Monday, August 7, 2017

|||||ସୂର୍ଯ୍ୟ ପ୍ରତି ଦୀପ|||||||||

ଭାସ୍କର ନାମକୁ ସୂର୍ଯ୍ୟ କରୁଛ ସଫଳ
ଆଲୋକିତ କରି ଚର ଅଚର ସକଳ
ମୋର ପ୍ରତି ପ୍ରତିକୂଳ ହେଲ କି କାରଣ,
ଯା' ଥିଲା ପ୍ରଭାଟିକ ତା କଲ ହରଣ ।
ତୁମ୍ଭ ରିପୁ ତମ ତାକୁ ନାଶ ଏ ସଂସାରେ,
ମୁହିଁ ତମ ନାଶିଥାଏଁ ଶକ୍ତି ଅନୁସାରେ  ।
ଉଚିତ ଅଟଇ ମୋହଠାରେ ତୁମ୍ଭ ତୋଷ,
କିନ୍ତୁ ମୋ ଆଲୋକ ନାଶ ଦେଖି କେଉଁ ତୋଷ ?
ଅନ୍ଧକାର ସଙ୍ଗେ କଲ ମୋ ଆଲୋକ ଗଣ୍ଯ,
ଧନ୍ୟ ପ୍ରଭାକର ତୁମ୍ଭ ମିତ୍ର ନାମ ଧନ୍ୟ !
*ନୟନ-ଦେବତା ତୁମ୍ଭ ଏ କି ଚମତ୍କାର​,
ନପାରିଲି ବାରି ନିଜେ ଆଲୋକ ଅନ୍ଧାର ।
ଏହି ସ୍ଵଭାବରୁ ତୁମ୍ଭେ ହେଲେ ଯେତେ ବଡ଼
ଚିହ୍ନା ପଡି଼ଗଲ ସିନା ଦେବ ନୁହେଁ ଜଡ଼ ।

@ସ୍ୱଭାବ କବି ଗଙ୍ଗାଧର ମେହେର

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...