କିଛିଦିନ ତଳେ ଗୁଜରାଟ ର ଏକ ପରିବା ବଜାର ରୁ 250 ଗ୍ରାମ ଗୁଆଁର ନେଇ ଆସିଥିଲି
ଜଣେ ଉତ୍ତରଭାରତୀୟ ଭାଇ ଙ୍କୁ ଦିଶିଗଲା ମୋ ଥଳୀ ର ଗୁଆଁର ଯାକ
ଚିଡ଼େଇବା ଆରମ୍ବ କରିଦେଲେ
"ଘୁମତ୍ ପୁରେ ବାଜାର ଗ୍ଵାର ଲାଵେ ଗଵାର୍"
କଥା କଣ କି ହିନ୍ଦୀ ରେ ଆମର
ଗୁଆଁର କୁ
ଗ୍ଵାର କୁହାଯାଏ
ସେ ଯା ହେଉ ଚାଲ ଆଜି ଗୁଆଁର ବିଷୟକ ସମ୍ୟକ ଆଲୋଚନା କରିନେବା
ଇଂରେଜ ମାନେ ଏହାକୁ cluster bean କ୍ଲସ୍ଟର ବୀନ୍ କହିଥାଅନ୍ତି
ବୈଜ୍ଞାନିକ ନାମ 'ସାୟା ମୋଟିସସ ଟେଟ୍ରାଗୋନୋଲୋବସ' (Cyamopsis tetragonolobus) ।
କିଛି ଦଶନ୍ଦ୍ଧି ତଳେଆମ କୃଷକମାନେ ଯେତେବେଳେ ମାଣ୍ଡିଆ ବା ଯବ ଚାଷ କରୁଥିଲେ
ସେଇ ଶସ୍ୟକ୍ଷେତ୍ର ରେ ଗୁଆଁର ମଞ୍ଜୀ ପୋତି ମିଶ୍ରିତ ଚାଷ କରୁଥିଲେ ।
ଭାରତରେ ସବୁଜକ୍ରାନ୍ତି ପ୍ରଖର ହେଲା ପରେ ପରେ ସ୍ଥାନୀୟ କୃଷକ ବର୍ଗ ଏଇ ପାରମ୍ପରିକ ମାଣ୍ଡିଆ ଚାଷ ପ୍ରାୟ ବନ୍ଦ କରିଦେଇଅଛନ୍ତି ।
ତେବେ ଓଡ଼ିଶା ର ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ତଥାଗଞ୍ଜାମ ଗଜପତି ରାୟଗଡ଼ା ଆଦୀ ଜିଲ୍ଲା ଗୁଡିକରେ ଉଣା ଅଧିକେ ଏହି ମାଣ୍ଡିଆ ଚାଷ ହେଉଅଛି ।
ତେବେ ଭାରତ ର ଅଧିକାଂଶ ଅଁଚଳରେ ଏହି ପାଦପ ଟିର ପତ୍ର ଆଦି ପଶୁଚାରା ଭାବେ ବ୍ୟବହୃତ ହୋଇଥାଏ ।
ଗାଈ ଏବଂ ମଇଁଷୀ ଭଳି ଦୁଗ୍ଧ ପ୍ରଦାନକାରୀ ପଶୁ ମାନଙ୍କୁ ଗୁଁଆର ଖାଇବାକୁ ଦେଲେ ସେମାନେ ହୃଷ୍ଟପୃଷ୍ଟ ହେବା ସହ ଅଧିକ ଦୁଗ୍ଧ ଉତ୍ପାଦନ ମଧ୍ୟ ହୁଏ ।
ଗୁଁଆର ରୁ ଏକପ୍ରକାର ର ଗମ୍ ମଧ୍ୟ ତିଆରି ହୋଇଥାଏ ।
ଗୁଁଆର ମଞ୍ଜି ଏବଂ ଆଳ କୁ ପିଆଜ ଛୁଁକ ଦେଇ ଖାଇଲେ ଖୁବ ସ୍ଵାଦୁ ଲାଗେ ।
ଦେଶ ର ଭିନ୍ନ ଭିନ୍ନ ଅଞ୍ଚଳ ରେ
ଏହାର ଉପଯୋଗ ସହ ନାମ ମଧ୍ୟ ଭିନ୍ନ ଭିନ୍ନ
ତେଲୁଗୁରେ ଗୋରୁ ଚିକ୍କୁଡୁ "Goruchikkudu kaya" ବା "Gokarakaya" କନ୍ନଡରେ Gorikayie ଏବଂ ତମିଲ ରେ ଗୁଁଆର କୁ କତ୍ତଵରୈକ୍କାୟ (kotthavarai) କୁହନ୍ତି ।
ଵିଶ୍ଵ ରେ ମୋଟ ଗୁଁଆର ଉତ୍ପାଦନ ର ୮୦% ଭାରତରେ ହୋଇ ଥାଏ ।
ଗୁଁଆର ଗ୍ରୀଷ୍ମଋତୁ ର ଫସଲ !
