Saturday, December 3, 2016

କାନଶିରୀ

କାନଶିରୀ ଏକ ଜାତୀୟ ଘାସ । ଆଦ୍ର ମୃତ୍ତିକା ରେ ଏହି ଗଛଟି ପ୍ରାୟଃ 40 c.m ପର୍ଯ୍ୟନ୍ତ ବଢିପାରେ । ଏହି ଘାସଟି ମୂଳତଃ ଏସିଆ ଏବଂ ଆଫ୍ରିକାରେ ଜନ୍ମିଥାଏ ।

Comelina ଜାତୀୟ ଏହି ପାଦପଟିର ବଟାନିକାଲ ବୈଜ୍ଞାନିକ ନାମ କୋମେଲିନା ବେଁଘାଲେନିସ୍ ଏବଂ ସାଧାରଣ ଇଂରାଜୀରେ ବେଗଂଲ ଡେ ଫ୍ଲାବ୍ଵାର କୁହାଯାଏ ।

ମୁଖ୍ୟତ ବର୍ଷାଦିନେ ଜନ୍ମୁଥିବା ଏଇ ଘାସ ଲଟାଳିୟା ,ଗଣ୍ଠିରେ ଗଣ୍ଠିରେ ଚେର ହୁଏ । ପତ୍ର ଅଣ୍ଡାକାର,ପତ୍ରର ଡେମ୍ଫ ନଳପରି । ଫୁଲ ଛୋଟ ଏବଂ ନେଳିଆ ।

ଆଜକୁ କୋଡିଏ ତିରିଶି ବର୍ଷତଳେ ଗରୀବ ଓଡିଆଲୋକେ ଏହି ଘାସକୁ ଶାଗ କରି ଖାଉଥିଲେ ।

ଆଜିକାଲି ଆଧୁନିକ ସମାଜରେ ଏହାର ବ୍ୟବହାର କମିଯାଇଛି ।
ତେବେ
ଚୀନରେ ଏହି ଗଛର ଔଷଧୀୟ ବ୍ୟବହାର ସେଠାରେ ଖୁବ ଜନାଦୃତ ହୋଇଅଛି ।
ଆଜିକାଲି କେତେ ରକମର ଔଷଧ ବାହାରିଲାଣି କିନ୍ତୁ ଆଗେ ଯେବେ କାହାର ଆଖିରେ ଆଲୁଅ ବ୍ରଣ ଉଠୁଥିଲା ସେ ଏହି ଗଛର ରସକୁ ସେଇ ବ୍ରଣ ରେ ଲଗାଇ ଭଲ ହୋଇଯାଉଥିଲା ।

ଆଧୁନିକ ସମାଜରେ ଏହି ଘାସ ଜାତୀୟ ଗଛ ଟି କେବଳ ଅନାବାଦୀ ଭୂମିରେ ଅଲୋଡା ଜନ୍ମି ମରିଯାଏ !

No comments:

Post a Comment

ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ଆଇସି ୪୧୦ର ଅପହରଣ କେମିତି ହୋଇଥିଲା ?

୧୯୭୮ ମସିହା ଡିସେମ୍ଵର ୨୦ ତାରିଖ। ଭାରତରେ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା। କେନ୍ଦ୍ରରେ ମୋରାରଜୀ ଦେସାଇଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାର କ୍ଷମତା...