ତନକୁ ମମା ଓ ମାମା କୁହାଯାଏ । ଫଳତଃ ଦକ୍ଷିଣ ଓଡ଼ିଶାର ଲୋକମାନଙ୍କ ପାଇଁ ଏ ସମ୍ବୋଧନଵାଚକ ଶବ୍ଦଟି ଅଶ୍ଳୀଳ ଅଟଇ ।

କେହି କେହି କହନ୍ତି କୌଣସି ଅଞ୍ଚଳରେ ଯଦି ଏକ ଶବ୍ଦ ଅଶ୍ଳୀଳ ହୋଇଥାଏ ତେବେ ତାହା ମାନକ ଭାଷାରେ ଗ୍ରହଣଯୋଗ୍ୟ ହୋଇନପାରେ ‌।

ଏ ଦୃଷ୍ଟିରୁ ଦେଖିଲେ ଦକ୍ଷିଣ ଓଡ଼ିଶାରେ ପୁଅ ଓ ଝିଅ ପୂର୍ଵ ଓଡ଼ିଶାରେ ଟୋକା ଓ ଟୋକୀ,ମମା ଇତ୍ୟାଦି ଶବ୍ଦ ଭିନ୍ନ ଭିନ୍ନ ଅଞ୍ଚଳରେ  ଅଶ୍ଳୀଳ ମନେ କରାଯାଉଥିଵାରୁ ଏସବୁ ଶବ୍ଦ ମାନକ ଓଡ଼ିଆ ଭାଷାରେ ଗ୍ରହଣୀୟ ହେଵା ଅନୁଚିତ୍ । ସେହିପରି ଏସବୁ ଶବ୍ଦ ଯେଉଁ ଅଞ୍ଚଳରେ କଥିତ ହେଉଛି ସେସବୁ ଅଞ୍ଚଳର ଲୋକେ ବି ଛାଡି଼ଦେଲେ ହିଁ ମଙ୍ଗଳ !

ତା'ହେଲେ ମାନକ ଓଡ଼ିଆରେ ଆଉ କୋଉ ଶବ୍ଦ ଅଛି ?

ଯୁଵକଙ୍କୁ ଵୟସ୍କମାନେ ବାପ,ବାପା ଆଉ ଯୁବତୀମାନଙ୍କୁ ମାଆ ସମ୍ବୋଧନ କରିପାରନ୍ତି ...

କିନ୍ତୁ ଏ କଳିଯୁଗରେ କୌଣସି ଛୋଟକନ୍ୟାକୁ ମାଆ ସମ୍ବୋଧନ ବି ଅଶ୍ଳୀଳ ହୋଇପାରେ କାରଣ ଯଦି "ଶ୍ରୀମନ୍ଦିର ଆଗରେ ନୃତ୍ୟ କରୁଥିଵା ଉଦ୍ଧତ କନ୍ୟା" ଶ୍ରେଣୀୟ କେହି ଯୁଵତୀ ଓଲଟା ପ୍ରଶ୍ନ କରେ

“ହଇରେ ପୋଡ଼ାମୁହାଁ ମୁଁ ତ ବୋପାର ମାଇପ ଯେ ମୋତେ ତୁ ମାଆ ଡାକୁଛୁ ?”

ତାହେଲେ ଡାକିଲାଲୋକର ସବୁ ମହତ ଯିଵ

ତାଛଡ଼ା ଆଜିକାଲିକା ହୁରୁମା ଯୁଵକମାନଙ୍କୁ ସୁଦ୍ଧା ବାପ କି ବାପା ଡାକିଵା ଭୟଙ୍କର ଭୁଲ୍ ହୋଇଯାଇପାରେ କାରଣ ଆଜିକାଲିର ଯୁଵକ ଏତେ ଉଦ୍ଧତ ହୋଇଗଲେଣି ଯେ ଵୟସ୍କ ଵ୍ଯକ୍ତି ତାଙ୍କୁ ବାପ କି ବାପା ଡାକିଲେ ସେମାନେ ଓଲଟା ପୁଅରେ ବୋଲି ସ୍ନେହ ସମ୍ବୋଧନ କରିପାରନ୍ତି !

ତାହେଲେ ଏବେ କ'ଣ କରାଯିଵ ?

ଓଡ଼ିଆ ଭାଷାର ଟୋକା,ଟୋକୀ ,ପୁଅ,ଝିଅ ,ବାପ,ବାପା ଓ ମାଆ ଆଦି ଯେତେ ସମ୍ବୋଧନଵାଚକ ଶବ୍ଦ ତାହା କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅଶ୍ଳୀଳ ବୋଲି ଛାଡ଼ି ଦେଵା ଆଉ ଇଂରେଜମାନଙ୍କର Boy girl mom dad ତଥା ହାଣ୍ଡିଆଙ୍କ लेड़का,लेड़की,छोरा,छोरी,बेटा,बेटी ଭଳି ଶବ୍ଦକୁ ନେଇ କାମ ଚଳେଇଵା କି ?

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...