Tuesday, October 2, 2018

ମାଲକାନଗିରି;ନାମ ଓ ଭେଦ

ମାଲକାନଗିରିର ନାମକରଣକୁ ନେଇ ଅନେକ ମତବାଦ ପ୍ରଚଳନରେ ଅଛି ।
ମାଲକାନଗିରିକୁ ମାଲ୍ୟଵନ୍ତଗିରି,ମଲ୍ଲିକ-ମର୍ଦ୍ଦନ ଗିରି,ମଲ୍ଲିକାର୍ଜୁନଗିରି ମଧ୍ଯ କୁହାଯାଏ । ନାମଭେଦରେ ତେଣୁ ଏଠାରେ ନାନାଦି ମତ ପ୍ରଚଳିତ ରହିଛି ।

★ମତଵାଦ ୧→ଵନଵାସ ସମୟରେ ଶ୍ରୀରାମଚନ୍ଦ୍ର ଏଠାରେ ଏକ ଶୁଭ୍ର-ଶିଵଲିଙ୍ଗ ସ୍ଥାପନ କରି ତାକୁ ମଲ୍ଲିଫୁଲ ଦ୍ଵାରା ପୂଜା କରିଥିଲେ । ସେହି ଶିଵଲିଙ୍ଗ ପରଵର୍ତ୍ତୀକାଳରେ ମଲ୍ଲିକେଶ୍ଵରଦେଵ ଭାବେ ପରିଚିତ ହୋଇଥିଲେ । କୁହାଯାଏ ସେହି ଦେବଙ୍କର ଅଧିଷ୍ଠାନ କ୍ଷେତ୍ର ପରଵର୍ତ୍ତୀକାଳରେ ମଲିକେଶ୍ଵରଗିରି ନାମରେ ପ୍ରଶିଦ୍ଧ ହୋଇ ଶେଷକୁ ମାଲକାନଗିରି ନାମଧାରଣ କରିଅଛି । ଏକଦା ମାଣିକେଶ୍ଵରୀ ଦେଵୀ ଓ ମଲ୍ଲିକେଶ୍ଵର ଦେଵଙ୍କ ପାଇଁ ମାଲକାନଗିରି ଆଖପାଖ ଅଞ୍ଚଳରେ ପ୍ରଶିଦ୍ଧି ଲାଭ କରିଥିବାର ପ୍ରମାଣ ଏ ଲୋକକଥାକୁ ଅଧିକ ସ୍ପଷ୍ଟ ବଳ ପ୍ରଦାନ କରୁଅଛି ।  ମଲ୍ଲିକେଶ୍ଵର ମହାଦେବଙ୍କର ଆସ୍ଥାନ ଏବେ ଚିତ୍ରକୋଣ୍ଡା ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ଏବଂ ଓଡ଼ିଶାର ଦ୍ଵିତୀୟ ଲିଙ୍ଗରାଜ ଭାବେ ପରିଚିତ ଅଟନ୍ତି ।

★ମତଵାଦ -୨→କେହି କେହି କୁହନ୍ତି ପ୍ରାଚୀନ ମାଲଵନ୍ତଗିରି ନାମ ହିଁ ପରଵର୍ତ୍ତିତ ହୋଇ ମାଲକାନଗିରି ହୋଇଛି । ମାଲ୍ୟଵନ୍ତଗିରି ପୁରାଣ ଵିଶେଷତଃ ରାମାୟଣର ରାମଵନଵାସ ଅଧ୍ଯାୟରେ ପ୍ରମୁଖ  ସ୍ଥାନର ଅଧିକାରୀ କହିଲେ ଅତ୍ୟୁକ୍ତି ହେବନାହିଁ । ରାମାୟଣ କୁହେ ଏଇଠି ରାମସୀତା ବନଵାସର କିଛି କାଳ କଟେଇ ଥିଲେ । ପୁଣି ଆଉ କେତେକ ପୌରାଣିକ କଥାନକ ତଥା ସ୍ଥାନୀୟ କୋୟା ପରମ୍ପରାରୁ ପାଣ୍ଡଵମାନେ ଏଠାରେ ଵନଵାସକାଳ କାଟିଥିବା ଜଣାଯାଏ । ପୁରାଣ ଯୁଗରେ  ମାଲ୍ୟଵନ୍ତଗିରି ସାଧାରଣତଃ “ମାଲ୍ୟଵାନ୍ ଗିରି” ନାମରେ ଖ୍ୟାତ ଥିଲା । ପୁରାଣରେ ଏହା ଇଳାବୃତ୍ତ ଓ କେତୁମାଳ ଵର୍ଷର ସୀମାପର୍ଵତ ତଥା ଏହାର ଵିସ୍ତୃତି ନୀଳପର୍ଵତ ଠାରୁ ନିଷଧ ପର୍ଵତ ଯାଏଁ ବୋଲି ଉଲ୍ଲେଖ କରାଯାଇଛି ।
ଓଡ଼ିଶାରେ ମାଲ୍ୟଵନ୍ତଗିରିର ପ୍ରଶିଦ୍ଧି ଓ ଶ୍ରେଷ୍ଠତା ହେତୁରୁ ରାଧାନାଥ ରାୟ ତାଙ୍କ ମହାଯାତ୍ରା କାବ୍ୟରେ ଲେଖିଲେ
“ଗରି-ମାଲ୍ୟଵନ୍ତ-
ଗିରି ମଧ୍ୟ ମଣି” । ମାଲ୍ୟଵନ୍ତଗିରି ର ପ୍ରଶିଦ୍ଧି ଯୋଗୁଁ ତେଣୁ ତାହାର ନାମ ପରିଵର୍ତ୍ତନରୁ ମାଲକାନଗିରି ଶବ୍ଦ ହୋଇଥିବା ଅନେକ ମତ ଦିଅନ୍ତି ।

★ମତଵାଦ-୩→କେତେକ ଲୋକଙ୍କ ମତରେ
ଏଠାରେ ଏକ ସମୟରେ ଶାସନ କରୁଥିବା କିରାତରାଜ ମଲ୍ଲିକାର୍ଜୁନଙ୍କର ନାମର ପରିଵର୍ତ୍ତନରୁ ମାଲକାନଗିରି ନାମ ପ୍ରଚଳିତ ହୋଇଛି । ପୁଣି ଆଉ କିଛି ଲୋକ କୁହନ୍ତି କିରାତରାଜ ମଲ୍ଲିକାର୍ଜୁନଙ୍କୁ ନନ୍ଦପୁରର ରାଜା ପରାସ୍ତ କରି ଏ ଦେଶର ନାମ ମଲ୍ଲିକ-ମର୍ଦ୍ଦନ ଗିରି ରଖିଥିଲେ ଯାହା ପରେ ବଦଳିଯାଇ ମାଲକାନଗିରି ହୋଇଅଛି ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...