Saturday, December 10, 2016

ସାଇପ୍ରସ୍ ର ନିକଟ ଅତୀତ ବିଶ୍ବ ପାଇଁ ଚେତାବନୀ

ସାଇପ୍ରସ ଏକ ଛୋଟ ଦ୍ବୀପଦେଶ
ଏଇ ଦେଶର ଇତିହାସ ଧ୍ୟାନପୂର୍ବକ
ପଢନ୍ତୁ.....
ସାଆପ୍ରସ ଦ୍ବୀପଟି ତୁର୍କୀ ଠାରୁ ମାତ୍ର ୪୦ ମାଇଲ୍ ଦକ୍ଷିଣ ତଥା ଗ୍ରୀସ୍
ଠାରୁ ୪୮୦ ମାଇଲ୍ ଉତ୍ତରପୂର୍ବରେ ଅବସ୍ଥିତ.....
ଏକ ସମୟେ ଏହି ଦ୍ବୀପରେ
୭୨୦୦୦୦ ଗ୍ରୀକଭାଷୀ ଖ୍ରୀଷ୍ଟିଆନ୍ ଥିଲେ ।
୧୫୭୧ ରେ ତୁର୍କୀ ର ମୁସ୍ଲିମ୍ ଶାସକ ମାନେ ଏ ଦ୍ବୀପ କୁ ଯୁଦ୍ଧକରି  ନିଜ ଅକ୍ତିଆର କୁ ନେଇଗଲେ ।

୧୮୭୮ ରେ ବ୍ରିଟେନ୍ ଏହି ଦ୍ବୀପକୁ ଏକ ସୁରକ୍ଷା ସମ୍ବନ୍ଧିତ କାରଣ ହେତୁ ଲିଜ୍ ରେ ନେଲା କିନ୍ତୁ ପ୍ରଥମ ବିଶ୍ବଯୁଦ୍ଧ ପରେ ଏହାର ଲିଜ ଶେଷ ହେଲା ଏବଂ 1925 ରେ ସାଇପ୍ରସ ଏକ ବ୍ରିଟିଶ୍  କଲୋନୀ ର ମାନ୍ଯତା ପାଇଲା ।

1960 ରେ ବ୍ରିଟିଶ୍ ରାଜ୍ ରୁ ସ୍ଵାଧୀନ ହେଲା ପରେ
ଏହି ଦେଶ ସାଇପ୍ରସ୍ ଗଣତନ୍ତ୍ର ଭାବେ ବିଶ୍ବରେ ପରିଚୟ ଲାଭ କଲା ସେତେବେଳେ ଏଠାରେ
80% ଗ୍ରୀକ୍ ଏବଂ 20% ତୁର୍କଲୋକ ଥିଲେ ।
ଧୀରେ ଧୀରେ ମୁସ୍ଲିମ୍ ମାନଙ୍କ
ସଂଖ୍ୟା ବୃଦ୍ଧି ହେଲାରୁ ସେମାନଙ୍କୁ ଗ୍ରୀକ୍ ମାନଙ୍କ ସହ ରହିବାରେ ଅସୁବିଧା ହେଲା । ଯେମିତି ଆଜିକାଲି ଭାରତର ବିହାର ଏବଂ ବଙ୍ଗରେ ଦଙ୍ଗା ହେଉଅଛି ସାଇପ୍ରସ୍ ର ମୁଲ୍ଲା ମାନେ ମଧ୍ୟ ଦଙ୍ଗା କରି ଗ୍ରୀକ୍ ମାନଙ୍କୁ ଆତଙ୍କିତ କଲେ ।

1978 ରେ ଅଟୋମନ୍ ତୁର୍କ ସାମ୍ରାଜ୍ୟର ସମାପ୍ତି ପରେ
ସାଇପ୍ରସ ଆଉ ଦାର୍ ଉଲ୍ ଇସ୍ଲାମ୍ ରହିଲା ନାହିଁ । ତୁର୍କ ମୁସ୍ଲିମ୍ ଙ୍କ ପାଇଁ ତାହା ପାଲଟିଲା
ଦାର୍ ଉଲ୍ ହବ୍ର୍ ମାନେ Land Of Conflicts !

1974 ରେ ସାଇପ୍ରସ୍ ର ତୁର୍କ ମୁସଲମାନ୍ ମାନେ ତୁର୍କୀ ସରକାରକୁ ନିଜ ଦେଶ ଉପରେ ଆକ୍ରମଣ କରିବାକୁ ଡାକରା ଦେଲେ ଏବଂ ପର ବର୍ଷ 1975 ରେ ଦେଶ ବିଭାଜନ ପାଇଁ ଆନ୍ଦୋଳନ କଲେ । 1983 ରେ ସାଇପ୍ରସ୍ ର ବିଭାଜନ ହେଲା
ଏବଂ ମୁସ୍ଲିମ୍ ବହୁଳ ଅଞ୍ଚଳକୁ ନେଇ ମୁଲ୍ଲା ମାନେ
'Turkish Republic of northern cyprus ' ନାମକ ନୂତନ ରାଷ୍ଟ୍ର ଗଠନ କଲେ ଯାହାକୁ ତୁର୍କୀ ତୁରନ୍ତ ଏକ ରାଷ୍ଟ୍ରର ମାନ୍ୟତା ଦେଇଦେଲା ।
16ଶହ ଶତାବ୍ଦୀ ପର୍ଯ୍ୟନ୍ତ ଏଠାରେ ଗୋଟାଏ ବି ମୁସ୍ଲିମ୍ ନଥିଲେ । 1571 ରେ ତୁର୍କ ଆସି ଉତ୍ତର ସାଇପ୍ରସରେ ଗ୍ରୀକ ଲୋକଙ୍କ ସହ ରହିବାରେ ଲାଗିଲେ ।

1974 ଜୁଲାଇ ଅଗଷ୍ଟରେ ସଂଖ୍ୟା ଗରିଷ୍ଠ ଈସାଇ ଗ୍ରୀକ୍ ମାନଙ୍କୁ ସେମାନଙ୍କ ନିଜ ଦେଶରୁ ନିର୍ମମ ଭାବେ ମାରି ତଡି
200000 ଗ୍ରୀକ ମାନଙ୍କୁ ତାଙ୍କ ନିଜ ଦେଶରେ ଶରଣାର୍ଥୀ କରାଇଦେଇଥିବା ମୁସଲମାନଙ୍କୁ ଆମେ କେମିତି ବିଶ୍ବାସ କରିପାରିବା ?
1983 ରେ ଉତ୍ତର ସାଇପ୍ରସ୍ ରେ ମାତ୍ର 12000 ଗ୍ରୀକ୍ ରହିଯାଇଥିଲେ
20 ବର୍ଷ ପରେ
715 ଏବଂ ଆଜି ଜଣେ ବି ନାହାନ୍ତି !

