ଭାରତରେ planetକୁ ପ୍ରାୟତଃ ଅଧିକାଂଶ ଭାରତୀୟ ଭାଷାରେ ଗ୍ରହ କୁହାଯାଏ ଏଵଂ ଏହି ଶବ୍ଦକୁ ଗ୍ରହ୍ ଧାତୁରୁ ନିଷ୍ପନ୍ନ କରାଯାଇଛି । ଗ୍ରହ୍ଧାତୁରୁ ଧାରଣ କରିଵା,ଆୟତ୍ତ କରିଵା,ଆକର୍ଷଣକରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ଗୋଟିଏ ଗ୍ରହ ଵାୟୁମଣ୍ଡଳ,ଅଶ୍ମମଣ୍ଡଳ ଆଦି ନିଜ ମଧ୍ୟରେ ଧାରଣ କରି ରଖିଥାଏ । ପ୍ରତ୍ୟେକ ଗ୍ରହର ନିଜର ମାଧ୍ୟାକର୍ଷଣ ଶକ୍ତି ଥାଏ ଏଵଂ ସେ ସେହି ଶକ୍ତି ବଳରେ ନିଜ ମଧ୍ୟରେ ଥିଵା ପ୍ରସ୍ତର,ଜୀଵ ଓ ତାହାର ଉପଗ୍ରହ ଛଡ଼ା ନିକଟକୁ ଆସୁଥିଵା ଗ୍ରହାଣୁ ଆଦିକୁ ମଧ୍ୟ ବଳ ପ୍ରୟୋଗ ପୂର୍ଵକ ଟାଣି ଆଣିପାରେ । ପୃଥିଵୀ ଭଳି ସୂର୍ଯ୍ୟ ଓ ଚନ୍ଦ୍ର ଆଦି ପ୍ରତ୍ୟେକ ଗ୍ରହ ନକ୍ଷତ୍ର ଓ ଉପଗ୍ରହର ନିଜର ଆକର୍ଷଣ ଶକ୍ତି ଅଛି ବୋଲି ପ୍ରାଚୀନ ଭାରତୀୟମାନେ ଜାଣିଥିଲେ ସେଥିପାଇଁ ସେମାନେ ଆଗେ ସୂର୍ଯ୍ୟ ଆଉ ଚନ୍ଦ୍ରକୁ ମଧ୍ୟ ଗ୍ରହ କହୁଥିଲେ । ଯୁଗ ବଦଳିଲା ,ଲୋକେ astronomyର ପ୍ରଗତି ଯୋଗୁଁ ଅଧୁନା Planetକୁ ଗ୍ରହ, satelliteକୁ ଉପଗ୍ରହ ଆଉ starକୁ ତାରା,ତାରକା ତଥା ନକ୍ଷତ୍ର କହୁଅଛନ୍ତି ।
ତେବେ ଆଧୁନିକ ଯୁଗରେ ଵୈଜ୍ଞାନିକମାନେ ଯେକୌଣସି Planet ଵା ଗ୍ରହର ତିନୋଟି ମୁଖ୍ୟ ଗୁଣକୁ ମହତ୍ତ୍ଵ ଦେଉଛନ୍ତି ।
(କ)ଏହା କୌଣସି ନକ୍ଷତ୍ର ଚାରିପଟେ ପରିକ୍ରମଣ କରୁଥିଵ
(ଖ) ଏହାର ମାଧ୍ୟାକର୍ଷଣ ଶକ୍ତି ଏତେ ଥିଵ ଯେ ତତ୍ବଳରେ ଏହା ଗୋଲାକାର ହୋଇପାରିଥିଵ
(ଗ)ଏହା ଏତେ ବଡ଼ ଆକାରର ହୋଇଥିଵ ଯେ ନିଜ ପରିକ୍ରମଣ ପଥ ଏହା ଆଖପାଖରେ ଥିଵା କୌଣସି କ୍ଷୁଦ୍ର ଗ୍ରହାଣୁ ଵା ଵାମନଗ୍ରହକୁ ନିଜର ମାଧ୍ୟାକର୍ଷଣ ଶକ୍ତି ବଳରେ ଦୂରକୁ ଠେଲି ପାରୁଥିଵ କିମ୍ଵା ନିଜ ମଧ୍ୟରେ ସମାହିତ କରିପାରୁଥିଵ ।
