Tuesday, August 22, 2017

<<<<<<ମମତା>>>>>>

‘‘ମୁଁ ଲେଡିଜ୍ କ୍ଲବ୍ ର ଏକ ଜରୁରୀ ମିଟିଂ କୁ ଯାଉଛି ! ବାବୁ ଉଠିଲେ ତାକୁ ଉପର ଥାକରୁ ଖେଳନା ନେଇ କି ଦେଇ ଦେବ ।
ଆଉ ଯଦି ବେଶି କାନ୍ଦେ ତ କାଲି କାଣିଥିବା ଚକୋଲେଟ୍ ଖୁଆଇଦେବ ଯେ ସେ ଶୋଇ ପଡ଼ିବ ।’’
............
............
............
ମହାନଦୀରେ ଆ ମଧ୍ୟରେ କେତେ ଯେ ପାଣି ବହି ଯାଇଥିଲା....
.........
ତିରିଶ ବର୍ଷ ପରେ ବୃଦ୍ଧ ପିତାମାତା  ନିଜ ଏକମାତ୍ର ପୁଅକୁ ନିଶାମୁକ୍ତି କେନ୍ଦ୍ର ନେଇ ଯାଉଥିଲେ ।
ସେଠାରେ ଚିକିତ୍ସକ ଜଣକ ମାଆ ଠାରୁ ଜାଣିବାକୁ ଚାହିଁଲେ ଯେ ତାଙ୍କ ପୁଅ ଡ୍ରଗ୍ସ କବଳରେ କେମିତି ପଡିଗଲା !
ଡାକ୍ତର କଥା ଶୁଣି ମାଆ ଟି ଅପରାଧବୋଧରେ
କାନ୍ଦି ପକାଇଲା ।
ପତି ଏହା ମାଆ ର ପୁଅ ପ୍ରତି ମମତା ମନେ କରି ପତ୍ନୀ ଙ୍କ ଆଡକୁ କରୁଣା ଦୃଷ୍ଟିରେ ଦେଖିବାକୁ ଲାଗିଲେ ।

No comments:

Post a Comment

କୁକର୍ମର ଫଳ: ଇତିହାସର ବୁମେରାଂ

ବଙ୍ଗାଳୀଙ୍କ ଗୁଣ ହେଲା ସେମାନେ ମଙ୍ଗଳଗ୍ରହରେ ଯାଇ ହଜାରେ ଵର୍ଷ ରହିଲେ ବି ନିଜକୁ ବଙ୍ଗାଳୀ ହିଁ ପରିଚୟ ଦେବେ । ଓଡ଼ିଆଙ୍କ ଗୁଣ ହେଲା ସେମାନେ ଯୋଉଠିକୁ ଯିବେ ସେଠାକାର ...