Saturday, December 3, 2016

କାନଶିରୀ

କାନଶିରୀ ଏକ ଜାତୀୟ ଘାସ । ଆଦ୍ର ମୃତ୍ତିକା ରେ ଏହି ଗଛଟି ପ୍ରାୟଃ 40 c.m ପର୍ଯ୍ୟନ୍ତ ବଢିପାରେ । ଏହି ଘାସଟି ମୂଳତଃ ଏସିଆ ଏବଂ ଆଫ୍ରିକାରେ ଜନ୍ମିଥାଏ ।

Comelina ଜାତୀୟ ଏହି ପାଦପଟିର ବଟାନିକାଲ ବୈଜ୍ଞାନିକ ନାମ କୋମେଲିନା ବେଁଘାଲେନିସ୍ ଏବଂ ସାଧାରଣ ଇଂରାଜୀରେ ବେଗଂଲ ଡେ ଫ୍ଲାବ୍ଵାର କୁହାଯାଏ ।

ମୁଖ୍ୟତ ବର୍ଷାଦିନେ ଜନ୍ମୁଥିବା ଏଇ ଘାସ ଲଟାଳିୟା ,ଗଣ୍ଠିରେ ଗଣ୍ଠିରେ ଚେର ହୁଏ । ପତ୍ର ଅଣ୍ଡାକାର,ପତ୍ରର ଡେମ୍ଫ ନଳପରି । ଫୁଲ ଛୋଟ ଏବଂ ନେଳିଆ ।

ଆଜକୁ କୋଡିଏ ତିରିଶି ବର୍ଷତଳେ ଗରୀବ ଓଡିଆଲୋକେ ଏହି ଘାସକୁ ଶାଗ କରି ଖାଉଥିଲେ ।

ଆଜିକାଲି ଆଧୁନିକ ସମାଜରେ ଏହାର ବ୍ୟବହାର କମିଯାଇଛି ।
ତେବେ
ଚୀନରେ ଏହି ଗଛର ଔଷଧୀୟ ବ୍ୟବହାର ସେଠାରେ ଖୁବ ଜନାଦୃତ ହୋଇଅଛି ।
ଆଜିକାଲି କେତେ ରକମର ଔଷଧ ବାହାରିଲାଣି କିନ୍ତୁ ଆଗେ ଯେବେ କାହାର ଆଖିରେ ଆଲୁଅ ବ୍ରଣ ଉଠୁଥିଲା ସେ ଏହି ଗଛର ରସକୁ ସେଇ ବ୍ରଣ ରେ ଲଗାଇ ଭଲ ହୋଇଯାଉଥିଲା ।

ଆଧୁନିକ ସମାଜରେ ଏହି ଘାସ ଜାତୀୟ ଗଛ ଟି କେବଳ ଅନାବାଦୀ ଭୂମିରେ ଅଲୋଡା ଜନ୍ମି ମରିଯାଏ !

Friday, December 2, 2016

ଭେଟନଈ - କୃଷ୍ଣସାରଙ୍କ ସ୍ବର୍ଗ

ଭେଟନଈ
ଆମ ଓଡିଶାର ଏମିତି ଏକ ଗାଆଁ ଯାହା ପାଲଟିଛି କୃଷ୍ଣସାର ମୃଗଙ୍କ ପାଇଁ ସ୍ବର୍ଗ.....

ଗଞ୍ଜାମ ଆସିକା ବ୍ଲକ୍ ରେ ଅଛି ଭେଟନଈ ଗ୍ରାମ ପଞ୍ଚାୟତ.....

ଗଡଜାତ ଶାସନ ସମୟରେ ଏଇ ଗାଆଁଟି ଘୁମୁସର ଗଡ଼ଜାତରେ ଥିଲା

କିମ୍ବଦନ୍ତୀ ଅଛି ଯେ ଥରେ
ଏ ଅଞ୍ଚଳରେ ଆଠଗଡ଼,ଧରାକୋଟ ଓ ଘୁମୁସର ରାଜ୍ୟ ମଧ୍ଧରେ ଭୀଷଣ ଯୁଦ୍ଧ ହେଉଥାଏ !
ହଜାର ହଜାର ସୈନିକ ମରୁଥାଅନ୍ତି ହେଲେ  ପଛଘୁଞ୍ଚା ଦେଉନଥାନ୍ତି ....."
ଶେଷରେ ତିନି ରାଜ୍ୟ ର ରାଜା ଏଇ ଗାଆଁ ପାଖ ନଦୀକୂଳେ ଭେଟ ହୋଇ ଯୁଦ୍ଧ ବିରତୀ ତଥା ଶାନ୍ତି ଘୋଷଣା କରିଥିବାରୁ ଗ୍ରାମର ନାମ ଭେଟନଈ ହୋଇଥିବା ବିଶ୍ବାସ କରାଯାଏ ।

ଭେଟନଈ ଗାଁ ର ପ୍ରତ୍ୟକ୍ଷ ଦେବୀ ହେଉଛନ୍ତି
କଙ୍କଣଦେବୀ ।

ଦେବୀଙ୍କ ମନ୍ଦିର ପାଖକୁ ଲାଗି ଅଛି ଏକ ବିଚିତ୍ର ବିଶାଳ (୫୫ ଫୁଟ ଉଚ୍ଚ) ପଥର ।
କୁହାଯାଏ ଆଗେ ଏଠି କେବଳ ଜଙ୍ଗଲ ଥିଲା ....ଏଇ ବାଟ ଦେଇ ଯାଉଥିବା ଲୋକେ ଏଠି କୌଣସୀ ନାରୀ ର କଙ୍କଣ ଶବ୍ଦ ଶୁଣିବାକୁ ପାଉଥିଲେ ।
ଧୀରେ ଧୀରେ ଲୋକ ବିଶ୍ବାସ ଜନ୍ମ ହେଲାରୁ ଏଠାରେ କଙ୍କଣଦେବୀଙ୍କ ପୂଜା ଆରମ୍ଭ ହୋଇଥିଲା ।