୧୯୩୦ରେ ଆଵିଷ୍କୃତ ପ୍ଲୋଟୋକୁ ଆଗେ ନଵମ ଗ୍ରହର ମାନ୍ୟତା ମିଳିଥିଲା କିନ୍ତୁ Kuiper beltରୁ
Ceres,makemake,
Haumea,Sedna,Orcus,Quaoar,Charon,lxion,Gonggong,20000 Varuna,Salacia,Varda,Arrokoth ଆଦି ଅନେକ ଵାମନଗ୍ରହ ମିଳିଵାକୁ ଲାଗିଲା ।
dwarf planet ଵା ଵାମନଗ୍ରହର ସଂଜ୍ଞା ହେଉଛି ଏହା କୌଣସି ନକ୍ଷତ୍ରର ପରିକ୍ରମଣ କରୁଥିଲେ ହେଁ ଆକାର ଦୃଷ୍ଟିରୁ ଅପେକ୍ଷାକୃତ ଛୋଟ ହୋଇଥିଵ ଏଵଂ ନିଜ ଆଖପାଖରେ ଥିଵା ଛୋଟ ବଡ଼ ଅନ୍ୟ ଗ୍ରହାଣୁ ତଥା ଵାମନଗ୍ରହକୁ ନିଜ ମଧ୍ୟରେ ସମାହିତ କରିପାରୁନଥିଵ କି ବଳପୂର୍ଵକ ବାହାରକୁ ଫିଙ୍ଗିପାରୁନଥିଵ ।
୨୦୦୫ରେ ସୌରମଣ୍ଡଳର ପ୍ଲୁଟୋ ପରେ ଦ୍ଵିତୀୟ ବୃହତ୍ତମ ବାମନ ଗ୍ରହ Erisକୁ ଗଵେଷକମାନେ ଉଣ୍ଡି ପାଇଥିଲେ । ଏହା ଆମ ସୌରମଣ୍ଡଳର ୨୬ତମ ସବୁଠାରୁ ବଡ଼ object ଅଟେ । Erisର ଆଵିଷ୍କାର ପରେ ପରେ ଵୈଜ୍ଞାନିକମାନେ ପ୍ଲୋଟୋକୁ ଏକ ଵାମନ ଗ୍ରହର ମାନ୍ୟତା ଦେଇଦେଲେ । କିନ୍ତୁ ଏଥିସହିତ Kuiper beltରେ ଥିଵା ଵାମନଗ୍ରହ ଓ ଗ୍ରହାଣୁପିଣ୍ଡଗୁଡି଼କୁ ଵୈଜ୍ଞାନିକମାନେ ପ୍ଲୋଟୋ ନାମରେ ହିଁ plutinos ନାମ ଦେଇଛନ୍ତି ।
ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ
ପ୍ରତ୍ୟେକ ଯୁଗରେ ଏହିପରି ଭାବେ ଗୋଟିଏ ଶବ୍ଦର ଅର୍ଥ ପରିଵର୍ତ୍ତିତ ହୋଇଥାଏ ଏଵଂ ଆଵଶ୍ୟକତା ଅନୁସାରେ ନୂତନ ଶବ୍ଦ ମଧ୍ୟ ସୃଷ୍ଟି ହୋଇଥାଏ ।
•ଆଗେ ସୂର୍ଯ୍ୟ,ଚନ୍ଦ୍ର,ମଙ୍ଗଳ ଆଦି ପ୍ରତ୍ୟେକ solar system objectsକୁ ଗ୍ରହ କୁହାଯାଉଥିଲା ।
•ଅଧୁନା କେଵଳ planetକୁ ହିଁ ଗ୍ରହ କୁହାଯାଉଛି ।
•ଆଧୁନିକ ଯୁଗରେ ଆଵଶ୍ୟକତା ଅନୁସାରେ Satellite ପାଇଁ ଉପଗ୍ରହ ଓ dwarf planet ପାଇଁ ଵାମନଗ୍ରହ ଶବ୍ଦ ସୃଷ୍ଟି ହୋଇଅଛି।
No comments:
Post a Comment