ଜଣେ ଲୁଣ ବେପାରୀ ନିଜ ଗଧ ପିଠିରେ ଲୁଣ ଲଦି ହାଟକୁ ବିକିବାକୁ ଯାଏ । ସେ ଯେଉଁ ବାଟ ଦେଇ ଯାଏ ସେହି ବାଟରେ ଗୋଟାଏ ନଦୀ ପଡେ଼ । ସକାଳୁ ସକାଳୁ ଘରୁ ବାହାରି ନଦୀ ପାଖରେ ପହଞ୍ଚିଲାବେଳକୁ ବେପାରୀକୁ ଭୋକ ଲାଗିଯାଏ ତେଣୁ ସେ ନଦୀକୂଳରେ ଗଧକୁ ଘାସ ଖାଇବାକୁ ଛାଡ଼ି ସ୍ଵୟଂ ଭୋଜନ କରିବାରେ ଲାଗିଯାଏ । କିନ୍ତୁ ବେପାରୀର ଗଧ ଟା ବଡ଼ ଚାଲାକ୍ ଥିଲା । ସେ କଣ୍ କରୁଥିଲା ନା ଅଗଭୀର ନଦୀ ଭିତରେ କିଛି ସମୟ ଛିଡା଼ ହେଇପଡୁ଼ଥିଲା ଫଳରେ ତା ଉପରେ ଲଦା ହୋଇଥିବା ଲୁଣରୁ କିଛି ନଦୀପାଣିରେ ଧୋଇ ହେଇ ଯାଉଥିଲା ।
ଏମିତି ବହୁତ ଦିନ ଧରି ଚାଲିଲା କିନ୍ତୁ କଥାରେ ଅଛି ସତ କେବେ ଲୁଚି ରହେନି । ଦିନେ ବେପାରୀ ଗଧର ଏ କାଣ୍ଡ ଦେଖି ତାଟକା ହେଇ ରହିଗଲା । ତାପରେ ସେ ଗଧକୁ ପାନେ ଦେବାକୁ ମନେ ମନେ ସ୍ଥିର କରି ସେହି ଦେଶର ଜଣେ ଵୟୋବୃଦ୍ଧ ଵିଦ୍ଵାନ ଵ୍ୟକ୍ତି ପାଖକୁ ଯାଇ ତାଙ୍କୁ ପୂର୍ଵଵର୍ତ୍ତୀ ଘଟଣାମାନ ସବୁ କହି ଶୁଣେଇଲା ।
ବୃଦ୍ଧ ଜଣକ ବେପାରୀକୁ ଗୋଟାଏ ଉପାୟ ବତେଇ ଦେଲେ ।
ତା ପରଦିନ ବେପାରୀ ଜଣକ ଗଧ ଉପରେ କପା ଲାଦି ହାଟ ଅଭିମୁଖେ ଚାଲିଲା । ବାଟରେ ସବୁଦିନ ଭଳି ନଈକୂଳରେ ଗଧ ଓ ମାଲିକ ରହିଲେ । ଅଭ୍ୟାସ ଅନୁସାରେ ଗଧ ପୂର୍ଵ ପରି ନଦୀ ଭିତରେ ପଶିଯାଇ କିଛି ସମୟ ପାଣିରେ ରହିଲା କିନ୍ତୁ ଯେତେବେଳେ ସେ ପଦାକୁ ବାହାରିବାକୁ ଚେଷ୍ଟା କଲା ପାଣିରେ
ଭିଜିଯାଇଥିବା କପାର ଓଜନ ବଢିଯିବା ହେତୁରୁ ତା ଅଵସ୍ଥା ଅତି ଦୟନୀୟ ହୋଇଗଲା ।
No comments:
Post a Comment