ସୂର୍ଯ୍ୟଙ୍କ ସହିତ ପୁରାଣଗାଥା ଯୋଡ଼ି ଦିଆଯାଇଛି ତେଣୁ କିଛି ଲୋକଙ୍କର ତାଙ୍କ ପ୍ରତି ଆସ୍ଥା ଜଡ଼ିତ ହେଵା ସ୍ଵାଭାଵିକ କଥା । ତେବେ କେଵଳ ଭାରତୀୟ ହିଁ ନୁହେଁ ପୃଥିଵୀରେ ସର୍ଵତ୍ର ସୂର୍ଯ୍ୟଙ୍କୁ ଈଶ୍ଵର ଵିଚାର କରି ଆରାଧନା କରାଯାଏ,କରାଯାଉଥିଲା ।
“ମର୍ତ୍ତ୍ୟମଣ୍ଡଳରେ ଦେହ ଵହି
ଦେଵତା ହେଲେ ବି ମରଇ”
ସୂର୍ଯ୍ୟ ନକ୍ଷତ୍ର ମଧ୍ୟ ତାହାର ସମୟକାଳ ଆସିଲେ ଲୁପ୍ତ ପାଇଵ ଏମନ୍ତ କି ଏ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଦିନେ ନଷ୍ଟ ହୋଇଯିଵ ଏଵଂ ଯେହେତୁ Black matterର ଗୁଣ ଆମେ ଏପର୍ଯ୍ୟନ୍ତ ଭଲ ଭାବରେ ଜାଣନ୍ତି ନାହିଁ ତେଣୁ ଦୁଇଟି ସମ୍ଭାଵନା ଅନୁମାନ କରାଯାଏ । ପ୍ରଥମଟି ଅନୁସାରେ ବ୍ରହ୍ମାଣ୍ଡର ସମସ୍ତ ମହାଜାଗତିକ matter ଅତି ଅତି ଅତି ଭଵିଷ୍ୟତରେ dark matterରେ ପରିଵର୍ତ୍ତିତ ହୋଇ ସେମିତି ଅନନ୍ତକାଳ ଯାଏଁ ରହିଥିଵ । ଦ୍ଵିତୀୟ ମତଟି ଅନୁସାରେ ବ୍ରହ୍ମାଣ୍ଡ ଯେମିତି ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇଥିଲା ସେମିତି ଗୋଟିଏ ବିନ୍ଦୁରେ ସମାହିତ ହୋଇଯିଵ । ଭାରତୀୟ ପୁରାଣ ଶାସ୍ତ୍ରରେ ଏହିକଥା କୁହାଯାଇଛି ଏଵଂ ଏହାର ମଧ୍ୟଵର୍ତ୍ତୀକାଳୀନ ସମୟକୁ ବ୍ରହ୍ମାଙ୍କ ରାତ୍ରିକାଳ କୁହାଯାଇଛି ।
ତେବେ ଆଧୁନିକ ଵିଜ୍ଞାନ ଦୃଷ୍ଟିରୁ ସୂର୍ଯ୍ୟ ଗୋଟିଏ ଅପେକ୍ଷାକୃତ ଅଳ୍ପ ଓଜନ ଵିଶିଷ୍ଟ G ଶ୍ରେଣୀୟ ତାରକା ଅଟେ ଏଵଂ ଏ ସଂସାରରେ ସୂର୍ଯ୍ୟଠାରୁ ମଧ୍ୟ ଵିଶାଳକାୟ ତାରକା ଵିଦ୍ୟମାନ । ଆଗକାଳରେ ତାରକାଗୁଡି଼କ ଵିଷୟରେ ଅଧିକ ତଥ୍ୟ ନଥିଵାରୁ ସେମାନଙ୍କର କୌଣସି ଵିଭାଗୀକରଣ ହୋଇନଥିଲା । ଆଧୁନିକ ଯୁଗରେ Astronomy କ୍ଷେତ୍ରରେ ଦୃତ ପ୍ରଗତି ଯୋଗୁଁ ସମସ୍ତ ତାରକାଗୁଡି଼କୁ O, B, A, F, G, K ଓ Mଶ୍ରେଣୀର ତାରକା ଭାବେ ଵିଭାଜିତ କରାଯାଇଛି ।