ମନୁସ୍ମୃତି ଅନୁସାରେ ଚିତ୍ରୋତ୍ପଳା ଠାରୁ ଗୋଦାବରୀ ମଧ୍ୟସ୍ଥ ଅଞ୍ଚଳ ଯଜ୍ଞକ୍ଷେତ୍ର ।
ଏଇ ଅଞ୍ଚଳରେ କୃଷ୍ଣସାର ଥିବାକଥା ପ୍ରାଚୀନ ଗ୍ରନ୍ଥ ଗୁଡିକରେ କୁହାଯାଇଅଛି ।

ଭେଟନଈ ଏବଂ ସିଦ୍ଧନଈ ଆଦି ଗାଆଁ ଗୁଡିକରେ ବିନା ସରକାରୀ ସମାୟତାରେ କୃଷ୍ଣସାର ସଂରକ୍ଷଣ କରି ଏ ଅଞ୍ଚଳର ଲୋକେ ସେମାନଙ୍କ ମହନୀୟତା ର ପରିଚୟ ଦେଇଛନ୍ତି ।

ରାଜସ୍ଥାନ ଭଳି ଭେଟନଈ ଗାଆଁ ଲୋକେ କୃଷ୍ଣସାର ମୃଗଙ୍କ ପାଇଁ ସମ୍ବେଦନଶୀଳ .....

ଏମିତିକି ଥରେ ଦଶପଲ୍ଲା ରାଜା ମୃଗଶିକାର କରୁଥିବାର ଧରା ପଡିଲାରୁ ଗାଆଁଲୋକେ ରାଜାଙ୍କୁ ଲଣ୍ଡାକରି ଗାଆଁ ଯାକ ବୁଲାଇଥିବା ପ୍ରବାଦ ଅଛି ।

ଏଇ ମାଟିରେ ଜନ୍ମ ହୋଇଥିଲେ
ମଦନ ମୋହନ ପଟ୍ଟନାୟକ
ଉଦୟ ଚରଣ ପଣ୍ଡା
ବାଞ୍ଛାନିଧୀ ବେହେରା
ବାବାରାଓ ଦୋରା ଭଳି ସ୍ବାଧିନତା ସଂଗ୍ରାମୀ.....

ଇଟିଭି ଓଡିଆ
ଛୋଟ ମୋର ଗାଆଁ ଟି
କାର୍ଯ୍ୟକ୍ରମ ରେ ଗତ ରବିବାର ଭେଟନଈ ଗ୍ରାମ ବିଷୟରେ ଏ ସବୁ ଜାଣି ଗର୍ବ ଅନୁଭବ ହେବା ସହ ଗାଆଁ କୁ ଏ ଯାଏଁ କୌଣସୀ ସରକାରୀ ସାହାଯ୍ୟ ନ ଦିଆଯିବା ଟା ବାଧିଥିଲା .....

ଏଇ ଗାଆଁକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯିବା ସହ ଜଳସେଚନର ସୁବିଧା କରାଗଲେ ଲୋକେ ଉପକୃତ ହେବେ ଏବଂ ରାଜ୍ୟର ପର୍ଯ୍ୟଟନ ବିଭାଗକୁ ଆଉ ଏକ ଟ୍ୟୁରିସ୍ଟ ସ୍ପଟ ମିଳିଯିବ ।

Saturday, November 12, 2016

ଅଳପ

ଅଳପ ପାଇଛୁ ହାତ ପାପୁଲୀରେ
ଅନେକ ରହିଛି ବାକୀ
ଏବେ ଠାରୁ ଯଦି ମନରେ ଗରବ
କାଲି ଯିବୁ ନିଶ୍ଚେଁ ଠକି

ଠକିଦେବେ ତୋତେ ପ୍ରଭୂ ଜନାର୍ଦନ
ଟାଣି ଟାଣି ନେବ ଯମ
କିନ୍ତୁ ଭାଙ୍ଗେନା ମୋହମାୟାର
ପ୍ରାଚୀର
ମନେ ଭରିଅଛୁ ଭ୍ରମ

ଅଳପ ଦେଖିଛୁ
ସଂସାର ପଥରେ
ବଡାଇ କରୁଛୁ କେତେ
ଦେଖିଛୁ କି ଧନ ଶ୍ରୀହରୀବଦନ
କିଁପାଇ ଗରବ ଏତେ

ଅଳପ ଜାଣିଛୁ ଜ୍ଞାନର ସାଗରୁଁ
ସମୁଦ୍ର କୁ ଶଙ୍ଖେ ସମ
ନକର ନକର ଅହଂ ରେ
ତୁଚ୍ଛାକୁ ପାଗଳା ମନ

ଅଳପ କାଳର ଜୀବନ ତୋହର
ନଶ୍ବର ମରଣଶୀଳ
ସ୍ବଳ୍ପକାଳକୁ ଗଳ୍ପରେ
ନସାରି
ଇଶ୍ବର ଶ୍ମରଣ କର ............

Thursday, November 10, 2016

ଲେଖନୀ

ଅନ୍ଧକାର ଗୃହେ
ଆଲୋକ ଲିଭାଇ
ଦିନେ ନୟନେ
କଳାକନା ବାନ୍ଧି
ବସିଲି ମୁଁ ଯେବେ
କବିତା ଲେଖି......

