Monday, August 28, 2017

ପାର୍ଥିକ ଓ ପରମାର୍ଥିକ ପ୍ରେମ

ପ୍ରେମ ଅନ୍ଧକୂପରେ ପଡ଼ିଲୁ ବୁଡ଼ିଲୁ,
ପ୍ରକୃତ ପଦାର୍ଥ କୁ ନ ଚିହ୍ନି ହୁଡି଼ଲୁ ।।ଘୋଷା।।

ପର ପ୍ରୀତି ପଥରେ ପାଦ ପ୍ରସାରି ଥରେ,
ପରମାଦରେ ପରମାଦରେ ପଡି଼ଲୁ ।।୧।।

ପାଇଲୁ ନାହିଁ କୁଳ, ପ୍ରାଣ ହେଲା ଆକୁଳ,
ପୀୟୂଷ ଭ୍ରମେ ବିଷ ଆଲୋଡି଼ ଲୋଡ଼ିଲୁ ।।୨।।

ପାତାଳ ଭେଦି କୂପ, ପାଷାଣଯୁପ-ରୂପ,
ପିପାଷା ଗଲା ନାହିଁ,ପଡି଼ଲୁ ପୋଡି଼ଲୁ ।।୩।।

ପ୍ରୟ ସଙ୍ଗତେ ଶ୍ରେୟ,ପାପରେ ହୁଏ ହେୟ,
ପରମତତ୍ତ୍ବ କୁ ଯା ହୁଡି଼ଲୁଁ ଛାଡି଼ଲୁ ।।୪।।

ପରମାନନ୍ଦେ ତ୍ୟଜି, ପାର୍ଥିବ ଭାବ ଭଜି,
ପାଶୋରି ସ୍ବରୂପ କୁ  ପାପପଙ୍କେ ଗଡ଼ିଲୁ ।।୫।।

@ଶ୍ରୀରାଜନାରାୟଣଦାସ

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...