Wednesday, October 3, 2018

ଆପଲ୍ ଵା ସେଓ

ଇଂରାଜୀ ଭାଷାର ନିୟମାନୁସାରେ
“Any kind of fruit, fruit in general, apple of the eye, ball, anything round, bolus, pill, that's  called apple”
ଅର୍ଥାତ୍ ଆପଲ୍ ଵା ଆତ ଭଳି ଦେଖାଯାଉଥିବା ସମସ୍ତ ଗୋଲ୍ ଗୋଲ୍ ଫଳ ଯାହାର ଉପରକୁ ଠିକ୍ ଆପଲ୍ ପରି ଡେମ୍ଫ ଥିବ ତାହା ଇଂରାଜୀରେ ଆପଲ୍ ପରିଗଣିତ ହେବ । (ଏ ହିସାବରେ ଆମ୍ଵଜାତୀୟ କେତେକ ଫଳକୁ ମଧ୍ଯ ଆପଲ୍ ଶବ୍ଦ ଯୁକ୍ତ କରାଯାଇଛି-ଉଦାହରଣ ସ୍ୱରୂପ mango apple କିନ୍ତୁ ଏ ନିୟମର ଅନେକ ଵ୍ୟତିକ୍ରମ ମଧ୍ଯ ରହିଛି ଯେମିତିକି କଲରା ଅର୍ଥାତ୍ Momordica charantia କୁ ଇଂରାଜୀରେ bitter apple କହିଦିଆଯାଏ କିନ୍ତୁ ତାହା ଗୋଲ ନୁହେଁ ଵରଂ ଲମ୍ଵାଳିଆ  (କଲରାକୁ ସାଧାରଣ ଇଂରାଜୀରେ-bitter gourd,bitter squash;balsam-pear ମଧ୍ଯ କୁହାଯାଏ) ଅଟେ । କିଛି ଲୋକ ଇଂରାଜୀରେ ସମସ୍ତ ଗୋଲ ଗୋଲ ଫଳଗୁଡି଼କୁ ଅଵୈଜ୍ଞାନିକ କହିପାରନ୍ତି ତେବେ ଊଣା ଅଧିକେ ସବୁ ଭାଷାରେ ଏମନ୍ତ ସାଧାରଣ ଲୌକିକ ପ୍ରୟୋଗ
ରହିଛି ଉଦାହରଣ ସ୍ୱରୂପ ଓଡ଼ିଆ ଭାଷାରେ ଛୋଟ ଆକାରର ଗୋଲ ଫଳକୁ କୋଳି କୁହାଯାଏ । ଏମନ୍ତ କୁହାଯିବାଟା ଉକ୍ତ ଭାଷାର ଏକ ମୌଳିକତା ଯାହା ଅନ୍ୟ ଭାଷାରେ ଥାଇପାରେ ନଥାଇବି ପାରେ । 

■■■Apple ଶବ୍ଦ ଓ ଏହାର ମୂଳ■■■

●→ଏ ଆପଲ୍ ଶବ୍ଦର ମୂଳକୁ ନେଇ ପଣ୍ଡିତଗଣଙ୍କ ମଧ୍ୟରେ ବହୁଵର୍ଷ ହେବ ଟଣା ଓଟରା ଲାଗିରହିଥିଲାବେଳେ ସମଧୃତ P.I.E. root
ନିରୁକ୍ତି ନିର୍ଣ୍ଣୟ ନିୟମାନୁସାରେ ଏହାର ମୂଳ ଏକ ପ୍ରୋଟୋ ଇଣ୍ଡୋ ଇରୋପୀୟ ଶବ୍ଦ
*h₂ébōl ଵା *h₂ébl̥ ବୋଲି ଵିଶ୍ଵାସ କରାଯାଏ । ଏ ଶବ୍ଦଟି ଇଉରୋପ ଓ ଆରବ ଦେଶରେ ବହୁ ପ୍ରାଚୀନ କାଳରୁ ଚଳିଆସୁଅଛି ।