ଭାରତ ପାକିସ୍ତାନ ବିଭାଜନ ଆମେ ସେଇମାନଙ୍କ ଯୋଗୁଁ ଦେଖି ସାରିଛନ୍ତି ।
20 ବର୍ଷ ପୂର୍ବେ କାଶ୍ମୀର ମୁସ୍ଲୀମ୍ ବହୁଳ ହେଲାପରେ
ବଙ୍ଗ,କେରଳ,ଆସାମ ପରେ ବିହାରରେ ହିନ୍ଦୁମାନଙ୍କର ସ୍ଥିତି ବିପଦଜନକ ଚିନ୍ତାଜନକ ।
ସମୟ ଆସିଛି ଆସ ଏହି ଘଟଣାରୁ ଶିକ୍ଷା ନେବା ଏବଂ ଆମେ ମୁସଲମାନ ମାନଙ୍କ ସହ ଆର୍ଥିକ ସାମାଜିକ ଅସହଯୋଗ ଆରମ୍ଭ କରିଦେବା ।

Wednesday, December 7, 2016

ପଳାଶୋଳ

ପୁରାଣ ବର୍ଣିତ ପଳାଶୋଳ ଗାଆଁ/ପଞ୍ଚାୟତ ଜଗତସିଂହପୁରରେ ଅବସ୍ଥିତ ।

ପୁରାଣ କହେ ଏକଦା ଏଇ ଅଞ୍ଚଳ ପଳାଶ ବୃକ୍ଷରେ ପୂର୍ଣଥିଲା
ଏବଂ ଏଠି ପ୍ରଳମ୍ବାସୁର ରହୁଥିଲା ।
ତା ଅତ୍ୟାଚାର ରେ ଅତିଷ୍ଠ ହୋଇ ଲୋକେ ତ୍ରାହିତ୍ରାହି ଡାକୁଥିଲେ ।

ମହାଭାରତ ଯୁଦ୍ଧକୁ ତ୍ଯାଗକରି ବଳଦେବ ତୀର୍ଥାଟନ ସମୟେ ଏ ରାକ୍ଷସକୁ ପ୍ରାଚୀନଦୀକୂଳରେ ମାରିଥିବା ପୁରାଣ କହେ......

"କଦମ୍ବାସୁରକୁ ମାରି ଇଛାପୁରେ ରହି......
ପ୍ରଳମ୍ବା ବିନାଶୀ ପଳାଶୋଳରେ ଗୋସାଇଁ'...... ରହି ଅଛ ...."

ଏଣୁ ଏ ଗାଆଁରେ କେତେକାଳରୁ ପୂଜା ପାଉଛନ୍ତି ବଳଦେବ ଜୀଉ ....

ନାଟାଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ଭଳି ଅନେକ ଶିଳ୍ପୀ କଳାକାର ଏହି ଗ୍ରାମରେ ଜନ୍ମ ହୋଇଛନ୍ତି ।
ପଳାଶୋଳର ଗ୍ରାମକୋଡ୍  397879 ।
ଏହି ଗାଆଁଟି ଜଗତସିଂହପୁର ତହସିଲ ଠାରୁ ୫ କି.ମି. ଦୂରରେ ଅବସ୍ଥିତ ।
୨୦୦୯ stats. ଅନୁଯାଇ ଗ୍ରାମପଞ୍ଚାୟତର ଆୟତନ 108 ହେକ୍ଟର ଏବଂ ମୋଟ ଜନସଂଖ୍ୟା ୯୫୫ ଲୋକ ।

ପଳାଶୋଳ ଗ୍ରାମପଞ୍ଚାୟତରେ ଅନ୍ୟ ଗ୍ରାମ ଗୁଡିକ ଯଥା
ଦିଘେଶ୍ବର
ଗୋପାଳ
କୋଳାରାମଜୁରାଇ
ମୁକୁନ୍ଦପୁର
ପଳାସୁଧ
ଶାଳୀଜଙ୍ଗ
........................
ଗୂଗଲ ମ୍ୟାପରେ ଏଇ ଗାଆଁକୁ ଦେଖିବାକୁ ଚାହୁଁଥିଲେ
754140 ସର୍ଚ୍ଚ କରନ୍ତୁ.....

Sunday, December 4, 2016

ଜାମନଗର ରାଜାଙ୍କ ଅମର କୀର୍ତ୍ତି

୧୯୪୨ ମଧ୍ଯରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇଯାଇଥିଲା ।
ସବୁଠୁଁ ଖରାପ ଅବସ୍ଥା ପୋଲାଣ୍ଡର ହୋଇଥିଲା କାହିଁକି ନା ବ୍ରିଟେନ କୁ ଜିତିବାକୁ ହେଲେ ପୋଲାଣ୍ଡ କୁ ଜିତିବାକୁ ହେବ ବୋଲି ଜର୍ମାନୀ ବୁଝିଥିଲା ।

ପୋଲାଣ୍ଡ ଦେଶକୁ ରୁଷ ଆମେରିକା ବ୍ରିଟେନ ଜର୍ମାନୀ ଜାପାନୀ ଆଦି ଦେଶ ମାନଙ୍କର ସୈନ୍ୟ ଆସି ପହଞ୍ଚିଲେ ! ଖଣ୍ଡ ଯୁଦ୍ଧ ଲାଗିଗଲା !!

ଆ ମଧ୍ଯରେ
ପୋଲାଣ୍ଡର ସୈନିକ ମାନେ
୫୦୦ ସ୍ତ୍ରୀ ଏବଂ 200 ପିଲାଙ୍କୁ ଏକ ଜଳ ଜାହଜରେ ବସାଇ
ସମୁଦ୍ର ମଧ୍ଯକୁ ଛାଡିଦେଲେ ।

ସିପ୍ କୈପ୍ଟନକୁ କୁହାଯାଇଥିଲା
କୌଣସୀ ବି ଦେଶରେ ସେମାନଙ୍କୁ ଛାଡିଦେବାକୁ.....
ଭାଗ୍ୟ ଜୋର ଥିଲେ ପୁଣି ଦେଖା ହେବ ନହେଲେ ନାହିଁ.....

