Wednesday, October 3, 2018

ବାନ୍ତି

ସଂସ୍କୃତ ଵିଶେଷ୍ୟ
#ବାନ୍ତି ଶବ୍ଦଟି ଓଡ଼ିଆ ଭାଷା ଛଡ଼ା ତାମିଳ ଭାଷାରେ ମଧ୍ଯ ସମାନ ଅର୍ଥରେ ପ୍ରୟୋଗ ହୋଇଥାଏ । ଇଂରାଜୀଭାଷାରେ ଏହି ଅର୍ଥ ପ୍ରକାଶ ହେତୁରୁ ଦୁଇଗୋଟି ଶବ୍ଦ ଚଳୁଅଛି
୧–Vomit
୨–spew

ପ୍ରକୃତରେ ବାନ୍ତି ଓ Vomit ଉଭୟ ଶବ୍ଦ ସଗୋତ୍ରୀୟ ଅଟନ୍ତି ।
ଭାରତୀୟ ନିରୁକ୍ତି ଶାସ୍ତ୍ର ଅନୁସାରେ ବାନ୍ତି ଶବ୍ଦ ମୂଳ ଵୈଜ୍ଞାନିକ କ୍ଷୁଦ୍ରରୂପ ବମ୍ ଧାତୁ ନିର୍ଣ୍ଣୟ କରାଯାଇଥିଲା ବେଳେ ଆନ୍ତର୍ଜାତିକ P.I.E. root “wemh₁” ସହିତ
ସଂସ୍କୃତର ବାନ୍ତି-ବମନ-ବମତି,ଇଂରାଜୀର Vomit,ଲାଟିନର vomitāre ଏବଂ
ପୁରୁଣା ନୋର୍ମାନ୍ ଶବ୍ଦ váma ଆଦି ସମ୍ବନ୍ଧିତ ବୋଲି ଵିଶ୍ଵାସ କରାଯାଏ ।
ପାଶ୍ଚାତ୍ୟ ପଣ୍ଡିତଙ୍କ ଅନୁସାରେ ମୂଳ ପ୍ରୋଟୋ ଇଣ୍ଟୋ ଇରୋପୀୟ wemh₁ ଧାତୁରୁ ଲାଟିନ vomitāre ଶବ୍ଦ ଦେଇ ଇଂରାଜୀ vomiten ଶବ୍ଦ ପରଵର୍ତ୍ତୀକାଳରେ Vomitରେ ପରିଣତ ହୋଇଅଛି ।
ତେଣୁ wemh₁ ଏବଂ ଵମ୍ ଧାତୁ ଉଭୟ ଏକ ଅର୍ଥବୋଧକ ତଥା ସଗୋତ୍ରୀୟ ଅଟନ୍ତି ।
ବାନ୍ତି ଶବ୍ଦର ନିରୁକ୍ତି ହେଲା -
ଵମ୍ ଧାତୁ+ଭାବ. ତି=>ବାନ୍ତି

ଏହି ଵମ୍ ଧାତୁର ଦୁଇଟି ଅର୍ଥ ହେଉଛି
ବାନ୍ତି କରିବା

ଆହୁତି ଦେବା.....

ବାନ୍ତି ଶବ୍ଦର ଅନ୍ୟ ପର୍ଯ୍ୟାୟଵାଚକ ପ୍ରତିଶବ୍ଦ
ଯଥା:-
ବମନ,ଉଦ୍ଗିରଣ,ବମଥୁ,ଉକାର,ବମିତ ଇତ୍ୟାଦି.....

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...