●→ପ୍ରୋଟୋ ଇଣ୍ଟୋ ଆର୍ଯ୍ୟାନ୍ *abalikā- ତଥା
ପ୍ରୋଟୋ ଇରାନୀୟ *amarnaka-ଵା *amarnā- ଶବ୍ଦ ସହିତ apple ଶବ୍ଦର ସଗୋତ୍ରୀୟ ସମ୍ଵନ୍ଧ ଥିବା ଅନୁମାନ କରାଯାଏ ।
ତେବେ apple ଓ ତତସମ୍ଵନ୍ଧୀୟ ଏହି ଶବ୍ଦମାନ କେଵଳ ପଶ୍ଚିମ ପ୍ରୋଟୋ ଇଣ୍ଟୋ ଇରୋପୀୟ ଭାଷାଗୁଡିକରେ ହିଁ ସୀମିତ ଥିବାରୁ ଭାଷା ଵିଦ୍ଵାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖିବାକୁ ମିଳିଥାଏ ।
●→କିଛି ଭାଷାଵିଦ ଆରବୀ “ʾubulla” ଶବ୍ଦ ରୁ apple ଶବ୍ଦ ହୋଇଥିବା ମତ ଦିଅନ୍ତି ।
●→ଆଉ କିଛିଙ୍କ ମତରେ Tigre ଭାଷାର ዖበል(ʿobäl) ଶବ୍ଦରୁ apple ଶବ୍ଦ ସୃଷ୍ଟି ହୋଇଥାଇପାରେ ।
●→ଭାଷାଵିଦ Gamkrelidze ଓ Ivanov ଙ୍କ ମତରେ apple ଶବ୍ଦର ପ୍ରାଚୀନ Hittite  ଭାଷୀଙ୍କ šam(a)lu- ଶବ୍ଦ ସହ ସମଧୃତ ଓ ଏ ଭୟ ଶବ୍ଦ ମଧ୍ୟରେ ସମ୍ବନ୍ଧ ଥାଇପାରେ ଯେହେତୁ ଏହାର ଶାବ୍ଦିକ ଅର୍ଥ ସେଓ ଥିଲା ।

Hittite ଏକ ଇଣ୍ଡୋ ଇରୋପୀୟ ଭାଷା
ହୋଇଥିବା ହେତୁରୁ ଏହାର šam(a)lu ର
ପ୍ରୋଟୋ ଜର୍ମାନିକ୍ aplaz ଓ ମୂଳ P.I.E  ଧାତୁଜ ଶବ୍ଦ *h₂ébōl ଵା *h₂ébl̥  ସମଧୃତ ହେବା ଅସମ୍ଭବ ମଧ୍ଯ ନୁହେଁ ।

●→କିଛି ଭାଷାଵିଦ ଆପଲ୍ ଶବ୍ଦର ପ୍ରାଚୀନ ଗ୍ରୀକ୍ ରୂପ ἄμπελος(ámpelos,“vine”))ବୋଲି ଅନୁମାନ କରିଅଛନ୍ତି ।

★★★ଵିଭିନ୍ନ ଭାଷାରେ apple ଶବ୍ଦର ସମଧୃତ ପ୍ରତିଶବ୍ଦ★★★★

●Proto Germanic→aplaz(“apple”)
●Scots→aipple
●West Frisian→apel
●Dutch→appel
●German→Apfel
●Danish→æble
●Belarusian→я́блыкm(jáblyk)
●Proto-Brythonic→aβal
●Proto-Celtic→abalom
●Proto-Slavic→ablъko
●Czech→jablko
●Dhivehi→‎āfalu(އާފަލު)
●Elfdalian→eppel
●Old Irish→uball
●Irish→úll
●Old English→æppel
●Gaulish→abalo-
●Old Norse→epli
●Limburgish→appel
●Lithuanian→obuolys
●Luxembourgish→Apel
●Macedonian→јаболкоn(jabolko)
●Polish→jabłko
●Russian→я́блоко(ru)(jábloko)
●Scots→aipple,aiple
●Roman→jabuka
●Slovak→jablko
●Slovene→jabolko
●Swedish→äpple
●Welsh→afal
●WestFrisian→apel
●Xhosa→iapile
●Yakut→яблоко(yablok)
●Yiddish→:עפּל‎‎ (epl)

■■■Apple ଶବ୍ଦ ପରି Malus pumila ଜାତୀୟ ଫଳ ପାଇଁ ଵିଶ୍ଵର ଅନ୍ୟ ଭାଷାରେ ପ୍ରଚଳିତ କିଛି ଲୋକପ୍ରିୟ ପ୍ରତିଶବ୍ଦ■■■■

