Friday, August 4, 2017

●●●●●ଅସନ୍ତୋଷ●●●●●

ଏକ ଜନ ହିତୌଷୀ ସଂସ୍ଥାର କିଛି ସଦସ୍ୟ ପାଟିତୁଣ୍ଡ କରିବା ଆରମ୍ଭ କରିଦେଲେ
ତାଙ୍କ କହିବା କଥା ଥିଲା
ଯେ ସଂସ୍ଥାର କାମ ଅସନ୍ତୋଷଜନକ ଏବଂ ସେମାନେ ତହିଁରେ ସୁଧାର ଚାହୁଁ ଥିଲେ ।
ସଂସ୍ଥା ଦିନକୁ ଦିନ ଦୂର୍ବଳ ହେବାକୁ ଲାଗିଛି  ।
ଏହାକୁ ଯଦିଚ ଉନ୍ନତ କରାଯାଉ ନହେଲେ
ଭଙ୍ଗ କରିଦିଆଯାଉ ।

ସଂସ୍ଥାର ଅଧ୍ୟକ୍ଷ ପଚାରିଲେ 
ଆମ କାର୍ଯ୍ୟ ପନ୍ଥାକୁ ନେଇ
କେଉଁ କେଉଁ ସଦସ୍ୟଙ୍କୁ ଅସନ୍ତୋଷ ଅଛି ।

ଦଶଜଣ ସଦସ୍ୟ ଅସନ୍ତୋଷ ଅଛନ୍ତି ବୋଲି ହାତ ଟେକିଲେ ।

ଅଧ୍ୟକ୍ଷ କହିଲେ,
‘ଆମକୁ ସମସ୍ତଙ୍କର ସହଯୋଗ ଦରକାର ।
ଆମେ ସମସ୍ତଙ୍କୁ ସନ୍ତୁଷ୍ଟ ରଖିଲା ଭଳିଆ କାର୍ଯ୍ୟ କରିବାକୁ ଚାହୁଁଛୁ ।
ଆପଣ 10 ଜଣ ଅସନ୍ତୁଷ୍ଟ ସଦସ୍ୟ ମାନେ
କଣ୍ ସୁଧାର ଚାହୁଁଛନ୍ତି ଦୟାକରି ଜଣାଇବା ହେବେ ।”

ସେହି ଦଶଜଣ ସଦସ୍ୟ ପରସ୍ପରରେ ବିଚାର ବିମର୍ଷ କରି ଯେଉଁ ମତ ଦେଲେ
ତାହା ଏଇଭଳି:-

'ସଂସ୍ଥାର ଚାରିଜଣ ସଭାପତି, ତିନିଜଣ ଉପସଭାପତି ଏବଂ ତିନି ଜଣ ଅତିରିକ୍ତ ମନ୍ତ୍ରୀ ହେବା ଦରକାର........”

“ଦଶଜଣ ସଦସ୍ୟଙ୍କୁ ସଂସ୍ଥାର କାର୍ଯ୍ୟପନ୍ଥାକୁ ନେଇ ବଡ଼ ଅସନ୍ତୋଷ ଥିଲା ।”

(ମୂଳ ଲେଖକ@ଶ୍ରୀ ହରିଶଙ୍କର ପରସାଈ)

No comments:

Post a Comment

"ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନର ସାଂସ୍କୃତିକ ଓ ଵୈଜ୍ଞାନିକ ଵିଶ୍ଳେଷଣ

ଭାରାତୀୟ ସାହିତ୍ୟ ଓ ସଂସ୍କୃତିରେ ପ୍ରଵଚନ ତଥା ଲୋକକଥାଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହି ପ୍ରଵଚନଗୁଡ଼ିକ କେଵଳ ଭାଷାର ସୌନ୍ଦର୍ଯ୍ୟକୁ ଵୃଦ୍ଧି ...