ଭାବହୀନ ମନ
ସିଥୀଳ ସର୍ବାଙ୍ଗ
ପେଟ ର ଭୋକ
ସ୍ବଭାଷା ବିତୃଷ୍ଣା
ଆସିଲେ ସରବେ
ମୋ ବାଟ ଓଗାଳୀ

ନଲେଖୀ କବିତା
ମାତୃଭାଷାରେ
ଲେଖୁଛି ସେବେଠୁ
ଅନ୍ୟ ଭାଷାରେ
ମନରେ
ମୁଁ ବଡ଼ ହତଭାଗ୍ୟଟି

ମୋ ଲେଖନୀ
ହେଲାଣୀ
ପର ର ଚାକର
ନିଜ ମାତା ପାଇଁ
ବେଳ ନାହିଁ ମୋର
ମୋ ପରି ସ୍ବାର୍ଥୀ
ଆଉ ଅଛି କେହି କି ?

ନିଜ ଭାଷା ନିଜ ଜାତୀ
ତ୍ୟାଗକରି
ଯେ ଗଲା
ସେ ହେଲା
ବିନାଶ ପଥେ ଯାତ୍ରୀ

ମୁଁ ମୋ ବିନାଶ
ମୋ ହାତେ କରିବି
ତୁ କିମ୍ପା ଦୌଡୁଛୁ
ମୋ ପଛେ ରେ ଭାଇ ?
କର କର
ଉଚ୍ଚ ନିଜ ମାତୃଭାଷା ତୁ
ଲେଖ ଶତ କାବ୍ୟ ଗ୍ରନ୍ଥ
ତୋ କର୍ମ ମାନ ଆଉ
କେ କରିବ କାହିଁ !!!!!!!!


Wednesday, November 9, 2016

ଓଟ ଦେବତା

ନାଗେନା ଗ୍ରାମ ଢେଙ୍କାନାଳ ର ଏକ ପୁରାତନ ଐତିହାସିକ ଗାଆଁ । ଏଠାରେ ନାଗନାଥେଶ୍ବରଙ୍କ ପ୍ରସିଦ୍ଧ ମନ୍ଦିର ଅଛି ।
ଏଇ ଗାଁ କୁ ଲାଗି ଆଉ କେତୁଟା ଗାଆଁ ଅଛି ।
ଶଙ୍କରପୁର ଭୀଁପୁର ଆଦି ।
ଶଙ୍କରପୁର ତଥା ଭୀଁପୁର ଗାଆଁରୁ ଦୁଇ ଜଣ କନ୍ୟା ଲିପି , ସୁମି ଙ୍କର ନାଗେନା ଗାଆଁ ରେ ଏକ ପରିବାରରେ ବିବାହ ହୋଇଥାଏ ।

ଏବେ
ଥରେ ନାଗେନା ଗାଆଁକୁ ଓଟ ସହ ତାର ମାଲିକ ଜଣେ କୌଣସି କାର୍ଯ୍ୟବସତଃ ଆସିଥାଏ ।
ଲିପି ନାନୀଙ୍କ ଟୁଲୁ ନାଆଁରେ ଜଣେ ଦିଅର ଟିକେ କୌତୁକପ୍ରିୟ । ଦୂରରୁ
ଓଟ ଆସୁଥିବା ଦେଖୀ ଭାଉଜକୁ ଟାକ ଛାଡିଲା ,,,,,,,,,,,
ଭାଉଜ !!!! ଭାଉଜ ଗୋ......
ଆସ ହେ ଆସ ଦେଖିବ ଆମ ଗାଆଁକୁ ଓଟ ଦେବତା ଆସିଛନ୍ତି.......
ହେଇଟି ବଲବଲକରି ଖାଲି ଚାହିଁବନାହିଁ ଟି
ମୁଣ୍ଡିଆ ମାରିବ ହଁ.......ବଡ ଚମତ୍କାରୀ ପବିତ୍ର ଜୀବ ଯେ.......
ମରୁଭୂମି ରେ ବିନା ପାଣିରେ ବଞ୍ଚିପାରନ୍ତି ଏଇ ସେ ଓଟ ଦେବ ।

ସେଇ ନୂଆ ବୋହୂ ଦ୍ବୟ ଏକେ ତ କମ ପଢା ଶିକ୍ଷିତ ଏଣେ ନିପଟ ମଫସଲ ଅଞ୍ଚଳରେ ରହୁଥିବାରୁ କେବେ ଓଟ ଦେଖୀ ନଥିଲେ କି ଠିକ ସେ ଜଣିନଥିଲେ ।
ଦିଅର କଥା କୁ ବିଶ୍ବାସ କରି ଦାଣ୍ଡ କୁ ଓଟ ଦେବତା ଦର୍ଶନାର୍ଥେ ଗଲା ବେଳକୁ ଓଟ ତାଙ୍କ ହତା ପାର ହୋଇ ଖଣ୍ଡେ ଦୂର ଆଗେଇ ଗଲାଣି

ସେଇଠୁ ଦିଅର ଟୋକା ଟୁଲୁଙ୍କୁ ପଚାରାଗଲା
କିହୋ ଏବେ କଣ ଅରାଯିବ ଯେ ?????

