Saturday, August 12, 2017

ଫୁଲ ଫୁଟି ମହକିଲା ଲୋ...........

ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା ....(୨)
ମୋ ମନ ଦୁଆରେ
ପହିଲି ବସନ୍ତ 
ଉଁକି ମାରିଦେଇ ଗଲା ଗୋ
ଉଁକି ମାରିଦେଇ ଗଲା......
ଫୁଲ ଫୁଟି ମହ.......................(୧)

ଯତନେ ସାଇତା ଦରଫୁଟା କଢି଼
ପାଖୁଡ଼ା ତା ମେଲି ଦେଲା
କୁଞ୍ଜରେ ଗୁଞ୍ଜରେ ମତୁଆଲା ଅଳି
ଫୁଲେ ଫୁଲେ ଚୁମିଗଲା ଗୋ....
ଫୁଲେ ଫୁଲେ ଚୁମିଗଲା.....
ଆହା...
ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା......(୧)

ଅଙ୍ଗେ ଅଙ୍ଗେ ସୁଲୁସୁଲିଆ ବାଆ
ସିହରଣ ଯଗାଇଲା
ଚୁପି ଚୁପି କେ ବଦନରୁ ମୋର
ଓଢଣାଟା ଖୋଲିଦେଲା
ତନୁ ମନ ମୋର ଚଞ୍ଚଳ ହେଲା
ଅଞ୍ଚଳ ଉଡ଼ିଗଲା ଗୋ
ଅଞ୍ଚଳ ଉଡ଼ିଗଲା.......

ଆହା !!!!
ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା......

ଆହା !
କୁହୁକ ବଇଂଶୀ
ବଜାଇ ସଖୀ.....

ମୋ ମରମ ଦେଲା ଘାରୀ
ତା' ଆଖିର ଛୁରୀ ମାରି ନାଗରୀ
ମୋ ମନ କଲା ଚୋରୀ ଲୋ
ମୋ ମନ କଲା ଚୋରୀ.....
କି ଯାଦୁ ମନ୍ତର କରିଦେଲା ସେ
ମୁଁ ହାରିଲି ସେ ଜିତିଗଲା ଗୋ
ମୁଁ ହାରିଲି ସେ ଜିତିଗଲା
ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା ..
ମୋ ମନ ଦୁଆରେ
ପହିଲି ବସନ୍ତ 
ଉଁକି ମାରିଦେଇ ଗଲା ଗୋ
ଉଁକି ମାରିଦେଇ ଗଲା (୩)........

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...