Monday, August 7, 2017

|||||ସୂର୍ଯ୍ୟ ପ୍ରତି ଦୀପ|||||||||

ଭାସ୍କର ନାମକୁ ସୂର୍ଯ୍ୟ କରୁଛ ସଫଳ
ଆଲୋକିତ କରି ଚର ଅଚର ସକଳ
ମୋର ପ୍ରତି ପ୍ରତିକୂଳ ହେଲ କି କାରଣ,
ଯା' ଥିଲା ପ୍ରଭାଟିକ ତା କଲ ହରଣ ।
ତୁମ୍ଭ ରିପୁ ତମ ତାକୁ ନାଶ ଏ ସଂସାରେ,
ମୁହିଁ ତମ ନାଶିଥାଏଁ ଶକ୍ତି ଅନୁସାରେ  ।
ଉଚିତ ଅଟଇ ମୋହଠାରେ ତୁମ୍ଭ ତୋଷ,
କିନ୍ତୁ ମୋ ଆଲୋକ ନାଶ ଦେଖି କେଉଁ ତୋଷ ?
ଅନ୍ଧକାର ସଙ୍ଗେ କଲ ମୋ ଆଲୋକ ଗଣ୍ଯ,
ଧନ୍ୟ ପ୍ରଭାକର ତୁମ୍ଭ ମିତ୍ର ନାମ ଧନ୍ୟ !
*ନୟନ-ଦେବତା ତୁମ୍ଭ ଏ କି ଚମତ୍କାର​,
ନପାରିଲି ବାରି ନିଜେ ଆଲୋକ ଅନ୍ଧାର ।
ଏହି ସ୍ଵଭାବରୁ ତୁମ୍ଭେ ହେଲେ ଯେତେ ବଡ଼
ଚିହ୍ନା ପଡି଼ଗଲ ସିନା ଦେବ ନୁହେଁ ଜଡ଼ ।

@ସ୍ୱଭାବ କବି ଗଙ୍ଗାଧର ମେହେର

:::::::: ମଧୁମୟ---ଗଙ୍ଗାଧର ମେହେର::::::

ବିଶ୍ବ ଦେଖ ମଧୁମୟରେ ଜୀବନ
ବିଶ୍ବ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟରେ ଜୀବନ (ଘୋଷା)
ଜନନୀର ସ୍ନେହ ଜାୟାର ପ୍ରଣୟ
ବୁଧ ବନ୍ଧୁ ସଦାଳାପ,
ଜନକ ଆଦର ଏକ ଏକ ଝର
ତଡ଼ି ଦେଉଛନ୍ତି ତାପ ରେ ଜୀବନ ।
ନବ ନବ କର୍ମ ନବ ନବ ମର୍ମ
ନବ ନବ ଜ୍ଞାନ ପଥ,
ନବୀନ ଆଲୋକେ ଦେଖାନ୍ତି ଏ ଲୋକେ
ମଧୁ ଝର ଶତ ଶତ ରେ ଜୀବନ ।
ମଧୁମୟ ବନେ ମଧୁମୟ ସ୍ବନେ
ଗାଇ ମଧୁମୟ ଗୀତି,
ବିହଙ୍ଗମଗଣ ପୂରାନ୍ତି ଶ୍ରବଣ
ମଧ ଢାଳି ନିତି ନିତି ରେ ଜୀବନ ।
ଦିନେ ଦିନପତି ରାତ୍ରେ ଋଷତତି
ସହିତ କୁମୁଦ ବନ୍ଧୁ,
ବିଚରି ଗଗନେ ଅଖିଳ ଭୂବନେ
ବିତରନ୍ତି ଜ୍ୟୋତି ମଧୁ ରେ ଜୀବନ ।
ମହୀ ମହୀଧରେ ସରିତ ସାଗରେ
ସରେ ବନେ ଉପବନେ,
ଦେଖ ଫୁଲକୁଳ ପଲ୍ଲବ କଲ୍ଲୋଳ
ମଧୁ ମାଖିଛନ୍ତି ଘନ ରେ ଜୀବନ ।
ବିଶ୍ଵନାଥଙ୍କର କରୁଣାକନ୍ଦର
ମଧୁ ଝର ଜନ୍ମସ୍ଥଳ,
ଚାହିଁ ଝର ପ୍ରତି ଉଚ୍ଚେ କଲେ ଗତି
ପାଇବୁ କରୁଣା ବଳ ରେ ଜୀବନ  ।
ହେଲେହେ ତୁ ସାନ କରୁଣା ନିଧାନ
ରାଜ୍ୟରେ କରିଛୁ ବାସ,
ବଢାଇଲେ କର ତାଙ୍କ ଶ୍ରୀପୟର
ଲଭେ ନ ହେବୁ ନିରାଶ ରେ ଜୀବନ ।
ସର୍ପଦଷ୍ଟ ଜନ ମୁଖରେ ଲବଣ
ଦେଲେ ବୋଲି ଥାଏ ମାଟି,
ଜ୍ଞାନଭ୍ରଷ୍ଟେ ମଧୁ ନ ଲାଗିଲେ ସ୍ବାଦୁ
ଜ୍ଞାନଗଦ ପିଅ ବାଟି ରେ ଜୀବନ ।।।।।

@ସ୍ବଭାବ   କବି ଗଙ୍ଗାଧର ମେହେର

:::::::::::::::::ନର ଓ ମୟୂର::::::::::::::::::::::::: -------ସ୍ବଭାବକବି ଗଙ୍ଗାଧର ମେହେର-----------

ହସ୍ତୀର ଉପରେ ବସିଥିଲେ ନରବର
ଚିତ୍ରମୟ ପରିଚ୍ଛଦେ ମଣ୍ଡି କଳେବର ।
ଶିଖରୀ ଶିଖରେ ରହି ଶିଖୀ ତାହା ଚାହିଁ ।
ସହି ନ ପାରିଲା ତାଙ୍କ କୃତ୍ରିମ ବଡା଼ଇ ।
କେକାରବେ ଡାକ ଦେଲା ବିସ୍ତାରୀ ସ୍ବପୁଚ୍ଛ ।
ନୁହ ନୃପ ମୋ ସମାନ ରମ୍ଯ ଅବା ଉଚ୍ଚ ।
ଦେଖ ମୋତେ,ମୋହଠାରୁ ଅଟକେଡେ ଖର୍ବ,
କି ଘେନି ନିଜକୁ ଉଚ୍ଚ ମଣି କର ଗର୍ବ ?
ମୋର ପୁଚ୍ଛ ସଙ୍ଗେ ଯଦି କରିବି ତୁଳନା,
ନିଶ୍ଚୟ ମଣିବ ନିଜ ବେଶକୁ ଅଲଣା ,
ତୁମ୍ଭେ ବା ବୋଲିବ ଅଛି ମାନବର ଜ୍ଞାନ,
ପକ୍ଷୀଜାତି ହେବ କାହିଁ ମାନବ ସମାନ ?
ଭେକର ବିକଟ ରବେ ନଥାଏ ମୋ କର୍ଣ୍ଣ
ନାଚୁଥାଏ ଊର୍ଦ୍ଧ୍ଵେ ଶୁଣି ଜଳଦ ଗର୍ଜନ,
ନୀଚର କୁବାଣୀ ଶୁଣି ସହି ଉଚ୍ଚର ଭର୍ତ୍ସନା
ହିତ ମଣି କର କି ହେ ଉଚ୍ଚର ଅର୍ଚ୍ଚନା ?
ଭୟଙ୍କର ବିଷଧର କରେଁ ଗର୍ଭସାତ
ନାଶ କି ଜିଘାଂସା ହେଲେ ତୁମ୍ଭ ହୃଦେ ଜାତ ?
ଇନ୍ଦ୍ରଧନୁ ଦରଶନେ ବଢେ ମୋ ଆନନ୍ଦ,
ପରଶିରୀ ହୁଅଇ କି ତୁମ୍ଭ ପ୍ରୀତିପଦ ?
ପର୍ବତେ ମୋ ଯେଉଁ ସୁଖ ସେ ସୁଖଭୂମିର
ସମ ସୁଖୀ ଥାଅ କି ହେ ପ୍ରାସାଦେ କୁଟୀରେ​ ?

@ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କଲମ ନିଃସୃତ କବିତା(ଅର୍ଘ୍ୟଥାଳୀରୁ ଗୃହୀତ)

:::ଜ୍ୟେଷ୍ଠ ଜାତିର ଅପକର୍ମର ପରିଣାମ:::::

ଯେତେବେଳେ ଜ୍ୟେଷ୍ଠ ଜାତି ହୋଇ ଦୁରାଚାର,
ବିସ୍ମରେ ଜୀବନେ ହିତସାଧନ ବିଶ୍ବର,
ପର-ଦୁଃଖ ପର-ତାପ ନ କରି କଳନା,
ପ୍ରତାପ ଦେଖାଏ ତା'ର ଅଭୁତ ଛଳନା,
ନିଜ ସୁଖବୃଦ୍ଧି ପାଇଁ କରଇ ଯତନ,
ଘୃଣାରେ ନଛୁଏଁ ଚାହିଁ କନିଷ୍ଠ ପତନ,
ତେତେବେଳେ ହରାଏ ତା ଜ୍ୟେଷ୍ଠତା ଗୌରବ,
କନିଷ୍ଠ ର ଧର୍ମବଳେ ପାଏ ପରାଭବ,
ଏହିରୂପେ ପୂର୍ବଦେବ ପୂଣ୍ୟଜନମାନେ*
ଅପଧର୍ମେ ଘୃଣ୍ୟ ହେଲେ ରାକ୍ଷସାଭିଧାନେ ।

ସ୍ୱଭାବକବି ଗଙ୍ଗାଧର ମେହେର ଏହି କବିତାଟି ଦୁଷ୍ଟ ଇଂରେଜ ଜାତି ବିରୋଧରେ ଲେଖିଯାଇଅଛନ୍ତି ଯାହା ଆଜି ତାଙ୍କ ସ୍ଵନକ୍ଷତ୍ର ଦିବସରେ ଆପଣ ପଢିବାକୁ ପାଇଲେ ।
(*ପୂର୍ବଦେବ ଓ ପୁଣ୍ୟଜନ ରାକ୍ଷସ ମାନଙ୍କର ନାମ)

Friday, August 4, 2017

★★★ବିଦ୍ୟାଳୟ★★★★★

ଜଣେ ଶିକ୍ଷକ ସକାଳ ପ୍ରାୟ ଆଠଟା ବେଳେ
ସହରର ଏକ ଚା ଜଳଖିଆ ଦୋକାନରେ ବସି
ଖବରକାଗଜ ପଢୁଥାନ୍ତି.....

ଏତିକି ବେଳେ ଜଣେ ବ୍ୟକ୍ତି ଆସି ଜଳଖିଆ ଦୋକାନରେ  ଏକ ବିଦ୍ୟାଳୟର ଠିକଣା ପଚାରିଲା.....

ଶିକ୍ଷକ ଜଣକ ସିଆଡେ ଯାଉଛନ୍ତି ସେ ତାଙ୍କ ସହ ଚାଲନ୍ତୁ ବୋଲି କହିଲେ...

ଜଳଖିଆ ସାରି ଦୁହେଁ  ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ପଡି଼ଲେ....

ଦୁହେଁ ବିଦ୍ୟାଳୟ ଆଡେ଼ ଯାଉଥିଲା ବେଳେ
ଲୋକ ଜଣକ ଶିକ୍ଷକଙ୍କୁ ପଚାରିଲା....

-ଆପଣ କେଉଁ ସ୍କୁଲର ଶିକ୍ଷକ ଅଛନ୍ତି ଆଜ୍ଞା ?'

-ମୁଁ ଲୋକହିତକାରୀ ବିଦ୍ୟାଳୟରେ ପଢାଏ !
କାହିଁକି, କୌଣସି କାମଥିଲା କି ?'

-ହଁ ଆଜ୍ଞା, ମୋ ପୁଅର ସ୍କୁଲରେ ନାମଲେଖେଇବାର ଥିଲା ତ ସେଇଥିପାଇଁ......

-‛ହଁ ତାହାଲେ ଆମ ସ୍କୁଲରେ ନାମ ଲେଖେଇ ଦିଅ’ !

-‛ପାଠପଢା କେମିତି .......’ ?

ନଂ 1 ! ଭଲ ଭଲ ଶିକ୍ଷକ ଅଛନ୍ତି ! ସ୍କୁଲର ପରିବେଶ ମଧ୍ଯ ବହୁତ ଭଲ !! ବଢିଆ ସ୍କୁଲଟିଏ !!!!!

ଏତିକିବେଳେ
ଶିକ୍ଷକଙ୍କର ପୁଅ ଆସି ତାଙ୍କୁ ଘରୁ ଆଣିଥିବା ଟିଫିନ୍ ଦେଇ ଆଗକୁ ବଢିଗଲା !!!!

-‛ଆପଣଙ୍କ ପୁଅ ବି ଏଠି ପଢେ ବୋଧହୁଏ ' ?

ନା' ନା' ମୋ ପୁଅ ତ “ଆଦର୍ଶ ବିଦ୍ୟାଳୟରେ ପଢୁଛି”

(श्री हरिशंकर परसाईଙ୍କର ଏକ ରଚନାରୁ ପ୍ରେରିତ ପରିବର୍ଦ୍ଧିତ ଅନୁବାଦ)

●●●●●ଅସନ୍ତୋଷ●●●●●

ଏକ ଜନ ହିତୌଷୀ ସଂସ୍ଥାର କିଛି ସଦସ୍ୟ ପାଟିତୁଣ୍ଡ କରିବା ଆରମ୍ଭ କରିଦେଲେ
ତାଙ୍କ କହିବା କଥା ଥିଲା
ଯେ ସଂସ୍ଥାର କାମ ଅସନ୍ତୋଷଜନକ ଏବଂ ସେମାନେ ତହିଁରେ ସୁଧାର ଚାହୁଁ ଥିଲେ ।
ସଂସ୍ଥା ଦିନକୁ ଦିନ ଦୂର୍ବଳ ହେବାକୁ ଲାଗିଛି  ।
ଏହାକୁ ଯଦିଚ ଉନ୍ନତ କରାଯାଉ ନହେଲେ
ଭଙ୍ଗ କରିଦିଆଯାଉ ।

ସଂସ୍ଥାର ଅଧ୍ୟକ୍ଷ ପଚାରିଲେ 
ଆମ କାର୍ଯ୍ୟ ପନ୍ଥାକୁ ନେଇ
କେଉଁ କେଉଁ ସଦସ୍ୟଙ୍କୁ ଅସନ୍ତୋଷ ଅଛି ।

ଦଶଜଣ ସଦସ୍ୟ ଅସନ୍ତୋଷ ଅଛନ୍ତି ବୋଲି ହାତ ଟେକିଲେ ।

ଅଧ୍ୟକ୍ଷ କହିଲେ,
‘ଆମକୁ ସମସ୍ତଙ୍କର ସହଯୋଗ ଦରକାର ।
ଆମେ ସମସ୍ତଙ୍କୁ ସନ୍ତୁଷ୍ଟ ରଖିଲା ଭଳିଆ କାର୍ଯ୍ୟ କରିବାକୁ ଚାହୁଁଛୁ ।
ଆପଣ 10 ଜଣ ଅସନ୍ତୁଷ୍ଟ ସଦସ୍ୟ ମାନେ
କଣ୍ ସୁଧାର ଚାହୁଁଛନ୍ତି ଦୟାକରି ଜଣାଇବା ହେବେ ।”

ସେହି ଦଶଜଣ ସଦସ୍ୟ ପରସ୍ପରରେ ବିଚାର ବିମର୍ଷ କରି ଯେଉଁ ମତ ଦେଲେ
ତାହା ଏଇଭଳି:-

'ସଂସ୍ଥାର ଚାରିଜଣ ସଭାପତି, ତିନିଜଣ ଉପସଭାପତି ଏବଂ ତିନି ଜଣ ଅତିରିକ୍ତ ମନ୍ତ୍ରୀ ହେବା ଦରକାର........”

“ଦଶଜଣ ସଦସ୍ୟଙ୍କୁ ସଂସ୍ଥାର କାର୍ଯ୍ୟପନ୍ଥାକୁ ନେଇ ବଡ଼ ଅସନ୍ତୋଷ ଥିଲା ।”

(ମୂଳ ଲେଖକ@ଶ୍ରୀ ହରିଶଙ୍କର ପରସାଈ)

●●●●●ଝଗଡା଼●●●●●

ଆମ ଦେଶରେ ଯଦି ଦୁଇଜଣ ମଟର ସାଇକାଲ ଚାଳକଙ୍କ ମଧ୍ୟରେ  ଧକ୍କା ହୋଇଯାଏ  ତେବେ ସେମାନଙ୍କର ପ୍ରଥମ କର୍ତ୍ତବ୍ୟ ହୋଇପଡେ଼, ଆଗେ ପରସ୍ପରରେ ଝଗଡ଼ା ଲାଗିବେ ଏବଂ ସର୍ବ ଶେଷରେ ଧୂଳି ଝାଡ଼ଝୁଡ଼ କରିବେ ।

ଏହି ପଦ୍ଧତି ଖୁବ୍ ମାନ୍ୟତାପ୍ରାପ୍ତ ଆଉ
ଯଦି କୌଣସି ମଟରସାଇକେଲ୍ ଚାଳକ ଧକ୍କା ଯୋଗୁଁ ପଡି଼ଯାଇ ଝଗଡ଼ା ନକରେ ତାକୁ ଭୀରୁ ମାନାଯାଏ,କ୍ଷମାଶୀଳ ସନ୍ଥ ନୁହେଁ ।

ଦିନେ ସେଇଭଳି  ଦୁଇଟି ମଟରସାଇକେଲ୍  ପରସ୍ପରରେ ଧକ୍କା ହୋଇଗଲେ । ତହିଁ ର ଚାଳକଦ୍ବୟ ଦୁହେଁ ଦୁହିଁଙ୍କୁ ଉତ୍ତମ ଅଳଙ୍କାର ଯୁକ୍ତ ଗାଳୀ ଶବ୍ଦମାନରେ ଆଭୂଷିତ କରାଇଲେ ।

ଜଣେ କହିଲା ଅନ୍ଧ ଟା କିରେ ?
ଦିଶୁନି ତୋତେ ?

ଆର ଜଣକ କହିଲା
'ସଳେ,
ରଂଗ୍ ସାଇଡ୍ ରେ ଗାଡ଼ି ଚଳେଇବେ
ଆହୁରି ଆଖି ବି ଦେଖେଇବେ ।’

ପ୍ରଥମ ଲୋକ ଟି ଏ କଥାର ଜଵାବରେ
କହିଲା 'ମୁହଁ ସମ୍ଭାଳି କଥାବାର୍ତ୍ତା କର ନହେଲେ
ଗୋଟାଏ ମୁଥା ମାରି ତୋ ମୁଣ୍ଡ ଫଟେଇ ଦେବି !!’

ଦ୍ବିତୀୟ ଜଣକ ଏ କଥା ଶୁଣି ଚିହିଁକି ଗଲା ।
ସେ ମୁଣ୍ଡ ଉପରକୁ ଉଠେଇ ଆହୁରି ଉଚ୍ଚ ସ୍ବରରେ ଚିତ୍କାର ପୂର୍ବକ କହିଲା
‛ଆବେ,ତୁ କଣ୍ ମୋ ମୁଣ୍ଡ ଫଟେଇବୁ କିବେ ?
ଖାଲି ମୋ ଦେହରେ ହାତ ଦେଇକି ଦେଖ୍
ଏଇଠେ  ଏକା ଚାପୁଡ଼ା କେ ତୋ କାନମୁଣ୍ଡା ଫଟେଇ ଦେବି ।’

ଠିକ୍
ସେ ଦି ଜଣ ପରସ୍ପର ମଧ୍ୟରେ ବାଡି଼ଆପିଟା ଲାଗିବାକୁ ଯାଉଥିଲେ କି ଏତିକି ବେଳକୁ  ଜଣେ
ତୃତୀୟ ବ୍ୟକ୍ତି ସେ ଦୁହିଁଙ୍କ ମଧ୍ୟରେ ଆସିଗଲା
ଆଉ କହିଲା,

'ଆରେ ଭାଇମାନେ ଦେଖ,
ମୋ କଥା ଆଗ ଶୁଣି ନିଅ,

ତୁମେ ଦିହେଁ ପରସ୍ପରର ମୁଣ୍ଡ ଫଟେଇବାକୁ ଚାହୁଁଛ ! ଯା' ହେଲେ ବି ତୁମ ଦୁହିଁଙ୍କ ମୁଣ୍ଡ ଫାଟିବା ଦରକାର ?
ଏଇକଥା ନା ?
ତେବେ ଗୋଟାଏ କାମ କର
ଦିହେଁ ଯାକ ଯାଇ ସେହି ବିଜୁଳି ଖମ୍ବରେ
ମୁଣ୍ଡ ବାଡେଇ ଫଟେଇ ଦିଅ !!!
ତୁମ ସମସ୍ୟାର ସମାଧାନ ହୋଇଯିବ ।’

ତୃତୀୟ ଲୋକର
କଥାଟା ଶୁଣି ଆଖପାଖ ରେ ଝଗଡା଼ ଦେଖିବାପାଇଁ ଛିଡା଼ ହୋଇଥିବା ଲୋକେ ହସି ଦେଲେ ଆଉ
ତାଙ୍କ ହସ ଦେଖି ଝଗଡା଼ ଲାଗୁଥିବା ସେ ଦି ଜଣ ବି ହସକୁ ରୋକି ନ ପାରି ହସିଦେଲେ ।
ଏମିତିରେ ସେମାନଙ୍କ ମଧ୍ୟରେ ମିଂମାଶା ହୋଇଗଲା ।

(ହିନ୍ଦୀ ବ୍ୟଙ୍ଗକାର ଶ୍ରୀ हरिशंकर परसाई ଙ୍କର ଏକ ଲଘୁକଥାରୁ ପ୍ରେରିତ)