ସେଇଠୁ
ଟୁଲୁ କପଟ ହସ ହସି କହିଲା
ଯାଅନ୍ତୁ ବା
ତମେ ଏଇଠୁ ମୁଣ୍ଡିଆ ଗୋଟାଏ ଗୋଟାଏ ମାରି
ସେ ଯୋଉ ଓଟ ଖତ ଦାଣ୍ଡରେ ପଡିଛି ଟିକେ ଟିକେ ମୁଣ୍ଡରେ ଲଗାଇ ପକେଇବ ।
😂😂😂😂😂😂😂😂😂

ରାତିକୁ ଏ କଥା ଭେଣୋଇଙ୍କୁ କହି ଲିପିନାନୀ ବହେ ଗାଳୀ ମନ୍ଦ ଖାଇଲା
ଲିପିନାନୀ ଛାଡିବା ଜନ୍ତୁ ନୁହେଁ

ସକାଳକୁ ତେଣୁ ଟୁଲୁ ଭାଇଙ୍କ ଚା ପାଣି ଟା ଲୁଣିଆ ହେଲା

😎😎😎😎😎😎

Tuesday, November 8, 2016

ଶମ୍ଭୁମାଆ

ଏକବିଂଶ ଶତାବ୍ଦୀରେ ଅନ୍ଧବିଶ୍ବାସ ପ୍ରତି ଆଧୁନିକ ଯୁବ ସମାଜ କେତେ ସଚେତନ ଏଇ ଘଟଣାଟି
ଶୁଣିଲେ ହୃଦୟଙ୍ଗମ କରିପାରିବେ

ସମ୍ଭୁ ଆମ ଗାଆଁ ର ଜଣେ ନବଯୁବକ
କନ୍ୟା ରସିକ
ମତ୍ତ ମଦ୍ୟ ରସିକ

ଦି ତିନୋଟି ଅବଗୂଣକୁ ଛାଡିଦେଲେ
ତା ଠେଇଁ ଶହେ ଭଲଗୁଣ ଇଶ୍ବର କୁଢେଇ ଦେଇଛନ୍ତି ।

ଆଜିକାଲିକା ଯୁଗରେ ଉଚ୍ଚକୂଳ ଗୋତ୍ରରେ ଜନ୍ମ ନେବାଟା
ଯେମିତି ଅଭିଶାପ ହୋଇଗଲାଣି ନା ସରକାରୀ ଚାକିରୀ ମିଳୁଛି ନା ଅନ୍ୟ ଫାଇଦା ।
ପୁଣି ତହିଁରେ ଖଣ୍ଡାଏତ କୂଳ ସାହୁ ଉପନାମଧାରୀ ! ଥୋକେ ଲୋକ ପୁରା ନାମ ଟା ଶୁଣି ତୁମକୁ ତେଲୀ ଜ୍ଞାନ କରିବେ ଆଉ ଅଧେ ଲୋକ କିଛି ଠାଉରାଇ ନପାରି ତୁମକୁ ଛୋଟ ମଣିବେ । ସମ୍ଭୁ ଓରଫ ଶମ୍ଭୁ ଶରଣ ସାହୁ ର ଏଥିପାଇଁ ସମାଜ ଉପରେ ବଡ ରାଗ ।
ତେବେ ତା'ର ଟାରଜନ ଭଳି ବଳବପୁ ରେ ଏକ ମାତ୍ର ଦାଗ ତା କଜଳପାତିଆ

ରଙ୍ଗ ଯୋଗୁଁ ତାକୁ କେହି ପସନ୍ଦ କରନ୍ତି ନାହିଁ ।

ଏମିତିରେ ତାକୁ ଗାଆଁ ର ଏଣେ ଗୋରୀ କନିଆଁ କୁ ଦେଖୀ ଦେଖୀ one side love  ହୋଇଗଲା । ବିଚରା ତିନି ପାଞ୍ଜୀରୁ ଗଲା !
ଆଉ କାମ ଦାମ କରିବାକୁ ଇଛା ହେଉନଥାଏ ।

ଝିଅ କଲେଜ ପାଠ ସାରି ଚାକିରୀ କରିଲାରୁ ଶମ୍ଭୁ ମନ ପାଣିଚିଆ ହୋଇଗଲା ।
ଆଉ ଖାଦ୍ୟ ରୁଚୁନଥାଏ
ଶମ୍ଭୁମାଆ ତା ପୁଅ ଅବସ୍ଥା ଦେଖୀ ଜାଣିଗଲା
ଇଏ ପ୍ରେମରୋଗ ।
ପୁଅଠୁଁ ସବୁ ବୁଝି ତାକୁ ବୁଝେଇ ବୁଝେଇ ରହିଲା
ସତେ କଣ କେବେ ବାମନ, ଚନ୍ଦ୍ର ଧରିବ ?

ତେବେ

ଚେଷ୍ଟାଟିଏ କଲେ କ୍ଷତି କଣ ?

ଶମ୍ଭୁ ମାଆ ଯାଇ ଗ୍ରାମ ମହାମାୟୀ
ଠାକୁରାଣୀ ଙ୍କ ପୀଠରେ ଦୁଃଖ ଜଣାଇଲା । କିଛି
କୁକୁଡା,ନାଲିପାଣି ଏବଂ ହାତଖରଚ ବନ୍ଦୋବସ୍ତ କରିଦେଲାରୁ
ଠାକୁରାଣୀ ମାନବ ଦେହରେ ପ୍ରତ୍ୟକ୍ଷ ହୋଇ ଆଦେଶ ଦେଲେ !
ହଇଲୋ ଆମ ଆଦେଶ .........ଅମକେଇ ଝିଅ ସମକେଇ ପୁଅ କୁ ବାହା ହେଉ ସୁଖୀ ହେବ
ନଚେତ ତା'ର ବିଧବା ଯୋଗ ପୁଅର ମରଣଯୋଗ..........

