My Blog List

Sunday, September 9, 2018

କିଛି ଲୁହ ପୋଛା ହୁଏ ପଣତକାନିରେ

କିଛି ଲୁହ ପୋଛା ହୁଏ ପଣତକାନିରେ
କିଛି ଲୁହ ପିଇଯାଏ ଓଠ,
ମୁଁ ଏମିତି ଲୁହ ଟୋପେ ତୋରି ଆଖିରେ.......
ଏ ଚୁମକି....
ଝରିଗଲେ ଝରିଯିବି....
ଝରି ଝରି ଝୁରୁଥିବି
ଝୁରି ପୁଣି ଦେଖୁଥିବି ହରାଇଛି ବାଟ .....

କିଛି ଲୁହ ପୋଛା ହୁଏ ପଣତକାନିରେ
କିଛି ଲୁହ ପିଇଯାଏ ଓଠ

ବନ ଲତା ବନ ଫୁଲ ବଣର ରାଇଜେ
ନଖୋଜିବି ପାଇଗଲି ମନଲାଖି ମନଟିଏ
ମୁଁ ଯେ ........
ବନ ଲତା ବନ ଫୁଲ ବଣର ରାଇଜେ
ନଖୋଜିବି ପାଇଗଲି ମନଲାଖି ମନଟିଏ
ମୁଁ ଯେ .......
ଏଇ ମନ ଛନଛନ କେତେ ମାନ ଅଭିମାନ
ସିଏ ମୋର ସପନର ମନ ନଈ ତୁଠ.....

କିଛି ଲୁହ ପୋଛା ହୁଏ ପଣତକାନିରେ
ଆକାଶ ଟା ଦେଖେ ମୁହଁ
ନୀଳ ନଦୀ ଜଳେ
ମୁଁ ଦେଖୁଛି ମତେ ଆଜି ତୋ ଆଖି ନୀଳ ଆଇନାରେ
ଏଇ ଆଖି କାନ୍ଦି ପାରେ
କାନ୍ଦି କାନ୍ଦି ଶୁଖିପାରେ
ଶୁଖି ପୁଣି ଖୋଲି ପାରେ
ହସର କବାଟ......

କିଛି ଲୁହ ପୋଛା ହୁଏ ପଣତକାନିରେ
କିଛି ଲୁହ ପିଇଯାଏ ଓଠ,
ମୁଁ ଏମିତି ଲୁହ ଟୋପେ ତୋରି ଆଖିରେ.......

ଝରିଗଲେ ଝରିଯିବି....
ଝରି ଝରି ଝୁରୁଥିବି
ଝୁରି ପୁଣି ଦେଖୁଥିବି ହରାଇଛି ବାଟ .....

No comments:

Post a Comment