ଅଶ୍ଳୀଳ ଭିଡିଓ ବିରୋଧୀ ଅଭିଯାନ

ସହରରେ ଅଶ୍ଳୀଳ ସିଡି ତଥା ଅଶ୍ଳୀଳ ଭିଡିଓ ଡାଉନଲୋଡିଂ  ଖୁବ୍ ବଢି ଯାଇଥିଲା ।  ଅନେକ ଡାଟା ଡାଉନଲୋଡିଗଂ ଦୋକାନ ଖୋଲି ଯାଇଥିଲା । ଏଭଳି ଦୋକାନ ଗୁଡ଼ିକରେ କମ୍ପ୍ୟୁଟର୍ ସାହାଯ୍ୟରେ  ଅଶ୍ଳୀଳ ଦୃଶ୍ୟ ସବୁ ମୋବାଇଲ୍ ରେ ଭରିଦିଆଯାଉଥାଏ ।
ଦଶ କୋଡିଏ ଟଙ୍କାରେ ଯେ କେହି ଏଭଳି ଭିଡିଓ ପାଇ ପାରୁଥିଲା । ଧୀରେ ଧୀରେ କିଛି ଯୁବକ ଏହାର  କୁପ୍ରଭାବ ହୃଦୟଙ୍ଗମ​କଲାପରେ ଏକ ସଂଗଠନ ଗଠନ କଲେ ...
ଯୁବକ ମାନଙ୍କର ସେ ସଂଗଠନ ଫେସବୁକ୍ ଏବଂ ଓ୍ବାଟସ୍ଆପ୍ ରେ ଏହା ବିରୋଧରେ ଯୋରଦାର୍ ଅଭିଯାନ ଆରମ୍ଭ କରି ଦେଲା ।
ଶେଷରେ ସଂଗଠନର ସମସ୍ତ ସଭ୍ଯ ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ ହେଲେ ।
ସେଠାରେ ନିର୍ଣ୍ଣୟ ହେଲା ଯେ ଆସନ୍ତା ରବିବାର ଦିନ ସମସ୍ତ ଦୋକାନ ଆଦିରୁ ସେଭଳି ଅଶ୍ଳୀଳ ସିଡ଼ି, ଭିଡିଓ ଡାଟା ଜବତ୍ କରାଯିବ ଏବଂ ତାହାକୁ  ସମସ୍ତଙ୍କ ସମ୍ମୁଖରେ ଜଳାଯିବ ।
ରବିବାର ଦିନ ମିଳିତ ଅଭିଯାନ ଆରମ୍ଭ ହେଲା । ସେଥିରୁ ଗୁଡାଏ ଅଶ୍ଳୀଳ ସିଡି,ପ୍ଲଽପି,ପେନଡ୍ରାଇଵ୍, ଏବଂ ମେମୋରି କାର୍ଡ ଜବତ୍ କରାଗଲା ।
ସେଦିନ ବହୁତ ସମୟ ହୋଇଯାଇଥିଲା । ତେଣୁ ଦଳର ମୁଖ୍ୟ ଯୁବଜଣକ କହିଲେ
"ଆମେ ଏସବୁ ଆଜି ନ ଜଳାଇ ବରଂ ଅନ୍ୟ ଏକ ଦିନରେ ଗଣମାଧ୍ୟମକୁ ଜଣେଇ ଜଳେଇଲେ ସମାଜ ଉପରେ ଆମ ଆନ୍ଦୋଳନର ଅଧିକ ପ୍ରଭାବ ପଡିବ । ଆମଘରେ ଏକାବେଳକେ ଏତେ ସବୁ ଅଶ୍ଳୀଳ ସିଡି ପେନଡ୍ରାଇଭ୍ ରଖିବା ନିରାପଦ ନୁହେଁ । ବରଂ ସଦସ୍ୟ ମାନେ ଏଥିରୁ ସମସ୍ତେ କିଛି କିଛି ରଖିନିଅନ୍ତୁ । "

ତା' ହିଁ ହେଲା । ସମସ୍ତେ ସେ ସିଡି,ପେନଡ୍ରାଇଵ, ମେମୋରିକାର୍ଡ ଗୁଡିକୁ ପରସ୍ପର ମଧ୍ୟରେ ବାଣ୍ଟିନେଲେ ।

ନିର୍ଦ୍ଧାରିତ ଦିନ ଦଳର ମୁଖ୍ୟ ସମସ୍ତଙ୍କୁ ସୋସିଆଲ୍ ସାଇଟ୍ ଯୋଗେ ଡକାଇଲେ....

ସମସ୍ତେ ଆସିଲାରୁ ସେମାନଙ୍କୁ ଜବତ୍ କରାଯାଇଥିବା ଅଶ୍ଳୀଳ ଭିଡିଓ ର ସମସ୍ତ ସିଡି ପେନଡ୍ରାଇଵ,ମେମୋରି କାର୍ଡ ଆଦି ମଗାଗଲା ହେଲେ କେହି ଆଉ ଫେରେଇଲେ ନାହିଁ ।

କିଏ କହିଲା ସାଙ୍ଗକୁ ଦେଇ ଦେଇଛି ଆଉ କିଏ କହିଲା ବଡ଼ ଭାଇ ହାତରେ ପଡିଗଲା ବଡ଼ ଅପଦସ୍ତ ହେଲି ଗଲା ନେଲା ଜିନିଷ ଆଉ କି ମିଳୁଛି ? କେହି କେହି କହିଲେ ସମ୍ପର୍କୀୟା ଭାଉଜଙ୍କୁ ଦେଇ ଦେଇଛି ଆଉ କଣ୍ ମାଗିବି ଯେ ?

ସେ ସହରରେ  ଆଉ ଅଶ୍ଳୀଳ ଭିଡିଓ ଉପରେ କେବେବି କଟକଣା ଲାଗିପାରିଲାନି । ଏବେ ସହରଟା ଯାକର ଡାଟା ଡାଉନଲୋଡି଼ଙ୍ଗ ଦୋକାନରେ ଧୁମ୍ ବିଜନେସ୍ ହେଉଛି....

ସଂସ୍କୃତି

ଭିକାରୀଟିଏ ସଡକ କଡ଼ରେ ଭୋକରେ ଆଉଟୁପାଉଟୁ ହେଉଥାଏ ।
ଜଣେ ଦୟାଳୁ ଗୋରକ୍ଷକ ରାସ୍ତାରେ ବୃଷଭକୁ ରୁଟି ଖୁଆଉଥାଏ  । ଗୋରକ୍ଷକ ମନରେ ଭିକାରୀ କୁ ଦେଖି ଦୟା ଜାତହେଲା ।
ସେ ବଳକା କିଛି ରୁଟି ନେଇ ରାସ୍ତା ପାର ହୋଇ ଭିକାରୀ କୁ ଦେବାକୁ ଯାଉଥିଲା କି ଆଉ ଜଣେ ବ୍ୟକ୍ତି ଆସି ତା ହାତ ଘିଞ୍ଚିନେଲା ।
ସେ ଲୋକ ବଡ଼ ରଙ୍ଗୀନ୍ ମିଜାଜର ଥିଲା ।
ଗୋରକ୍ଷକ ଜଣକ ସାମାନ୍ୟ ବିରକ୍ତିରେ ତାକୁ ପଚାରିଲା,
"ଭାଇ ଜଣେ ଭୋକିଲା ଲୋକକୁ ଖାଦ୍ୟ ଦେଉଥିଲାବେଳେ  ମୋତେ କାହିଁକି ବାଧା ଦେଲେ ?"
ରଙ୍ଗୀନ୍ ଲୋକ ଟି କହିଲା, "ରୁହ ତୁମେ ତା'ର ହିତ କରିପାରିବନି । ତୁମେ କେବଳ ତାହାର ପେଟର ଭୋକ ଦେଖାପାରିଛ କିନ୍ତୁ ମୁଁ ତା ଆତ୍ମାର ଭୋକକୁ ଅନୁଭବ କରିପାରୁଛି । ଦେଖୁନା ମାନବ ଶରୀରରେ ପେଟ ଟା ତଳେ ହୃଦୟଟା ଉଚ୍ଚରେ​ ଅଛି ତେଣୁ ନିଶ୍ଚେ ହୃଦୟ ର ମହତ୍ବ ଅଧିକ ।"
ଗୋରକ୍ଷକ ବି ଛାଡ଼ିବା ଲୋକ ନୁହେଁ କହିଲା,
"ତୁମେ ଭୋକ କଣ୍ ଜାଣିନାହଁ ଏଣୁ ଧନୀକ ଭଳି କଥା କହୁଛ କିନ୍ତୁ ଏହି ଗରୀବ ଲୋକଟିର ହୃଦୟ ଟା ତା' ପେଟ ଉପରେ ହିଁ ନିର୍ଭର କରେ । ନଖାଇଲେ ତା ହୃଦୟର ଟିକ୍ ଟିକ୍ ବନ୍ଦ ହୋଇଯିବନି କି ?" 

