Saturday, September 20, 2025

ଲୋରା କୋୱାନଙ୍କ ବନ୍ଦୀତ୍ବ ଓ ମୁକ୍ତିର କାହାଣୀ

୧୯୮୫ ମସିହାରେ, ଲୋରା କୋୱାନ୍ କ୍ଲିଵଲ୍ୟାଣ୍ଡ, ଓହାୟୋରୁ କ୍ୟାଲିଫୋର୍ନିଆର ସାନ୍ତା ମୋନିକାକୁ ଆସିଥିଲେ। କେତେକ ଵର୍ଷ ପର୍ଯ୍ୟନ୍ତ ସେଠାରେ ଶାନ୍ତିରେ ରହିଵା ପରେ ଗୋଟିଏ ଘଟଣା ଯୋଗୁଁ ତାଙ୍କ ଜୀଵନର ମୋଡ଼ ବଦଳିଗଲା। ଦିନେ ସେ ଏକ ଗାଡ଼ି ରଖା ସ୍ଥାନରେ ଜଣେ ପଠାଣକୁ ଭେଟିଲେ ଯିଏ ମଜହବୀ ପ୍ରଚାର କରୁଥିଲା। ଦ୍ୱିତୀୟ ଭେଟରେ ସେମାନେ ଫୋନ୍ ନମ୍ବର ଦିଆନିଆ ହେଲେ ଏଵଂ ଶୀଘ୍ର ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ। ୧୯୯୧ରେ ସେମାନେ ଵିଵାହ କରିଥିଲେ ଏଵଂ ସେମାନଙ୍କର ଦୁଇଟି ସନ୍ତାନ – ଆହମଦ୍ ଓ ମରିୟମ୍ – ଜନ୍ମ ଦେଇଥିଲେ। ସେମାନେ ଦୁଇଟି ଵ୍ୟଵସାୟ – ଏକ ପୁସ୍ତକ ଦୋକାନ ଏଵଂ ଏକ ଖାଦ୍ୟଗୃହ – ଚଳାଉଥିଲେ। ଜୀଵନ ସୁନ୍ଦର ଲାଗୁଥିଲା।
କିନ୍ତୁ ଭାଗ୍ୟର ଖେଳ ଅଲଗା। ଦିନେ ପୋଲିସ୍ ତାଙ୍କ ସ୍ୱାମୀଙ୍କୁ ଅଵୈଧ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ଗିରଫ କରିଥିଲା ଏଵଂ ତାଙ୍କୁ ପାଞ୍ଚ ଵର୍ଷର ଫେଡେରାଲ୍ କାରାଗାର ଦଣ୍ଡ ଦିଆଗଲା। ଲୋରା ଏକାକୀ ହୋଇଗଲେ, ଦୁଇଟି ଛୋଟ ପିଲାଙ୍କୁ ପାଳିଵାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିଲା । ଲୋରାଙ୍କ ସ୍ଵାମୀ ଯେଉଁ ପଠାଣ ଦ୍ଵାରା ଧର୍ମାନ୍ତରୀତ ହୋଇଥିଲା ସେ ଲୋରାଙ୍କୁ ସାହାଯ୍ୟ ପ୍ରସ୍ତାବ ଦେଲା। ଉକ୍ତ ଵ୍ୟକ୍ତିର ପଠାଣ ନାଆଁ ମାନ୍ସା ମୁସା ମୁହମ୍ମଦ୍ କିନ୍ତୁ ଜନ୍ମରୁ ୟେ ଲୋକ ପଠାଣ ନଥିଲା । ପୂର୍ଵେ ୟେ ଲୋକ ରିଚାର୍ଡ ବୋଡି ଥିଲା କିନ୍ତୁ ପଠାଣ ହେଲାପରେ ନିଜ ନାଆଁ ବଦଳାଇ ଦେଇଥିଲା । ମାନ୍ସା ମୁସା ମୁହମ୍ମଦ୍‌ର ଏକାଧିକ ପତ୍ନୀ ଓ ୧୩ଜଣ ସନ୍ତାନ ଥିଲେ । ଲୋରା ତା ପରିଵାରକୁ ଭେଟିଲେ ଏଵଂ ସେମାନଙ୍କୁ ଶାନ୍ତ ଏବଂ ଭଲ ଵ୍ୟଵହାର ପ୍ରଦର୍ଶନ କରୁଥିଵା ଦେଖି ସାହାଯ୍ୟ ଗ୍ରହଣ କରିଥିଲେ। କିନ୍ତୁ ଏସବୁ ନାଟକ ଥିଲା ।

