Tuesday, August 22, 2017

ଚାନ୍ଦା ର ଭୟ

ଏକ ଛୋଟ ସମିତିର ବୈଠକ ଡକେଇବାର ଯୋଜନା ଉପରେ ଚର୍ଚ୍ଚା ହେଉଥାଏ ।
ସେ ସମିତିର ଜଣେ ମାନ୍ୟବର ସଦସ୍ୟ ଥାନ୍ତି କାମ ତ କିଛି କରନ୍ତିନି କିନ୍ତୁ ତୁଛାଟାରେ ଅନ୍ୟ ସହ କଳିକନ୍ଦଳି କରିବାରେ ସିଦ୍ଧହସ୍ତ !!!!
ସେ ଲମ୍ବା ଲମ୍ବା ଭାଷଣ ଦିଅନ୍ତି । ହେଲେ ତାଙ୍କ ଭାଷଣରେ ସେତେଟା ଦମ ନଥାଏ । ଲୋକେ ବାଧ୍ୟବାଧକତାରେ ଯାହା ଶୁଣନ୍ତି ।
ଏଥରର ସମିତି ବୈଠକରେ ସେ କେମିତି ନ ଆସନ୍ତୁ  କିଛି ସଭ୍ୟ ଏହା ଚାହୁଁଥିଲେ କିନ୍ତୁ ସେ ତ ବିନା ନିମନ୍ତ୍ରଣରେ ବି ବିବାହ ଭୋଜି ଖାଇବାକୁ ଚାଲିଯାଉଥିବା ଲୋକ ।
ଜଣେ ଲୋକ କହିଲା,
ଗୋଟିଏ ବାଟ ଅଛି
ସାପ ମରିବନି କି ବାଡି଼ ବି ଭାଙ୍ଗିବନି !!!!!
କଣ୍ ନା.....
"ସମିତି ବୈଠକ ସୂଚନା"
ତଳେ ଲେଖିଦିଆଯାଉ ଯେ
ଏଥରର ବୈଠକରେ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଇଁ ମଧ୍ଯ ଧନସଂଗ୍ରହ କରାଯିବ ! ସେ ଏଡ଼େ ଉଚ୍ଚକୋଟୀର ଜକା(କୃପଣ) ଯେ ଯେଉଁଠି ଚାନ୍ଦା  ଆଦିର ଆଶଙ୍କା ଥାଏ ସେ ପାଖ ସୁଦ୍ଧା ମାଡ଼ନ୍ତିନି

(ମୂଳ ଲେଖକ:-ହରିଶଙ୍କର ପରସାଈ)

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...