◆–୧–◆
ଓଡ଼ିଆ, ହିନ୍ଦୀ ତଥା ପାର୍ସୀ ଆଦି ଇଣ୍ଡୋ ଇରୋପୀୟ ଓ ଦ୍ରାବିଡ଼ ଭାଷାଗୁଡି଼କରେ apple ପାଇଁ ପ୍ରଚଳିତ ସେଓ,ହିନ୍ଦୀ-सेब्,سیب‎(ପାର୍ସୀ-sib),ಸೇಬು(କନ୍ନଡ-sēbu),स्याऊ(ନେପାଳୀ-syāū),ସେବ,ସେଉ,ସିଓ,ସେବତିକା,ସିଂଚିତିକା ଆଦି ନାମ ପ୍ରସିଦ୍ଧ ହୋଇଅଛି ।
◆–୨–◆
ପ୍ରାଚୀନ ଗ୍ରୀକ୍ μῆλον (ମେଲନ୍-“ଫଳ”)ଶବ୍ଦରୁ ଵିଭିନ୍ନ ଵୈଦେଶିକ ଭାଷାରେ ସେଓ ଫଳର ପ୍ରତିଶବ୍ଦ ମାନ ସୃଷ୍ଟି ହୋଇଛି ।
ଉଦାହରଣ;
●Albanian→mollë
●Italian→mela
●Latin→Mālum.

◆–୩–◆
ଏକ ମୂଳ ଆରବୀୟ ଶବ୍ଦ سَفَرْجَل
(Safarjal) କୁ ଗ୍ରହଣ କରିନେଇ
ଗୁଜରାଟୀରେ ସେଓ ପାଇଁ ସଫରଜନ ଶବ୍ଦ ଵ୍ୟଵହାର ହେଉଥିବା ବେଳେ ମରାଠୀରେ ସଫରଚଂଦ୍ ଶବ୍ଦ ଚଳୁଅଛି ।

◆–୪–◆
ହଙ୍ଗେରୀୟ ଭାଷାରେ ସେଓ କୁ ଆଲ୍’ମା(alma) କୁହାଯାଏ  । ଏହାର ମୂଳ ତୁର୍କ ଭାଷାର Elma ଶବ୍ଦ ଯାହା ସେଓ ର ପ୍ରତିଶବ୍ଦ ଭାବରେ ତୁର୍କୀରେ  ପ୍ରଚଳିତ ।
ଅନେକ ତୁର୍କ ଭାଷାରେ ଏହାର ସମଧୃତ
ଶବ୍ଦ ଚଳୁଅଛି
ଉଦାହରଣ;
Azerbaijani ରେ alma,.Kazakh,Kumyk ଓ Kyrgyz ଭାଷାରେ алма(alma),
Mongolian ଭାଷାରେ алим(alim)
Uyghurରେ :ئالما‎‎(alma)
ଏଵଂ Uzbek ରେ olma ଇତ୍ୟାଦି ଇତ୍ୟାଦି....

◆–୫–◆
ଲାଟିନ poma ଶବ୍ଦର ସମଧୃତ କେତେଗୁଡି଼ଏ ଶବ୍ଦ ଅନେକ ଭାଷାରେ ଭିନ୍ନ ଭିନ୍ନ ରୂପରେ ଚଳୁଅଛି । ଲାଟିନରେ ଏହି  poma ଶବ୍ଦର ଅର୍ଥ ହେଉଛି ଫଳ ।
ସେଗୁଡ଼ିକ ଯଥା;
●→Amharic―ፖም(pom)
●→Catalan―poma
●→Emilian―(Modena)pàm,(Piacenza)pùm
●→Esperanto―pomo
●→French―pomme
●→Haitian Creole―pòm
●→Khmer―ប៉ុម(pom)
●→Novial―pome
●→Occitan―poma
●→Sicilian―pumu,puma
●→Spanish―poma
●→Venetian―pom
●→Walloon―peme
●→Wolof―pom

◆–୬–◆
ଆରବିକର  تُفَّاحَة‎‎f(tuffāḥa) ଵା تُفَّاح‎‎m(tuffāḥ) ଶବ୍ଦ ରୁ ଅନେକ ଭାଷାରେ ସେଓର ପ୍ରତିଶବ୍ଦ ସୃଷ୍ଟି କରାଯାଇଛି
ଉଦାହରଣ ସ୍ୱରୂପ;
Malay→tufah
Maltese→tuffieħa
Somali→tufaax
Swahili→tofaa

ଏସବୁ ଵ୍ୟତୀତ ପୃଥିଵୀର ଵିଭିନ୍ନ ଭାଷାରେ ସେଓ ଶବ୍ଦର ଭିନ୍ନ ଭିନ୍ନ ପ୍ରତିଶବ୍ଦ ପ୍ରଚଳିତ । କେତେକ ଭାଷାରେ ସେଓ ପାଇଁ ସ୍ଵତନ୍ତ୍ର ମୌଳିକ ଶବ୍ଦ ଥିଲାବେଳେ ଆଉ କେତେକ ଭାଷାରେ ଅନ୍ୟ ଭାଷାର ଶବ୍ଦ ସହ ସମଧୃତ ସଗୋତ୍ରୀୟ ସମ୍ବନ୍ଧ ଥିବା ଶବ୍ଦ ପ୍ରଚଳିତ ରହିଛି...