ଶୀଘ୍ର ଲୋରା ନିଜକୁ ମୁହମ୍ମଦ୍‌ଙ୍କ ଘରେ ବନ୍ଦୀ ଦେଖିଲେ। ସେ ତାଙ୍କୁ ଏଵଂ ତାଙ୍କ ସନ୍ତାନମାନଙ୍କୁ ଵିଚ୍ଛିନ୍ନ କରି ରଖିଥିଲେ। ହିଂସା ଆରମ୍ଭ ହେଲା – ମୁହମ୍ମଦ୍ ରାଗରେ ସନ୍ତାନମାନଙ୍କୁ ଛୋଟ ଛୋଟ ଭୁଲ୍‌ ପାଇଁ ମାରୁଥିଲେ ।‌ ପାଞ୍ଚ ଥର ନମାଜ ପ୍ରାର୍ଥନା ନପଢ଼ିଲେ ପିଲାମାନଙ୍କୁ ଦଣ୍ଡ ମିଳୁଥିଲା । ଲୋରାଙ୍କ ପ୍ରତି ହିଂସା ବଢ଼ିଲା । ମୁହମ୍ମଦ ଦିନ ଦିନ ଧରି ଖାଦ୍ୟ ଦେଉନଥିଲା, ଶାରୀରିକ ଏଵଂ ଯୌନ ଶୋଷଣ କରୁଥିଲା। ଘରର ଦ୍ୱାରଗୁଡ଼ିକୁ ତାଲା ପକାଇ ରଖୁଥିଲା ଏଵଂ ଝରକାଗୁଡ଼ିକୁ କାଠପଟା ଦେଇ ବନ୍ଦ କରିଥିଲା। ଲୋରା ଏକ ଅନିଶ୍ଚିତ ଭୟରେ ଜୀଵନ ଯାପନ କରୁଥିଲେ ଯେଉଁଠାରେ ପ୍ରତ୍ୟେକ ଦିନ ଖଣ୍ଡା ଉପରେ ଚାଲିଵା ପରି ଲାଗୁଥିଲା ।‌ ଏହି ବନ୍ଦୀତ୍ୱ ପ୍ରାୟ ୪ ଵର୍ଷ କାଳ ଚାଲିଥିଲା ଯାହା ପ୍ରାୟ ୧୯୯୫ରୁ ଆରମ୍ଭ ହୋଇ ୧୯୯୯ରେ ଶେଷ ହୋଇଥିଲା।

