Thursday, August 17, 2017

ଓଡ଼ିଆ ଭାଷାରେ 'ଯ' ଏବଂ 'ୟ'

'ଯ' ଅକ୍ଷରର 'ୟ' ଅନ୍ୟ ରୂପ ଅଟେ । ଅନ୍ତ୍ଯସ୍ଥ 'ଯ' ର ଉଚ୍ଚାରଣଭେଦଜ୍ଞାପକ ସ୍ଵତନ୍ତ୍ର ଶବ୍ଦ ଓଡ଼ିଆ ତଥା ସଂସ୍କୃତରେ ରହିଅଛି ଏବଂ ତାହା ହେଉଛି   'ୟ' !!!!
ଏହି 'ୟ' ଶବ୍ଦଟି 'ଇ୍ୟ' ଭଳି ଉଚ୍ଚାରଣ ହୁଏ ।
ସଂସ୍କୃତ ବ୍ୟାକରଣର ନିୟମ ଅନୁସାରେ ଅନ୍ତ୍ଯସ୍ଥ 'ଯ' ଶବ୍ଦର ଆଦ୍ଯରେ ଥିଲେ 'ଯ' ହୁଏ ଉଦାହରଣ ସ୍ୱରୂପ ଯମ,ଯୋଗ, ଯୌତୁକ,ଯୌବନ ଆଦି.....
କିନ୍ତୁ ଅନ୍ୟତ୍ର 'ୟ' ହୁଏ ।
ଏ ନିୟମ ସପକ୍ଷରେ ସଂସ୍କୃତ ଆର୍ଶବାକ୍ୟଟିଏ ଲୋକପ୍ରିୟ ହୋଇଅଛି
"ପଦ ମଧ୍ଯେ ପଦାନ୍ତେ ଚ 'ଯକାର' ୟ ଉଚ୍ଯତେ"
କେତେକ ଉଦାହରଣ
ଅନ୍ୟାୟ,ପ୍ରତ୍ଯୟ ଆଦି......

କିନ୍ତୁ ହିନ୍ଦୀ ଭଳି ଅତ୍ୟାଧୁନିକ ଵିଶ୍ବଭାଷା ଏହି ସଂସ୍କୃତଗତ ନିୟମକୁ ଅଗ୍ରାହ୍ୟ କରି ଯମକୁ ୟମ ,ଯୋଗକୁ ୟୋଗ ଏବଂ ଯଜ୍ଞ କୁ ୟଜ୍ଞ କରିସାରିଛି.....
ହିନ୍ଦୀଭାଷାର ଏଇଟା ସବୁଠୁ ବଡ଼ ଦୋଷ କହିଲେ ଭୂଲ ହେବନାହିଁ ।
ଆର୍ଯ୍ୟଭାଷା ମଧ୍ୟରେ ଓଡ଼ିଆ ହିଁ  ପ୍ରାଚୀନକାଳରୁ ଏଯାବତ୍ ଏହି ନିୟମ ବଞ୍ଚାଇ ଆସିଛି । ଏହା ଓଡିଆଭାଷାର ଅନ୍ୟତମ ମୌଳିକତା ନୁହେଁ କି ?

No comments:

Post a Comment

ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ଆଇସି ୪୧୦ର ଅପହରଣ କେମିତି ହୋଇଥିଲା ?

୧୯୭୮ ମସିହା ଡିସେମ୍ଵର ୨୦ ତାରିଖ। ଭାରତରେ ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଅସ୍ଥିର ଥିଲା। କେନ୍ଦ୍ରରେ ମୋରାରଜୀ ଦେସାଇଙ୍କ ନେତୃତ୍ୱାଧୀନ ଜନତା ପାର୍ଟି ସରକାର କ୍ଷମତା...