Saturday, October 27, 2018

ପୁଞ୍ଜିପତି


###ଖଲୀଲ୍_ଜି଼ବ୍ରାନ୍###

ମୋ ଜୀବନରେ ମୁଁ ଅନେକ ଯାତ୍ରା କରିଥିବି ତେବେ ଥରେ ଗୋଟେ ଦ୍ଵୀପରେ ଏମିତି ଏକ ଜୀଵ ଦେଖିଥିଲି ଯାହାର ମୁଣ୍ଡ ତ ମନୁଷ୍ୟ ପରି ଥିଲା କିନ୍ତୁ ତା ପିଠି ଟା ଲୁହାର ଥିଲା ।
ସେ କ୍ଷଣେ କ୍ଷଣେ ମାଟି ଖାଇଚାଲିଥିଲା ଆଉ ସମୁଦ୍ରର ପାଣି ପିଇ ଚାଲିଥିଲା ।
ମୁଁ ବହୁତ ସମୟ ଯାଏଁ ତାକୁ ସ୍ଥାଣୁ ଭଳି ଛିଡ଼ା ହୋଇ ଦେଖୁଥାଏ....
ଶେଷରେ ତା ପାଖକୁ ଯାଇ ପଚାରିଲି
ଏତେ ପଣଡଣିଆ ଭଳିଆ କିମ୍ପାଇଁ ହଉଚ କିଓ ତମେତିକି କିୟଣ ଖଖିବାକେ ମିଳୁନଥିଲା କିୟେ ? ନା ଯେତେ ଖାଇଲେ ବି ତମ ଭୋକ ଶୋଷ କେବେବି ଶାନ୍ତ ହୁଏ ନାହିଁ ବୋଲି ତମେ ସବୁବେଳେ ଏମନ୍ତ ଖାଇ ଚାଲିଛ ?

ସେ ଜୀଵଟା କହିଲା―ହଁ ମୁଁ ତୃପ୍ତ । ଆଦୌ ଭୋକିଲା ନୁହେଁ, ଖାଇ ଖାଇ ନୟାନ୍ତ ହେଲିଣି । ହେଲେ ମୋର ଖାଲି ଗୋଟାଏ କଥାକୁ ଡର―କାଲି ପାଇଁ ଖାଇବାକୁ ମାଟି ଓ ପିଇବାକୁ ସମୁଦ୍ର ରହିଥିବ ତ ???????

No comments:

Post a Comment

ଓଡ଼ିଆ ଭାଷାରେ ଜିନିସ ଶବ୍ଦ ଜିନିଷ କେମିତି କାହିଁକି ହେଲା ?

ଓଡ଼ିଆ ଭାଷାର ଶବ୍ଦଭଣ୍ଡାରରେ ଅନେକ ଵିଦେଶୀ ଶବ୍ଦ ସ୍ଥାନ ଲଭିଛି । କେତେକ ଶବ୍ଦ କ୍ଷେତ୍ରରେ ଵିଦେଶୀ ଶବ୍ଦର ଧ୍ୱନି ଓଡ଼ିଆର ନିଜସ୍ୱ ଧ୍ୱନିତତ୍ତ୍ୱ (phonology) ଓ ଲେଖନ...