Monday, September 24, 2018

✍✍✍✍ସଭା✍✍✍✍


..............
ହଟାତ୍ ଏକ ସଭାରେ ଭୀଷଣ ଗୋଳ ହୋଇଗଲା । ମଞ୍ଚାସୀନ ଜଣେ ଵକ୍ତା ଏକ ଟିପ୍ପଣୀ କରିଥିଲେ ଯାହାର ମଞ୍ଚ ସଞ୍ଚାଳକ (ମାଇକ ଉପରେ) ପୁନଃ ପୁନଃ ଆବୃତି କରିଥିଲେ ।
କଥାଟା ନିତାନ୍ତ ଗୋଳମାଳିଆ ହେଇଗଲା ।
ଟିପ୍ପଣୀକାର ନିଜକୁ ଦୋଷହୀନ ପ୍ରମାଣ କରିବାକୁ ଯାଇ ଆପଣା ପକ୍ଷ ରଖିଲେ ଯେ ସେ ଆଦୌ କୌଣସି ଆପତ୍ତିଜନକ ଟିପ୍ପଣୀ କରିନାହାନ୍ତି ।
ଏଣେ ସଞ୍ଚାଳକ ମହୋଦୟ ମଧ୍ଯ
ସେ ଯାହା କହିଛନ୍ତି ତାହା ଟିପ୍ପଣୀକାର ଵକ୍ତା କହିଥିବା କଥାର ଅଵିକଳ ନକଲ ଏଵଂ ସେ  ପଦୁଏ ବି ଅଧିକ କହିନାହାନ୍ତି ବୋଲି ଅଡି଼ ବସିଥାନ୍ତି ।
ସହସା ସଭାଟା ଦୁଇ ଦଳରେ ଵିଭକ୍ତ ହେଇଗଲା ....
ଦଳେ ଵକ୍ତାଙ୍କ ପକ୍ଷର ହୋଇଗଲେ।ଆଉ ଦଳେ ସଞ୍ଚାଳକଙ୍କୁ ସମର୍ଥନ କରିବାକୁ ଲାଗିଲେ ।

ଦୁଇ ପକ୍ଷର  ଲୋକ
ଆପଣା ଆପଣା ତର୍କ,ମତ ଓ ସାକ୍ଷ୍ୟ ଧରି ସ୍ଵୟଂ ର ପକ୍ଷକୁ ଠିକ୍ ବୋଲି ପ୍ରମାଣ କରିବାକୁ ଲାଗିପଡିଥାନ୍ତି .....

ସେହି ମାନଙ୍କ ମଧ୍ୟରେ ଏକ ଚତୁର୍ଥ ଵ୍ୟକ୍ତି ବି ରହିଥିଲା ଯାହାକୁ କି ସବୁ ସତ୍ୟ ଜଣାଥିଲା
କିନ୍ତୁ ଦୁର୍ଭାଗ୍ୟକୁ ସେ ଲୋକଟି ବି ମୂକ ଥିଲା.....

ଵ୍ୟଙ୍ଗ ସମ୍ରାଟ ହରିଶଙ୍କର ପରସାଈଙ୍କର ଏକ ଵ୍ୟଙ୍ଗକଥା सभा ର ଓଡ଼ିଆ ଭାଵାନୁଵାଦ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...