ରଙ୍ଗୀନ୍ ମିଜାଜୀ ଲୋକଟି ହସିଲା,
ଏବଂ କହିଲା -ଦେଖ ମୁଁ କହୁଛି ତା'ର ଭୋକ କେମିତି ମେଣ୍ଟିବ !!!
ଏତିକି କହି ସେ ଭୋକିଲା ଲୋକଟି ଆଗରେ
ବଂଶୀ ବଜେଇବା ଆରମ୍ଭ​ କରିଦେଲା.....
ଗୋରକ୍ଷକ ଚିଡ଼ିଯାଇ ରୁକ୍ଷ୍ୟ ଗଳାରେ
ତାକୁ କହିଲା
"ଏ କି ମର୍କଟାମୀ ? ଏଥିରୁ ସେ ଭୋକିଲାକୁ କଣ୍ ବା ଲାଭ ହେବ ?"

ରଙ୍ଗୀନ୍ ଲୋକ ଟି କହିଲା,
"ମୁଁ ତାକୁ ସଂସ୍କୃତି ର ରାଗ ଶୁଣାଉଛି  । ତୁମ ରୁଟିରେ ତାହାର କ୍ଷୁଧାତୃଷା ଦିନକ ପାଇଁ ଚାଲିଯିବ କିନ୍ତୁ ଏହି ସଂସ୍କୃତି ର ରାଗ ଶ୍ରବଣ ଦ୍ଵାରା ସେ ଜନ୍ମଜନ୍ମାନ୍ତର ଭୋକ ଶୋଷରୁ ମଧ୍ଯ ମୁକ୍ତ ହୋଇଯିବ"

ଏତିକି କହି ରଙ୍ଗୀନ୍ ମିଜାଜୀ ଲୋକଟି ପୁଣି ବଂଶୀ ବାଦନ ଆରମ୍ଭ କରିଦେଲା.....
ଆଉ ସେଇଠୁ ଭିକାରୀ ଉଠିଲା ଏବଂ ବଇଁଶୀଟିକୁ ଛଡ଼େଇ ନେଇ ନିକଟସ୍ଥ ନାଳକୁ ଫୋପାଡ଼ି ଦେଲା ।

(ସ୍ବର୍ଗତ ଶ୍ରୀ ହରିଶଙ୍କର ପରସାଇଙ୍କର ଏକ ବ୍ୟଙ୍ଗ
"संस्कृति" ର ଓଡ଼ିଆ ଭାବାନୁବାଦ ।)

ସଂସ୍କୃତି

ଭିକାରୀଟିଏ ସଡକ କଡ଼ରେ ଭୋକରେ ଆଉଟୁପାଉଟୁ ହେଉଥାଏ ।
ଜଣେ ଦୟାଳୁ ଗୋରକ୍ଷକ ରାସ୍ତାରେ ବୃଷଭକୁ ରୁଟି ଖୁଆଉଥାଏ  । ଗୋରକ୍ଷକ ମନରେ ଭିକାରୀ କୁ ଦେଖି ଦୟା ଜାତହେଲା ।
ସେ ବଳକା କିଛି ରୁଟି ନେଇ ରାସ୍ତା ପାର ହୋଇ ଭିକାରୀ କୁ ଦେବାକୁ ଯାଉଥିଲା କି ଆଉ ଜଣେ ବ୍ୟକ୍ତି ଆସି ତା ହାତ ଘିଞ୍ଚିନେଲା ।
ସେ ଲୋକ ବଡ଼ ରଙ୍ଗୀନ୍ ମିଜାଜର ଥିଲା ।
ଗୋରକ୍ଷକ ଜଣକ ସାମାନ୍ୟ ବିରକ୍ତିରେ ତାକୁ ପଚାରିଲା,
"ଭାଇ ଜଣେ ଭୋକିଲା ଲୋକକୁ ଖାଦ୍ୟ ଦେଉଥିଲାବେଳେ  ମୋତେ କାହିଁକି ବାଧା ଦେଲେ ?"
ରଙ୍ଗୀନ୍ ଲୋକ ଟି କହିଲା, "ରୁହ ତୁମେ ତା'ର ହିତ କରିପାରିବନି । ତୁମେ କେବଳ ତାହାର ପେଟର ଭୋକ ଦେଖାପାରିଛ କିନ୍ତୁ ମୁଁ ତା ଆତ୍ମାର ଭୋକକୁ ଅନୁଭବ କରିପାରୁଛି । ଦେଖୁନା ମାନବ ଶରୀରରେ ପେଟ ଟା ତଳେ ହୃଦୟଟା ଉଚ୍ଚରେ​ ଅଛି ତେଣୁ ନିଶ୍ଚେ ହୃଦୟ ର ମହତ୍ବ ଅଧିକ ।"
ଗୋରକ୍ଷକ ବି ଛାଡ଼ିବା ଲୋକ ନୁହେଁ କହିଲା,
"ତୁମେ ଭୋକ କଣ୍ ଜାଣିନାହଁ ଏଣୁ ଧନୀକ ଭଳି କଥା କହୁଛ କିନ୍ତୁ ଏହି ଗରୀବ ଲୋକଟିର ହୃଦୟ ଟା ତା' ପେଟ ଉପରେ ହିଁ ନିର୍ଭର କରେ । ନଖାଇଲେ ତା ହୃଦୟର ଟିକ୍ ଟିକ୍ ବନ୍ଦ ହୋଇଯିବନି କି ?" 

ରଙ୍ଗୀନ୍ ମିଜାଜୀ ଲୋକଟି ହସିଲା,
ଏବଂ କହିଲା -ଦେଖ ମୁଁ କହୁଛି ତା'ର ଭୋକ କେମିତି ମେଣ୍ଟିବ !!!
ଏତିକି କହି ସେ ଭୋକିଲା ଲୋକଟି ଆଗରେ
ବଂଶୀ ବଜେଇବା ଆରମ୍ଭ​ କରିଦେଲା.....
ଗୋରକ୍ଷକ ଚିଡ଼ିଯାଇ ରୁକ୍ଷ୍ୟ ଗଳାରେ
ତାକୁ କହିଲା
"ଏ କି ମର୍କଟାମୀ ? ଏଥିରୁ ସେ ଭୋକିଲାକୁ କଣ୍ ବା ଲାଭ ହେବ ?"

ରଙ୍ଗୀନ୍ ଲୋକ ଟି କହିଲା,
"ମୁଁ ତାକୁ ସଂସ୍କୃତି ର ରାଗ ଶୁଣାଉଛି  । ତୁମ ରୁଟିରେ ତାହାର କ୍ଷୁଧାତୃଷା ଦିନକ ପାଇଁ ଚାଲିଯିବ କିନ୍ତୁ ଏହି ସଂସ୍କୃତି ର ରାଗ ଶ୍ରବଣ ଦ୍ଵାରା ସେ ଜନ୍ମଜନ୍ମାନ୍ତର ଭୋକ ଶୋଷରୁ ମଧ୍ଯ ମୁକ୍ତ ହୋଇଯିବ"

ଏତିକି କହି ରଙ୍ଗୀନ୍ ମିଜାଜୀ ଲୋକଟି ପୁଣି ବଂଶୀ ବାଦନ ଆରମ୍ଭ କରିଦେଲା.....
ଆଉ ସେଇଠୁ ଭିକାରୀ ଉଠିଲା ଏବଂ ବଇଁଶୀଟିକୁ ଛଡ଼େଇ ନେଇ ନିକଟସ୍ଥ ନାଳକୁ ଫୋପାଡ଼ି ଦେଲା ।

(ସ୍ବର୍ଗତ ଶ୍ରୀ ହରିଶଙ୍କର ପରସାଇଙ୍କର ଏକ ବ୍ୟଙ୍ଗ
"संस्कृति" ର ଓଡ଼ିଆ ଭାବାନୁବାଦ ।)