O ପ୍ରକାରର ତାରକା ଅତି ଵିଶାଳ ନୀଳ ତାରକା । 10 Lacerta ଏହି ଧରଣର ତାରକା ଅଟେ ।
B ପ୍ରକାରର ତାରକା ଅପେକ୍ଷାକୃତ ଛୋଟ ନୀଳ ତାରକା ଏଵଂ Rigel ଏହି ଧରଣର ତାରକା ଅଟେ । A ପ୍ରକାରର ତାରକା ସବୁଠାରୁ ଛୋଟ ନୀଳ ତାରକା ଏଵଂ ପ୍ରଶ୍ବା(Sirius) ଏହି ଧରଣର ତାରକା ଅଟେ । F ପ୍ରକାରର ତାରକା ନୀଳ ଧଳା ମିଶ୍ରିତ ତାରକା ଆଉ Procyon ଏହି ଶ୍ରେଣୀୟ ତାରକା ଅଟଇ । G ପ୍ରକାରର ତାରକା ଧଳା ହଳଦିଆ ମିଶା ତାରକା ଅଟନ୍ତି ଏଵଂ ଆମ ସୂର୍ଯ୍ୟ ଏହି ଜାତୀୟ ତାରକା ଅଟେ । K ପ୍ରକାରର ତାରକା କମଳା ଲାଲ୍ ମିଶା ରଙ୍ଗର ଏଵଂ Arcturus ଏହି ଶ୍ରେଣୀର ତାରକା ଅଟେ । M ଜାତୀୟ ତାରକା ଲାଲ୍ ରଙ୍ଗର ହୋଇଥାନ୍ତି ଆଦ୍ରା (Betelgeuse)ଏହି ଶ୍ରେଣୀୟ ତାରକା ଅଟଇ ।
ମନୁଷ୍ୟ ଭଳି ପ୍ରତ୍ୟେକ ତାରକା ଗ୍ରହ ଉପଗ୍ରହ ଓ ଗ୍ରହାଣୁପିଣ୍ଡର ଆୟୁଷ ପୂର୍ଵରୁ ନିର୍ଦ୍ଧାରିତ ହୋଇ ସାରିଛି । ମନୁଷ୍ୟ ଭଳି ତାରକା ବି ଜନ୍ମ ହୁଅନ୍ତି ଓ ମୃତ୍ୟୁଵରଣ କରନ୍ତି ।
ଯେକୌଣସି ତାରକାର ଜନ୍ମ molecular cloudରୁ ଏକ Protostar ରୂପେ ହୋଇଥାଏ । ହଜାର ହଜାର ଵର୍ଷ ପରେ ଆକାର, ଦ୍ରଵ୍ୟ ଘେନି ଗୋଟିଏ Protostar ପରଵର୍ତ୍ତୀ କାଳରେ brown dwarf,low mass star ଓ massive star ଏହିପରି ତିନିପ୍ରକାରର ଅଵସ୍ଥାକୁ ପ୍ରାପ୍ତ ହୋଇଥାଏ ।
Brown dwarf ତାରକାର ଅନ୍ୟନାମ failed stars କାରଣ ଏହା ପାଖରେ Protostarରୁ ସମ୍ପୂର୍ଣ୍ଣ ତାରକା ହେଵାକୁ ସେତିକି ଶକ୍ତି ଓ ଦ୍ରଵ୍ୟ ନଥାଏ ତେଣୁ ଏହା ପୂର୍ଣ୍ଣାଙ୍ଗ ତାରକା ହୋଇପାରେ ନାହିଁ । Teide 1 (Pleiades Open