---------   ----------   ----------  ----------  -----------

Malus pumila ଵା ଆଧୁନିକ ସେଓ ଗଛର ଜଙ୍ଗଲି ପୂର୍ଵଜ ଭାବରେ Malus sieversii କୁ ଗ୍ରହଣ କରାଯାଇଛି ଯାହା ଆଜି ବି
ମଧ୍ୟ-ଏସିଆର ପର୍ଵତମାଳା ଵିଶେଷତଃ ଦକ୍ଷିଣ କାଜକସ୍ଥାନ,କିରଗିଜସ୍ଥାନ,ତାଜିକସ୍ଥାନ ଏବଂ ଜିନଜିଆଙ୍ଗ-ଚୀନ ଆଦି ଅଞ୍ଚଳର ଜଙ୍ଗଲ ମାନଙ୍କରେ ପ୍ରାପ୍ତ ହୋଇଥାଏ ।

ଏହି ଫଳର ଚାଷ ‛ତିଆନ ଶ୍ହାନ୍’ ପାର୍ଵତ୍ୟାଞ୍ଚଳରୁ ଆରମ୍ଭ ହୋଇଥିବା କେତେକ ଗଵେଷକ ମତ ଦିଅନ୍ତି ।
ଗ୍ରୀକ୍, ନୋର୍ମନ୍,ଜର୍ମାନିକ୍ ଓ ଖ୍ରୀଷ୍ଟ-ଇହୁଦୀ ସଂସ୍କୃତିରେ ସେଓ ଫଳକୁ ବହୁତ ଉଚ୍ଚ ସ୍ଥାନ ପ୍ରାପ୍ତ ହୋଇଛି । ଅନେକ ପାଶ୍ଚାତ୍ୟ ପୁରାଣ ଗୁଡି଼କରେ ସେଓର ଉଲ୍ଲେଖ ଏହାର ମଧ୍ୟ ଏସିଆ ଠାରୁ ୟୁରୋପ ପର୍ଯ୍ୟନ୍ତ ଥିବା ଲୋକପ୍ରିୟତା ସ୍ପଷ୍ଟ କରିଥାଏ ।

ସଂସାରରେ ପ୍ରାୟ ୭୫୦୦ ରୁ ଅଧିକ ପ୍ରକାରର ସେଓ ଅଛି ତା'ପରେ ବି
ଅନେକ ଫଳର ନାମ ସହ ଆପଲ୍ ଶବ୍ଦ ଯୋଡ଼ି ଶବ୍ଦ ଗଠନ କରା ହୋଇଛି । ଉଦାହରଣ ସ୍ୱରୂପ:-
―ଏକ ଜାତୀୟ ଜଙ୍ଗଲୀ କାକୁଡି଼ ଜାତୀୟ ପାଦପ Echinocystis lobataକୁ balsam apple କୁହାଯାଏ...

―ଏକ ଜାତୀୟ ଲଙ୍କାଆମ୍ଵ(Anacardium occidentale)
ଗଛକୁ cashew apple କୁହାଯାଏ ।

―ଦୁଦୁରା ଜାତୀୟ ଗଛ ଯେମିତିକି
Datura stramoniumକୁ common thorn apple କୁହାଯାଏ । Datura Discolor କୁ Desert thorn-apple ଏଵଂ ସାଧାରଣତଃ ସମସ୍ତ ଦୁଦୁରା ଜାତୀୟ ପାଦପକୁ Devil's apple କୁହନ୍ତି ।

―ଆତ ଵା Annona ଜାତୀୟ ଅଧିକାଂଶ ପାଦପଗୁଡି଼କୁ ସାଧାରଣତଃ custard apple କୁହାଯାଏ । ଆତଜାତୀୟ ଏକ ପାଦପ Annona squamosa କୁ sugar apple ବି କୁହାଯାଇଥାଏ ।

