Sunday, August 13, 2017

~~~~ଧୂମକେତୁ ଏବଂ ଅନ୍ଧବିଶ୍ୱାସ~~~~

ଧମକେତୁ ପ୍ରାଚୀନ କାଳରୁ ହିଁ ପୃଥିବୀର ରଙ୍ଗମଞ୍ଚରେ ନିଜର ଉପସ୍ଥିତି ଜଣେଇବା ସହ ମାନବ ସମାଜ ମଧ୍ୟରେ ଭୟ, ରୋମାଞ୍ଚ ଏବଂ ଜିଜ୍ଞାସା ସୃଷ୍ଟି  କରି ଆସିଛନ୍ତି ।
ପ୍ରାଚୀନ ମାନବ ଧୂମକେତୁ କୁ ନେଇ କଳ୍ପନାଜଳ୍ପନା ରେ ଲାଗିପଡିଲା ।
ଅଧିକାଂଶ ଧୂମକେତୁ କୁ ଈଶ୍ବରଙ୍କ ମାନବକୁ ସଂଦେଶ ମାନିଲେ....
ଧୂମକେତୁ କୁ ନେଇ ମଣିଷର ଅଜ୍ଞାନତା ଅଳ୍ପଦିନରେ ଅନେକ ଅନ୍ଧବିଶ୍ୱାସ କୁ ଜନ୍ମଦେଲା । ଧୀରେ ଧୀରେ ଲୋକେ ମାନିବାକୁ ଲାଗିଲେ ଯେ ଧୂମକେତୁ ସଭ୍ୟତାର ବିନାଶ ତଥା ରାଜସତ୍ତାର ଉତ୍ଥାନ ଏବଂ ପତନ ର ସମ୍ବାଦ ଦିଏ ।
ବେବିଲୋନିଆନ୍ ଧୂମକେତୁ କୁ ଈଶ୍ବରଙ୍କ ଦାଢି କହୁଥିଲା ବେଳେ
ଗ୍ରୀକ୍ ଲୋକେ ଧୂମକେତୁକୁ ଦେବତା ତଥା ତହିଁର ଧୂମ କୁ ବାଳ ମାନୁ ଥିଲେ  ।
ପ୍ରାଚୀନ ଆରବିକ୍ ପଣ୍ଡିତ ମାନେ ଧୂମକେତୁ କୁ
ଆଲ୍ଲା ଙ୍କ ଦ୍ବାରା ଜିନ୍ନାତ୍(ପ୍ରେତ)ଙ୍କୁ ମାରିବା ହେତୁ ଜଗିରହିଥିବା ଆଲୋକାସ୍ତ୍ର ଅନୁମାନ କରିଛନ୍ତି ।
ଆଧୁନିକ ଯୁଗର ବୈଜ୍ଞାନିକ ଡେଭିଡ୍ ହ୍ୟୁମ୍ ଙ୍କ ଧୂମକେତୁ ବିଷୟରେ ମତ ଥିଲା ଯେ
"ତାହା ଗ୍ରହମାନଙ୍କୁ ଜନ୍ମ ଦେଉଥିବା ଗୋଟିଏ ଗୋଟିଏ ଦୈବୀୟ ଶୁକ୍ରାଣୁ !!!!!!

1868 ରେ ବୈଜ୍ଞାନିକ ଵିଲିୟମ୍ ହେଁଗିସ୍ ସ୍ପେକ୍ଟୋଗ୍ରାଫି ଜରିଆରେ ଧୂମକେତୁ ର ଲାଞ୍ଜ ରେ ସାୟନୋଜିନ୍ ନାମକ କାର୍ବନୀୟ ପ୍ରଦାର୍ଥ ଥିବା ଦୁନିଆକୁ ପ୍ରଥମେ ଜଣାଇଥିଲେ ।
ଏହି ସାୟନୋଜିନ୍ ବିଷ ତିଆରିରେ ମଧ୍ଯ ଲାଗିଥାଏ ।
ସନ୍  1910..
ପ୍ରତ୍ୟେକ ୭୬ ବର୍ଷରେ ଥରେ ହ୍ଯାଲି ଧୂମକେତୁ ପୃଥିବୀର orbit ରେ ପ୍ରବେଶ କରିଥାଏ ।
୧୯୧୦ରେ  ଏକ ଗୁଜବ ବିଶ୍ବର କୋଣେ ଅନୁକୋଣେ ଖେଳିଗଲା !!!!
ଅଧିକାଂଶ
ନ୍ଯୁଜପେପରର ହେଡଲାଇନ୍ ହେଲା
"ବିଷାକ୍ତ ଧୂମକେତୁ ମାନବତାର ଅନ୍ତ କରିଦେବାକୁ  ଆସୁଅଛି" !!!
ଏଣେ ମେଡ଼ିକାଲ କମ୍ପାନୀ ଗୁଡିକ
ବିଷାକ୍ତ ଗ୍ୟାସରୁ ବର୍ତ୍ତିବା ପାଇଁ
ମାସ୍କ ବିକ୍ରି ଏବଂ ତାହାର ପ୍ରଚାର ପ୍ରସାରରେ ଲାଗିଗଲେ ।
ଆମେରିକାରେ ତଥା ଅନ୍ୟ ପଶ୍ଚିମ ବିଶ୍ବର ଦେଶଗୁଡ଼ିକର ତ ଲୋକେ ସେ ବର୍ଷ ପ୍ରଳୟ ଆଗରୁ ଉତ୍ସବ ତଥା ବିବାହ ଆଦି ଆୟୋଜନରେ ଲାଗିପଡିଥିଲେ ।
But......
Not Even A Single Person Died Due To Comet Pollution !!!.
😀😀😀😀
ଏଇ କିଛି ଦିନ ତଳେ
ଏକ ମହାଜାଗତିକ ଘଟଣା ପୃଥିବୀ ପୃଷ୍ଠରେ ସଂଘଟିତ ହୋଇଗଲା !!!
ବୈଜ୍ଞାନିକ ଭାଷାରେ ତାହାକୁ
"Meteor shower" କୁହାଯାଏ ।
୧୧,୧୨ ଅଗଷ୍ଟ ପୂର୍ବରୁ ଟିଭି ଖବରକାଗଜରେ ପୁଣି ଗୁଜବ ପ୍ରଚାର ଆରମ୍ଭ ହୋଇଗଲା !!!
ଏଥର ହେଡଲାଇନ୍ ବାହାରିଲା
"ରାତିରେ ଦିନ ହେବ"
ଲୋକେ ଅନେଇ ଅନେଇ ରହିଲେ
ହେଲେ ନା ଉଲ୍ଲକା ବର୍ଷଣ ହେଲା ନା ରାତିଟା ଦିନ 😀😀😀😀 ।


(Meteor shower  ପୃଥିବୀର ଉଭୟ ଗୋଲାର୍ଦ୍ଧରେ ହୋଇଥାଏ ଏତଦ୍ ଭିନ୍ନ ପୃଥିବୀର ଅନ୍ୟାନ୍ୟ ଭୂଭାଗରେ ଏଭଳି ଘଟଣା ଘଟିବା ବିରଳ)

No comments:

Post a Comment

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପ...