My Blog List

Monday, August 22, 2016

ବ୍ରାହ୍ମଣୀ ନଦୀ ତୀରେ ସଂଧ୍ୟା

ଜଳାଶ୍ରୟ ଦଳେ କମୁଦିନୀ
ରାତ୍ରେ କରି ଶୃଙ୍ଗାର
ଚନ୍ଦ୍ର ମନ ମୋହିବାକୁ
ପାଉଅଛି ଶୋଭା

ରସିକ ଭ୍ରମରେ
ଲୋଭେ ଉଡ଼ୁଛନ୍ତି ଚତୁଃପାର୍ଶ୍ଵେ
ମଧୁ ଆଶେ

କୁମୁଦ ଯେ ସତୀ ସାଧ୍ଵୀ
ତେଣୁ
ତେଣେ ନାହିଁ ନିଘା ।

ରୁଚିରରୁଚି ସେ ଚନ୍ଦ୍ର ପ୍ରେୟଶୀ
ହୃଦେ ଧରି ପ୍ରେମଧନ
ପ୍ରିୟ ଯୋଗେ
ପ୍ରତିକ୍ଷାରେ ହୋଇଅଛି ଉଭା !

ସନ୍ଧ୍ୟା ଆଗମନେ
ବାହୁଡ଼ନ୍ତି ବକାବଳୀ
ବାହୁଡୁଛି ଚଷା ପୁଅ
କୂଳବଧୂ ଫେରେ ସ୍ନାନ ସାରି
ନୀଶାକାଳ ଆଗମନେ
ଗାଭି ନେଇ ଫେରେ ଗଉଡ଼ ଟୋକା
ସୂରୁଯ ବୁଡ଼ିଲେ ପଶ୍ଚିମାକାଶେ
ବ୍ରାହ୍ମଣୀ ନଦୀର ଜଳ
ଦିଶେ ଅବା ସ୍ଵର୍ଣ
କି ଉପମା ତାରେ ଦେବା !

No comments:

Post a Comment