ମୁଁ ଅପରିଚିତ ନୁହେଁ
ତୁମରୀ ହିଁ ପ୍ରତିକ୍ରିୟା ମୁଁ ,
ପ୍ରତିବାଦ ମୁଁ ,
ପ୍ରତିଧ୍ଵନି ମୁଁ,
ତୁମରୀ
ଏ ଯେଉଁ ଧ୍ଵନି ପ୍ରତିଧ୍ଵନୀତ ହୁଏ
ମୋର ଏ କାନ୍ଥ ରେ ବାଧାପାଇ ,
ହଁ ସେହି ଗୁମ୍ଫା ମୁଁ ।
ଗୀତ ଗାଇଲେ
ଗୀତ ହିଁ ପ୍ରତିଧ୍ଵନୀତ ହେବ
କର ଯଦି ଯୁଦ୍ଧ ଖଣ୍ଡା ଖଡ୍ଗ ର
ତୁମୁଳ ହେବ ପ୍ରତିନାଦିତ ।
ଗାଇବ ଯଦି ଋଚା
ଶାନ୍ତି ବରଷିବ ।
ଫୁଟିବେ ପୁଷ୍ପ
ଧରା ଖୂବ ସରସିବ ।
ମୁଁ ଆରୋହ
ଶିଖର ମୋର ଲକ୍ଷ୍ୟସ୍ଥଳ
ଶପଥ ଅବରୋହ କରେ ଯିଏ
ତାକୁ ରଣ ରେ ହରାଏ ମୁଁ ।
No comments:
Post a Comment