Tuesday, August 22, 2023

ଶୈଳୀ

ନଗରର ଏକ ଉପଵନ ପାଖରେ ଅନ୍ଧ ବୃଦ୍ଧ ଜଣେ ବସିଥିଲେ । ତାଙ୍କ ପାଖରେ ଥିଵା ଏକ କର୍ଗଦ ଫଳକରେ ଲେଖାଥିଲା

“ମୁଁ ଅନ୍ଧ, ମୋତେ ଦୟାକରି ସାହାଯ୍ୟ କରନ୍ତୁ ! ”

କିଏ କେତେ ଲୋକ ତାକୁ ଦେଖି ଯାଉଥିଲେ କିନ୍ତୁ କେହି ବି କିଛି ଅର୍ଥ ଦେଉନଥିଲେ । ତାପରେ ଜଣେ ଝିଅ ବୃଦ୍ଧ ନିକଟକୁ ଆସି ଫଳକରେ ଥିଵା ଲେଖାଟି ପଢ଼ିଲା । ଅନ୍ଧ ବୃଦ୍ଧଜଣକ ଝିଅର ଉପସ୍ଥିତି ଜାଣି ପାରିଲେ ଏଵଂ ତା ଜୋତାକୁ ଚାମୁଡ଼ିଵାକୁ ଲାଗିଲେ । ଏତିକିବେଳେ ଝିଅଟି ଫଳକର ଅନ୍ୟ ପାଖରେ କିଛି ଲେଖିଦେଇ ସେଠାରୁ ଚୁପ୍‌ଚାପ୍ ଚାଲିଗଲା । କେଇ ମିନିଟ ପରେ ଦେଖାଗଲା ଯିଏ ବି ସେପଟ ଦେଇ ଉପଵନକୁ ଯାଉଥିଲା କିମ୍ବା ଫେରୁଥିଲା ସେ ଲୋକ ବୃଦ୍ଧଙ୍କୁ କିଛି ନା କିଛି ଅର୍ଥ ଦେଉଥିଲା । ଏଥିରେ ବୃଦ୍ଧ ବହୁତ ଉଷତ ହେଲେ ‌ । ଘଣ୍ଟାଏ ପରେ ପୂର୍ଵେ ଫଳକରେ ଲେଖି ଦେଇଥିଵା ଝିଅଟି ଉପଵନରୁ ଫେରି ବୃଦ୍ଧଙ୍କ ପାଖରେ ଆସି ଛିଡ଼ା ହେଲା । ବୃଦ୍ଧ ସେ ଝିଅର ପାଦରେ ଥିଵା ଜୋତାକୁ ଚାମୁଡ଼ି ତାକୁ ଚିହ୍ନିପାରି ପଚାରିଲେ ”ମାଆ ତୁମେ ସେ ଫଳକରେ ଏମିତି କିସ ଲେଖି ଦେଇଥିଲ ଯେ ଏତେ ଲୋକ ଟଙ୍କା ଦେଉଛନ୍ତି ?”
ଝିଅଟି କହିଲା “ମଉସା ମୁଁ ବି ସମାନ କଥା ଲେଖିଥିଲି କିନ୍ତୁ ଟିକିଏ ଭିନ୍ନ ଶୈଳୀରେ...” 

“ବୁଢ଼ୀଟିଏ ହେଇ ଥାଆ ମାଆ...! ”
ବୃଦ୍ଧ ଜଣକ ଝିଅକୁ କଲ୍ୟାଣ କଲାରୁ 
ଝିଅଟି ଉପଵନରୁ ଆଣିଥିଵା ଏକ ଧଳା ଗୋଲାପ ବୃଦ୍ଧଙ୍କୁ ଦେଇ ଚାଲିଗଲା ...

ସେହି କର୍ଗଦ ଫଳକରେ ଲେଖାଥିଲା 
“ଏ ଵିଶ୍ଵ କେତେ ସୁନ୍ଦର କିନ୍ତୁ ମୋର ଦୁର୍ଭାଗ୍ୟ ମୁଁ ତାକୁ ଦେଖିପାରୁନାହିଁ ”

No comments:

Post a Comment

"ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନର ସାଂସ୍କୃତିକ ଓ ଵୈଜ୍ଞାନିକ ଵିଶ୍ଳେଷଣ

ଭାରାତୀୟ ସାହିତ୍ୟ ଓ ସଂସ୍କୃତିରେ ପ୍ରଵଚନ ତଥା ଲୋକକଥାଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହି ପ୍ରଵଚନଗୁଡ଼ିକ କେଵଳ ଭାଷାର ସୌନ୍ଦର୍ଯ୍ୟକୁ ଵୃଦ୍ଧି ...