ଜୟ ଜୟତି ଭାରତ ଭାରତୀ !
ଅକଳଙ୍କ ଶ୍ଵେତ ସରୋଜ ପରେ
ସେହି ଜ୍ୟୋର୍ତିଦେହ ବିରାଜିତ ତୁହି !
ନଭ ନୀଳ ବୀଣା ସ୍ଵରମୟୀ
ରବିଚନ୍ଦ୍ର ଦୁଇ ଜ୍ୟୋର୍ତିଳଶ ସମ
ଗୁଞ୍ଜେ ଗଂଗା ଜ୍ଞାନ
ପ୍ରତିଧ୍ଵନୀତ ହେଉଅଛି ଶାଶ୍ଵତ ସୁଯଶ ତୁମ
ପ୍ରତି ଥର ପ୍ରତ୍ୟେକ ଝଙ୍କାରେ
ଆଲୋକ ନୃତ୍ୟ ନିଖରୀତ
ଜୟ ଜୟତି ଭାରତ ଭାରତୀ !
ହେଉ ଦେଶେ
ଭୂ ଉର୍ବର
ପ୍ରତ୍ୟେକ ଶବ୍ଦ ଜ୍ୟୋର୍ତିକଣ ହେଉ !
ଵରଦାନ ଦେ ମାଆ ଭାରତୀ !!!
କି ଅଗ୍ନି ମଧ୍ୟ ଚନ୍ଦନ ହେଉ !
ଆମ୍ଭେ ଶତନୟନ ଦୀପକ ବାଳ
ହେ ଭାରତ ଭୂମି !
କରୁ ଅଛୁ ଆରତୀ
ଜୟ ଜୟତି ଭାରତ ଭାରତୀ !
-ମୂଳ ରଚନା -
ଏହି କବିତା ଟି ନରେଂଦ୍ର ଶର୍ମା ଙ୍କ ହିନ୍ଦୀ କବିତା ର ଓଡ଼ିଆ ଭାବାନୁବାଦ !!
କବି ଏଠାରେ ଦେଶ କୁ ଜ୍ଞାନପ୍ରଦାୟିନୀ ମାତା ସରସ୍ଵତୀ ଜ୍ଞାନକରୀ ସ୍ଥୁତି କରିଥିବା ଅନୁମିତ ହୁଏ ।
ବାସ୍ତବିକ ଏହା ହିନ୍ଦୀ ଭାଷା ରେ ଲେଖାଯାଇଥିବା ଏକ ଚମତ୍କାର ଦେଶାତ୍ମବୋଧକ କବିତା ।
No comments:
Post a Comment