ରକ୍ଷାମନ୍ତ୍ରୀଙ୍କ ପୁତ୍ତଳିକା

ଥରେ ଏକ ରାଜ୍ୟର ଗୋଟିଏ ସହରରେ ପୁଲିସ ଜୁଲୁମ୍ ହେଲା । ଏହାର ବିରୋଧ ହେତୁ ଲୋକେ ଠିକ୍ କଲେ ଯେ ରାଜ୍ୟର ରକ୍ଷାମନ୍ତ୍ରୀଙ୍କର ପୁତ୍ତଳିକା ଦାହ କରାଯିବ ।

ଆଗକାଳରେ କୌଣସି ବ୍ୟକ୍ତିର ମୃତଶରୀର ପ୍ରାକୃତିକ ଦୁର୍ବିପାକ ଯୋଗୁଁ  ନମିଳିଲେ ତାହାର ପଳାଶ ପତ୍ର ତଥା କୁଶାଦିରେ  ପୁତ୍ତଳିକା ତିଆରି କରାଯାଇ ଏକପ୍ରକାରର ଦାହ ସଂସ୍କାର କରାଯାଉଥିଲା । ତେବେ ଆଜିକା ମନୁଷ୍ୟ ଜୀଅନ୍ତା ଲୋକର ବି କୁଶପୁତ୍ତଳିକା ଦାହ କରିଦିଅନ୍ତି ଯାହା ଏବେ ବିରୋଧ ପ୍ରଦର୍ଶନ ର ଏକ ଚିହ୍ନ ହୋଇଯାଇଛି ।

ସେ ଯା ହେଉ ରକ୍ଷାମନ୍ତ୍ରୀଙ୍କର ପୁତ୍ତଳିକା ବା ପ୍ରତିକାତ୍ମକ ପ୍ରତିମାଟି ଅତି ବିଭତ୍ସ ଓ ଭୟାନକ କରାଯାଇଥିଲା । କିନ୍ତୁ ସହରରେ ୧୪୪, ଦଫା ଲାଗିଗଲା ଏବଂ ପୋଲିସ ଉକ୍ତ ପୁତ୍ତଳିକାଟିକୁ ଜବତ୍ କରିନେଲା । ଏବେ ପୋଲିସ ପାଇଁ ବଡ଼ ସମସ୍ୟା ହେଲା "ରକ୍ଷାମନ୍ତ୍ରୀଙ୍କ ପୁତ୍ତଳିକାର କଣ୍ କରାଯିବ" ?
ଜଣେ ଇନ୍ସପେକ୍ଟର ହେଡକ୍ୱାଟର୍ସକୁ ଯାଇ  ଉପର ହାକିମ ଙ୍କୁ ଜଣେଇଲେ....
ଆଜ୍ଞା ! ରକ୍ଷାମନ୍ତ୍ରୀଙ୍କ ପୁତ୍ତଳିକାଟି ସେଇଭଳି ପଡ଼ି ରହିଥିବ ନା ତାକୁ ଜଳେଇ ଦିଆଯିବ କିମ୍ବା ନଷ୍ଟ କରିଦେବା ?
ଉଚ୍ଚପଦସ୍ଥ ଅଫିସର :- ସାମାନ୍ୟ ବିରକ୍ତିରେ କହିଲେ - କିହୋ ଗଧ ଭଳି କଣ୍ କଥା କହୁଛ ?
ସେଇଟା ଖୋଦ୍ ମନ୍ତ୍ରୀଙ୍କ ପୁତ୍ତଳିକା ଟି !!!
ଜାଳିଦେବ ? ଚାକିରୀ ପିତା ଲାଗିଲାଣି କି ?

ଏମିତିରେ ଦଶହରା ସିଜିନ୍ ଆସିଗଲା । ବିଭିନ୍ନ ସ୍ଥାନରେ ରାମଲୀଳା ଅଧିକାଂଶ ସ୍ଥଳରେ ଦେବୀ ଦୂର୍ଗାଙ୍କ ପୂଜାମଣ୍ଡପ ଲାଗିଗଲା ।

ଜଣେ ପୋଲିସ ଅଫିସରଙ୍କ ମୁଣ୍ଡକୁ ଏକ ବୁଦ୍ଧି ଯୁଟିଲା ।
ସେ ରାମଲୀଳା ବାଲାଙ୍କୁ ଡାକିଆଣି
ନେତାଙ୍କ ପୁତ୍ତଳିକା ଦେଖେଇ କହିଲେ -
"ତୁମକୁ ଦଶହରାରେ ଜଳାଇବାକୁ ଏକ ପୁତ୍ତଳିକା ଲୋଡ଼ା ହେବନା । ଏଇଟାକୁ ନେଇଯାଅ । ଏଥିରେ ଖାଲି ୯ଟି ମୁଣ୍ଡ କମ୍ ଅଛି  ଯେ ସେତକ ଯୋଖିଦେବ । "

ହିନ୍ଦୀ ବ୍ୟଙ୍ଗକାର ସ୍ବର୍ଗତ ଶ୍ରୀ ହରିଶଙ୍କର ପରସାଇଙ୍କର ଏକ ବ୍ୟଙ୍ଗ ରଚନା "पुलिस मंत्री का पुतला" ର ଓଡ଼ିଆ​ ଅନୁବାଦ ।

ସେଇ ଘରଟିର କଥା

ସେଇ ଘରଖଣ୍ଡକୁ ଗାଆଁର ଲୋକେ  କ୍ଲବଘର ପରି ବ୍ୟବହାର କରନ୍ତି...
ତାହା କେବେ ଗୁଡିଆଘର ଦୋକାନ ଥିଲା ଏବେ ସର୍ବସାଧାରଣଙ୍କ ମିଳନ ସ୍ଥଳୀ ପାଲଟିଛି । ସେ ଘର ବୃଦ୍ଧ ଲୋକଙ୍କ ପାଇଁ  ସକାଳୁ ସକାଳୁ ଏକ ପୂଜାଗୃହ ପାଲଟିଯାଏ । ବିଭିନ୍ନ ଦେବାଦେବୀଙ୍କ କାଳ୍ପନିକ ତୈଳ ଚିତ୍ରରେ ଧୂପ ଦୀପ ମନ୍ତ୍ରାଦିରେ ପୂଜାର୍ଚ୍ଚନା କରି ବୟସ୍କ ମାନେ ବାହୁଡନ୍ତି.....
ସକାଳ ଆଠଟା ପରେ ପରେ ସେ ଘରଟିରେ ଯୁବଗୋଷ୍ଠୀଙ୍କ ଆଗମନ ହୁଏ ।
ସେଇଠୁ ଦ୍ବିପହର ଯାଏଁ ଗୀତ,ନାଚ,ତାସଖେଳ,ଗୁଲିଗପରେ
ଘରଟି ଚଳଚଞ୍ଚଳ ରହେ.....
ଦିପହର ପରେ କେତକ ଲୋକ ସେହି ଘରକୁ ଶୟନକକ୍ଷ ସମ ବ୍ୟବହାର କରନ୍ତି ।
ଚାରିଟା ରୁ ପାଞ୍ଚଟା ଯାଏଁ ସେ ଘରେ ଚା ପାନର ସମୟ....
ନୂତନ ବ୍ୟକ୍ତି ବିଶେଷ ଜୁଟିଲେ ତାଙ୍କ ପାଇଁ ବିସ୍କୁଟ,ମିକ୍ସଚର୍ ର ମଧ୍ଯ ବ୍ୟବସ୍ଥା କରିଦିଆଯାଏ ।
ସଂଧ୍ୟାରେ  ସେ ଘର ଭଜନ ସଂଧ୍ୟାର ଆୟୋଜନରେ ଲାଗିପଡେ଼.....
ଧୂପ ଦୀପ ସହ ସାଂଧ୍ଯକାଳୀନ ଶଂଖଧ୍ବନୀ ଗଗନ ପବନକୁ ପବିତ୍ରମୟ କରିଦିଏ ।
ରାତ୍ରୀ ସାତଟା ପରେ ପରେ ଗାଆଁର ଅନେକ ବ୍ୟକ୍ତି ଆସି ସେଠାରେ ଏକତ୍ରିତ ହୁଅନ୍ତି ।
ଦିନଯାକର ଘଟଣା ଦୂର୍ଘଟଣା ବିଷୟରେ ଟିକା ଟିପ୍ପଣୀ ତର୍କ ବିତର୍କ ଚର୍ଚ୍ଚା ଆଦି ଅଧିକାଂଶ କରି କରି ଶେଷକୁ ଲୋକେ ନିଜ ସ୍ବ ସ୍ବ ଗୃହକୁ ଲେଉଟି ଯାଆନ୍ତି ।
ରାତ୍ରୀରେ ଅବିବାହିତ ଯୁବକମାନେ ସେଇ ଘରେ ହିଁ ଶୋଇଯାଅନ୍ତି ଏବଂ ଏହିଭଳି ଗୋଟିଏ ଦିନ ବିତିଯାଏ.....
ସେ ଘରେ ଟିଭି, ରେଡ଼ିଓ ଆଦି ଥିବାରୁ ଲୋକେ ପ୍ରାୟ ସେଠାରେ ସବୁବେଳେ ଜଣେ ଅଧେ ଥାଅନ୍ତି.....
କ୍ରିକେଟ ଖେଳ ପ୍ରସାରଣ ସମୟରେ ଘରଟି କ୍ରୀଡ଼ାପ୍ରେମୀଙ୍କ ହୋହାଲ୍ଲା କରତାଳି ରେ  ପ୍ରକମ୍ପିତ ହେଉଥାଏ ।
ସକାଳୁ ସକାଳୁ ଆଜି ବି ସେଇଠି କଟକ ରେଡ଼ିଓ ଷ୍ଟେସନ ରୁ ସୁମଧୁର ଗୀତ ସଂଗୀତ ବାଜେ....