୫00 ସ୍ତ୍ରୀ ପିଲା ଶରଣାର୍ଥୀ ହୋଇ
ସମୁଦ୍ରଯାତ୍ରା କରି ଆସି ଇରାନ ର
ଇସ୍ଫହାନ ବନ୍ଦର ନିକଟବର୍ତ୍ତୀ ହେଲେ ।
ମାତ୍ର ସେଠାରେ ଶରଣ ମିଳିବା ତ ଦୂରର କଥା
ଓହ୍ଲେଇବା ମଧ୍ଯ ବାରଣ ଥିଲା ।

ସେସେଲ୍ସ ଏବଂ ଅଦନ ରେ ମଧ୍ଯ ଅନୁମତି ମିଳିଲା ନାହିଁ....

ସମୁଦ୍ରରେ ବୁଲିବୁଲି ଜାହଜଟି ଶେଷରେ ଗୁଜରାଟ ର ଜାମନଗର ତଟରେ ଆସି ପହଞ୍ଚିଲା ।

ଜାମ ନଗରର ତତ୍କାଳୀନ ରାଜା ଦିଗ୍ ବିଜୟ ସିଂହ ଯେତେବେଳେ ଜାହଜ ଲାଗିବା କଥା ଜାଣିଲେ
ସେହି ବିଦେଶୀ ଶରଣାର୍ଥୀଙ୍କୁ ସସମ୍ମାନେ
ଡକାଇ ଆଣି ନିଜ ରାଜମହଲରେ ରଖାଇଲେ ।

ବିଦେଶୀ ଶରଣାର୍ଥୀଙ୍କ ପିଲେ ଯେମିତି ଶିକ୍ଷିତ ହେବେ ସେଥିପାଇଁ
ନିକଟସ୍ଥ ବାଲିଚଢୀ ସୈନିକ ସ୍କୁଲରେ ବ୍ୟବସ୍ଥା କରାଗଲା ।
ପୋଲାଣ୍ଡର ଶରଣାର୍ଥୀ ଜାମନଗରରେ ପ୍ରାୟ ଆଠ ବର୍ଷ କାଳ ରହିଥିଲେ ।

ସେହି ଶରଣାର୍ଥୀଙ୍କ ପିଲା ମଧ୍ଯରୁ ଜଣେ ବାଳକ ଭବିଷ୍ଯତରେ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲା ।
ଆଜି ମଧ୍ଯ ପ୍ରତିବର୍ଷ
ସେହି ଶରଣାର୍ଥୀଙ୍କ ବଂଶଜ ବର୍ଷକୁ ଥରେ ଭାରତ ର ଜାମନଗରକୁ ଆସି ନିଜ ପୂର୍ବଜଙ୍କୁ ମନେପକାଅନ୍ତି ।

ପୋଲାଣ୍ଡ ର ରାଜଧାନୀ ଭର୍ସାୟ ରେ
ରାଜା ଦିଗବିଜୟ ସିଂହଙ୍କ ନାମରେ
ଚାରିଗୋଟି ସଡ଼କପଥ ର ନାମକରଣ କରାଯାଇଛି । ସେ ଦେଶର ଅନେକ ଯୋଜନାର ନାମ ମଧ୍ଯ ରାଜଙ୍କ ନାମରେ ନାମିତ.... ପ୍ରତିବର୍ଷ ଏଠାର ଖବରକାଗଜ ଗୁଡିକରେ ରାଜାଙ୍କ ବିଷୟରେ ଆର୍ଟିକଲ୍ ଛପିଥାଏ ।
କିନ୍ତୁ
ଦୁଃଖର କଥା ଭାରତରେ ବହୁତ କମ୍ ଲୋକ ଏକଥା ଜାଣିଛନ୍ତି ।

Saturday, December 3, 2016

କାନଶିରୀ

କାନଶିରୀ ଏକ ଜାତୀୟ ଘାସ । ଆଦ୍ର ମୃତ୍ତିକା ରେ ଏହି ଗଛଟି ପ୍ରାୟଃ 40 c.m ପର୍ଯ୍ୟନ୍ତ ବଢିପାରେ । ଏହି ଘାସଟି ମୂଳତଃ ଏସିଆ ଏବଂ ଆଫ୍ରିକାରେ ଜନ୍ମିଥାଏ ।

Comelina ଜାତୀୟ ଏହି ପାଦପଟିର ବଟାନିକାଲ ବୈଜ୍ଞାନିକ ନାମ କୋମେଲିନା ବେଁଘାଲେନିସ୍ ଏବଂ ସାଧାରଣ ଇଂରାଜୀରେ ବେଗଂଲ ଡେ ଫ୍ଲାବ୍ଵାର କୁହାଯାଏ ।

ମୁଖ୍ୟତ ବର୍ଷାଦିନେ ଜନ୍ମୁଥିବା ଏଇ ଘାସ ଲଟାଳିୟା ,ଗଣ୍ଠିରେ ଗଣ୍ଠିରେ ଚେର ହୁଏ । ପତ୍ର ଅଣ୍ଡାକାର,ପତ୍ରର ଡେମ୍ଫ ନଳପରି । ଫୁଲ ଛୋଟ ଏବଂ ନେଳିଆ ।

ଆଜକୁ କୋଡିଏ ତିରିଶି ବର୍ଷତଳେ ଗରୀବ ଓଡିଆଲୋକେ ଏହି ଘାସକୁ ଶାଗ କରି ଖାଉଥିଲେ ।

ଆଜିକାଲି ଆଧୁନିକ ସମାଜରେ ଏହାର ବ୍ୟବହାର କମିଯାଇଛି ।
ତେବେ
ଚୀନରେ ଏହି ଗଛର ଔଷଧୀୟ ବ୍ୟବହାର ସେଠାରେ ଖୁବ ଜନାଦୃତ ହୋଇଅଛି ।
ଆଜିକାଲି କେତେ ରକମର ଔଷଧ ବାହାରିଲାଣି କିନ୍ତୁ ଆଗେ ଯେବେ କାହାର ଆଖିରେ ଆଲୁଅ ବ୍ରଣ ଉଠୁଥିଲା ସେ ଏହି ଗଛର ରସକୁ ସେଇ ବ୍ରଣ ରେ ଲଗାଇ ଭଲ ହୋଇଯାଉଥିଲା ।

ଆଧୁନିକ ସମାଜରେ ଏହି ଘାସ ଜାତୀୟ ଗଛ ଟି କେବଳ ଅନାବାଦୀ ଭୂମିରେ ଅଲୋଡା ଜନ୍ମି ମରିଯାଏ !

