Wednesday, October 3, 2018

ଓଡ଼ିଆ ଭାଷାରେ ଵୈଦେଶିକ ପାଦପ ଗୁଡି଼କର ଦେଶଜ ନାମ

◆କେତେକ ଗଛକୁ ଵୈଦେଶିକ ପ୍ରମାଣ କରିବାକୁ ଯାଇ ଓଡ଼ିଆ ଭାଷାରେ ଲଙ୍କା ଶବ୍ଦ ର ପ୍ରୟୋଗ ହୋଇଛି

୧-ଲଙ୍କା ଆମ୍ଵ→ଆମ୍ଵଜାତୀୟ ଗଛ ଵିଦେଶରୁ(ପୂର୍ଵଭାରତୀୟ ଦ୍ଵୀପପୁଞ୍ଜ) ଆସିଛି
୨-ଲଙ୍କା ମରିଚ→ଵୈଦେଶିକ ଲାଲ୍ ମରିଚ(କାଲିଫର୍ଣ୍ଣିଆ ଅଞ୍ଚଳ) ଵିଶେଷଃ
୩-ଲଙ୍କାଗବ(ଲଙ୍କା କାଲ-ଗଞ୍ଜାମ)→ବାଇଗଵା,ରକ୍ତ ଏରଣ୍ଡ ଵା ଵିଲାତି ବାଇଗଵା ନାମରେ ଜଣାଶୁଣା ବ୍ରାଜିଲ ଦେଶୀୟ ପାଦପ
୪-ଲଙ୍କା ପଣସ(ସପୁରୀ ପଣସ)→ଵିଦେଶରୁ ଆଣାଯାଇ ଚାଷ କରାଯାଉଥିବା ଏକ ଜାତୀୟ ଫଳ ଵିଶେଷ
୫-ଲଙ୍କାଭାଲିଆ(ଲଙ୍କାପାଣ୍ଡୁ)
୬-ଲଙ୍କା ସିଝୁ-ସିଝୁ ଜାତୀୟ ଵୈଦେଶିକ ପାଦପ

◆କେତେକ ଵୈଦେଶିକ ଫଳକୁ ଵିଲାତି ଶବ୍ଦ ଲଗେଇ ଵିଦେଶରୁ ଆସିଛି ବୋଲି ଵିଶ୍ଵାସ କରାଯାଏ....

୧–ବିଲାତି ଆମ୍ଵଡା଼→ଆମ୍ଵଡା଼ ଜାତୀୟ ଵୈଦେଶିକ ଫଳ ଵିଶେଷ
୨–ବିଲାତି ଆଳୁ→ଗୋଲ୍ ଗୋଲ୍ ଵୈଦେଶିକ ମାଟି ଆଳୁ ଵିଶେଷ
୩-ବିଲାତି କୟାଁ→(କାଲିଫର୍ଣ୍ଣିଆ ଅଞ୍ଚଳର ତେନ୍ତୁଳି ଓ ସିମ୍ଵ ପରି ଦୃଶ୍ୟ ହେଉଥିବା ସିମକୟାଁ ପାଦପ)
୪–ବିଲାତି କସ→(ଵସ୍ତ୍ର ରଙ୍ଗକରିବା ହେତୁ ଵ୍ୟଵହୃତ ହେଉଥିବା ଏକ ପ୍ରକାରର ପାଦପ ଵିଶେଷ)
୫–ବିଲାତି ଚାକୁଣ୍ଡା→Dalbergia ଜାତୀୟ ଏକ ପ୍ରକାରର ପାଦପ
୬-ବିଲାତି ଝାପରା)କୁମକୁମ୍ ଗଛ
୭–ବିଲାତି ଦଳ→ଵିଦେଶରୁ ଅଣା ହୋଇଥିବା ଏକ ଜାତୀୟ ଦଳ(Pontederia cordata)
୮–ବିଲାତି କନିଅର→tecoma ଜାତୀୟ ଆଫ୍ରିକୀୟ ପୁଷ୍ପ ବୃକ୍ଷ ଵିଶେଷ
୯–ବିଲାତି ବବୁର→Acaciafornesiana
୧୦–ବିଲାତି ବାଇଗଣ–→ବାଇଗଣ ଜାତୀୟ ଵୈଦେଶିକ ପାଦପ-tomato(Solanum lycopersicum)
୧୧–ବିଲାତି ବାଇଗବା→Jatropha gossypiifolia ବାଇଗବା ଜାତୀୟ ଵୈଦେଶିକ ପାଦପ ଵିଶେଷ ।
୧୨–ବିଲାତି ବାଦାମ→ଚିନାବାଦାମ ଗଛ
Arachis hypogaea
୧୩–ବିଲାତି ମଦରଙ୍ଗା–ଵିଦେଶରୁ ଅଣା ହୋଇ ହତାର ସୌନ୍ଦର୍ଯ୍ୟ ପାଇଁ ଲଗାଯାଉଥିବା ଶାକ ବୃକ୍ଷ ଵିଶେଷ
୧୪–ବିଲାତି ହଳଦୀ→ଗୁଲଵାସୀ

କେତେକ ଵୈଦେଶିକ ବୃକ୍ଷକୁ ଚିନା ଵା ଚିନି ଶବ୍ଦ  ଯୁକ୍ତ କରି ନାମ ଦିଆଯାଇଛି

୧–ଚିନାଘାସ→Boehmeria nivea
୨–ଚିନା ବାଦାମ→ଭୂଇଁଚଣା ଗଛ
ଏହା ବ୍ରାଜିଲ ଦେଶୀୟ ଗଛ ଏବଂ ଏହାର ମିଠାଗୁଣ ଯୋଗୁଁ ସମ୍ଭଵତଃ ଚିନାବାଦାମ ନାମ ହୋଇଅଛି
୩–ଚିନିଚମ୍ପା)ଚୀନଦେଶରୁ ଅଣାଯାଇଥିବା ଚମ୍ପାଗଛ→Artabotrys odoratissimus

ଆଉ କେତେକ ଵୈଦେଶିକ ପାଦପକୁ
ଵିଭିନ୍ନ ଦେଶଜ ନାମ ଦିଆଯାଇଛି
ପିଜୁଳି ଠାରୁ ଆରମ୍ଭ କରି ଅମୃତଭଣ୍ଡା ଯାଏଁ
ଅମରି ଠାରୁ ଲଙ୍କାମରିଚ ଯାଏଁ
ଵିଭିନ୍ନ ଅଞ୍ଚଳରେ ଏଭଳି ଵୈଦେଶିକ ପାଦପ ଗୁଡି଼କର ଭିନ୍ନ ଭିନ୍ନ ଦେଶଜ ନାମ ପ୍ରଚଳନରେ ରହିଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...