ବନ୍ଦୀତ୍ତର ଶେଷ ୬-୭ ମାସରେ ହିଂସା ଚରମରେ ପହଞ୍ଚିଥିଲା। ମୁହମ୍ମଦ୍ ଲୋରା ଏଵଂ ତାଙ୍କ ସନ୍ତାନମାନଙ୍କୁ (ମରିୟମ୍, ଆହମଦ୍ ଓ ଟାସଲିମାହ୍) ଏକ ଗ୍ୟାରେଜରେ ବନ୍ଦୀ କରି ରଖିଥିଲେ ଯେଉଁଠାରେ ପାଣି କିମ୍ବା ଶୌଚାଳୟ ନଥିଲା। ଗ୍ୟାରେଜର ଦ୍ୱାରକୁ ମୁହମ୍ମଦ ଏକାଧିକ ତାଲା ଲଗାଇ ସର୍ଵଦା ବନ୍ଦ ରଖୁଥିଲା ଫଳତଃ ପଳାୟନ ଅସମ୍ଭଵ ହୋଇପଡ଼ିଥିଲା। ଲୌରା ଓ ତାଙ୍କ ସନ୍ତାନମାନେ ବାଲଟିରେ ଶୌଚ କରୁଥିଲେ, ସପ୍ତାହ ସପ୍ତାହ ଧରି ସ୍ନାନ କରିପାରୁ ନଥିଲେ ଏଵଂ ସେମାନଙ୍କୁ କେଵଳ ପାଣିପାଇପ୍‌ରେ ବାହାରେ ଧୋଇ ଦିଆଯାଉଥିଲା। ସୀମିତ ଶୁଖିଲା ଖାଦ୍ୟ ମିଳୁଥିଲା ।‌ ଆଲମାରୀ ଓ ଫ୍ରିଜ୍‌କୁ ଶିକୁଳି ଦେଇ ତାଲା ପକାଇ ରଖାଯାଉଥିଲା। ସନ୍ତାନମାନେ ସପ୍ତାହ ସପ୍ତାହ ଧରି ଭୋକିଲା ରହୁଥିଲେ ଏଵଂ ଖାଦ୍ୟ ଚୋରି କରିଵାକୁ ଚେଷ୍ଟା କଲେ ପାଣିପାଇପ୍, ବୋଟ୍ ଓର୍ କିମ୍ବା ବିଦ୍ୟୁତ୍ ତାର ଦେଇ ସେମାନଙ୍କୁ ମାରାଯାଉଥିଲା। ମୁହମ୍ମଦ୍ ନିଜେ ଭଲ ଖାଉଥିଲା, କିନ୍ତୁ ଅନ୍ୟମାନଙ୍କୁ ଯନ୍ତ୍ରଣା ଦେଉଥିଲା। ସନ୍ତାନମାନଙ୍କୁ କୋରାନ୍ ଆବୃତ୍ତି ନକଲେ କିମ୍ବା ଅନ୍ୟ ଛୋଟ ଭୁଲ୍‌ରେ ଯନ୍ତ୍ରଣା ଦିଆଯାଉଥିଲା – ବେଳେବେଳେ ସେମାନଙ୍କୁ ଉଲଟା ଝୁଲାଇ ଘଣ୍ଟା ଘଣ୍ଟା ଧରି ମାରାଯାଉଥିଲା, ଏପରିକି ନିଜର ବାନ୍ତି କିମ୍ବା ମଳ ଖାଇଵାକୁ ମଧ୍ୟ ବାଧ୍ୟ କରାଯାଉଥିଲା। ଲୋରାଙ୍କୁ ନିୟମିତ ରୂପେ ବଳାତ୍କାର କରାଯାଉଥିଲା ଏଵଂ ସେ ନିରନ୍ତର ଭୟରେ ରହୁଥିଲେ। କେହି କେହି ଏହା ପଢ଼ି ହୁଏତ ଵିଶ୍ଵାସ କରୁନଥିବେ ତେବେ ଦେଖାଯାଏ ପଠାଣ ମଜହବ ଗ୍ରହଣ କରୁଥିଵା ଲୋକମାନେ ସାଧାରଣତଃ ଅଧିକ ଉଗ୍ର ହୁଅନ୍ତି,ଅଧିକ ହିଂସ୍ର ଓ ଅତ୍ୟାଚାରୀ ହୋଇଥାନ୍ତି। କାମୁକ,ସ୍ଵାର୍ଥୀ,ପରପୀଡ଼କମାନେ ଯେବେ ପଠାଣ ମଜହବ ଗ୍ରହଣ କରନ୍ତି ସେମାନେ ଅଧିକ ଉଗ୍ର ହୋଇ ଏକାଧିକ ଲୋକଙ୍କ ଉପରେ ଅତ୍ୟାଚାର କରିଥାନ୍ତି । ରିଚାର୍ଡ ବୋଡି ବି ଯେତେବେଳେ ମାନ୍ସା ମୁସା ମୁହମ୍ମଦ୍ ଭାବେ ପଠାଣ ହେଲା ସେତେବେଳେ ସେ ଅତ୍ୟନ୍ତ ଅତ୍ୟାଚାରୀ ହୋଇଗଲା । 

