Wednesday, August 23, 2017

•••••ଘରର ଲକ୍ଷ୍ମୀ ଘରର ଇଜ୍ଜତ••••

ଆଜି ପୁଣି ଘରର ଲକ୍ଷ୍ମୀ କୁ ଘରେ ଉଦାସ ମନରେ ମୁଣ୍ଡ ନୁଆଇଁ ବସିଥିବା ଦେଖାଗଲା ।
ତାକୁ ଏ ଅବସ୍ଥା ରେ ଦେଖି ଘରଟା ଯାକର ମରଦଙ୍କ ରକ୍ତ ଗରମ ହୋଇ ଗଲା ।
ଆଉ କାହିଁକି ବା ନ ରାଗିବେ
ତାଙ୍କ ଘରର ଝିଅକୁ ଆଜି ପୁଣି କେହି ଅଭଦ୍ର ଟୀକା ଟିପ୍ପଣୀ ଦ୍ବାରା ମାନସିକ ନିର୍ଯ୍ୟାତନା ଦେଇଛି...
ଏସବୁ କେମିତି ସହ୍ୟ କରାଯିବ ?
ଏ ଅଞ୍ଚଳରେ କିଛି ଦନ ହେଲା ଏପରି ଅପ୍ରିୟ ଘଟଣାମାନ ଘଟିତ ହେଉଅଛି ......

ଘରର ଲକ୍ଷ୍ମୀ କୁ ତାଗିଦ୍ କରିଦିଆଗଲା
ଏଣିକି ମୁହଁ କୁ ଚାଦରରେ ଆବୃତ୍ତ କରି କଲେଜ୍ କି ବଜାର ଆଡ଼େ ଯିବାଆସିବା କରିବ ଏବଂ ସଂଧ୍ୟା ସୁଦ୍ଧା ଘରକୁ ଚାଲି ଆସିଲେ ଭଲ.....

ତା ପର ଦିନ ସେ ମୁହଁ କୁ ଲୁଚାଇ ଘରୁ କଲେଜ ବାହାରିଛି
ରାସ୍ତାରେ ପୁଣି କିଛି ଲୋକ ତାକୁ ଦେଖି କମେଣ୍ଟ ପାସ୍ କଲେ
“ହେଇ ଗୋ ବେବୀ ! ଆଜି କଣ୍ ମୁହଁ କୁ ଲୁଚେଇ ଯାଉଛ !!!!! କଣ୍ ଆମକୁ ଏତେ ଲାଜ ? ”

କିଛି ସମୟ ପାଇଁ ସେ ସ୍ଥାଣୁ ହୋଇଗଲା...
ସେ ଅତିଶୟ ରାଗିଗଲା ମଧ୍ଯ
ହେଲେ ସଂଯମ ରକ୍ଷାକରି ତାକୁ କମେଣ୍ଟ ମାରୁଥିବା ଲୋକଙ୍କ ପାଖକୁ ଗଲା....

ସେଇଠି ସେ ନିଜ ମୁହଁରୁ ଚାଦର ହଟେଇ ଦେଲା !!!!
କହିବାକୁ ବହୁତ କିଛି ଚାହୁଁ ଥିଲା ସେ ହେଲେ
ରୁଦ୍ଧ ଗଳାରେ ମାତ୍ର ଏତିକି କହିପାରିଲା
‘ଦାଦା !!!!! ମୋତେ ଚିହ୍ନି ପାରୁନାହଁ କି
ମୁଁ ତୁମଘରର ଇଜ୍ଜତ ଦାଦା......’

ତା ଉତ୍ତର ଶୁଣି କିଛି ସମୟ ପାଇଁ ଗଗନ ପବନ ନିଶବ୍ଦ ସ୍ତବ୍ଧ ରହଗଲା .....

No comments:

Post a Comment

•ଯେତେବେଳେ DNA ମିଛ କହେ : ମାନଵ ଚିମେରାର ରହସ୍ୟ•

୧୯୯୮ ମସିହା ଶରତ ଋତୁ ସମୟରେ ବୋଷ୍ଟନ୍ ସହରର ଘଟଣା । ପଚାଶ ଵର୍ଷୀୟା ଜଣେ ସାଧାରଣ ଗୃହିଣୀ Karen Keegan ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କ ଯକୃତ ଧୀରେ ଧୀରେ କାମ କ...