―ଅଷ୍ଟ୍ରେଲିଆରେ ବାଇଗଣ ବିଲାତି ବାଇଗଣ ଜାତୀୟ ଦୁଇଟି ପାଦପ ଜାତି
■Solanum capsicoides
■Solanum linnaeanum
କୁ ମଧ୍ଯ ଏଠାକାର ସ୍ଥାନୀୟ ଲୋକେ Devil's apple କହିଥାନ୍ତି ।

―Dillenia indica  ଵା ଓଉଫଳକୁ ଇଂରାଜୀ ଭାଷାରେ Elephant apple
ନାମ ଦିଆଯାଇଛି ।

―citrus ପରିଵାରର
Limonia acidissima[କପିତ୍ଥ]
ଓ Aegle marmelos[ବିଲ୍ଵ]କୁ ମଧ୍ଯ ଇଂରାଜୀ ଭାଷାରେ Elephant apple  କୁହାଯାଏ

― Punica granatum ଵା ଡାଳିମ୍ଵ ତଥା ଦୁଦୁରା ଜାତୀୟ Datura inoxiaକୁ Indian Apple କୁହାଯାଏ ।

―ବାଇଗଣ ଜାତୀୟ ସୋଲାନମ୍ ପରିବାରର
Solanum aviculare
କିମ୍ଵା
★Solanum vescum
କୁ kangaroo apple କୁହାଯାଏ ।

ଇଂରାଜୀ ଭାଷାରେ ଏହିଭଳି ପୃଥିବୀର ଭିନ୍ନ ଭିନ୍ନ ଦେଶରେ ଵିଭିନ୍ନ ଫଳର apple ଶବ୍ଦଯୁକ୍ତ ଅନେକ ନାମ ଦିଆଯାଇଛି ।

ସେଓ ଗଛ ଵା Malus Pamila ହେଉଛି Rosaceae ପରିଵାର ଅନ୍ତର୍ଭୁକ୍ତ ଏକ ପାଦପ ।  Rosaceae ପରିଵାର କୁ rose ଵା ଗୋଲାପ ପାଦପ ପରିଵାର ମଧ୍ଯ କୁହାଯାଇଥାଏ ।  Rosaceae ପରିଵାର ତିନିଗୋଟି ଉପପରିଵାରରେ ଵିଭକ୍ତ―
◆Amygdaloideae
◆Dryadoideae
◆Rosoideae
ଏହି ପରିଵାରର ଏଯାଵତ୍
ପ୍ରାୟ 4,828 ଜାତି ଗଛ ମିଳିସାରିଛି ଏଵଂ ସେଗୁଡ଼ିକୁ  91ଟି ଵିଭିନ୍ନ ପ୍ରଜାତି(genera)ରେ ଵିଭକ୍ତ କରାଯାଇଛି ।
ରୋସାସୀ ପରିବାରର ଅନ୍ତର୍ଗତ Rosoideae ଉପପରିଵାରର ଦୁଇଗୋଟି ପାଦପ ଆମର ନିହାତି ଜଣାଶୁଣା Rosa(ଗୋଲାପ) ଓ Duchesnea(ଷ୍ଟ୍ରୋବେରୀ)
ସେହି ଭଳି ଏହି ପରିଵାରର ଅନ୍ଯତମ ଉପପରିଵାର Amygdaloideaeରେ
Prunus ପ୍ରଜାତିର plum(आलुवुखारा), Prunus avium ଵା ଚେରୀ ,ହିମାଳୟ ଅଞ୍ଚଳରେ ଚାଷ ହେଉଥିବା Apricot ଫଳ ଓ
Prunus persica(peach) ଆଦି ଫଳଗଛ ରହିଛି । Amygdaloideae ଉପପରିଵାରର ଅନ୍ୟ ପ୍ରଜାତି ମଧ୍ୟରେ Pyrus(pear) ଵା ନାସପାତି ଫଳକୁ କିଏ ନଜାଣେ । ଏହି ଉପପରିଵାରର ଆଉ ଦୁଇଟି ଜଣାଶୁଣା ପାଦପ ପ୍ରଜାତି ହେଲା Malus ଵା ସେଓ ତଥା Prunus dulcis ଵା Almond(ବାଦାମ ଗଛ) ପାଦପ । ସେଓ(Malus),ଗୋଲାପ(Rosa)ଓ ତରଡା଼(Luffa) ଆଦି Rosids Cladeରେ ଆସୁଥିବାରୁ ଏମାନଙ୍କ ପୁଷ୍ପ ମଧ୍ୟରେ କେତେକ ସମାନତା ଦୃଷ୍ଟିଗୋଚର ହୋଇଥାଏ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...