ମହାମାୟୀ ପୀଠରେ ଘଡିଏ କୁମ୍ଭୀର କାନ୍ଦଣା
ମିଛ ମୁଣ୍ଡ ପିଟାପିଟି ପରେ

ଶମ୍ଭୁମାଆ ତା ପୁଅର one side ପ୍ରେମିକା ପାଖକୁ ତା'ର ଜଣେ ସମ୍ପର୍କୀୟା ଭଉଣୀକୁ କହି ପଠାଇଲା

ସେ ଝିଅ ଯେମିତି ଶୁଣିଛି
ହସି ହସି ଗଡିଗଲା
😂😂😂😂😂😂😂

କିହୋ ଯା ହେଲେ ବି ପଢା ଶିକ୍ଷିତ

  ଝିଅ ସେ 

ତୁମେ ପୁଣି ତାକୁ ଫାଙ୍କିବ ?

ଝିଅର ରୋକଠୋକ ଜବାବ

ମଦୁଆ କାଳିଆ ବେକାର ବର ଲୋଡା ନାହିଁ
ଦେବୀଙ୍କ କୃପାରୁ ମୋ ପତି ଆର୍ମୀ ଅଫିସର ହେଉ । ସିଏ ସହୀଦ ହୋଇ ଗଲେ ବି ମୁଁ ବାକୀ ଜୀବନ ସ୍ବାଭିମାନ ସମ୍ମାନ ,ସରକାରୀ ପେନସନ ପାଇ କଟାଇ ଦେବି ।

ତେବେ
ଏତକ କଥା ଶୁଣି ମଧ୍ଧ ପୁଅମାଆ ନିରାଶ ହୋଇନାହିଁ
ଯେ...........😉😉😉😉😉

ତଥାପି ଚୈଷ୍ଟା ଚଳାଇଛି । ଦେଖାଯାଉ ବିଧାତା ର ବିଧାନ କଣ କୋଉ ପାଣି କୁଆଡେ ଯାଉଛି






Wednesday, November 2, 2016

ସେଇ କ୍ଷଣେ

ସେଇ କ୍ଷଣେ ଜାଣିପାରେ
ତୁମ ପ୍ରେମ କେତେ ଗଭୀର
ପ୍ରିୟତମ !

ଯେଉଁ କ୍ଷଣେ ଆମ ପ୍ରୀତି ଶ୍ରୀଖରେ
ଶରୀର ସାହାଯ୍ୟେ
ହୁଅଇ ଆତ୍ମା ର ମିଳନ

ଆଲୋଡିତ ମନ ହୁଏ
ଓଷ୍ଠ ଆମ କମ୍ପୁ ଥାଏ

ଯେବେ ତୁମେ ବନ୍ଧନ କାଟି ଅନ୍ତ କର ମିଳନ...
ଯେବେ ବାହୁ ଯୁଗଳେ କର ଅକ୍ତିଆର ମୋ ତନ,,

ଯେବେ ଚୁମ୍ବନେ ଆଦ୍ର କର ମଥା...
ଦେଖ ଯେବେ ମୋ ନୟନେ
ପ୍ରୀତିରସେ ବୁଡି

ଯେବେ ବଢିଯାଏ ସେହି ପ୍ରେମ ସେହି ସମ୍ମାନ
ମୋ ପାଇଁ ତୁମ ମନେ ତୁମ ତନେ
ଚାକ୍ଷୁସେ ଯୌବନ ବନେ

ତେବେ ହଁ ତେବେ ହୁଏ ମୁଁ ଆଶ୍ବସ୍ତ
କି ପିରତୀ କରି କରିନାହିଁ ଭୂଲ ଟିଏ...

ତୁମେ ନୁହଁ କେବଳ ଅଙ୍ଗ ରୂପ ରସିକ
ତୁମେ ଶୋଇ ଯାଅନା ଉଚ୍ଚତାରୁ
ପଡି ତଳେ କେଭେ........

ତୁମେ ସେ ନୁହଁ ଯା ପାଇଁ
ପ୍ରେମ ବିକ୍ରି ହୁଏ
ବଳାତ୍କାରେ ବୈଶ୍ୟାଳୟେ

ତୁମେ ସେ ନୁହଁ ଯାକୁ ଡରୁଥିଲା ମୋ ମନ...
ତୁମେ ସିଏ ଯିଏ ଜାଣେ ପ୍ରେମର ମହତ୍ବ
ଯାହାକୁ ଜଣା ହୃଦ କୁ ସମ୍ମାନ ଦେବା

ତୁମେ ସେ
ଯା ପାଇଁ ମୁଁ ମାତ୍ର ଖେଳନା ନୁହଁ !

ତୁମେ
ହଁ ତୁମେ ପ୍ରିୟ
ମୋର ସଚ୍ଚା ପ୍ରେମ
ମୋ ମନ ର ପ୍ରାଣ

ମୂଳ ରଚ଼ନା
धीरज झा...

Tuesday, November 1, 2016

କୌଣସୀ ସହର, ସହର ନ ଥାଏ..........

କୌଣସୀ ସହର, ସହର ନଥାଏ
ନଥାଏ କୌଣସୀ ଗାଆଁ .......

ଥାଏ କେବଳ ସ୍ମୃତି
ସେଇ ସମୟ ଯାହା
ଆମେ ସେଠାରେ ବିତାଇ ଥାଅନ୍ତି

ସେଇ ଲୋକ ମାନଙ୍କର ସ୍ମୃତି
ଯେଉଁମାନେ ଆମକୁ
ଅବା ଆମେ ସେମାନଙ୍କୁ ଭୂଲିଯାଅନ୍ତି

ଏମିତିବି ହୁଏ କେଭେ ନଯାଇ ସେ ସହର ଟା
ବି ବଡ ଭଲ ଲାଗେ

ରହୁଥାନ୍ତି ଯେହେତୁ
କେହି ହୃଦୟର ପ୍ରାଣ ପ୍ରିୟ

ସେମିତିଆ ସହର ର ନାମ ନେଲା ମାତ୍ରେ
ଓଷ୍ଠେ ହସ ଫୁଟେ
ପୁଣି କୌଣସୀ ସହରକୁ ଖୁବ ଘୃଣା କରୁଁ ମନେ

କି ଯଦି କେବେ ପାର ହେବାକୁ ସହର ଟା
ଥାଏ ଗନ୍ତବ୍ୟ ସ୍ଥଳ ମଧ୍ୟରେ
ନିଦ୍ରା ନ ଥାଇ ବି ଚକ୍ଷୁ ବନ୍ଦ କରୁଁ କାହିଁକି
ଦ୍ବିଧା ରେ