Friday, December 2, 2016

ଭେଟନଈ - କୃଷ୍ଣସାରଙ୍କ ସ୍ବର୍ଗ

ଭେଟନଈ
ଆମ ଓଡିଶାର ଏମିତି ଏକ ଗାଆଁ ଯାହା ପାଲଟିଛି କୃଷ୍ଣସାର ମୃଗଙ୍କ ପାଇଁ ସ୍ବର୍ଗ.....

ଗଞ୍ଜାମ ଆସିକା ବ୍ଲକ୍ ରେ ଅଛି ଭେଟନଈ ଗ୍ରାମ ପଞ୍ଚାୟତ.....

ଗଡଜାତ ଶାସନ ସମୟରେ ଏଇ ଗାଆଁଟି ଘୁମୁସର ଗଡ଼ଜାତରେ ଥିଲା

କିମ୍ବଦନ୍ତୀ ଅଛି ଯେ ଥରେ
ଏ ଅଞ୍ଚଳରେ ଆଠଗଡ଼,ଧରାକୋଟ ଓ ଘୁମୁସର ରାଜ୍ୟ ମଧ୍ଧରେ ଭୀଷଣ ଯୁଦ୍ଧ ହେଉଥାଏ !
ହଜାର ହଜାର ସୈନିକ ମରୁଥାଅନ୍ତି ହେଲେ  ପଛଘୁଞ୍ଚା ଦେଉନଥାନ୍ତି ....."
ଶେଷରେ ତିନି ରାଜ୍ୟ ର ରାଜା ଏଇ ଗାଆଁ ପାଖ ନଦୀକୂଳେ ଭେଟ ହୋଇ ଯୁଦ୍ଧ ବିରତୀ ତଥା ଶାନ୍ତି ଘୋଷଣା କରିଥିବାରୁ ଗ୍ରାମର ନାମ ଭେଟନଈ ହୋଇଥିବା ବିଶ୍ବାସ କରାଯାଏ ।

ଭେଟନଈ ଗାଁ ର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି
କଙ୍କଣଦେବୀ ।

ଦେବୀଙ୍କ ମନ୍ଦିର ପାଖକୁ ଲାଗି ଅଛି ଏକ ବିଚିତ୍ର ବିଶାଳ (୫୫ ଫୁଟ ଉଚ୍ଚ) ପଥର ।
କୁହାଯାଏ ଆଗେ ଏଠି କେବଳ ଜଙ୍ଗଲ ଥିଲା ....ଏଇ ବାଟ ଦେଇ ଯାଉଥିବା ଲୋକେ ଏଠି କୌଣସୀ ନାରୀ ର କଙ୍କଣ ଶବ୍ଦ ଶୁଣିବାକୁ ପାଉଥିଲେ ।
ଧୀରେ ଧୀରେ ଲୋକ ବିଶ୍ବାସ ଜନ୍ମ ହେଲାରୁ ଏଠାରେ କଙ୍କଣଦେବୀଙ୍କ ପୂଜା ଆରମ୍ଭ ହୋଇଥିଲା ।

ମନୁସ୍ମୃତି ଅନୁସାରେ ଚିତ୍ରୋତ୍ପଳା ଠାରୁ ଗୋଦାବରୀ ମଧ୍ୟସ୍ଥ ଅଞ୍ଚଳ ଯଜ୍ଞକ୍ଷେତ୍ର ।
ଏଇ ଅଞ୍ଚଳରେ କୃଷ୍ଣସାର ଥିବାକଥା ପ୍ରାଚୀନ ଗ୍ରନ୍ଥ ଗୁଡିକରେ କୁହାଯାଇଅଛି ।

ଭେଟନଈ ଏବଂ ସିଦ୍ଧନଈ ଆଦି ଗାଆଁ ଗୁଡିକରେ ବିନା ସରକାରୀ ସମାୟତାରେ କୃଷ୍ଣସାର ସଂରକ୍ଷଣ କରି ଏ ଅଞ୍ଚଳର ଲୋକେ ସେମାନଙ୍କ ମହନୀୟତା ର ପରିଚୟ ଦେଇଛନ୍ତି ।

ରାଜସ୍ଥାନ ଭଳି ଭେଟନଈ ଗାଆଁ ଲୋକେ କୃଷ୍ଣସାର ମୃଗଙ୍କ ପାଇଁ ସମ୍ବେଦନଶୀଳ .....

ଏମିତିକି ଥରେ ଦଶପଲ୍ଲା ରାଜା ମୃଗଶିକାର କରୁଥିବାର ଧରା ପଡିଲାରୁ ଗାଆଁଲୋକେ ରାଜାଙ୍କୁ ଲଣ୍ଡାକରି ଗାଆଁ ଯାକ ବୁଲାଇଥିବା ପ୍ରବାଦ ଅଛି ।

ଏଇ ମାଟିରେ ଜନ୍ମ ହୋଇଥିଲେ
ମଦନ ମୋହନ ପଟ୍ଟନାୟକ
ଉଦୟ ଚରଣ ପଣ୍ଡା
ବାଞ୍ଛାନିଧୀ ବେହେରା
ବାବାରାଓ ଦୋରା ଭଳି ସ୍ବାଧିନତା ସଂଗ୍ରାମୀ.....

ଇଟିଭି ଓଡିଆ
ଛୋଟ ମୋର ଗାଆଁ ଟି
କାର୍ଯ୍ୟକ୍ରମ ରେ ଗତ ରବିବାର ଭେଟନଈ ଗ୍ରାମ ବିଷୟରେ ଏ ସବୁ ଜାଣି ଗର୍ବ ଅନୁଭବ ହେବା ସହ ଗାଆଁ କୁ ଏ ଯାଏଁ କୌଣସୀ ସରକାରୀ ସାହାଯ୍ୟ ନ ଦିଆଯିବା ଟା ବାଧିଥିଲା .....

