ଥରେ ଏକ ଜଙ୍ଗଲ ରେ ଭୟଙ୍କର ନିଆଁ ଲାଗିଗଲା ଏବଂ ଜଙ୍ଗଲ ର ଏକ ବଡ଼ ଅଂଶ ଜଳି ପାଉଁଶ ହୋଇଗଲା । ଜଙ୍ଗଲ ରେ ଏକ ଗୁରୁ ଆଶ୍ରମ ଥିଲା । ଯେତେବେଳେ ଜଙ୍ଗଲ ର ନିଆଁ ଶାନ୍ତ ହେଲା ଗୁରୁ ନିଜ ଶିଷ୍ୟ ମାନଙ୍କୁ ଡ଼ାକି ସେମାନଙ୍କୁ ଆଜ୍ଞା ଦେଲେ କି ଜଙ୍ଗଲ କୁ ପୁଣିଥରେ ସବୁଜ ସୁନ୍ଦର କରିବା ହେତୁ ଦେବଦାରୁ ଵୃକ୍ଷାରୋପଣ କରାଯାଉ ।
ଜଣେ ସନ୍ଦେହୀ ଶିଷ୍ୟର ମନରେ ଶଙ୍କା ଜାତ ହେଲା - ସେ ପଚାରିଲା
“ହେ ଗୁରୁଦେବ ! ଦେବଦାରୁ ଗଛ ବଡ ହେବାକୁ ଅନେକ ସମୟ ନିଏ ? ଆପଣ ଯେହେତୁ ସର୍ବଶକ୍ତିମାନ ନିଜର ଦୈବୀ ଶକ୍ତି ବଳରେ ଆପଣ ଏହା କିଛି ସମୟ ମଧ୍ୟରେ ସମ୍ଭବ କରିପାରନ୍ତେ ?”
ଗୁରୁଦେବ କହିଲେ :- ଚମତ୍କାର କରିବା ବଡକଥା ନୁହେଁ ଏ ପ୍ରକାର ର ଚମତ୍କାର
ତୁମେ ବି କରିପାରିବ କିନ୍ତୁ ସତ୍ୟର ପଥ ସଦା କଣ୍ଟକିତ ହୋଇଥାଏ ।
ତାକୁ ବିନା ଚମତ୍କାର ରେ ଏବଂ ପରିଶ୍ରମ କରି ହିଁ ପାର କରିବାକୁ ହୋଇଥାଏ !
No comments:
Post a Comment