କାହିଁକିନା ସେଠି ଦେଇଥିଲା କେହି ଧୋକା
ପାଇଥିଲା ଆଘାତ ଆମ ହୃଦୟଟା କେବେ

ବର୍ଷ ବର୍ଷ ସେଠି ରହି ମଧ୍ଧ
ବେଳେ ବେଳେ
ସହରଟାକୁ ଠିକ ସେ ଜାଣିନଥାନ୍ତି ଆମେ
ଯେଣୁ ପାଇନଥିଲେ
କି ହଜାଇନଥିଲେ କିଛି ବି ତହିଁ ଆମେ

ମୁଁ କହୁଥିଲି ନା !
ସହର ମହର ନଥାଏ ,
ଥାଏ କେବଳ ସ୍ମୃତି

...........
धीरज झा जी कि कविता

"शहर शहर नही होता होती हैं तो बस यादें..."
. का #Odia भावानुवाद

ବରଷା

ଅଦିନିଆ ବର୍ଷା ଇଏ ମନେ ବରଷିଲା
ଅଜଣାରେ ମନକୁ ମୋ କିଏ ଚୋରୀ କଲା

ଆଶାଢର ବରଷାରେ ଭିଜିଗଲା ସବୁ
ଅମାନିଆ ମନକୁ ମୋ କଲା କିଏ କାବୁ

ଅକୁହା ସେ କଥା ସବୁ କହିଯାଏ ମନ
ଶୁଣନ୍ତା କି କେହୁ ଅବା ମୋର ପ୍ରିୟଜନ

ଅନାଥ ମୋ ମନଥିଲା
ପ୍ରେମର ସଂସାରେ
ଅମାପ ସେ ପ୍ରୀତିଦେଲା
କ୍ଷଣକ ମଧ୍ଧରେ

ଅତିଥୀ
ସେ ଥିଲା ମୋର
ହୃଦୟ ସହରେ

ଆଜି ଦେଖ ଅଧିକାରୀ
ମନ ଅନ୍ତଃପୁରେ

ଆଉ କେବେ ବରଷିବ
ମନରେ ବରଷା

ଅତୀତକୁ ଚିନ୍ତାକରେ
ମନ ମୋ ସହସା

ସ୍ବାଭିମାନୀ ମନ ମୋର ଅଭିମାନ କରେ
ଅସମୟେ ଚାଲିଗଲ ଚାହିଁଲନି ଥରେ

ଆକାଶ ମନର ମୋର
ଆଜି ଖାଲି ମୋ ପଡିଛି

ଆସ ଥରେ ପ୍ରିୟ ତୁମେ
ଲୋଡା ନାହିଁ କିଛି

ଆଶା ଥିଲା ବରଷିବ
ଆଜୀବନ ତୁମେ
ଅବିବେକୀ ହେଲ
ପ୍ରିୟ ଛାଡିଗଲ ତୁମେ

ତେଣୁ କବି ବୋଲେ ଏ ସଂସାର

ସାହିତ୍ୟ ର ସୁରମ୍ୟ ଅରଣ୍ୟେ
ଫୁଟିଲା ଏ କଳିକା ଗୋପନେ

ସୁଗନ୍ଧ ତା ପ୍ରସାରିତ ହେଲା
ଜନମନ ପ୍ରସନ୍ନ କରିଲା

କ୍ରମେ ଲୋକେ ହୋଇଲେ ଉନ୍ମତ୍ତ
ଦେଲେ ସିଏ ଭିନ୍ନ ଏକ ମତ

ମତି ମତ ଗ୍ରହଣ କରିଲା
ମନେ ମନ ଏକାକାର ହେଲା

ତାର ଗାନ ଗାଇଲେ ସକଳେ
ବଢାଇଲେ କଳେବର ଦିନୁଁଦିନ ତାରେ

ନାମ ଦେଲେ କବିତା ତାହାର
କରିପାରେ ହୃଦୟେଁ ପ୍ରହାର

ଆଜି ପୁଣି ଦ୍ରୁମଟିଏ ହୋଇ
ଜନ ମନ ନେଇଯାଏ ମୋହି

ରୂପ ତାର ଅନେକ ସଂସାରେ
କେ କୋରାନ କେ ଗୀତା କହେ

ମନେ ଯେବେ ପବିତ୍ରତା ଥିବ
ନିଶ୍ଚେ ଦିନେ କବିଟିଏ ହେବ

ଗାଇ ତାର ଅମର ଏ ଗାଥା
ମନୁଁ ମୋର ଚାଲିଯାଏ ବ୍ୟଥା

ଦିଵାନା ମୁଁ ପ୍ରେମରେ ତାହାର
ତେଣୁ କବି ବୋଲେ ଏ ସଂସାର.........