ଏଇ ଗାଆଁକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯିବା ସହ ଜଳସେଚନର ସୁବିଧା କରାଗଲେ ଲୋକେ ଉପକୃତ ହେବେ ଏବଂ ରାଜ୍ୟର ପର୍ଯ୍ୟଟନ ବିଭାଗକୁ ଆଉ ଏକ ଟ୍ୟୁରିସ୍ଟ ସ୍ପଟ ମିଳିଯିବ ।

Saturday, November 12, 2016

ଅଳପ

ଅଳପ ପାଇଛୁ ହାତ ପାପୁଲୀରେ
ଅନେକ ରହିଛି ବାକୀ
ଏବେ ଠାରୁ ଯଦି ମନରେ ଗରବ
କାଲି ଯିବୁ ନିଶ୍ଚେଁ ଠକି

ଠକିଦେବେ ତୋତେ ପ୍ରଭୂ ଜନାର୍ଦନ
ଟାଣି ଟାଣି ନେବ ଯମ
କିନ୍ତୁ ଭାଙ୍ଗେନା ମୋହମାୟାର
ପ୍ରାଚୀର
ମନେ ଭରିଅଛୁ ଭ୍ରମ

ଅଳପ ଦେଖିଛୁ
ସଂସାର ପଥରେ
ବଡାଇ କରୁଛୁ କେତେ
ଦେଖିଛୁ କି ଧନ ଶ୍ରୀହରୀବଦନ
କିଁପାଇ ଗରବ ଏତେ

ଅଳପ ଜାଣିଛୁ ଜ୍ଞାନର ସାଗରୁଁ
ସମୁଦ୍ର କୁ ଶଙ୍ଖେ ସମ
ନକର ନକର ଅହଂ ରେ
ତୁଚ୍ଛାକୁ ପାଗଳା ମନ

ଅଳପ କାଳର ଜୀବନ ତୋହର
ନଶ୍ବର ମରଣଶୀଳ
ସ୍ବଳ୍ପକାଳକୁ ଗଳ୍ପରେ
ନସାରି
ଇଶ୍ବର ଶ୍ମରଣ କର ............

Thursday, November 10, 2016

ଲେଖନୀ

ଅନ୍ଧକାର ଗୃହେ
ଆଲୋକ ଲିଭାଇ
ଦିନେ ନୟନେ
କଳାକନା ବାନ୍ଧି
ବସିଲି ମୁଁ ଯେବେ
କବିତା ଲେଖି......

ଭାବହୀନ ମନ
ସିଥୀଳ ସର୍ବାଙ୍ଗ
ପେଟ ର ଭୋକ
ସ୍ବଭାଷା ବିତୃଷ୍ଣା
ଆସିଲେ ସରବେ
ମୋ ବାଟ ଓଗାଳୀ

ନଲେଖୀ କବିତା
ମାତୃଭାଷାରେ
ଲେଖୁଛି ସେବେଠୁ
ଅନ୍ୟ ଭାଷାରେ
ମନରେ
ମୁଁ ବଡ଼ ହତଭାଗ୍ୟଟି

ମୋ ଲେଖନୀ
ହେଲାଣୀ
ପର ର ଚାକର
ନିଜ ମାତା ପାଇଁ
ବେଳ ନାହିଁ ମୋର
ମୋ ପରି ସ୍ବାର୍ଥୀ
ଆଉ ଅଛି କେହି କି ?

ନିଜ ଭାଷା ନିଜ ଜାତୀ
ତ୍ୟାଗକରି
ଯେ ଗଲା
ସେ ହେଲା
ବିନାଶ ପଥେ ଯାତ୍ରୀ

ମୁଁ ମୋ ବିନାଶ
ମୋ ହାତେ କରିବି
ତୁ କିମ୍ପା ଦୌଡୁଛୁ
ମୋ ପଛେ ରେ ଭାଇ ?
କର କର
ଉଚ୍ଚ ନିଜ ମାତୃଭାଷା ତୁ
ଲେଖ ଶତ କାବ୍ୟ ଗ୍ରନ୍ଥ
ତୋ କର୍ମ ମାନ ଆଉ
କେ କରିବ କାହିଁ !!!!!!!!


Wednesday, November 9, 2016

ଓଟ ଦେବତା

ନାଗେନା ଗ୍ରାମ ଢେଙ୍କାନାଳ ର ଏକ ପୁରାତନ ଐତିହାସିକ ଗାଆଁ । ଏଠାରେ ନାଗନାଥେଶ୍ବରଙ୍କ ପ୍ରସିଦ୍ଧ ମନ୍ଦିର ଅଛି ।
ଏଇ ଗାଁ କୁ ଲାଗି ଆଉ କେତୁଟା ଗାଆଁ ଅଛି ।
ଶଙ୍କରପୁର ଭୀଁପୁର ଆଦି ।
ଶଙ୍କରପୁର ତଥା ଭୀଁପୁର ଗାଆଁରୁ ଦୁଇ ଜଣ କନ୍ୟା ଲିପି , ସୁମି ଙ୍କର ନାଗେନା ଗାଆଁ ରେ ଏକ ପରିବାରରେ ବିବାହ ହୋଇଥାଏ ।

ଏବେ
ଥରେ ନାଗେନା ଗାଆଁକୁ ଓଟ ସହ ତାର ମାଲିକ ଜଣେ କୌଣସି କାର୍ଯ୍ୟବସତଃ ଆସିଥାଏ ।
ଲିପି ନାନୀଙ୍କ ଟୁଲୁ ନାଆଁରେ ଜଣେ ଦିଅର ଟିକେ କୌତୁକପ୍ରିୟ । ଦୂରରୁ
ଓଟ ଆସୁଥିବା ଦେଖୀ ଭାଉଜକୁ ଟାକ ଛାଡିଲା ,,,,,,,,,,,
ଭାଉଜ !!!! ଭାଉଜ ଗୋ......
ଆସ ହେ ଆସ ଦେଖିବ ଆମ ଗାଆଁକୁ ଓଟ ଦେବତା ଆସିଛନ୍ତି.......
ହେଇଟି ବଲବଲକରି ଖାଲି ଚାହିଁବନାହିଁ ଟି
ମୁଣ୍ଡିଆ ମାରିବ ହଁ.......ବଡ ଚମତ୍କାରୀ ପବିତ୍ର ଜୀବ ଯେ.......
ମରୁଭୂମି ରେ ବିନା ପାଣିରେ ବଞ୍ଚିପାରନ୍ତି ଏଇ ସେ ଓଟ ଦେବ ।

