Saturday, August 12, 2017

ଫୁଲ ଫୁଟି ମହକିଲା ଲୋ...........

ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା ....(୨)
ମୋ ମନ ଦୁଆରେ
ପହିଲି ବସନ୍ତ 
ଉଁକି ମାରିଦେଇ ଗଲା ଗୋ
ଉଁକି ମାରିଦେଇ ଗଲା......
ଫୁଲ ଫୁଟି ମହ.......................(୧)

ଯତନେ ସାଇତା ଦରଫୁଟା କଢି଼
ପାଖୁଡ଼ା ତା ମେଲି ଦେଲା
କୁଞ୍ଜରେ ଗୁଞ୍ଜରେ ମତୁଆଲା ଅଳି
ଫୁଲେ ଫୁଲେ ଚୁମିଗଲା ଗୋ....
ଫୁଲେ ଫୁଲେ ଚୁମିଗଲା.....
ଆହା...
ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା......(୧)

ଅଙ୍ଗେ ଅଙ୍ଗେ ସୁଲୁସୁଲିଆ ବାଆ
ସିହରଣ ଯଗାଇଲା
ଚୁପି ଚୁପି କେ ବଦନରୁ ମୋର
ଓଢଣାଟା ଖୋଲିଦେଲା
ତନୁ ମନ ମୋର ଚଞ୍ଚଳ ହେଲା
ଅଞ୍ଚଳ ଉଡ଼ିଗଲା ଗୋ
ଅଞ୍ଚଳ ଉଡ଼ିଗଲା.......

ଆହା !!!!
ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା......

ଆହା !
କୁହୁକ ବଇଂଶୀ
ବଜାଇ ସଖୀ.....

ମୋ ମରମ ଦେଲା ଘାରୀ
ତା' ଆଖିର ଛୁରୀ ମାରି ନାଗରୀ
ମୋ ମନ କଲା ଚୋରୀ ଲୋ
ମୋ ମନ କଲା ଚୋରୀ.....
କି ଯାଦୁ ମନ୍ତର କରିଦେଲା ସେ
ମୁଁ ହାରିଲି ସେ ଜିତିଗଲା ଗୋ
ମୁଁ ହାରିଲି ସେ ଜିତିଗଲା
ଫୁଲ ଫୁଟି ମହକିଲା ଗୋ
ଭଅଁର ପାଗଳ ହେଲା ..
ମୋ ମନ ଦୁଆରେ
ପହିଲି ବସନ୍ତ 
ଉଁକି ମାରିଦେଇ ଗଲା ଗୋ
ଉଁକି ମାରିଦେଇ ଗଲା (୩)........

No comments:

Post a Comment

"ଗଜଭୁକ୍ତ କପିତ୍ଥ ଵତ୍" ପ୍ରଵଚନର ସାଂସ୍କୃତିକ ଓ ଵୈଜ୍ଞାନିକ ଵିଶ୍ଳେଷଣ

ଭାରାତୀୟ ସାହିତ୍ୟ ଓ ସଂସ୍କୃତିରେ ପ୍ରଵଚନ ତଥା ଲୋକକଥାଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହି ପ୍ରଵଚନଗୁଡ଼ିକ କେଵଳ ଭାଷାର ସୌନ୍ଦର୍ଯ୍ୟକୁ ଵୃଦ୍ଧି ...