Monday, October 31, 2016

ମହାପ୍ରଭୂଙ୍କ ଲୀଳା

॥ ମହାପ୍ରଭୁଙ୍କ ଲୀଳା ,ମନ ଦେଇ ପଢିବ ॥

ବହୁ ବର୍ଷ ପୂର୍ବେ ଯେବେ ପୂରୀ ଏତେ ବିକାଶ ହୋଇ ନ ଥିଲା,
ଗଜପତି ମହାରାଜ ଙ୍କ ଶାସନ ଥିଲା,

ଏକଦା ଗଜପତି ମହାରାଜ ଘୋଡ଼ା ରେ ବସି ନଗର ପରିକ୍ରମା କରୁଥିଲେ। ବାଟରେ ଗୋଟେମନ୍ଦିର ପଡିଲା.ଜଗନ୍ନାଥ ଙ୍କ ମନ୍ଦିର,ଗଜପତି ରାଜା ଅଶ୍ୱ ରୁ ଓଲ୍ଲାଇ ମନ୍ଦିର ଭିତରକୁ ଗଲେ ଓ ଜଗନ୍ନାଥ ଙ୍କୁ ପ୍ରଣାମ କଲେ.

ପୂଜାରୀ ଗଜପତି ଙ୍କୁ ଦେଖି ପ୍ରଣାମ କଲେ ।ଓ ଭୋଗ ଦେଲେ,

ଦୁର୍ଭାଗ୍ୟ ବଶତଃ ପୂଜାରୀ ଙ୍କ ଗୋଟେ କେଶ ଭୋଗରେ ପଡିଯାଇ ଥିଲା, ଗଜପତି ଦେବରାଗିଗଲେ।

ଏବଂ ପଚାରିଲେ- ପୂଜାରୀ ଏ କେଶ କ।ହାର?
ପୂଜାରୀ ଡରିଗଲେ ଏବଂ ଭାବିଲେ ଯଦି ମୁଁ କହିବି ଏହା ମୋ କେଶ ତେବେ ରାଜ ଦରବାରରେ ରାଜl ନିଶ୍ଚୟ ମତେ ଦଣ୍ଡିତ କରିବେ,
ରାଜା ପୂଣି ପଚାରିଲେ ଆରେ ପୂଜାରୀ ଏ କେଶ କାହାର ?

ପୂଜାରୀଙ୍କ ମୁହଁରୁ ସ୍ଵତଃ ବାହାରି ଗଲା - ଜଗନ୍ନାଥଙ୍କର !

ଏହା ଶୁଣି ଗଜପତି ଭାବିଲେ ଏ ନିଶ୍ଚୟ ମିଛ କହୁଛି,ସେ କହିଲେ ଏହା କିପରି ସମ୍ଭବ ?
ଜଗନ୍ନାଥଙ୍କର କେଶ ତ ନାହିଁ ?

ଗଜପତି ମହାରାଜ କହିଲେ ହଉ ମୁଁ କ।ଲି ଆସିବି ପୁଣି,
ଦେଖିବାକୁ ଯେ ତୁମ ମନ୍ଦିରରେ ଥିବା ଜଗନ୍ନାଥଙ୍କ ପ୍ରତିମା ର କେଶ ଅଛି କି ନାହିଁ, ଯଦି ତୁମେ ମିଛ କହୁଥାଓ ତୁମକୁ କାରାଗାର ରେ ପକାଇ ଦିଆଯିବ ।ଗଜପତି ମହାରାଜ ଚାଲିଗଲେ ........

ପୂଜାରୀ ଦଉଡି ଆସିଲେ ଜଗନ୍ନାଥଙ୍କ ପାଖକୁ ,
ଏବଂ କହିଲେ ପ୍ରଭୁ ମୁଁ ଭୁଲ କରିଦେଇଛି,
ମୋ ପିଲାମାନେ ତୁମକୁ ଲାଗିଲେ ..
ରାଜା ନିଶ୍ଚୟ ମତେ କାରାଗାର କୁ ପଠାଇ ଦେବେ ଯେତେବେଳେ ସେ ଆପଣଙ୍କ ପ୍ରତିମାରେ କେଶ ନ ପାଇବେ ..

ଏହା କହି ମନ ଦୁଖ ରେ ପୂଜାରୀ ଘରକୁ ଗଲେ।
ରାତିରେ ପୂଜାରୀ ସପନ ଦେଖିଲା ଜଗନ୍ନାଥ କହୁଛନ୍ତି ତୁ ବ୍ୟସ୍ତ ହନ।,

ମୁଁ ଅଛି.

ପର ଦିନ ପୂଜାରୀ ମନ୍ଦିର ଗଲା ,
ସକାଳ ଧୂପ ସରିଲା |
ରାଜା ତାଂ କ ସୈନ୍ୟ ବାହିନୀ ଧରି ଆସିଲେ,ସିଧା ପଶିଗଲେ ଗର୍ଭଗୂହ କୁ..
ଜଗନ୍ନାଥ ଙ୍କ ପ୍ରତିମା ପାଖରେ ଠିଆ ହୋଇ ପୂଜାରୀ କୁ ଆଙ୍ଗୁଳି ଦେଖାଇ କହିଲେ-ପୂଜାରୀ ଯଦି କାଳିଆ ର କେଶ ନ ଥିବ ତତେ ଆଜି କାରାଗାର ହେବାରୁ କେହି ବଞ୍ଚାଇପାରିବେନି,

ତାପରେ ସେ ଜଗନ୍ନାଥଙ୍କ ମୁଣ୍ଡ ରୁ ପଛ ପଟକୁ ହାତ ମାରିଲେ ...ଏ' କଣ? ଗଜପତି ମହାରାଜ ଦେଖିଲେ ବାର ହାତ ଲମ୍ବର କେଶ ଗୁଛ ଲମ୍ବିଯାଇଛି ଜଗନ୍ନାଥଙ୍କ ମସ୍ତକରୁ,

ସେ ଭାବିଲେ ଏ ପୂଜାରୀ ନିଶ୍ଚୟ ନକଲି କେଶ ଲଗାଇ ଦେଇଛି ଜଗନ୍ନାଥଙ୍କ ମସ୍ତକରେ ,
ସେ କିଛି କେଶ କୁ ଧରି ଓପାଡି ଆଣିଲେ,ବହି ଆସିଲା ରକ୍ତର ଧାର ମହାପ୍ରଭୁଙ୍କ ମସ୍ତକରୁ ..