ସେଇ ନୂଆ ବୋହୂ ଦ୍ବୟ ଏକେ ତ କମ ପଢା ଶିକ୍ଷିତ ଏଣେ ନିପଟ ମଫସଲ ଅଞ୍ଚଳରେ ରହୁଥିବାରୁ କେବେ ଓଟ ଦେଖୀ ନଥିଲେ କି ଠିକ ସେ ଜଣିନଥିଲେ ।
ଦିଅର କଥା କୁ ବିଶ୍ବାସ କରି ଦାଣ୍ଡ କୁ ଓଟ ଦେବତା ଦର୍ଶନାର୍ଥେ ଗଲା ବେଳକୁ ଓଟ ତାଙ୍କ ହତା ପାର ହୋଇ ଖଣ୍ଡେ ଦୂର ଆଗେଇ ଗଲାଣି

ସେଇଠୁ ଦିଅର ଟୋକା ଟୁଲୁଙ୍କୁ ପଚାରାଗଲା
କିହୋ ଏବେ କଣ ଅରାଯିବ ଯେ ?????

ସେଇଠୁ
ଟୁଲୁ କପଟ ହସ ହସି କହିଲା
ଯାଅନ୍ତୁ ବା
ତମେ ଏଇଠୁ ମୁଣ୍ଡିଆ ଗୋଟାଏ ଗୋଟାଏ ମାରି
ସେ ଯୋଉ ଓଟ ଖତ ଦାଣ୍ଡରେ ପଡିଛି ଟିକେ ଟିକେ ମୁଣ୍ଡରେ ଲଗାଇ ପକେଇବ ।
😂😂😂😂😂😂😂😂😂

ରାତିକୁ ଏ କଥା ଭେଣୋଇଙ୍କୁ କହି ଲିପିନାନୀ ବହେ ଗାଳୀ ମନ୍ଦ ଖାଇଲା
ଲିପିନାନୀ ଛାଡିବା ଜନ୍ତୁ ନୁହେଁ

ସକାଳକୁ ତେଣୁ ଟୁଲୁ ଭାଇଙ୍କ ଚା ପାଣି ଟା ଲୁଣିଆ ହେଲା

😎😎😎😎😎😎

Tuesday, November 8, 2016

ଶମ୍ଭୁମାଆ

ଏକବିଂଶ ଶତାବ୍ଦୀରେ ଅନ୍ଧବିଶ୍ବାସ ପ୍ରତି ଆଧୁନିକ ଯୁବ ସମାଜ କେତେ ସଚେତନ ଏଇ ଘଟଣାଟି
ଶୁଣିଲେ ହୃଦୟଙ୍ଗମ କରିପାରିବେ

ସମ୍ଭୁ ଆମ ଗାଆଁ ର ଜଣେ ନବଯୁବକ
କନ୍ୟା ରସିକ
ମତ୍ତ ମଦ୍ୟ ରସିକ

ଦି ତିନୋଟି ଅବଗୂଣକୁ ଛାଡିଦେଲେ
ତା ଠେଇଁ ଶହେ ଭଲଗୁଣ ଇଶ୍ବର କୁଢେଇ ଦେଇଛନ୍ତି ।

ଆଜିକାଲିକା ଯୁଗରେ ଉଚ୍ଚକୂଳ ଗୋତ୍ରରେ ଜନ୍ମ ନେବାଟା
ଯେମିତି ଅଭିଶାପ ହୋଇଗଲାଣି ନା ସରକାରୀ ଚାକିରୀ ମିଳୁଛି ନା ଅନ୍ୟ ଫାଇଦା ।
ପୁଣି ତହିଁରେ ଖଣ୍ଡାଏତ କୂଳ ସାହୁ ଉପନାମଧାରୀ ! ଥୋକେ ଲୋକ ପୁରା ନାମ ଟା ଶୁଣି ତୁମକୁ ତେଲୀ ଜ୍ଞାନ କରିବେ ଆଉ ଅଧେ ଲୋକ କିଛି ଠାଉରାଇ ନପାରି ତୁମକୁ ଛୋଟ ମଣିବେ । ସମ୍ଭୁ ଓରଫ ଶମ୍ଭୁ ଶରଣ ସାହୁ ର ଏଥିପାଇଁ ସମାଜ ଉପରେ ବଡ ରାଗ ।
ତେବେ ତା'ର ଟାରଜନ ଭଳି ବଳବପୁ ରେ ଏକ ମାତ୍ର ଦାଗ ତା କଜଳପାତିଆ

ରଙ୍ଗ ଯୋଗୁଁ ତାକୁ କେହି ପସନ୍ଦ କରନ୍ତି ନାହିଁ ।

ଏମିତିରେ ତାକୁ ଗାଆଁ ର ଏଣେ ଗୋରୀ କନିଆଁ କୁ ଦେଖୀ ଦେଖୀ one side love  ହୋଇଗଲା । ବିଚରା ତିନି ପାଞ୍ଜୀରୁ ଗଲା !
ଆଉ କାମ ଦାମ କରିବାକୁ ଇଛା ହେଉନଥାଏ ।

ଝିଅ କଲେଜ ପାଠ ସାରି ଚାକିରୀ କରିଲାରୁ ଶମ୍ଭୁ ମନ ପାଣିଚିଆ ହୋଇଗଲା ।
ଆଉ ଖାଦ୍ୟ ରୁଚୁନଥାଏ
ଶମ୍ଭୁମାଆ ତା ପୁଅ ଅବସ୍ଥା ଦେଖୀ ଜାଣିଗଲା
ଇଏ ପ୍ରେମରୋଗ ।
ପୁଅଠୁଁ ସବୁ ବୁଝି ତାକୁ ବୁଝେଇ ବୁଝେଇ ରହିଲା
ସତେ କଣ କେବେ ବାମନ, ଚନ୍ଦ୍ର ଧରିବ ?