ତେବେ ଲୋରା ଅନେକ ଥର ପଳାୟନ ଚେଷ୍ଟା କରିଥିଲେ। ଥରେ ବାହାର କାମ କରିଵାର ବାହାନାରେ ସେ ଏକ କାଗଜରେ "Help" ଲେଖି ପଡ଼ୋଶୀଙ୍କ ଘରକୁ ଫିଙ୍ଗିଥିଲେ, କିନ୍ତୁ ଏହା ଵିଫଳ ହୋଇଥିଲା। ଏକ ସାମାଜିକ କର୍ମୀ ଘରକୁ ଆସି ପରିଵାରର କଲ୍ୟାଣ ଯାଞ୍ଚ କରିଥିଲେ, କିନ୍ତୁ ମୁହମ୍ମଦ୍‌ର ଚାଲାକୀ ଏଵଂ ଖାଲି ଧାନଚାଉଳ ଡବାଗୁଡ଼ିକୁ ଭର୍ତ୍ତି ଦେଖାଇ ସେ ତାଙ୍କୁ ଭୁଲାଇ ଦେଇଥିଲା। ସନ୍ତାନମାନଙ୍କୁ ମିଛ କହିଵାକୁ ଶିଖାଇ ଦେଇଥିଲା। କିନ୍ତୁ ଲୋରାଙ୍କର ସାହସ କମି ନଥିଲା। ଦିନେ, ଏପ୍ରିଲ୍ ୧୯୯୯ରେ ଡାକଘରକୁ ଯାଇଥିଵା ସମୟରେ ମୁହମ୍ମଦ୍ ଅନ୍ୟ ଜଣଙ୍କ ସହ କଥାରେ ଵ୍ୟସ୍ତ ଥିଵାବେଳେ ସେ ଗୋପନୀୟ ଭାବେ ଏକ ୧୨-୧୩ ପୃଷ୍ଠାର ହାତରେ ଲେଖା ଚିଠି ଡାକ କର୍ମଚାରୀଙ୍କୁ ଦେଇଥିଲେ। ଚିଠିରେ ସମସ୍ତ ଯନ୍ତ୍ରଣାର ଵିଵରଣୀ ଥିଲା। କର୍ମଚାରୀ ଆଖିରେ ଇଶାରା କରି ବୁଝାଇଥିଲେ ଯେ ସେ ବୁଝିଛନ୍ତି। ଏହି ଚିଠି କାଉଣ୍ଟି ସାମାଜିକ ସେଵା ଏଵଂ ଶେରିଫ୍‌ଙ୍କ ନିକଟକୁ ପହଞ୍ଚିଥିଲା।