ଦକ୍ଷିଣଭାରତୀୟ ମାନେ ମୁଖ୍ୟତଃ ଏହାକୁ ପଶୁଚାରା ଭାବେ ବ୍ୟବହାର କରିଥାଅନ୍ତି
କିନ୍ତୁ ବାକୀ ଅଁଚଳ ଲୋକେ ଗୁଁଆରକୁ ଡାଲି ,ତରକାରୀ ଏବଂ ସୁପ ଆଦି ରେ ପକାଇ କରି ଖାଇବାରଦେଖାଯାଏ ।
ଏଇ ପାଦପ ର ମଞ୍ଜି ରେ ଗ୍ଲୈକ୍ଟୋମେନନ ନାମକ ଅଟାଳିଆ ଦ୍ରଵ୍ୟ ପ୍ରାପ୍ତ ହୋଇଥାଏ ।
ଲୋକେ ଗୁଁଆରରୁ ପ୍ରାପ୍ତ ଗମ୍ ର ଉପଯୋଗ ଦୂଗ୍ଧ ରୁ ତିଆରୀ ପଦାର୍ଥ ଜେମିତି କି ଆଇସକ୍ରୀମ, ପନୀର ଆଦି ରେ କରନ୍ତି ।
ଗୁଁଆର ପେସ୍ଟ ର ଔଷଧୀୟ ପ୍ରୟୋଗ ମଧ୍ୟଁ କରାଯାଏ !
ଗୁଁଆର ମଞ୍ଜି ପାଚିଲେ ମିଠାଅନ୍ୟଥା କଞ୍ଚାଳିଆ ମଞ୍ଜି ଫିକା ସ୍ଵାଦଯୁକ୍ତ !
ଏହା ଗୁରୁପାକ । ଗୁଁଆର ଭୋଜନ ରେ ଅରୁଚୀ ଦୂର କରେ !ଭୋକ ବଢ଼ାଏମାଂସପେଶୀ ଗୁଡ଼ିକୁ ମଜବୁତ କରିଥାଏ ।
ଗୁଁଆର ମଧ୍ୟ ମଧୁମେହ କୁ ନିଯନ୍ତ୍ରଣ କରିଥାଏ
ଶୁଗର ରୋଗୀ ଙ୍କ ପାଇଁ ଲାଭଦାୟକ !
ଶରୀର ରେ ପିତ୍ତ ବଢ଼ିଥିଲେ, ଗୁଁଆର ଖାଇବା ଦ୍ଵାରା ପିତ୍ତ କମିଯାଏ ।
ଗୁଁଆର ମଞ୍ଜି କୁ ବାଟି ପାଣି ଦେଇ କଟା ଘା ଅଥଵା ପବନ ଅଟକୀ ଥିବା ଶରୀର ରେ ଲଗାଇଲେଆରାମ ମିଳେ ।
ତେବେ ଅତ୍ୟଧିକ ଏବଂ ନିୟମିତ ଗୁଁଆର ଖାଇଲେ ଏକ ପ୍ରକାର ର ମାମୁଲୀ ରୋଗ ହୋଇଥାଏ ।
ସେ ଯା ହେଉ ନା କାହିଁକି
ଗ୍ରୀଷ୍ମ ଋତୁ ର ରୌଦ୍ରତାପ ରୁ ଜୀବଙ୍କୁ କିଚ୍ଛି ପରିମାଣରେ ଶୀତଳତା ପ୍ରଦାନ ହେତୁ
ପ୍ରକୃତି ଅନେକାନେକ ଫଳ ପୁଷ୍ପ ପ୍ରଦାନ କରିଥାଏ ସେଥିମଧ୍ୟରୁଁ ଗୁଁଆର ଅନ୍ୟତମ !
ତେବେ ଏହାର ଅତ୍ୟଧିକ ସେବନ ଫଳରେ କଫ୍ ବଢ଼ିପାରେ କିନ୍ତୁ ଗୁଁଆର ଶୁଷ୍କ କ୍ଷେତ୍ରଵାସୀ ଙ୍କ ପାଇଁ ସ୍ଵାଦିଷ୍ଟ ସ୍ଵାସ୍ଥ୍ୟକର ଫସଲ ବିଶେଷ ,
ପ୍ରକୃତି ର ପ୍ରାଣୀଜଗତ କୁ ବରଦାନ !
Subscribe to:
Post Comments (Atom)
ନୀଳାମ୍ବର ରାୟସିଂହ ଭ୍ରମରବର: ଢେଙ୍କାନାଳର ଜଣେ ସ୍ମରଣୀୟ ଶାସକ
ଓଡ଼ିଶାର ଐତିହାସିକ ମାଟିରେ ଅନେକ ମହାନ ଵ୍ୟକ୍ତିତ୍ୱ ଜନ୍ମ ହୋଇଛନ୍ତି ଏଵଂ ବିଭିନ୍ନ କ୍ଷେତ୍ରରେ ଅଵିସ୍ମରଣୀୟ ଅବଦାନ ରଖିଛନ୍ତି। ଏ ମାଟିରେ ଅନେକ ନୀଳାମ୍ବର ଜନ୍ମ ଲଭିଛ...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ଶ୍ରୀଵିଷ୍ଣୁଙ୍କର ଅଷ୍ଟମଅଵତାର ଶ୍ରୀକୃଷ୍ଣ ନାମରେ ଵିଖ୍ଯାତ ଅଟନ୍ତି । ଏହାଙ୍କର ଏଭଳି ନାମକରଣକୁ ନେଇ ନାନାମତ ପ୍ରଚଳିତ । ନିମ୍ନରେ ଉକ୍ତ ମତଗୁଡି଼କ ଵିଷୟରେ ଆଲୋଚନା ...
No comments:
Post a Comment