ତେବେ

ଚେଷ୍ଟାଟିଏ କଲେ କ୍ଷତି କଣ ?

ଶମ୍ଭୁ ମାଆ ଯାଇ ଗ୍ରାମ ମହାମାୟୀ
ଠାକୁରାଣୀ ଙ୍କ ପୀଠରେ ଦୁଃଖ ଜଣାଇଲା । କିଛି
କୁକୁଡା,ନାଲିପାଣି ଏବଂ ହାତଖରଚ ବନ୍ଦୋବସ୍ତ କରିଦେଲାରୁ
ଠାକୁରାଣୀ ମାନବ ଦେହରେ ପ୍ରତ୍ୟକ୍ଷ ହୋଇ ଆଦେଶ ଦେଲେ !
ହଇଲୋ ଆମ ଆଦେଶ .........ଅମକେଇ ଝିଅ ସମକେଇ ପୁଅ କୁ ବାହା ହେଉ ସୁଖୀ ହେବ
ନଚେତ ତା'ର ବିଧବା ଯୋଗ ପୁଅର ମରଣଯୋଗ..........

ମହାମାୟୀ ପୀଠରେ ଘଡିଏ କୁମ୍ଭୀର କାନ୍ଦଣା
ମିଛ ମୁଣ୍ଡ ପିଟାପିଟି ପରେ

ଶମ୍ଭୁମାଆ ତା ପୁଅର one side ପ୍ରେମିକା ପାଖକୁ ତା'ର ଜଣେ ସମ୍ପର୍କୀୟା ଭଉଣୀକୁ କହି ପଠାଇଲା

ସେ ଝିଅ ଯେମିତି ଶୁଣିଛି
ହସି ହସି ଗଡିଗଲା
😂😂😂😂😂😂😂

କିହୋ ଯା ହେଲେ ବି ପଢା ଶିକ୍ଷିତ

  ଝିଅ ସେ 

ତୁମେ ପୁଣି ତାକୁ ଫାଙ୍କିବ ?

ଝିଅର ରୋକଠୋକ ଜବାବ

ମଦୁଆ କାଳିଆ ବେକାର ବର ଲୋଡା ନାହିଁ
ଦେବୀଙ୍କ କୃପାରୁ ମୋ ପତି ଆର୍ମୀ ଅଫିସର ହେଉ । ସିଏ ସହୀଦ ହୋଇ ଗଲେ ବି ମୁଁ ବାକୀ ଜୀବନ ସ୍ବାଭିମାନ ସମ୍ମାନ ,ସରକାରୀ ପେନସନ ପାଇ କଟାଇ ଦେବି ।

ତେବେ
ଏତକ କଥା ଶୁଣି ମଧ୍ଧ ପୁଅମାଆ ନିରାଶ ହୋଇନାହିଁ
ଯେ...........😉😉😉😉😉

ତଥାପି ଚୈଷ୍ଟା ଚଳାଇଛି । ଦେଖାଯାଉ ବିଧାତା ର ବିଧାନ କଣ କୋଉ ପାଣି କୁଆଡେ ଯାଉଛି






Wednesday, November 2, 2016

ସେଇ କ୍ଷଣେ

ସେଇ କ୍ଷଣେ ଜାଣିପାରେ
ତୁମ ପ୍ରେମ କେତେ ଗଭୀର
ପ୍ରିୟତମ !

ଯେଉଁ କ୍ଷଣେ ଆମ ପ୍ରୀତି ଶ୍ରୀଖରେ
ଶରୀର ସାହାଯ୍ୟେ
ହୁଅଇ ଆତ୍ମା ର ମିଳନ

ଆଲୋଡିତ ମନ ହୁଏ
ଓଷ୍ଠ ଆମ କମ୍ପୁ ଥାଏ

ଯେବେ ତୁମେ ବନ୍ଧନ କାଟି ଅନ୍ତ କର ମିଳନ...
ଯେବେ ବାହୁ ଯୁଗଳେ କର ଅକ୍ତିଆର ମୋ ତନ,,

ଯେବେ ଚୁମ୍ବନେ ଆଦ୍ର କର ମଥା...
ଦେଖ ଯେବେ ମୋ ନୟନେ
ପ୍ରୀତିରସେ ବୁଡି

ଯେବେ ବଢିଯାଏ ସେହି ପ୍ରେମ ସେହି ସମ୍ମାନ
ମୋ ପାଇଁ ତୁମ ମନେ ତୁମ ତନେ
ଚାକ୍ଷୁସେ ଯୌବନ ବନେ

ତେବେ ହଁ ତେବେ ହୁଏ ମୁଁ ଆଶ୍ବସ୍ତ
କି ପିରତୀ କରି କରିନାହିଁ ଭୂଲ ଟିଏ...

ତୁମେ ନୁହଁ କେବଳ ଅଙ୍ଗ ରୂପ ରସିକ
ତୁମେ ଶୋଇ ଯାଅନା ଉଚ୍ଚତାରୁ
ପଡି ତଳେ କେଭେ........

ତୁମେ ସେ ନୁହଁ ଯା ପାଇଁ
ପ୍ରେମ ବିକ୍ରି ହୁଏ
ବଳାତ୍କାରେ ବୈଶ୍ୟାଳୟେ

ତୁମେ ସେ ନୁହଁ ଯାକୁ ଡରୁଥିଲା ମୋ ମନ...
ତୁମେ ସିଏ ଯିଏ ଜାଣେ ପ୍ରେମର ମହତ୍ବ
ଯାହାକୁ ଜଣା ହୃଦ କୁ ସମ୍ମାନ ଦେବା

ତୁମେ ସେ
ଯା ପାଇଁ ମୁଁ ମାତ୍ର ଖେଳନା ନୁହଁ !

ତୁମେ
ହଁ ତୁମେ ପ୍ରିୟ
ମୋର ସଚ୍ଚା ପ୍ରେମ
ମୋ ମନ ର ପ୍ରାଣ

ମୂଳ ରଚ଼ନା
धीरज झा...

Tuesday, November 1, 2016

କୌଣସୀ ସହର, ସହର ନ ଥାଏ..........

