ଚାଷୀଟିଏ ନିଜର କ୍ଷେତବାଡ଼ି କାମ କରୁଥାଏ । ପାଖ ରାସ୍ତାରେ ଜଣେ ସାଧୁ ଯାଉଥାନ୍ତି । ବହୁତ ଖରା ହେଵାରୁ ଦୁହେଁ ଏକ ଗଛ ମୂଳକୁ ବିଶ୍ରାମ ନେଵାକୁ ଚାଲିଆସିଲେ ।
ସାଧୁ ଚାଷୀକୁ ପଚାରିଲେ,
“ଏ କ୍ଷେତ ତୁମର ତ ? ବେଶ୍ ସୁନ୍ଦର ଫସଲ ହୋଇଛି ! ତେବେ ଠିକ୍ ସମୟରେ ଵର୍ଷା ହେଵ ତ ଭଲ ।”
ସାଧୁଙ୍କୁ ପ୍ରଣାମ କରି ଚାଷୀ କହିଲା , “ସାଧୁବାବା ,ଫସଲ ଆମଦାନୀ ହୋଇ ଘରକୁ ଆସିଲେ ଯାଇ ଜଣାଯିଵ ଏ ଵର୍ଷ ଫସଲ ଭଲ ହୋଇଛି କି ନାହିଁ । ଵର୍ଷା କେତେବେଳେ ଆସିଵ ଵା ନ ଆସିଵ ସେକଥା କିଏ କହିଵ ? ଆଚ୍ଛା , ଆପଣ ଇଆଡ଼େ କୁଆଡ଼େ ଯାଉଛନ୍ତି ?”
ଅଦୂରରେ ଥିଵା ପାହାଡ଼ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ବାବା କହିଲେ , “ସେଠାରେ ଜଣେ ମହାନ ଜ୍ଞାନୀ ଓ ସିଦ୍ଧପୁରୁଷ ଅଛନ୍ତି । ଜ୍ଞାନଉପଦେଶ ପାଇଁ ମୁଁ ସେଠାକୁ ଯାଉଛି ।” ପୁଣି ମୁଁହ ଉଦାସ କରି ସେ କହିଲେ , ଏହା ପୂର୍ଵରୁ ତିନିଜଣ ଗୁରୁଙ୍କର ମୁଁ ସେଵା କରିଛି କିନ୍ତୁ ଜଣେ ହେଲେ କେହି ମୋତେ ଆତ୍ମଜ୍ଞାନ ଶିକ୍ଷା ଦେଲେ ନାହିଁ । ଦେଖେ ଏଥର କ’ଣ ହେଉଛି !”
ଏକଥା ଶୁଣି ଚାଷୀଟି ହସିକରି କହିଲା, ଚାଳିଶ ଵର୍ଷ ଧରି ମୁଁ ନିଜେ ଫସଲ ଦେଖୁଛି ଓ ପଚାଶ ଵର୍ଷ ଧରି ଵର୍ଷାକୁ ଦେଖୁଛି ; ତଥାପି ମଧ୍ୟ କାଲ କ'ଣ ହେଵ, ଏତେଦିନର ଅଭିଜ୍ଞତା ଥାଇ ମଧ୍ୟ ସବୁ ଵ୍ୟର୍ଥ । ଆଉ ଆପଣ ଅନ୍ୟଜଣକର ଅଭିଜ୍ଞତାରୁ ଆତ୍ମଜ୍ଞାନ ପାଇଵାକୁ ଚେଷ୍ଟା କରୁଛନ୍ତି ? କିଏ କହିଵ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେଵ କି ନାହିଁ ।” ଚାଷୀର ଏ କଥାରେ ସାଧୁଙ୍କର ଜ୍ଞାନୋଦୟ ହେଲା । “ଆତ୍ମଜ୍ଞାନ ପାଇଁ ନିଜେ ପ୍ରଚେଷ୍ଟା କରିଵା ଉଚିତ୍ ।” ଏହି ଶିକ୍ଷାଲାଭ କରି ସାଧୁ ସେହିଠାରୁ ହିଁ ଫେରିଗଲେ ।
(ଓଡ଼ିଆ ଜହ୍ନମାମୁଁ ପତ୍ରିକାର ୧୯୯୦ ଵର୍ଷ ଅଗଷ୍ଟ ମାସରେ ପ୍ରକାଶିତ ଗଳ୍ପ)
No comments:
Post a Comment