ବ୍ୟବହାର ଦୃଷ୍ଟିରୁ ଦେଖିଲେ ଯେ କେହି କହିବ ଯେ ତାହା ଏକ ଅନାଧିକାରୀକ କ୍ଳବ୍ । ତେବେ ଯେହେତୁ ଖୁବ୍ ଛୋଟ ତେଣୁ ତାକୁ କ୍ଳବ କହିବା ସମୀଚିନ ଲାଗୁନାହିଁ ।
ଏଇ ଘରେ ଜାତି ଗୋତ୍ର ମନ ଆତ୍ମା ସବୁର ମିଳନ ହୋଇଥାଏ । ମୁଁ ଦେଖିଛି ସେଇ ଘରେ ପ୍ରେମର ପୁଲକ ଭରା ସ୍ପର୍ଶ । ଏଇଠି ଦେଖିଛି କେତେ
ପ୍ରେମପତ୍ର ର ଆଦାନପ୍ରଦାନ ପୁଣି ବିରହ ପୂର୍ବର ଶେଷ ଦେଖା....
ବିବାହ ପୂର୍ବରୁ ସାହିର ଅଧିକାଂଶ କନ୍ୟାଙ୍କୁ ଏଇଠି ସଜାଅନ୍ତି ତାଙ୍କ ସଖୀମାନେ.....
ଗ୍ରୀଷ୍ମଋତୁର ରାତ୍ରୀରେ ଏହି ଘରର ପିଣ୍ଡାରେ କେତେ ଯେ ମୁଣ୍ଡ ଗଡିଯାନ୍ତି ଆଉ କଟାଇ ଦିଅନ୍ତି ଉଷ୍ମ ଗ୍ରୀଷ୍ମକାଳୀନ ତନ୍ଦ୍ରାକୁ...

ଖରାଦିନିଆ ଦୁଇପହରିଆ
ବାଦାମ ତୋଳା ହୁଏ ପୁଣି ସେଇ ଘରର ପିଣ୍ଡାରେ....
ଦଣ୍ଡକୁ ଦଣ୍ଡୁଆ ଏହି ଘର ସାମ୍ନାରେ ଦିନଟିଏ ଧୂଳିଦଣ୍ଡ ତଥା ରାତିକୁ ଦଣ୍ଡନାଟ ପରିବେଷଣ କରନ୍ତି ।
ରଜପରବକୁ ସେ ଘର ସାମ୍ନା ବାରଣ୍ଡା ଭାତିଆରେ କେତେ ଯେ ଦୋଳି ବନ୍ଧା ହୁଏ.....

ଏ ଘର ର ସମ୍ମୁଖସ୍ଥ ପିଣ୍ଡାରେ ଶୀତଦିନିଆ ରବିକିରଣ ର ଆନନ୍ଦ ନିଅନ୍ତି ପୁଣି ବୃଦ୍ଧ ବାଳୁତ ସଭିଏଁ...

କୁମାରୀ କନ୍ୟାମାନଙ୍କ ଖୁଦୁରୁକୁଣୀ ଆଉ ଜହ୍ନି ଓଷା ଏଇଠି ହୁଏ
ବୁଧେଇ ଓଷା, ବଡ ଓଷା ଭଳି ବ୍ରତଦିର ଆୟୋଜନ ମାଆ ମାନେ ଏଇ ଗୃହର ପଶ୍ଚାତଭାଗରେ କରିଥାନ୍ତି ।
ମୋ ପାଇଁ ତଥାପି ସେ ଘର ଖଣ୍ଡିକ ଅନେକ ଦିନରୁ ଅପେକ୍ଷା କରି ରହିଛି ....
କାଳେ ମୁଁ କେବେ ସେଠାକୁ ଯିବି କିନ୍ତୁ ମୁଁ ପ୍ରାୟ ଯାଇନି,ଯାଏନିି....
ଛୋଟ ଥିଲାବେଳେ ବି ବହୁତ କମ୍ ଥର ଯାଇଛି ସେଠାକୁ.....
ଯେତେବେଳେ ତାହା ଦୋକାନ ଥିଲା ମୁଁ ବହୁତ ଛୋଟ ଥିଲି
ସେତେବେଳେ ମୋର ସବୁ ପିଲାଙ୍କ ଭଳି ପ୍ରିୟ ଥିଲା ଚକୋଲେଟ
ତହିଁରେ ପୁଣି ମର୍ଡନ୍ ଚକୋଲେଟ୍ କିଣି କି ଖାଉଥିଲି ବେଶି ...
ଥରେ ଗୁଡିଆ ଘର ସହ ଆମର ଛୋଟ କଥାକୁ ନେଇ ଝଗଡ଼ା ହୋଇଗଲା....
କିଛି ବର୍ଷ ପାଇଁ ଦୁଇ ପରିବାର ମଧ୍ୟରେ କଥାଭାଷା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା.....
ଏଇ କିଛି ବର୍ଷ ହେଲା କଥାବାର୍ତ୍ତା ସାମାନ୍ୟ ହୋଇଛି ତେବେ ପରସ୍ପରର ଘରକୁ ଯିବା ଆସିବା ଟା ତଥାପି ସାମାନ୍ୟ ହୋଇନାହିଁ ।
ସେ ଘରଟି ତେଣୁ ମୋ ପାଇଁ ତଥାପି ଅନେକ ଦୂରରେ ମୁଁ ଚାହିଁଲେ ମଧ୍ଯ ଯାଇପାରେ ନାହିଁ ତା'ର ଆମୋଦପ୍ରମୋଦର ଦୁନିଆକୁ.....