କୌଣସୀ ସହର, ସହର ନଥାଏ
ନଥାଏ କୌଣସୀ ଗାଆଁ .......

ଥାଏ କେବଳ ସ୍ମୃତି
ସେଇ ସମୟ ଯାହା
ଆମେ ସେଠାରେ ବିତାଇ ଥାଅନ୍ତି

ସେଇ ଲୋକ ମାନଙ୍କର ସ୍ମୃତି
ଯେଉଁମାନେ ଆମକୁ
ଅବା ଆମେ ସେମାନଙ୍କୁ ଭୂଲିଯାଅନ୍ତି

ଏମିତିବି ହୁଏ କେଭେ ନଯାଇ ସେ ସହର ଟା
ବି ବଡ ଭଲ ଲାଗେ

ରହୁଥାନ୍ତି ଯେହେତୁ
କେହି ହୃଦୟର ପ୍ରାଣ ପ୍ରିୟ

ସେମିତିଆ ସହର ର ନାମ ନେଲା ମାତ୍ରେ
ଓଷ୍ଠେ ହସ ଫୁଟେ
ପୁଣି କୌଣସୀ ସହରକୁ ଖୁବ ଘୃଣା କରୁଁ ମନେ

କି ଯଦି କେବେ ପାର ହେବାକୁ ସହର ଟା
ଥାଏ ଗନ୍ତବ୍ୟ ସ୍ଥଳ ମଧ୍ୟରେ
ନିଦ୍ରା ନ ଥାଇ ବି ଚକ୍ଷୁ ବନ୍ଦ କରୁଁ କାହିଁକି
ଦ୍ବିଧା ରେ

କାହିଁକିନା ସେଠି ଦେଇଥିଲା କେହି ଧୋକା
ପାଇଥିଲା ଆଘାତ ଆମ ହୃଦୟଟା କେବେ

ବର୍ଷ ବର୍ଷ ସେଠି ରହି ମଧ୍ଧ
ବେଳେ ବେଳେ
ସହରଟାକୁ ଠିକ ସେ ଜାଣିନଥାନ୍ତି ଆମେ
ଯେଣୁ ପାଇନଥିଲେ
କି ହଜାଇନଥିଲେ କିଛି ବି ତହିଁ ଆମେ

ମୁଁ କହୁଥିଲି ନା !
ସହର ମହର ନଥାଏ ,
ଥାଏ କେବଳ ସ୍ମୃତି

...........
धीरज झा जी कि कविता

"शहर शहर नही होता होती हैं तो बस यादें..."
. का #Odia भावानुवाद

ବରଷା

ଅଦିନିଆ ବର୍ଷା ଇଏ ମନେ ବରଷିଲା
ଅଜଣାରେ ମନକୁ ମୋ କିଏ ଚୋରୀ କଲା

ଆଶାଢର ବରଷାରେ ଭିଜିଗଲା ସବୁ
ଅମାନିଆ ମନକୁ ମୋ କଲା କିଏ କାବୁ

ଅକୁହା ସେ କଥା ସବୁ କହିଯାଏ ମନ
ଶୁଣନ୍ତା କି କେହୁ ଅବା ମୋର ପ୍ରିୟଜନ

ଅନାଥ ମୋ ମନଥିଲା
ପ୍ରେମର ସଂସାରେ
ଅମାପ ସେ ପ୍ରୀତିଦେଲା
କ୍ଷଣକ ମଧ୍ଧରେ

ଅତିଥୀ
ସେ ଥିଲା ମୋର
ହୃଦୟ ସହରେ

ଆଜି ଦେଖ ଅଧିକାରୀ
ମନ ଅନ୍ତଃପୁରେ

ଆଉ କେବେ ବରଷିବ
ମନରେ ବରଷା

ଅତୀତକୁ ଚିନ୍ତାକରେ
ମନ ମୋ ସହସା

ସ୍ବାଭିମାନୀ ମନ ମୋର ଅଭିମାନ କରେ
ଅସମୟେ ଚାଲିଗଲ ଚାହିଁଲନି ଥରେ

ଆକାଶ ମନର ମୋର
ଆଜି ଖାଲି ମୋ ପଡିଛି

ଆସ ଥରେ ପ୍ରିୟ ତୁମେ
ଲୋଡା ନାହିଁ କିଛି

ଆଶା ଥିଲା ବରଷିବ
ଆଜୀବନ ତୁମେ
ଅବିବେକୀ ହେଲ
ପ୍ରିୟ ଛାଡିଗଲ ତୁମେ

ତେଣୁ କବି ବୋଲେ ଏ ସଂସାର

ସାହିତ୍ୟ ର ସୁରମ୍ୟ ଅରଣ୍ୟେ
ଫୁଟିଲା ଏ କଳିକା ଗୋପନେ

ସୁଗନ୍ଧ ତା ପ୍ରସାରିତ ହେଲା
ଜନମନ ପ୍ରସନ୍ନ କରିଲା

କ୍ରମେ ଲୋକେ ହୋଇଲେ ଉନ୍ମତ୍ତ
ଦେଲେ ସିଏ ଭିନ୍ନ ଏକ ମତ

ମତି ମତ ଗ୍ରହଣ କରିଲା
ମନେ ମନ ଏକାକାର ହେଲା

ତାର ଗାନ ଗାଇଲେ ସକଳେ
ବଢାଇଲେ କଳେବର ଦିନୁଁଦିନ ତାରେ

ନାମ ଦେଲେ କବିତା ତାହାର
କରିପାରେ ହୃଦୟେଁ ପ୍ରହାର

ଆଜି ପୁଣି ଦ୍ରୁମଟିଏ ହୋଇ
ଜନ ମନ ନେଇଯାଏ ମୋହି

ରୂପ ତାର ଅନେକ ସଂସାରେ
କେ କୋରାନ କେ ଗୀତା କହେ

ମନେ ଯେବେ ପବିତ୍ରତା ଥିବ
ନିଶ୍ଚେ ଦିନେ କବିଟିଏ ହେବ

ଗାଇ ତାର ଅମର ଏ ଗାଥା
ମନୁଁ ମୋର ଚାଲିଯାଏ ବ୍ୟଥା

ଦିଵାନା ମୁଁ ପ୍ରେମରେ ତାହାର
ତେଣୁ କବି ବୋଲେ ଏ ସଂସାର.........