Star Cluster) ହେଉଛି ମନୁଷ୍ୟମାନଙ୍କ ଦ୍ଵାରା ଆଵିଷ୍କୃତ ଏହି ଧରଣର ପ୍ରଥମ ତାରକା । କେହି କେହି ବୃହସ୍ପତିକୁ failed stars ବୋଲି ଅନୁମାନ କରନ୍ତି କିନ୍ତୁ ପ୍ରକୃତରେ ଏଥିପାଇଁ ବୃହସ୍ପତି ବହୁତ ପଛରେ ରହିଯାଇଛି କାରଣ ଗୋଟିଏ failed stars ହେଵା ପାଇଁ ଯେତିକି ଦ୍ରଵ୍ୟ ଲୋଡ଼ା ତହିଁର ମାତ୍ର କୋଡି଼ଏ ଭାଗ ହିଁ ଵୃହସ୍ପତି ପାଖରେ ଵର୍ତ୍ତମାନ ରହିଛି । ଏମନ୍ତକି ସାରା ସୌରଜଗତର ଅନ୍ୟ ସମସ୍ତ ଗ୍ରହକୁ ଭକ୍ଷଣ କରିଦେଲେ ବି ଦ୍ରଵ୍ୟମାନ ଦୃଷ୍ଟିରୁ ତଥାପି ଵୃହସ୍ପତି ଏକ ତାରକା କି Brown dwarf ତାରକା ହୋଇପାରିଵ ନାହିଁ ।
ସେହିପରି ଗୋଟିଏ ପ୍ରାକ୍ ନକ୍ଷତ୍ର (Protostar) ଯଦି ଦ୍ରଵ୍ୟ ଓ ଶକ୍ତି ଆଧାରରେ ଅଳ୍ପ ଭାରୀ ନକ୍ଷତ୍ର (Low mass star) ହୁଏ ତେବେ ତାହାର ଜୀଵନକାଳର ପ୍ରଥମ ଚରଣ ଆମ ସୂର୍ଯ୍ୟ ଭଳି ହେଵ ଏଵଂ ଏଭଳି ତାରକାର ଦ୍ଵିତୀୟ ଚରଣ ହେଉଛି ଲାଲ୍ ଦାନଵ(Red giant) ଅଵସ୍ଥା ।
ଆମ ସୂର୍ଯ୍ୟ ଭଳି ଅଳ୍ପ ଭାରୀ ନକ୍ଷତ୍ର (Low mass star) ଯେତେବେଳେ ଗୋଟିଏ ଲାଲ ଦାନଵ ନକ୍ଷତ୍ର (Red giant)ରେ ପରିଵର୍ତ୍ତିତ ହୋଇଥାଏ ସେ ତାହା ନିକଟରେ ବୁଲୁଥିଵା ଗ୍ରହାଦିକୁ ଭକ୍ଷଣ କରି ବଡ଼ ହେଵାକୁ ଲାଗେ । ଆମ ସୂର୍ଯ୍ୟ ମଧ୍ୟ ଆଜିଠାରୁ ୬ ଅର୍ବୁଦ(Billion) ଵର୍ଷ ପରେ ବୁଧ,ଶୁକ୍ର,ପୃଥିଵୀ,ଚନ୍ଦ୍ର ତଥା ମଙ୍ଗଳକୁ ଗିଳି ଏକ ଲାଲ୍ ଦାନଵ ତାରକା(Red giant)ରେ ପରିଣତ ହେଵାକୁ ଯାଉଛି ।
କିନ୍ତୁ ସୂର୍ଯ୍ୟ ଭଳି ତାରକା ଯେତେବେଳେ,ଆଲ୍ ଦାନଵ ତାରକାରେ ପରିଵର୍ତ୍ତିତ ହୋଇଯାଆନ୍ତି ସେମାନେ ସମୟ ସହ ଆକାରରେ ବଢି଼ ବଢି଼ ଯାଆନ୍ତି ଏଵଂ ତେତିକି ଅସନ୍ତୁଳିତ ମଧ୍ୟ ହୋଇଥାନ୍ତି । ଏମିତି ବି ସମୟ ଆସେ ଯେତେବେଳେ ଲାଲ୍ ଦାନଵ ନକ୍ଷତ୍ର(Red giant)ର ଦିନକାଳ ମଧ୍ୟ ପୂରିଯାଏ । ସେତେବେଳେ ପୂର୍ଵ ଭଳି ଆକାର,ଓଜନ,ଦ୍ରଵ୍ୟ ଅନୁସାରେ ଲାଲ୍ ଦାନଵ ତାରକା(Red gaint star) ଦୁଇଗୋଟି ଧଳା ଵାମନ ତାରକା(binary white dwarf) ନହେଲେ planetary nebulaରେ ପରିଣତ ହୁଏ ।
ଏଠାରେ binary white dwarf କ'ଣ ତାହା ବୁଝିଵାକୁ ହେଵ । ଏହି ସ୍ଥିତିରେ କୌଣସି Red gaint ତାରକା ସେତେବେଳେ ପହଞ୍ଚେ ଯେତେବେଳେ ଏହା ଆକାର ବୃଦ୍ଧି ପାଇ ଫାଟିଯାଏ ଏଵଂ ଏହାର କିଛି ଅଂଶ ଏକ white dwarfରେ ପରିଣତ ହୁଏ ବଡ଼ ଅଂଶଟି ଅପେକ୍ଷାକୃତ କ୍ଷୁଦ୍ର red gaint ରୂପେ ରହିଯାଏ । ସେତେବେଳେ ଏ ଉଭୟ ତାରକା ପରସ୍ପରକୁ ଖାଇଵାକୁ ଚେଷ୍ଟା କରନ୍ତି ଏଵଂ ଏହାର ଶେଷ ପରିଣତି ସ୍ଵରୂପ ଉକ୍ତ binary white dwarf ଦ୍ଵୟ Nova ନହେଲେ Type Ia supernova ରୂପେ ପରିଵର୍ତ୍ତିତ ହୋଇଯାଏ ।
ଆଉ ଯଦି binary white dwarf ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥିତିରେ ସଂଘର୍ଷ ଘଟେ ତାହା Novaରେ ପରିଣତ ହୁଏ । Novaରୁ ପରେ ସେହି ତାରକା white dwarf ଓ ଶେଷରେ black dwarfରେ ପରିଣତ ହୁଏ ଓ ଏହା ହେଉଛି ସେହି ନକ୍ଷତ୍ରର ଅନ୍ତିମ ମୃତ ଅଵସ୍ଥା । ଆମ ସୂର୍ଯ୍ୟ ମଧ୍ୟ ଏହିପରି ଜୀଵନଚକ୍ରରେ ବୁଲି ବୁଲି ନିଜ ଶେଷ ଅଵସ୍ଥାରେ ପ୍ରାୟ ୭ରୁ ୧୦ ବିଲିଅନ୍ ଵର୍ଷ ମଧ୍ୟରେ ପହଞ୍ଚିଯିଵ ।
କିନ୍ତୁ ସୂର୍ଯ୍ୟଠାରୁ ଦ୍ରଵ୍ୟ ,ଓଜନ ତଥା ଆକାରରେ ବହୁତ ବଡ଼ କୌଣସି Protostar ନିଜର ଵିଶାଳକାୟ ସ୍ବରୂପ ଯୋଗୁଁ ପରେ ଏକ Massive starରେ ପରିଣତ ହୋଇଯାଏ । ଏହି ଵିଶାଳ ତାରକାଗୁଡି଼କ ନିଜର ଆକାର ବଢ଼ାଇ Type II supernovaରେ ପରିଵର୍ତ୍ତିତ ହୋଇଥାଏ । ଅତି ଅସ୍ଥିରତା ଯୋଗୁଁ ଆଗକୁ ଏହି Type II supernova ମଧ୍ୟ ଦୁଇଗୋଟି ଦିଗରେ ବଦଳିଯାଏ । ଏହା ଆଗକୁ Supernova remnant ହୋଇପାରେ ଅଥଵା black hole କିମ୍ବା Neutron starରେ ବଦଳିଯାଏ । କୃଷ୍ଣଵିଵର ଵା Blackhole ପରଵର୍ତ୍ତୀ କାଳରେ ଏକ xray emissionରେ ପରିଵର୍ତ୍ତିତ ହେଉଥିଲା ବେଳେ Neutron star ଆଗକୁ pulsar,magnetar କିମ୍ବା pulsar -magnetar ତାରକା ରୂପେ ପରିଵର୍ତ୍ତିତ ହୋଇଥାଏ ।
ଏହିପରି ଭାବେ ତାରକା ଓ ତହିଁର ଜୀଵନକାଳ ଵିଷୟରେ ଗୋଟିଏ ଵିଶାଳ ପାଠ ରହିଛି ଯାହା ଵିଦ୍ୟାଳୟରେ ପଢ଼ାଯାଉନଥିଵାରୁ ଅନେକେ ଏହା ଜାଣିପାରିନାହାନ୍ତି । ଭଵିଷ୍ୟତରେ ଗୋଟି ଗୋଟି କରି ସବୁ ପ୍ରକାରର ତାରକା ଵିଷୟରେ ଏଵଂ ସେମାନଙ୍କର ଵିଭିନ୍ନ ଅଵସ୍ଥା ଵିଷୟରେ ଵିସ୍ତୃତ ଆଲୋଚନା କରିଵା ।
କିନ୍ତୁ ଗୋଟିଏ କଥା ରହିଗଲା , ସୂର୍ଯ୍ୟ ଜୀଵିତ ନା ମୃତ ?
ସିଧାକଥା ,ଜଣେ ସାଧାରଣ ଲୋକ ବି ଏ କଥା ଶୁଣିଲେ ହସିଵ ! ସୂର୍ଯ୍ୟ ମୃତ ହୋଇଥିଲେ ପୃଥିଵୀରେ ଜୀଵଜଗତ ସମ୍ଭଵ କେମିତି ହେଲା ଆଉ ଏଠାରେ ଜୀଵଜଗତ କେମିତି ତିଷ୍ଠି ରହିଛନ୍ତି ? ଵର୍ତ୍ତମାନ ସୂର୍ଯ୍ୟ ନିଜର ଯୁଵାଵସ୍ଥାରେ ଅଛି ଏଵଂ ସୂର୍ଯ୍ୟର ଵୟସ ୪.୬ ଅବ୍ରୁତ ଵର୍ଷ ବୋଲି ଜଣାଯାଏ । ସୂର୍ଯ୍ୟ ଆହୁରି ଛଅ ଅବ୍ରୁତ ଵର୍ଷ ପର୍ଯ୍ଯନ୍ତ ଏହିପରି ଆଲୋକ ପ୍ରଦାନ କରିଚାଲିଵ ହଁ ଥରେ ସୂର୍ଯ୍ୟର Red giant ପରିଵର୍ତ୍ତିତ ହେଵାର ପ୍ରକ୍ରିୟା ଆରମ୍ଭ ହୋଇଗଲେ ପୃଥିଵୀରେ ଜୀଵଜଗତ ତିଷ୍ଟିଵା ଅସମ୍ଭଵ ହୋଇପଡ଼ିଵ । ତେଣୁ ହଁ ସୂର୍ଯ୍ୟ ଜୀଵିତ ଅଛନ୍ତି ଏଵଂ ନିଜର ଯୁଵାଵସ୍ଥାରେ ଅଛନ୍ତି ସେଥିପାଇଁ ତ ତୁମେ ଏ ପୃଥିଵୀରେ ଜୀଵିତ ଅଛ ।
No comments:
Post a Comment