ଏହା ଦେଖି ଗଜପତି ଚିତ୍କାର କଲେ:ତ୍ରାହିମା ତ୍ରାହି ମାଁ ତ୍ରାହିମା :

ପୂଜାରୀ ସମେତ ସୈନ୍ୟଦଳ ଦଉଡ଼ି ଆସିଲେ...
ପୂଜାରୀ ଦେଖିଲେ ମହାପ୍ରଭୁଙ୍କ ମୁଣ୍ଡରେ ରକ୍ତ ,
ଗଜପତିଙ୍କ ହାତରେ କେଶ.. ସେସବୁ ବୁଝିଗଲେ ..

ଦଉଡ଼ିଗଲେ ନିଜ ପିନ୍ଧା ଲୁଗା ରେ ପ୍ରଭୁଙ୍କ ମୁଣ୍ଡ ରୁ ରକ୍ତ ପୋଛି ଦେଲେ, ଭାବରେ କାନ୍ଦି ପକାଇଲେ-କହିଲେ ପ୍ରଭୁ, ମୋ ପରି ଅଧମ ପାଇଁ ଆପଣ ଏତେ କଷ୍ଟ ପାଇଲେ... କାଳିଆ.. କିଏ ହବ ରେ ତୋ ଭଳିଆ.... :(

ଏପଟେ ଗଜପତି କାନ୍ଦୁଛନ୍ତି,
ସୈନ୍ୟଦଳ ପଚାରୁଛନ୍ତି ମଣିମା - ମଣିମା

ଆରପଟ ରେ ପୂଜାରୀ ସମେତ ଗ୍ରାମର ଲୋକେ ଜଗନ୍ନାଥ ଙ୍କ ଚରଣରେ କ୍ରନ୍ଦନରତ ..ଆ ହାରେ କାଳିଆ... ଭକ୍ତପାଇଁ ପରା ତୋ ଜୀବନ ...

ଏହି ଚିତ୍ର ସେ କାହାଣୀ ବର୍ଣ୍ଣନା କରୁଅଛି ।

Sunday, October 30, 2016

କ୍ଷୂଦ୍ରତୃଣ ପରି.......

କ୍ଷୁଦ୍ର ତୃଣ ପରି ଜୀବନ ମୋହର
ଅସାର ସଂସାରେ ନିଃସଙ୍ଗ ନଶ୍ବର
ସମୟ ମୋହର ଅତ୍ୟଳ୍ପ ସଂସାରେ
ତଥାପି ବଞ୍ଚେନା କାହାର ଦୟାରେ

ଚାହେଁ ସଂସାର ମଙ୍ଗଳକାମନା
ନାହିଁ ମନରେ କଞ୍ଚିତ ବାସନା

କ୍ଷୂଦ୍ର ତୃଣପରି.........

ଦେଲେ ନିଏ ନାହିଁ
ଦୟା କି ଆଦରେ
ପରିଶ୍ରମ କରି ତାହା ପ୍ରାପ୍ତକରେ

କୁହନ୍ତି ଜଗତେ ଯାଯାବର ମୋତେ
ଭିକାରୀ ସନ୍ୟାସୀ ନାମ କେତେ କେତେ

କ୍ଷୂଦ୍ର ତୃଣ ପରି..........

ସ୍ବାଭିମାନ ମୋର ଅମୂଲ୍ୟ ସମ୍ପଦ
ମୋ ମନ ଖୋଜେନା
ସୁରମ୍ୟ ପ୍ରାସାଦ
ଅଳ୍ପରେ ସନ୍ତୁଷ୍ଟ ଜୀବନ ମୋହର
ଆଶା କରେ ନାହିଁ ରାଜସମ୍ମାନର

କ୍ଷୂଦ୍ରତୃଣ ପରି............

(2005 notebook //////after 10th exam 😇😇😇 )

Tuesday, October 4, 2016

ଆଉ ଏଣିକିରେ ମନ-ଜଗନ୍ନାଥ ଦାସ

ଆଉ ଏଣିକିରେ ମନ
ଭୂଲୁ କାହିଁକି ?

ଉଡୁଛି କାଳ ଛଞ୍ଚାଣ
ମନେ ନାହିଁକି ?

ଅଇରି ତୋ କଳ ପଣା
ଛେଦିପକା ବେନି ଡେଣା

ଶୂନ୍ୟରେ ବାଜୁଛି ବୀଣା
ଶୁଣା ନାହିଁକି ?

ହାଟରେ ପାଞ୍ଚ ପାଇକ
ହେଉଛନ୍ତି ଡାକହାକ

ହାଟ ସରିଲେ
ବଣିକ ଆଉ ଥାଇ କି ?

ସୁନା ପଞ୍ଜରୀ ରେ ଶୁଆ
ଦିନା କେତେ ନୂଆ ନୂଆ

ଉଡ଼ିଗଲେ ଶାରୀ ଶୁଆ
ଧରା ପାଇ କି ?

ଭ୍ରୂଲତା ମଧ୍ଧରେ ଅନା
ତ୍ରିକୃଟେ ଉଡ଼ୁଛି ବାନା

ହଜିଲେ ପରମ ସୁନା
ଆଉ ପାଇକି ?

ॐ କାର ମଧ୍ଧରେ ଦେଖ
ଉଲଟି ରହିଛି ହଂସ

କହେ ଜଗନ୍ନାଥ ଦାସ
ଅନୁସରି କି ?