*ପ୍ରଥମ ସ୍ମଗଲର୍*

ଲକ୍ଷ୍ମଣ ମେଘନାଦର ତୀରରେ ଆଘାତପ୍ରାପ୍ତ ହୋଇ ପଡିଥାନ୍ତି । ହନୁମାନ ତାଙ୍କ ପାଇଁ ହିମାଚଳ ପ୍ରଦେଶରୁ ସଂଜୀବନୀ ନାମକ ଔଷଧ ନେଇ ଫେରୁ ଥାଆନ୍ତି। ଠିକ୍ ଅଯୋଧ୍ୟାର ସୀମାରେ ଦ୍ବାରରକ୍ଷକ ହାତରେ ହନୁମାନ ଧରା ପଡ଼ିଗଲେ । ତାଙ୍କୁ ଧରିଥିବା ଦ୍ଵାରପାଳକୁ ହନୁମାନ ପିଟିପିଟି ଦରମରା କରିଦେଲେ ।

ରାଜଧାନୀରେ ହାଲ୍ଲା ହୋଇ ଗଲା ଯେ ବଡ ବଳଶାଳୀ ସ୍ମଗଲର୍ ଆସିଛି । ଦେଶର ଫୋର୍ସ ଯାକ ଲାଗିଛନ୍ତି ହେଲେ ତା'ର ମୁକାବିଲା କରିପାରୁନାହାନ୍ତି ।
ଶେଷରେ ଭରତ ଏବଂ ଶତ୍ରୁଘ୍ନ ଆସିଲେ  ।
ହନୁମାନ ତାଙ୍କ ଆରାଧ୍ୟ ଙ୍କ ଭାଇମାନଙ୍କୁ ଦେଖି ଟିକିଏ ଦବିଗଲେ .....

ଅସନ୍ତୁଷ୍ଟ ମନରେ ଶତ୍ରୁଘ୍ନ କହିଲେ,
"ଏ ସ୍ମଗଲର ଗୁଡ଼ାକ ନାକେଦମ୍ କରି ରଖିଛନ୍ତିଛନ୍ତି,ଭାଇ ତମେ ତ ସନ୍ୟାସ ନେଇ ବସିଯାଇଛ । ମୋତେ ହିଁ ସବୁ ଭୋଗିବାକୁ ପଡୁଛି ।"

ଭରତ ହନୁମାନଙ୍କୁ ପଚାରିଲେ - କେଉଁଠୁ ଆସିଲ ?
ହନୁମାନ-ହିମାଚଳ ପ୍ରଦେଶରୁ
ଭାରତ-କଣ୍ ଅଛି ତୁମ ପାଖରେ ? ସୁନା ବିସ୍କୁଟ, ଗଞ୍ଜେଇ,ଅଫିମ ????
ହନୁମାନ- ଔଷଧ ଅଛି !!!!

ଶତ୍ରୁଘ୍ନ କହିଲେ :-
ଆଚ୍ଛା  ଡ୍ରକ୍ସ କାରବାର କରୁଛ !!
କାଢି କି ଦେଖା ତ ଆଇଟମ୍ ଟା ଟିକେ ଦେଖିବା....
ହନୁମାନ ସଞ୍ଜୀବନୀ ଔଷଧ  ରଖିଦେଇ
​କହିଲେ
"ମୋତେ ଆପଣଙ୍କ ଭାଇ ରାମଚନ୍ଦ୍ର ଏହା ଆଣିବାକୁ ପଠାଇଥିଲେ ।"

ଶତ୍ରୁଘ୍ନ ଆବାକାବା ହୋଇ ଭରତଙ୍କ ଆଡକୁ ଚାହିଁ କହିଲେ :-
" ଆହା !!! ବଡ଼ ଭାଇ ବି ସ୍ମଗଲିଂଗ୍ କରିବା ଆରମ୍ଭ କରିଦେଲେଣି । ଟଙ୍କା ପଇସା ର ଯଦି ଏତେ ଅଭାବ ଥିଲା ଆମକୁ କହିଥାନ୍ତେ, ବସ୍ତା ବସ୍ତା ସୁନାମୋହର ପଠେଇ ଦେଇଥାନ୍ତୁ ।
ସ୍ମଗଲିଂଗ୍ ର ଧନ୍ଦାରେ କାହିଁକି ଫସିଛନ୍ତି ଯେ ?"

ଭରତ ପୁଣି ହନୁମାନଙ୍କୁ ପଚାରିଲେ:-
"ଆଚ୍ଛା ହନୁବାବୁ !!! ଏ ଔଷଧ ତୁମେ କେଉଁଠାକୁ ନେଉଥିଲ ଆଉ କେଉଁଠି ଆକୁ ବିକିଥାନ୍ତ ?"
ହନୁମାନ କହିଲେ-ଲଙ୍କାକୁ ନେଇଯାଉଥିଲି.....

ହନୁମାନ କଥା ଶୁଣି ଶତୃଘ୍ନ ଆଶ୍ଚର୍ଯ୍ୟ ହୋଇ କହିଲେ -
"ଓହୋ ! ତେବେ ଭାରତର ସ୍ମଗଲିଂଗ୍ ମାଲ୍ ଆଜିକାଲି ଲଙ୍କାଗଡରେ ବିକ୍ରୀ ହେଉଅଛି ?
କିଏ କିଣୁଚି ତାକୁ
ରାବଣର ଲୋକେ​ ?"

ହନୁମାନ କହିଲେ- "ଏହି ଔଷଧ ତ ମୁଁ ରାମଙ୍କ ପାଇଁ ନେଇ ଯାଉଛି ! କଥା କଣ୍ କି ଭାଇ ଲକ୍ଷ୍ମଣ ଶରବିଦ୍ଧ ହୋଇ ମୂର୍ମୁଷୁପ୍ରାୟ କୋମାରେ ପଡ଼ି ରହିଛନ୍ତି । ସ୍ଥାନୀୟ ଡାକ୍ତର କହିଥିଲେ ହିମାଚଳ ପ୍ରଦେଶକୁ ଯାଇ ଏହି ଔଷଧ ନେଇ ଆସିବାକୁ । ଏହି ଔଷଧ ବିନା ଲକ୍ଷ୍ମଣ ଙ୍କୁ​ ବଞ୍ଚାଇବା କଷ୍ଟକର........"

ଏକଥା ଶୁଣି ଭରତ, ଶତ୍ରୁଘ୍ନ ଆଶ୍ଚର୍ଯ୍ୟ ଚକିତେ ପରସ୍ପରର ମୁହଁ ଚାହାଁଚାହିଁ ହେଲେ ।
ସେତେବେଳକୁ ରେଜିଷ୍ଟ୍ରାରରେ ସ୍ମଗଲିଂଗ୍ ର ମାମଲା ଦର୍ଜ୍ ହୋଇ ଯାଇଥିଲା ।

ଶତୃଘ୍ନ ଭରତଙ୍କୁ ବୋଇଲେ -
"ଭାଇ ଆପଣ ଜ୍ଞାନୀ ! ଏହି ମାମଲାରେ ନୀତି କଣ୍ କହୁଛି ? ଶାସନର କର୍ତ୍ତବ୍ୟ କଣ୍ ?"

ଭରତ ବୋଲନ୍ତି - ସ୍ମଗଲିଂଗ୍ ସର୍ବଥା ଅନୈତିକ କିନ୍ତୁ ଯଦି ସ୍ମଗଲ୍ କରା ଯାଇଥିବା ଦ୍ରବ୍ୟରୁ ନିଜ   ଭାଇବନ୍ଧୁଙ୍କର ଲାଭ ହେଉଥାଏ ତେବେ ତାହା ନୈତିକ ହୋଇଯାଏ । ଯାଅ ହନୁମାନ !!!!!!
ନେଇ ଯାଅ ଔଷଧ !!!!!"

ଭରତଙ୍କ ରାୟ ଶୁଣିଲା ପରେ ଶତୃଘ୍ନ
ମୁନସୀଙ୍କୁ କହିଲେ :- ରେଜିଷ୍ଟ୍ରାରର ସେଇ ପୃଷ୍ଠାଟିକୁ ଚିରିଦିଅ......
(ହରିଶଙ୍କର ପରସାଇଙ୍କର ହିନ୍ଦୀ ବ୍ୟଙ୍ଗ प्रथम स्मगलर ର ଓଡ଼ିଆ ଅନୁବାଦ)