କିଛି ଦିନ ପରେ, ଏପ୍ରିଲ୍ ୬, ୧୯୯୯ରେ ରିଭରସାଇଡ୍ କାଉଣ୍ଟି ଶେରିଫ୍‌ର ସହକାରୀମାନେ ଘରର ଦ୍ୱାର ଠକ୍ ଠକ୍ କଲେ। ଲୋରା ଆଖିରେ ସାହାଯ୍ୟର ଇଶାରା ଦେଲେ ଏଵଂ ସହକାରୀ ଅଧିକ ସାହାଯ୍ୟ ଡକାଇଲେ। ଶେଷରେ ସେମାନେ ମୁକ୍ତ ହେଲେ। ମୁହମ୍ମଦ୍‌କୁ ୧୯୯୯ରେ ଗିରଫ କରାଗଲା। ଲୋରା ଗୋପନୀୟ ଭାବେ ରେକର୍ଡ୍ କରିଥିଵା ଧ୍ୱନିଲିପିଗୁଡ଼ିକ ପ୍ରମାଣ ଭାବେ ଦିଆଗଲା। ଵିଚାର ପ୍ରକ୍ରିୟା ୯ ଵର୍ଷରୁ ଅଧିକ ଦିନ ଯାଏଁ ଚାଲିଥିଲା, କିନ୍ତୁ ୨୦୦୮ରେ ମୁହମ୍ମଦ ୨୫ଟି ଅଭିଯୋଗରେ ଦୋଷୀ ସାଵ୍ୟସ୍ତ ହେଲା – ଯନ୍ତ୍ରଣା, ଶିଶୁ ଅତ୍ୟାଚାର, ମିଥ୍ୟା ବନ୍ଦୀତ୍ୱ ଏଵଂ ପତ୍ନୀ ଉପରେ ଶାରୀରିକ ଆଘାତ ଆଦି ଵିଭିନ୍ନ ଅପରାଧରେ ତାକୁ ଦଣ୍ଡିତ କରାଗଲା । ୨୦୦୯ରେ ମୁହମ୍ମଦ ସାତଟି ଆଜୀଵନ କାରାଦଣ୍ଡ ଏଵଂ ଅତିରିକ୍ତ ୧୬ ଵର୍ଷ ୮ ମାସ ଦଣ୍ଡ ପାଇଲା। ଦଣ୍ଡ ଵିଚାର କରି ଵିଚାରପତି କହିଥିଲେ ଯେ ମୁହମ୍ମଦ କେବେ ବି ମୁକ୍ତ ହେଵ ନାହିଁ, କାରଣ ତାର ନିଜ କଲା ଦୋଷ ପ୍ରତି କୌଣସି ପଶ୍ଚାତ୍ତାପ ନାହିଁ।

ବନ୍ଦୀତ୍ବରୁ ମୁକ୍ତି ପରେ ଲୋରା ଏଵଂ ତାଙ୍କ ସନ୍ତାନମାନେ କ୍ୟାଲିଫୋର୍ନିଆର ଆଘାତପ୍ରାପ୍ତ ମହିଳାମାନଙ୍କ ଆଶ୍ରୟସ୍ଥଳୀରେ ଏକ ଵର୍ଷରୁ ଅଧିକ ସମୟ ଧରି ଆଶ୍ରା ନେଇଥିଲେ ,ପରେ ଓହାୟୋକୁ ଫେରିଥିଲେ। ଏହି ଯନ୍ତ୍ରଣାଦାୟକ ଅନୁଭୂତି ତାଙ୍କୁ ଏକ ସାମାଜିକ କାର୍ଯ୍ୟକର୍ତ୍ତା କରି ଦେଇଥିଲା । ଅଧୁନା ଲୌରା ଘରୋଇ ହିଂସାର ଶିକାର ହୋଇଥିଵା ମହିଳାମାନଙ୍କୁ ସାହାଯ୍ୟ କରୁଛନ୍ତି । 


No comments:

Post a Comment

ଲୋରା କୋୱାନଙ୍କ ବନ୍ଦୀତ୍ବ ଓ ମୁକ୍ତିର କାହାଣୀ

୧୯୮୫ ମସିହାରେ, ଲୋରା କୋୱାନ୍ କ୍ଲିଵଲ୍ୟାଣ୍ଡ, ଓହାୟୋରୁ କ୍ୟାଲିଫୋର୍ନିଆର ସାନ୍ତା ମୋନିକାକୁ ଆସିଥିଲେ। କେତେକ ଵର୍ଷ ପର୍ଯ୍ୟନ୍ତ ସେଠାରେ ଶାନ୍ତିରେ ରହିଵା ପରେ ଗୋଟିଏ...